Posted inଖେଳ

ମହିଳା ଟି୨୦ ଚ୍ୟାଲେଞ୍ଜ:ଟ୍ରେଲ୍‌ବ୍ଲେଜର୍ସ ପ୍ରଥମଥର ଚାମ୍ପିୟନ

ଶାରଜା, ୧୦।୧୧-
ଟ୍ରେଲ୍‌ବ୍ଲେଜର୍ସ ମହିଳା ଟି୨୦ ଚ୍ୟାଲେଞ୍ଜରେ ପ୍ରଥମଥରପାଇଁ ଚାମ୍ପିୟନ ହୋଇଛି। ସୋମବାର ଅନୁଷ୍ଠିତ ଫାଇନାଲରେ ସ୍ମୃତି ମାନ୍ଧାନାଙ୍କ ଏହି ଦଳ ଗତ ୨ ଥର ଚାମ୍ପିୟନ ସୁପରନୋଭାସକୁ ୧୬ ରନରେ ପରାସ୍ତ କରିଛି। ସ୍ପିନରଙ୍କ ପ୍ରାଧାନ୍ୟ ବିଶିଷ୍ଟ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଟ୍ରେଲ୍‌ବ୍ଲେଜର୍ସ ୨୦ ଓଭରରେ ୮ ଉଇକେଟ ହରାଇ ୧୧୮ ରନ କରିଥିଲା। ୧୧୯ ରନ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ସୁପରନୋଭାସ ୨୦ ଓଭରରେ ୭ ଉଇକେଟ ହରାଇ ୧୦୨ ରନ କରି ପାରିଥିଲା। ଫଳରେ ଟୁର୍ନାମେଣ୍ଟର ପ୍ରଥମ ଖେଳାଳିଭାବେ ୫ ଉଇକେଟ ସଫଳତା ଲାଭ କରିଥିବା ସୁପରନୋଭାସ୍‌ର ରାଧା ଯାଦବଙ୍କ ପ୍ରଦର୍ଶନ ଫିକା ପଡ଼ିଛି। ପୂର୍ବ ଦୁଇ ସଂସ୍କରଣରେ ସୁପରନୋଭାସ ଚାମ୍ପିୟନ ହୋଇଥିଲା। ଏଥର ପରାଜୟ ଯୋଗୁ ଦଳର ହ୍ୟାଟ୍ରିକ ଟାଇଟଲ ଆଶା ଅଧୁରା ରହିଛି। ୨୦୧୮ ଫାଇନାଲରେ ଟ୍ରେଲ୍‌ବ୍ଲେଜର୍ସକୁ ହରାଇଥିଲା ସୁପରନୋଭାସ। ୨୦୨୦ରେ ଚାମ୍ପିୟନ ହୋଇ ସ୍ମୃତିଙ୍କ ଦଳ ଏହାର ମଧୁର ପ୍ରତିଶୋଧ ନେଇଛି।
ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ସୁପରନୋଭାସ ଅଧିନାୟିକା ହରମନପ୍ରୀତ କୌର। ଟ୍ରେଲବ୍ଲେଜର୍ସ କିନ୍ତୁ ବଢ଼ିଆ ଆରମ୍ଭ କରିଥିଲା। ଅଧିନାୟିକା ସ୍ମୃତି ମାନ୍ଧାନା ଓ ଡିଅଣ୍ଡ୍ରା ଡୋଟିନ ପାଓ୍ବାରପ୍ଲେ ୬ ଓଭରରେ ୪୫ ରନ ସଂଗ୍ରହ କରି ବଡ଼ ସ୍କୋର ପାଇଁ ପ୍ଲାଟ୍‌ଫର୍ମ ପ୍ରସ୍ତୁତ କରିଥିଲେ। ମାତ୍ର ଡୋଟିନ ଧିମା ଖେଳିବାରୁ ପରବର୍ତ୍ତୀ ୮ରୁ ୧୧ ଓଭର ମଧ୍ୟରେ ମାତ୍ର ୧୫ ରନ ସଂଗ୍ରହ ହେବାରୁ ରନହାର କମି ଯାଇଥିଲା। ଓପନିଂ ଯୋଡ଼ିରେ ୭୧ ରନ ଯୋଗ ହେବାପରେ ସଂଘର୍ଷ କରୁଥିବା ଡୋଟିନ ୧୨ତମ ଓଭରର ପ୍ରଥମ ବଲ୍‌ରେ ଆଉଟ ହୋଇଥିଲେ। ପୁନମ ଯାଦବ ସୁପରନୋଭାସକୁ ଏହି ବ୍ରେକ୍‌ଥ୍ରୁ ଦେଇଥିଲେ। ଡୋଟିନ ୩୨ ବଲ୍‌ରୁ ମାତ୍ର ୨୦ ରନ କରି ପାରିଥିଲେ। ମାନ୍ଧାନା ଖେଳିଥିଲେ ଅଧିନାୟିକା ଇନିଂସ। ସେ ମାତ୍ର ୩୮ ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିଥିଲେ। ମାତ୍ର ତାଙ୍କୁ ଅପରପଟରେ କେହି ଷ୍ଟ୍ରୋକପୂର୍ଣ୍ଣ ଇନିଂସ ଖେଳିପାରି ନ ଥିଲେ। ଫଳରେ ୧୫ତମ ଓଭରରେ ଯାଇ ଦଳୀୟ ସ୍କୋର ୧୦୦ ଅତିକ୍ରମ କରିଥିଲା। ୧୫ତମ ଓଭର ବୋଲିଂ କରିଥିବା ଶଶିକଳା ଶିରିବର୍ଦ୍ଧନେଙ୍କ ୫ମ ବଲ୍‌କୁ ବଡ଼ ଶଟ୍‌ ଖେଳିବାକୁ ଯାଇ ଷ୍ଟମ୍ପିଂ ହୋଇଯାଇଥିଲେ ମାନ୍ଧାନା। ୪୯ ବଲ୍‌ ଖେଳିଥିବା ମାନ୍ଧାନା ୫ ଚୌକା ଓ ୩ ଛକା ସହାୟତାରେ ୬୮ ରନ ସ୍କୋର କରିଥିଲେ। ଫଳରେ ୧୫ ଓଭର ଶେଷ ବେଳକୁ ଦଳୀୟ ସ୍କୋର ୧୦୧/୨ ହୋଇ ଯାଇଥିଲା। ମାତ୍ର ଶେଷ ୫ ଓଭରରେ ଟ୍ରେଲବ୍ଲେଜର୍ସ ଲଜ୍ଜାଜନକ ବ୍ୟାଟିଂ କରି ମାତ୍ର ୧୭ ରନରେ ୫ ଉଇକେଟ ହରାଇଥିଲା। ଫଳରେ ସ୍କୋର ୧୧୮/୮ରେ ରହି ଯାଇଥିଲା। କେବଳ ରାଧା ଯାଦବଙ୍କ ଶେଷ ଓଭରରେ ୪ଟି ଉଇକେଟ ପତନ ଘଟିଥିଲା। ରାଧା ୩ଟି ଉଇକେଟ ନେଇଥିବାବେଳେ ନଟକନ ଚନ୍ତମ ରନ୍‌ଆଉଟ ହୋଇଥିଲେ। ଟ୍ରେଲ୍‌ବ୍ଲେଜର୍ସର ୬ ବ୍ୟାଟ୍ସଓମ୍ୟାନ ଦୁଇଅଙ୍କ ଛୁଇଁପାରି ନ ଥିଲେ। ମହିଳା ଟି୨୦ ଚ୍ୟାଲେଞ୍ଜରେ ପ୍ରଥମ ଖେଳାଳିଭାବେ ୫ ଉଇକେଟ ସଫଳତା ଲାଭକରି ରାଧା ରେକର୍ଡ କରିଥିଲେ। ସେ ନିଜ ୪ ଓଭର ସ୍ପେଲରେ ମାତ୍ର ୧୬ ରନ ଦେଇ ୫ ଉଇକେଟ ନେଇଥିଲେ। ଏହା ପୂର୍ବରୁ ରାଧା କେବେ ୫ ଉଇକେଟ ସଫଳତା ପାଇ ନ ଥିଲେ। ଅନ୍ୟ ସୁପରନୋଭାସ ବୋଲରଙ୍କ ମଧ୍ୟରେ ପୁନମ ଯାଦବ ଓ ଶଶିକଳା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ବିଜୟ ଲକ୍ଷ୍ୟ ବଡ଼ ନ ଥିଲେ ହେଁ ୩୭ ରନ ମଧ୍ୟରେ ୩ଟି ଉଇକେଟ ହରାଇ ସୁପରନୋଭାସ ଚାପକୁ ଆସିଥିଲା। ଫର୍ମରେ ଥିବା ଚାମରି ଆଟାପାଟ୍ଟୁ ୬, ଜେମିମା ରୋଡ୍ରିଗ୍ବେଜ ୧୩ ଓ ତାନିୟା ଭାଟିଆ ୧୪ ରନ କରି ଆଉଟ ହୋଇଥିଲେ। ମିଡିଲ ଅର୍ଡରରେ ଶଶିକଳା ଶିରିବର୍ଦ୍ଧନେ ଅଧିନାୟିକା ହରମନପ୍ରୀତଙ୍କ ସହ ଷ୍ଟ୍ରାଇକ୍‌ ରୋଟେଟ୍‌ କରି ଇନିଂସକୁ ଆଗେଇ ନେଇଥିଲେ। ମାତ୍ର ସେ ୧୮ ବଲ୍‌ରୁ ୧୯ ରନ କରି ଆଉଟ ହୋଇ ଯାଇଥିଲେ। ୨ ଓଭରରୁ ୨୮ ରନ ଆବଶ୍ୟକ ହେଉଥିବାରୁ ସ୍ବାଭାବିକଭାବେ ଉଷ୍ମତା ବଢ଼ିଥିଲା। ୧୯ତମ ଓଭରରେ ଅନୂଜା ପାଟିଲ ରନ୍‌ଆଉଟ ହୋଇ ଯାଇଥିବାବେଳେ ହରମନପ୍ରୀତ ୩୦(୩୬ ବଲ, ୨ ଚୌକା) ସଲ୍‌ମା ଖାତୁନଙ୍କ ବଲ୍‌ରେ କ୍ଲିନ୍‌ ବୋଲ୍ଡ ହୋଇ ଯାଇଥିଲେ। ଏଥିସହ ସୁପରନୋଭାସର ବିଜୟ ଆଶା ଶେଷ ହୋଇ ଯାଇଥିଲା। ଏହି ଓଭରରେ ପୂଜା ବସ୍ତ୍ରକାର ମଧ୍ୟ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ଫେରିଥିଲେ। ଶେଷ ଓଭରରୁ ମାତ୍ର ୭ ରନ ସଂଗ୍ରହ କରିବାରୁ ସୁପରନୋଭାସ ଇନିଂସ ୧୦୨/୭ରେ ସୀମିତ ରହିଥିଲା। ଟ୍ରେଲ୍‌ବ୍ଲେଜର୍ସ ପକ୍ଷରୁ ସଲ୍‌ମା ଖାତୁନ ସର୍ବାଧିକ ୩ଟି, ଦୀପ୍ତି ଶର୍ମା ୨ଟି ଓ ସୋଫି ଏକେଲଷ୍ଟୋନ ଗୋଟିଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଟ୍ରେଲ୍‌ବ୍ଲେଜର୍ସ ୨୦ ଓଭରରେ ୧୧୮/୮(ମାନ୍ଧାନା-୬୮, ରାଧା-୫/୧୬, ପୁନମ-୧/୨୩, ଶଶିକଳା-୧/୨୨)। ସୁପରନୋଭାସ ୨୦ ଓଭରରେ ୧୦୨/୭ (ହରମନପ୍ରୀତ-୩୦, ସଲ୍‌ମା-୩/୧୮, ଦୀପ୍ତି-୨/୯, ଏକଲେଷ୍ଟୋନ-୧/୨୬)। ,


