ଜବରଦଖଲ ଉଚ୍ଛେଦ ପ୍ରତିବାଦରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ

ପାରଳାଖେମୁଣ୍ଡି,୨୯ା୧୨(ଡି.ଏନ୍‌.ଏ.): କାଶୀନଗର ବ୍ଲକ ହାଡୁଭାଙ୍ଗି ଗ୍ରାମରେ ଜବରଦଖଲ ଉଚ୍ଛେଦ ପ୍ରତିବାଦରେ କିରୋସିନି ଢାଳି ହୋଇ ନିଆଁ ଲଗାଇ ଉଦ୍ୟମ ବେଳେ ପୋଲିସ କାବୁ କରିଛି। ତେବେ ସମ୍ପୃକ୍ତ ଅଞ୍ଚଳରେ ୧୪୪ ଧାରା ବଳବତ୍ତର ରଖିଛି ପ୍ରଶାସନ।

ଗଜପତି ଜିଲା କାଶୀନଗର ବ୍ଲକ ହାଡୁ ଭଙ୍ଗୀ ଗ୍ରାମରେ ବେଆଇନ ଜବରଦଖଲ ଉଚ୍ଛେଦ, ଚାଲିଥିବା ବେଳେ ଗ୍ରାମର ଦୋକାନ ଓ ବାସଗୃହ ମିଶି ମୋଟ୍‌ ୫୬ଟି ଘର ଭାଙ୍ଗିବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ସକାଳୁ ପ୍ରଶାସନ ଓ ପୋଲିସ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଉଚ୍ଛେଦ ପ୍ରକିୟା ଜାରି ରହିଥିବା ବେଳେ ହଠାତ୍‌ ରେଣୁକା ନାମକ ଜଣେ ମହିଳା ଆତ୍ମାହୁତି ଉଦ୍ୟମ କରିଥିଲେ। କିରୋସିନି ଢାଳି ଦେହରେ ନିଆଁ ଲଗାଇବା ପାଇଁ ପ୍ରଚେଷ୍ଟା କରିଥିଲେ। ଏହି ସମୟରେ ଉପସ୍ଥିତ ପୋଲିସ ତାଙ୍କୁ ଉଦ୍ଧାର କରିବା ସହ ରେଣୁକା ଏବଂ ଅନ୍ୟ ସହଯୋଗୀଙ୍କୁ ଉଠାଇ ନେଇଛି। ତେବେ ଏହି ଘଟଣାରେ ଆତ୍ମାହୁତି ଦେବା ପାଇଁ ଉଦ୍ୟମ କରୁଥିବା ରେଣୁକାଙ୍କ ଅଭିଯୋଗ ହେଲା ପ୍ରଶାସନ ଓ ପୋଲିସ ପାତରଅନ୍ତର ନୀତି ଅବଲମ୍ବନ କରି ଗରିବଙ୍କ ଘର ପ୍ରଥମେ ଭାଙ୍ଗି ଦେଇଛନ୍ତି ଆଉ ତାଙ୍କର ରୋଜଗାର ସକାଶେ ଅନ୍ୟ କୌଣସି ପନ୍ଥା ନାହିଁ ତେଣୁ ସେ ଏଭଳି ଉଦ୍ୟମ କରିଥିବା କହିଛନ୍ତି। ଅନ୍ୟପକ୍ଷରେ ସକାଳ ୮ଟାଠାରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ସକାଳୁ ୪ଟି ଦୋକାନ ଗୃହ ଭଙ୍ଗା ଯାଇଥିଲା। ଅନ୍ୟ ଘର ଉଚ୍ଛେଦ ନ କରି ଏବେ ପର୍ଯ୍ୟନ୍ତ କାହା ନିର୍ଦ୍ଦେଶକୁ ପ୍ରଶାସନ ଅପେକ୍ଷା କରିଛି ବୋଲି ପ୍ରଶ୍ନ କରିଛନ୍ତି ରେଣୁକା।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ସହାୟତା: ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଚନ୍ଦ୍ରକାର ସମାଜ ପକ୍ଷରୁ ଦେଢଲକ୍ଷ ଟଙ୍କା ଦାନ

ନୂଆପଡା ଅଫିସ,୧୬ା୪: ମୁଖ୍ୟମନ୍ତ୍ରୀଙ୍କ କରୋନା ରିଲିଫ ପାଣ୍ଠିକୁ ନୂଆପଡା ଜିଲା ଚନ୍ଦ୍ରକାର ସମାଜ ତରଫରୁ ଦେଢ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି ା ଗୁରୁବାର...

