ସରକାରରେ ରହିବେ ମହିଳା

କାବୁଲ,୨।୯: ଅଗଷ୍ଟ ୧୫ରେ କାବୁଲ ଦଖଲ ପରେ ତାଲିବାନ୍‌ ଅପେକ୍ଷା କରିଥିଲା ଆମେରିକୀୟ ସୈନ୍ୟଙ୍କ ପ୍ରତ୍ୟାବର୍ତ୍ତନକୁ। ୩୧ ଡେଡ୍‌ଲାଇନ ସୁଦ୍ଧା ବିଦେଶୀ ସାମରିକ ମେଣ୍ଟ ଆଫଗାନିସ୍ତାନରୁ ଅପସରିଯିବା ପରେ ଆତଙ୍କବାଦୀଙ୍କ ଲକ୍ଷ୍ୟ ହେଉଛି ସରକାର ଗଠନ। ଅନ୍ତର୍ଜାତୀୟ ସ୍ବୀକୃତି, ନିଜ ଗ୍ରହଣୀୟତା ବଢ଼ାଇବା ଓ ଯୁଦ୍ଧ ପ୍ରଭାବିତ ଦେଶକୁ ଚଳାଇବା ଲାଗି ସବୁ ବର୍ଗର ଲୋକଙ୍କୁ ନେଇ ଏକ ୟୁନିଟି ସରକାର ଗଢ଼ିବା ଦିଗରେ ତାଲିବାନ୍‌ ଏବେ ଅଗ୍ରସର ହେଉଛି। ସରକାରରେ କେଉଁମାନେ ସାମିଲ ହେବେ ତା’ର ସମ୍ପୂର୍ଣ୍ଣ ରୂପରେଖ ସାମ୍ନାକୁ ଆସି ନ ଥିଲେ ହେଁ ସଙ୍ଗଠନର ବଡ଼ ନେତାମାନଙ୍କୁ କ୍ୟାବିନେଟ୍‌ରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିବ। ସବୁଠୁ ବଡ଼ କଥା ହେଉଛି ମହିଳା ବିରୋଧୀ ଭାବମୂର୍ତ୍ତିକୁ ନେଇ କୁଖ୍ୟାତ୍‌ ତାଲିବାନ୍‌ ଏଥର ସରକାରରେ ମହିଳାମାନଙ୍କୁ ସାମିଲ କରିବାକୁ ଯାଉଛି।

ବିଦେଶୀ ସୈନ୍ୟ ଆଫଗାନିସ୍ତାନରୁ ଫେରିଯିବା ପରେ ନୂଆ ସରକାର ଗଠନ ଦିଗରେ ଅଗ୍ରସର ହୋଇଛି ତାଲିବାନ୍‌। ସରକାରରେ କେଉଁମାନେ କି କି ପଦରେ ରହିବେ ସେନେଇ ସଙ୍ଗଠନର ଶୀର୍ଷ ନେତାଙ୍କ ମଧ୍ୟରେ ଜୋର୍‌ଦାର ଆଲୋଚନା ଚାଲିଛି। ଏହାର ରୂପରେଖ ଚୂଡ଼ାନ୍ତ ହୋଇଥିବାବେଳେ ଏନେଇ ଦୁଇଦିନ ମଧ୍ୟରେ ଘୋଷଣା କରାଯିବ ବୋଲି ତାଲିବାନ୍‌ ପକ୍ଷରୁ କୁହାଯାଇଛି। କାତାର ରାଜଧାନୀ ଦୋହାସ୍ଥିତ ତାଲିବାନର ପଲିଟିକାଲ ଅଫିସ ଉପମୁଖ୍ୟ ଶେର ଅବ୍ବାସ ଷ୍ଟାନେକ୍‌ଜାଇ ବୁଧବାର କହିଛନ୍ତି, ସବୁ ବର୍ଗର ଲୋକଙ୍କୁ ନେଇ ଖୁବ୍‌ ଶୀଘ୍ର ସରକାର ଗଠନ କରାଯିବ। ଏଥିରେ ମହିଳାମାନଙ୍କୁ ମଧ୍ୟ ସାମିଲ କରାଯିବ। ତେବେ ମହିଳାମାନେ କୌଣସି ବଡ଼ ପଦପଦବୀରେ ରହିବେ ନାହିଁ। ସେମାନଙ୍କ ଭୂମିକା ନିମ୍ନ ସ୍ତରରେ ସୀମିତ ରହିବ। ସରକାରରେ ମହିଳାଙ୍କୁ ନେଇ କୌଣସି ଅସୁବିଧା ରହିବ ନାହିଁ। ମହିଳାମାନେ ଅଫିସରେ ମଧ୍ୟ କାମ କରିପାରିବେ। ସେହିପରି ବିଗତ ୨ ଦଶନ୍ଧି ମଧ୍ୟରେ ସରକାରରେ ରହିଥିବା ଲୋକଙ୍କୁ ୟୁନିଟି ଗଭର୍ମେଣ୍ଟରେ ରଖାଯିବ ନାହିଁ। ସେହିପରି ତାଲିବାନ୍‌ର ସଫ୍ଟ ଫେସ୍‌ ଅନସ୍‌ ହକ୍କାନି ଏକ ସାକ୍ଷାତ୍‌କାରରେ କହିଛନ୍ତି, ଖୁବ୍‌ଶୀଘ୍ର ନୂଆ ସରକାର ଗଠନ ହେବାକୁ ଯାଉଛି। ୯୦-୯୫% କାମ ଶେଷ ହୋଇଛି। ତେବେ କ୍ୟାବିନେଟରେ କେଉଁମାନେ ସମିଲ ହେବେ ତାହା ବର୍ତ୍ତମାନ କହିବା ଅନୁଚିତ ହେବ।
ଅନ୍ୟପକ୍ଷେ କାବୁଲରୁ ମିଳିଥିବା ସୂଚନାନୁସାରେ ତାଲିବନ୍‌ ସହପ୍ରତିଷ୍ଠାତା ତଥା ଦ୍ୱିତୀୟ ସର୍ବୋଚ୍ଚ ନେତା ମୁଲ୍ଲା ଅବ୍‌ଦୁଲ ଗନି ବରାଦରଙ୍କୁ ନୂଆ ସରକାରରେ ବହିର୍ବ୍ୟାପାର ମନ୍ତ୍ରୀ କରାଯିବ। ତାଲିବାନ୍‌ ପ୍ରତିଷ୍ଠାତା ମୁଲ୍ଲା ଓମାରଙ୍କ ବଡ଼ପୁଅ ମୁଲ୍ଲା ମହମ୍ମଦ ୟାକୁବଙ୍କୁ ପ୍ରତିରକ୍ଷା ମନ୍ତ୍ରୀ କରାଯିବ। କାରଣ ସେ ତାଲିବାନ୍‌ର ମିଲିଟାରି ଅପରେଶନଗୁଡ଼ିକର ନେତୃତ୍ୱ ନେଇଥାନ୍ତି ଏବଂ ସୁପ୍ରିମ ଲିଡର ହିବାତୁଲ୍ଲା ଅଖୁନ୍ଦଜାଦାଙ୍କ ଡେପୁଟି ଭାବେ କାର୍ଯ୍ୟରତ। ସେହିପରି ହକ୍କାନି ନେଟ୍‌ଓ୍ବର୍କ ପ୍ରତିଷ୍ଠାତା ସିରାଜୁଦ୍ଦିନ ହକ୍କାନିଙ୍କ ପୁଅ ଜଲାଲୁଦ୍ଦିନ ହକ୍କାନିଙ୍କୁ ଆଭ୍ୟନ୍ତରୀଣ ମନ୍ତ୍ରୀ କରାଯାଇପାରେ। ବାପାଙ୍କ ମୃତ୍ୟୁ ପରେ ହକ୍କାନି ନେଟ୍‌ଓ୍ବର୍କର ନେତୃତ୍ୱ ନେଉଥିବା ଜଲାଲୁଦ୍ଦିନଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରାଯାଇଛି। ୨୦୧୬ ମେ’ରୁ ସୁପ୍ରିମ ଲିଡର ଥିବା ହିବାତୁଲ୍ଲା ଅଖୁନ୍ଦଜାଦାଙ୍କ ଅଧ୍ୟକ୍ଷତାରେ ଏନେଇ ତାଲିବାନ୍‌ର ଧର୍ମୀୟ ରାଜଧାନୀ କାନ୍ଦାହାରରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ୧୯୮୦ ଦଶକରେ ଆଫଗାନିସ୍ତାନରେ ସୋଭିଏଟ୍‌ ସାମରିକ ଅଭିଯାନ ବିରୋଧରେ ସେ ଇସ୍‌ଲାମିକ୍‌ ପ୍ରତିରୋଧରେ ସାମିଲ ହୋଇଥିଲେ। ତେବେ ତାଙ୍କର ଛବି ଜଣେ ସାମରିକ କମାଣ୍ଡର ଅପେକ୍ଷା ଧର୍ମୀୟ ନେତା ଭାବେ ଅଧିକ ରହିଛି। ଅଖୁନ୍ଦଜାଦା ଶରିଆ କୋର୍ଟର ମୁଖ୍ୟ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?