ମହିଳାଙ୍କ ବଦାନ୍ୟତା: ଶ୍ରୀମନ୍ଦିରକୁ ୨୦ଲକ୍ଷ, ବିଦ୍ୟାଳୟକୁ ୧୫ଲକ୍ଷ ଦାନ

ବସ୍ତା, ୧୬।୫(ଡି.ଏନ.ଏ.): ନିଜର ବଦାନ୍ୟତା ପାଇଁ ବାଲେଶ୍ୱର ଜିଲା ବସ୍ତା ବ୍ଲକ ସଦାନନ୍ଦପୁର ଗ୍ରାମର ସୁପ୍ରଭା ପଣ୍ଡା (୭୦) ସମଗ୍ର ରାଜ୍ୟରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ସେ ତାଙ୍କ ସ୍ବାମୀଙ୍କ ଶେଷ ଇଛା ପୂରଣ କରିବାକୁ ଯାଇ ପୁରୀ ଶ୍ରୀମନ୍ଦିରକୁ ୨୦ଲକ୍ଷ ଓ ନିଜ ଗଁା ବିଦ୍ୟାଳୟକୁ ୧୫ ଲକ୍ଷ ଟଙ୍କା ଦାନ କରିଛନ୍ତି।
ଗ୍ରାମର ସୁପ୍ରଭା ବାଲେଶ୍ୱରର ପଙ୍କଜକାନ୍ତ ପଣ୍ଡାଙ୍କୁ ବିବାହ କରିଥିଲେ। ପଙ୍କଜ ଓଡ଼ିଶା ସରକାରଙ୍କ ସେଲ୍‌ଟ୍ୟାକ୍ସ ଅଫିସର ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ। ନିଜର ସନ୍ତାନସନ୍ତତି ନ ଥିବାରୁ ପଙ୍କଜ କିଛି ସମ୍ପତ୍ତି ଦାନ କରିବାକୁ ଇଚ୍ଛା ରଖିଥିଲେ। ୨୦୨୧ରେ କ୍ୟାନସରରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେ ଏହି ଇଚ୍ଛାକୁ ପୂରଣ କରିବା ଲକ୍ଷ୍ୟରେ କୋଭିଡ୍‌ ଗାଇଡ୍‌ଲାଇନ୍‌ କୋହଳ ହେବା ପରେ ସୁପ୍ରଭା କଟକରେ ଥିବା ଏକ ଜମିକୁ ବିକ୍ରି କରି ୨୦ଲକ୍ଷ ଟଙ୍କା ପୁରୀ ଶ୍ରୀମନ୍ଦିର ବଡ଼ ଠାକୁରଙ୍କୁ ଦାନ କରିଛନ୍ତି। ଏହି ସମୟରେ ତାଙ୍କର ଭାଉଜ ଗୀତାରାଣୀ ଶତପଥି ଏବଂ ପୁତୁରା ଚିନ୍ମୟ କୁମାର ଶତପଥି ଉପସ୍ଥିତ ଥିଲେ। କିଛିଦିନ ପୂର୍ବରୁ ବସ୍ତା ସ୍ଥିତ ଶମ୍ଭୁନାଥ ସରକାରୀ ବିଦ୍ୟାଳୟକୁ ସୁପ୍ରଭା ୧୫ଲକ୍ଷ ଟଙ୍କା ଦାନ କରିଥିଲେ। ସ୍ବାମୀଙ୍କ ଶେଷ ଇଚ୍ଛା ପୂରଣ କରିପାରିଥିବାରୁ ସେ ନିଜକୁ ଗୌରବାନ୍ବିତ ମନେ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ଧକ୍କାଦେଇ ଫେରାର ମାରିଲେ ହାଇଓ୍ବା ଚାଳକ, ଘଟଣାସ୍ଥଳରେ ପଡ଼ିରହିଛି ମୃତଦେହ

ବାଲେଶ୍ୱର,୧୨ା୪(ବାଞ୍ଛାନିଧି ଦେ): ଏଆର୍‌ଏସ୍‌ଏସ୍‌ କମ୍ପାନୀର ହାଇଓ୍ବା ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ବାଲେଶ୍ୱର ଜିଲା ବସ୍ତା ଥାନା ଅମର୍ଦ୍ଦାରୋଡ୍‌ ରେଳ ଷ୍ଟେଶନ ପରିସରରେ ମୋରମ ବୋଝେଇ ହାଇଓ୍ବା…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ଗୋରୁ ବ୍ୟବସାୟୀଙ୍କ ଘରେ ଚଢାଉ: ଲକ୍ଷ ଲକ୍ଷ ଟଙ୍କା ସହ ଅଳଙ୍କାର ଜବତ

ଖଇରା,୭।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ବାହାନଗା ଅଞ୍ଚଳର ଜଣେ ଗୋରକ୍ଷକ କୃପାସିନ୍ଧୁ ବେହେରା ଗୋରୁ ବ୍ୟବସାୟୀଙ୍କ ଆକ୍ରମଣରେ ମୃତ୍ୟୁବରଣ କରିବା ପରେ ବାଲେଶ୍ବର ଏସପିଙ୍କ ଆକ୍ସନ ମୋଡ୍‌…

ରାସ୍ତାରେ ଠିଆ ହୋଇଥିଲା ଟ୍ରକ୍‌, ପଛରୁ ପିଟିଲା ଆଉ ଏକ ଟ୍ରକ୍‌, ଚାପିହୋଇଗଲେ ୩ ଜଣ

ସୋର,୬ା୪(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଦହିସଡ଼ା ମଡର୍ଣ୍ଣ ହୋଟେଲ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ…

ଷ୍ଟୋଭ ନିଆଁରୁ ହୁତୁହୁତୁ ହୋଇ ଜଳିଗଲା ସି-ଫୁଡ ଟ୍ରକ, ଡ୍ରାଇଭର…..

ବାଲେଶ୍ୱର,୪ା୪( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଢ଼ାବା ନିକଟରେ ଜଳିଲା ଟ୍ରକ । ଶନିବାର ଏକ ସି ଫୁଡ…

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri