ମହିଳା ଗ୍ରୁପ ଟଙ୍କା ଲୁଟ ଘଟଣାର ପର୍ଦ୍ଦାଫାଶ

ଓଡ଼ଗାଁ, ୨୫ା୧୧(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା ଅଧୀନ ବନ୍ଧ ସାହି ମହିଳା ଗ୍ରୁପଙ୍କ ଉଠାଣ କରାଯାଇଥିବା ୪ ଲକ୍ଷ ୧୪ ହଜାର ଟଙ୍କା ଲୁଟ ଘଟଣାର ପର୍ଦ୍ଦାଫାଶ ହୋଇଛି। ଏହି ଘଟଣାରେ ଜଡିତ ଥିବା ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ଜଣେ ସଦସ୍ୟା ଗିରଫ ହେବା ସହିତ ତାଙ୍କ ନିକଟରୁ ୪୫ ହଜାର ଲୁଟ୍‌ ଟଙ୍କା ପୋଲିସ ଜବତ କରିଛି। ଗିରଫ ମହିଳା ବନ୍ଧସାହି ହରିଜନ ସାହିର ନିର୍ମଳା ନାୟକ ବୋଲି ସୂଚନା ମିଳିଛି। ସେହିଗ୍ରାମର ଏକ ମହିଳା ଏସଏଚଜି ଗ୍ରୁପ ଅକ୍ଟୋବର ୨୮ ତାରିଖରେ ବ୍ୟାଙ୍କରୁ ଟଙ୍କା ଉଠାଇନେବା ବେଳେ ଗାଁ ମୁଣ୍ଡ ମଶାଣି ନିକଟରେ ସମୁଦାୟ ଟଙ୍କାକୁ ୩ ଜଣ ବାଇକ ଆରୋହୀ ଲୁଟି ନେବା ନେଇ ଥାନାରେ ମାମଲା(୧୬୯/୨୨) ରୁଜୁ ହୋଇଥିଲା। ହେଲେ ଏହି ଲୁଟ ଘଟଣାରେ ନିର୍ମଳାଙ୍କ ପୁଅ ସହିତ ଅନ୍ୟ ୩ ଜଣ ଅଭିଯୁକ୍ତ ରହିଥିବା ଜଣାଯାଇଛି।
ସୂଚନା ଅନୁସାରେ ନିର୍ମଳା ନିଜେ ଏହି ଗ୍ରୁପରେ ସଦସ୍ୟା ରହିବା ସହିତ ଭୁବନେଶ୍ୱର ସାଲିଆ ସାହିରେ ରୁହନ୍ତି। ହେଲେ ସେ ଗାଁରେ ଥିବା ଏସଏଚଜି ରେ ସକ୍ରିୟ ସଦସ୍ୟା ରହିଥିବାରୁ ଗ୍ରୁପ କର୍ମକର୍ତ୍ତରଙ୍କ ଦ୍ୱାରା ମୋଟା ଅଙ୍କରେ ଟଙ୍କା ଉଠାଣ କରିବା ନେଇ ଅକ୍ଟୋବର ମାସରେ ବସିଥିବା ବୈଠକରେ ସେ ଖୋଦ ଉପସ୍ଥିତ ଥିଲେ। ଏବଂ ପରବର୍ତ୍ତୀ ସମୟରେ ୨୮ ତାରିଖରେ ଟଙ୍କା ଉଠାଣ ହେଉଥିବା ନେଇ ସେ ପୁନଃ ସୂଚନା ପାଇ ନିଜ ପୁଅ ସହିତ ଗାଁକୁ ଆସିବା ପରେ ଗ୍ରୁପ ଉଠାଉଥିବା ସମୁଦାୟ ଟଙ୍କା ଲୁଟ କରିବାକୁ ମା, ପୁଅ ମିଶି ଯୋଜନା କରିଥିଲେ। ଯୋଜନା ଅନୁସାରେ ଟଙ୍କା ଉଠାଣ ଦିନ ନିର୍ମଳା ଗ୍ରୁପ କର୍ମକର୍ତ୍ତାଙ୍କ ଅଗୋଚରରେ ବ୍ୟାଙ୍କ ସମ୍ମୁଖରେ ରହି ଟଙ୍କା ଉଠାଇବା ସମ୍ପର୍କରେ ଏବଂ ମହିଳା କର୍ମକର୍ତ୍ତା ଗାଁକୁ ବାହାରିବା ସମ୍ପର୍କରେ ଟିକନିଖି ସୂଚନା ମୋବାଇଲରେ ନିଜ ପୁଅକୁ ଦେଇଥିବା ପୋଲିସ ତଦନ୍ତରୁ ଜାଣିପାରିଛି। ଗ୍ରୁପ ସଭାପତି ଗୁମାନି ନାୟକ ତାଙ୍କ ସ୍ବାମୀଙ୍କ ସହିତ ବାଇକ୍‌ରେ ଗାଁକୁ ଯାଉଥିବା ବେଳେ କେନାଲ ଛକରୁ ଜଣେ ତାଙ୍କୁ ବାଇକରେ ପିଛା କରୁଥିବା ବେଳେ ଅନ୍ୟ ୩ଜଣ ତାଙ୍କୁ ଗାଁମୁଣ୍ଡରେ ମାରଣାସ୍ତ୍ର ଦେଖାଇ ସମୁଦାୟ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ। ହେଲେ ପୋଲିସ ତଦନ୍ତ କରି ଲୁଟ ଘଟଣାରେ ସଂପୃକ୍ତ ଥିବା ମହିଳା ନିର୍ମଳାଙ୍କୁ ଭୁବନେଶ୍ୱରସ୍ଥିତ ସାଲିଆ ସାହିରୁ ଗିରଫ କରିବା ସହିତ ନଗଦ ଟଙ୍କା ସହିତ ଏକ ମୋବାଇଲ ଜବତ କରିଥିବା ବେଳେ ଗୁରୁବାର କୋର୍ଟ ଚାଲାଣ କରିଥିବା ତଦନ୍ତକାରୀ ଅଧିକାରୀ ଚକ୍ରଧର ସିଂ ସୂଚନା ଦେଇଛନ୍ତି। ଅନ୍ୟ ୪ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୋଲିସ ଉଦ୍ୟମ ଜାରି ରଖିଥିବା ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri