Categories: ଖେଳ

ମହିଳା ହକି: ଜର୍ମାନୀଠାରୁ ହାରିଲା ଭାରତ

ଡସେଲଡର୍ଫ,୨୮ା୨ (ପି.ଟି.)- ବିଶ୍ୱର ୩ ନମ୍ବର ମାନ୍ୟତାପ୍ରାପ୍ତ ଜର୍ମାନୀ ମହିଳା ହକି ଦଳ ୫-୦ ଗୋଲରେ ଭ୍ରମଣକାରୀ ଭାରତକୁ ପରାସ୍ତ କରିଛି। ଆୟୋଜକ ଦଳ ପକ୍ଷରୁ ପିଆ ମାର୍ଟେନ୍ସ (୧୦ମ ଓ ୧୪ତମ ମିନିଟ), ପଲିନ୍‌ ହେଞ୍ଜ୍‌ (୨୮ତମ) ଏବଂ ଲିସା ଅଲ୍‌ଟେନବର୍ଗ (୪୧ତମ) ଗୋଲ ସ୍କୋର କରିଥିଲେ। ମ୍ୟାଚରେ ଜର୍ମାନୀ ସମ୍ପୂର୍ଣ୍ଣ ପ୍ରଧାନ୍ୟ ବିସ୍ତାର କରି ଖେଳିଥିଲା। ତୃତୀୟ କ୍ୱାର୍ଟରରେ ଲଢୁଆ ପ୍ରଦର୍ଶନ ସହ ଭାରତ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିବାକୁ ଚେଷ୍ଟା କରି ବିଫଳ ରହିଥିଲା। ଚତୁର୍ଥ କ୍ୱାର୍ଟରରେ ଭାରତ ୪୭ତମ ଓ ୫୦ତମ ମିନିଟ୍‌ରେ ଦୁଇଟି ପେନାଲଟି କର୍ନର ପାଇଥିଲା, ମାତ୍ର ଏହାର ସଦୁପଯୋଗ କରିପାରି ନ ଥିଲା। ଏହି ଟୁର୍‌ରେ ଭାରତ ଆହୁରି ତିନୋଟି ମ୍ୟାଚ ଖେଳିବ। ଦ୍ୱିତୀୟ ମ୍ୟାଚ ରବିବାର ଖେଳାଯିବ।

Share