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ ଚାଳକ ସାବଧାନ, ଏବେ ହେଲମେଟ୍‌ ପିନ୍ଧିଲେ ବି କଟିବ ୨ହଜାର ଟଙ୍କାର ଚାଲାଣ

ନୂଆଦିଲ୍ଲୀ,୩୦।୧୨: ହେଲମେଟ ପିନ୍ଧିଲେ ମଧ୍ୟ କଟିପାରେ ୨୦୦୦ ଟଙ୍କା ଚାଲାଣ। (ମୋଟରସାଇକିଲ ଓ ସ୍କୁଟର) ଚାଳକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ହେଲମେଟ ନ ପିନ୍ଧିବା...

ଦୁଇଦିନ ଗାଡ଼ି ଚେକିଂ କଡ଼ାକଡ଼ି: ଭୁଲରେ ବି କରନ୍ତୁ ନି ଏପରି…

ଭୁବନେଶ୍ୱର,୩୦।୧୨: ମଙ୍ଗଳବାର ଏବଂ ବୁଧବାର ଦୁଇଦିନ ଗାଡ଼ି ଚେକିଂ କଡ଼ାକଡ଼ି କରାଯିବ। ଏ ନେଇ ସବୁ RTOଙ୍କୁ ପରିବହନ କମିଶନର ଚିଠି ଲେଖିଛନ୍ତି। ମଦ ପିଇ...

ରେଲେଓ଼୍ବର ବଡ଼ ଘୋଷଣା, ଟ୍ରେନରେ ମିଳିବ…

ନୂଆଦିଲ୍ଲୀ,୩୦।୧୨: କୁହୁଡ଼ି ଯୋଗୁଁ ଉତ୍ତର ଭାରତରେ ପ୍ରତିଦିନ ଅନେକ ଟ୍ରେନ ବିଳମ୍ୱ ହୁଏ। କମ କିମ୍ୱା ଶୂନ୍ୟ ଦୃଶ୍ୟମାନତା ଟ୍ରେନ ଗତିକୁ ବହୁ ପରିମାଣରେ ହ୍ରାସ...

ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ୩ ଷ୍ଟାର ଖେଳାଳି, ଆଇପିଏଲ ନିଲାମରେ କୋଟି କୋଟି ଟଙ୍କା ମିଳି ମଧ୍ୟ…

ନୂଆଦିଲ୍ଲୀ,୩୦।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଦଳ ଘୋଷଣା କରାଯାଇଛି। ଇସିବି ଅସ୍ଥାୟୀ ଦଳ ପ୍ରକାଶ କରିଛି। ଦଳରେ ହ୍ୟାରି ବ୍ରୁକ (ଅଧିନାୟକ), ଜୋଫ୍ରା...

ତୃଣମୂଳ ସ୍ତରରେ ସଂଗଠନ ହେବ ସୁଦୃଢ଼: ଜିଲା ସଭାପତି ହେଉ ହେଉ ସାଙ୍ଗଠନିକ କମିଟି ଗଠନ କଲେ…

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ): ଭାଜପା ଭଞ୍ଜନଗର ସାଙ୍ଗଠନିକ ଜିଲା ନୂତନ କମିଟି ଗଠିତ ହୋଇଛି। ଫଳରେ ନୂତନ କର୍ମକର୍ତ୍ତାଙ୍କୁ ନେଇ ତୃଣମୂଳ ସ୍ତରରେ ସଂଗଠନ ଆହୁରି ସୁଦୃଢ଼...

BMCର ବଡ଼ ସୂଚନା: ଜାନୁଆରୀ ୪ରେ ‘ପଥ ଉତ୍ସବ’

ଭୁବନେଶ୍ବର,୩୦।୧୨: ଭୁବନେଶ୍ୱର ମହାନଗର ନିଗମ୍‌(BMC) ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଦିଆଯାଇଛି। ରାଜଧାନୀ ଭୁବନେଶ୍ୱରରେ ଜାନୁଆରୀ ୪ତାରିଖରୁ ଚଳିତ ସିଜିନ୍‌ର ପ୍ରଥମ ‘ପଥ ଉତ୍ସବ’...

ସଲମାନଙ୍କ ଗାଲୱାନ ଟ୍ରେଲର ଦେଖି ରାଗିଗଲା ଚାଇନା, ଏପରି କହିଲା ଭାରତ

ନୂଆଦିଲ୍ଲୀ,୩୦।୧୨: ସଲମାନଙ୍କ ଉପରେ ରାଗିଗଲା ଡ୍ରାଗନ। ‘ବ୍ୟାଟେଲ ଅଫ୍ ଗାଲୱାନ’ର ଟିଜର ମୁକ୍ତିଲାଭ କରିବା ପରେ ଚାଇନା ଏଥିରେ କ୍ଷୁବ୍ଧ ହୋଇଛି। ଚାଇନାର ସରକାରୀ ଗଣମାଧ୍ୟମ...

ବଲିଉଡ ଅଭିନେତ୍ରୀଙ୍କ ବିସ୍ଫୋରକ ବୟାନ, ବିବାହିତ ସୂରିୟାଙ୍କୁ ନେଇ ଚର୍ଚ୍ଚା

ମୁମ୍ବାଇ,୩୦।୧୨: ଭାରତୀୟ ଟି-୨୦ କ୍ରିକେଟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କରିଛନ୍ତି ବଲିଉଡ ଅଭିନେତ୍ରୀ। ପୂର୍ବରୁ ଅନେକ ଅଭିନେତ୍ରୀଙ୍କ ସହିତ କ୍ରିକେଟରଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri