ମହିଳାଙ୍କ ବଦାନ୍ୟତା: ଶ୍ରୀମନ୍ଦିରକୁ ୨୦ଲକ୍ଷ, ବିଦ୍ୟାଳୟକୁ ୧୫ଲକ୍ଷ ଦାନ

ବସ୍ତା, ୧୬।୫(ଡି.ଏନ.ଏ.): ନିଜର ବଦାନ୍ୟତା ପାଇଁ ବାଲେଶ୍ୱର ଜିଲା ବସ୍ତା ବ୍ଲକ ସଦାନନ୍ଦପୁର ଗ୍ରାମର ସୁପ୍ରଭା ପଣ୍ଡା (୭୦) ସମଗ୍ର ରାଜ୍ୟରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ସେ ତାଙ୍କ ସ୍ବାମୀଙ୍କ ଶେଷ ଇଛା ପୂରଣ କରିବାକୁ ଯାଇ ପୁରୀ ଶ୍ରୀମନ୍ଦିରକୁ ୨୦ଲକ୍ଷ ଓ ନିଜ ଗଁା ବିଦ୍ୟାଳୟକୁ ୧୫ ଲକ୍ଷ ଟଙ୍କା ଦାନ କରିଛନ୍ତି।
ଗ୍ରାମର ସୁପ୍ରଭା ବାଲେଶ୍ୱରର ପଙ୍କଜକାନ୍ତ ପଣ୍ଡାଙ୍କୁ ବିବାହ କରିଥିଲେ। ପଙ୍କଜ ଓଡ଼ିଶା ସରକାରଙ୍କ ସେଲ୍‌ଟ୍ୟାକ୍ସ ଅଫିସର ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ। ନିଜର ସନ୍ତାନସନ୍ତତି ନ ଥିବାରୁ ପଙ୍କଜ କିଛି ସମ୍ପତ୍ତି ଦାନ କରିବାକୁ ଇଚ୍ଛା ରଖିଥିଲେ। ୨୦୨୧ରେ କ୍ୟାନସରରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେ ଏହି ଇଚ୍ଛାକୁ ପୂରଣ କରିବା ଲକ୍ଷ୍ୟରେ କୋଭିଡ୍‌ ଗାଇଡ୍‌ଲାଇନ୍‌ କୋହଳ ହେବା ପରେ ସୁପ୍ରଭା କଟକରେ ଥିବା ଏକ ଜମିକୁ ବିକ୍ରି କରି ୨୦ଲକ୍ଷ ଟଙ୍କା ପୁରୀ ଶ୍ରୀମନ୍ଦିର ବଡ଼ ଠାକୁରଙ୍କୁ ଦାନ କରିଛନ୍ତି। ଏହି ସମୟରେ ତାଙ୍କର ଭାଉଜ ଗୀତାରାଣୀ ଶତପଥି ଏବଂ ପୁତୁରା ଚିନ୍ମୟ କୁମାର ଶତପଥି ଉପସ୍ଥିତ ଥିଲେ। କିଛିଦିନ ପୂର୍ବରୁ ବସ୍ତା ସ୍ଥିତ ଶମ୍ଭୁନାଥ ସରକାରୀ ବିଦ୍ୟାଳୟକୁ ସୁପ୍ରଭା ୧୫ଲକ୍ଷ ଟଙ୍କା ଦାନ କରିଥିଲେ। ସ୍ବାମୀଙ୍କ ଶେଷ ଇଚ୍ଛା ପୂରଣ କରିପାରିଥିବାରୁ ସେ ନିଜକୁ ଗୌରବାନ୍ବିତ ମନେ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚମ୍ପୁଆରେ ଫେଲ୍‌ ମାରିଛି ପରିମଳ ଯୋଜନା: ପାଇଖାନା ଟାଙ୍କି ସଫା ଲାଗି ହୋଇନି ବ୍ୟବସ୍ଥା; ଭଡ଼ାରେ ଅଣାଯାଉଛି ଗାଡ଼ି

ଚମ୍ପୁଆ,୨୫ା୬(ଡି.ଏନ୍‌.ଏ.)- ପଞ୍ଚାୟତରୁ ଏନ୍‌ଏସିର ମାନ୍ୟତା ପାଇଥିବା ଚମ୍ପୁଆ ଜନସାଧାରଣଙ୍କ ମୌଳିକ ସମସ୍ୟା ସମାଧାନ କରିବାରେ ଏନ୍‌ଏସି ବିଫଳ ହୋଇଛି। ରାସ୍ତାଘାଟ, ବିଜୁଳି ଓ ପାନୀୟଜଳର ଆଂଶିକ...

ରାତି ଅଧରେ ଚୋରକୁ ଧରିଲେ ଗ୍ରାମବାସୀ, ନିର୍ଧୂମ ଛେଚିଲା ପରେ କଲେ ଏମିତି

ବାହାନଗା,୩୧।୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ବରିପଦା ପଞ୍ଚାୟତର ଅଟାସପୁର ଗ୍ରାମରେ ଜଣେ ଚୋରକୁ ଧରି ଗ୍ରାମବାସୀ ଶୁକ୍ରବାର ପୋଲିସ ଜିମା ଦେଇଛନ୍ତି। ଅଟାସପୁର ସ୍ଥିତ...

ଆବାସରୁ ବଞ୍ଚିତ୍ତ ଦିବ୍ୟାଙ୍ଗ ଜମ୍ବୁ

ଚମ୍ପୁଆ, ୪।୬(ଡି.ଏନ୍‌.ଏ.): ରାଜ୍ୟ ସରକାର ଭିନ୍ନକ୍ଷମମାନଙ୍କୁ ସାମାଜିକ ସୁରକ୍ଷାରେ ସାମିଲ କରିବା ପାଇଁ ବିଭିନ୍ନ ଯୋଜନାମାନ କରିଛନ୍ତି। ଅଗ୍ରାଧିକାର ଭିତ୍ତିରେ ଦିବ୍ୟାଙ୍ଗମାନଙ୍କୁ ସହାୟତା ପ୍ରଦାନ ପାଇଁ...

ବିପଦ ସଙ୍କେତ ଊର୍ଦ୍ଧ୍ୱରେ ଜଳକା: ତଳିଆ ଅଞ୍ଚଳ ସ୍ଥିତି ଉପରେ ନଜର

ବାଲେଶ୍ୱର ଅଫିସ/ବସ୍ତା,୨୭।୮(ସ୍ବ.ପ୍ର.)- ବାଲେଶ୍ୱର ଜିଲାର ବସ୍ତା ଅଞ୍ଚଳ ଦେଇ ପ୍ରବାହିତ ଜଳକା ନଦୀରେ ଜଳସ୍ତର ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି। ନଦୀ ତଳମୁଣ୍ଡର ବିଭିନ୍ନ ସ୍ଥାନରେ...

ପଶ୍ଚିମବଙ୍ଗକୁ ପିଡିଏସ୍‌ ଚାଉଳ ଚାଲାଣ

ରୂପସା (ବାଞ୍ଛାନିଧି ଦେ)/ବସ୍ତା (ହରିଶଙ୍କର ପାଢୀ), ୯।୮: ବାଲେଶ୍ୱର ଜିଲା ରୂପସା ଥାନା ଅଧୀନ ୬୦ ନମ୍ବର ଜାତୀୟ ରାଜପଥର ଥାନା ନିକଟରେ ପୋଲିସ ଚଢାଉ...

ବିଦ୍ୟାଳୟ ପାଚେରି ଭୁଶୁଡ଼ିଲା

ବାହାନଗା,୧୯ା୯(ଡି.ଏନ.ଏ.):ବାଲେଶ୍ୱର ଜିଲା ବାହାନଗା ବ୍ଲକ ଖରାସାହାପୁର ଗ୍ରାମର ଥିବା ୫-ଟି ଉଚ୍ଚ ବିଦ୍ୟାଳୟର ପାଚେରି ଭୁଶୁଡ଼ି ପଡ଼ିଛି। ଠିକାଦାରଙ୍କ ଖାମଖିଆଲି ମନୋଭାବରୁ ୩ ଲକ୍ଷରୁ ଊର୍ଦ୍ଧ୍ୱ...

ରାସ୍ତା ଅବସ୍ଥାକୁ ନେଇ ବଢୁଛି ଅସନ୍ତୋଷ

ବାଲେଶ୍ୱର ଅଫିସ,୫।୩: ବାଲେଶ୍ୱର ପୌରପରିଷଦର ନିର୍ବାଚନକୁ ବର୍ଷେ ବିତିଛି। ବିଜେଡିର ଅଧିକ ସଂଖ୍ୟକ କାଉନସିଲରଙ୍କ ସହ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ବିଜୟ ଲାଭ କରିଛନ୍ତି। ହେଲେ ସେମାନଙ୍କ...

ବ୍ୟାଙ୍କ ଡକାୟତି ଘଟଣା: ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ ଆରମ୍ଭ

ରୂପ୍‌ସା, ୧୨।୭(ଡି.ଏନ.ଏ.): ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ଶ୍ରୀରାମପୁର ଶାଖାରୁ ଗୁରୁବାର ୩୨ଲକ୍ଷ ୪୨ହଜାର ଟଙ୍କା ଡକାୟତି ହୋଇଥିବା ଫିଲ୍‌ଡ଼...

Advertisement
Archives

Model This Week