ବଳାତ୍କାର ଅଭିଯୋଗ, ଯୁବକ ଗିରଫ

ପାଲଲହଡ଼ା, ୫ା୩(ଡି.ଏନ.ଏ.)- ଅନୁଗୋଳ ଜିଲା ପାଲଲହଡ଼ା ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ବଳାତ୍କାର କରିବା ଅଭିଯୋଗରେ ବରାହକୁଦର ଗ୍ରାମର ଚିତ୍ତରଞ୍ଜନ ମହନ୍ତଙ୍କୁ...

ବାଡ଼ିଆ ହେଲା ହଂସପଟା

ପୁରୀ ଅଫିସ,୧୮ା୬: ପ୍ରସ୍ତୁତ ହୋଇଗଲାଣି ତିନିରଥ। ଅଳ୍ପ କିଛି ଯାହା କାମ ରହିଛି ତାହା ଖୁବ୍‌ଶୀଘ୍ର ଶେଷ ହୋଇଯିବ। ବୁଧବାର ତିନିରଥରେ ହଂସପଟା ବାଡ଼ିଆଯାଇଛି। ଏଥିସହ...

ଜଳ ଯୋଗାଣ ପ୍ରକଳ୍ପରେ ତାଲା, ଗ୍ରାମବାସୀଙ୍କ ବିକ୍ଷୋଭ

ପାପଡ଼ାହାଣ୍ଡି,୩ା୩(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ପ୍ରଧାନିଗୁଡ଼ା ଗ୍ରାମରେ ଗ୍ରୀଷ୍ମ ପୂର୍ବରୁ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ପାନୀୟ ଜଳ ଯୋଗାଣ ପ୍ରକଳ୍ପରେ ତାଲା ଝୁଲୁଥିବାରୁ ଗତ...

ଆଜି ଭଙ୍ଗାଯିବ ବଡ଼ ଆଖଡ଼ା ମଠ

ପୁରୀ ଅଫିସ,୩।୯: ଶ୍ରୀମନ୍ଦିର ସୁରକ୍ଷା ଆଉ ପୁରୀ ସହରର ବିକାଶ ପାଇଁ ମାଟିରେ ମିଶିବ ଆଉ ଏକ ଐତିହ୍ୟ। ତୃତୀୟ ମଠ ଭାବେ ସତ୍ତା ହରାଇବ...

କୋଇଲା ଅଭାବ ଯୋଗୁ ସଙ୍କଟରେ ନାଲ୍‌କୋ: ସିପିପିର ୫ ୟୁନିଟ୍‌ ବନ୍ଦ

ବଅଁରପାଳ,୨୫ା୯(ଡି.ଏନ.ଏ.)-ତାଳଚେରରେ ଚାଲିଥିବା ଖଣି ବନ୍ଦ ଆନ୍ଦୋଳନ ଯୋଗୁ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋକୁ କୋଇଲା ଯୋଗାଣ ହୋଇପାରୁ ନାହିଁ। ଫଳରେ ବିଦ୍ୟୁତ୍‌ ଉତ୍ପାଦନ ପାଇଁ ଆବଶ୍ୟକ କୋଇଲା...

ଲାଞ୍ଚ ନେବା ବେଳେ ଧରାପଡିଲେ ଓ୍ବେଲଫେୟାର ଅଧିକାରୀ

ଅନୁଗୋଳ ଅଫିସ,୪।୩: ଅନୁଗୋଳ ଜିଲା ଓ୍ବେଲଫେୟାର ଅଧିକାରୀ ଚାରୁଲତା ମଲ୍ଲୀକଙ୍କୁ ଅନୁଗୋଳ ଭିଜିଲାନ୍ସ ବିଭାଗ ପକ୍ଷରୁ ଗିରଫ କରାଯାଇଛି। ଚାରୁଲତା କର୍ଯ୍ୟାଳୟର ଜଣେ କର୍ମଚାରୀଙ୍କ ଦରମା...

ସାଙ୍ଗ ଆଗରେ ଚାଲିଗଲା ସାଙ୍ଗର ଜୀବନ

ଓଡ଼ଗାଁ,୯।୪(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ କଲେଜ ରୋଡ଼ରେ ଶନିବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଧକ୍କାରେ ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ...

Advertisement
Archives

Model This Week