ସରକାରରେ ରହିବେ ମହିଳା

କାବୁଲ,୨।୯: ଅଗଷ୍ଟ ୧୫ରେ କାବୁଲ ଦଖଲ ପରେ ତାଲିବାନ୍‌ ଅପେକ୍ଷା କରିଥିଲା ଆମେରିକୀୟ ସୈନ୍ୟଙ୍କ ପ୍ରତ୍ୟାବର୍ତ୍ତନକୁ। ୩୧ ଡେଡ୍‌ଲାଇନ ସୁଦ୍ଧା ବିଦେଶୀ ସାମରିକ ମେଣ୍ଟ ଆଫଗାନିସ୍ତାନରୁ ଅପସରିଯିବା ପରେ ଆତଙ୍କବାଦୀଙ୍କ ଲକ୍ଷ୍ୟ ହେଉଛି ସରକାର ଗଠନ। ଅନ୍ତର୍ଜାତୀୟ ସ୍ବୀକୃତି, ନିଜ ଗ୍ରହଣୀୟତା ବଢ଼ାଇବା ଓ ଯୁଦ୍ଧ ପ୍ରଭାବିତ ଦେଶକୁ ଚଳାଇବା ଲାଗି ସବୁ ବର୍ଗର ଲୋକଙ୍କୁ ନେଇ ଏକ ୟୁନିଟି ସରକାର ଗଢ଼ିବା ଦିଗରେ ତାଲିବାନ୍‌ ଏବେ ଅଗ୍ରସର ହେଉଛି। ସରକାରରେ କେଉଁମାନେ ସାମିଲ ହେବେ ତା’ର ସମ୍ପୂର୍ଣ୍ଣ ରୂପରେଖ ସାମ୍ନାକୁ ଆସି ନ ଥିଲେ ହେଁ ସଙ୍ଗଠନର ବଡ଼ ନେତାମାନଙ୍କୁ କ୍ୟାବିନେଟ୍‌ରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିବ। ସବୁଠୁ ବଡ଼ କଥା ହେଉଛି ମହିଳା ବିରୋଧୀ ଭାବମୂର୍ତ୍ତିକୁ ନେଇ କୁଖ୍ୟାତ୍‌ ତାଲିବାନ୍‌ ଏଥର ସରକାରରେ ମହିଳାମାନଙ୍କୁ ସାମିଲ କରିବାକୁ ଯାଉଛି।

ବିଦେଶୀ ସୈନ୍ୟ ଆଫଗାନିସ୍ତାନରୁ ଫେରିଯିବା ପରେ ନୂଆ ସରକାର ଗଠନ ଦିଗରେ ଅଗ୍ରସର ହୋଇଛି ତାଲିବାନ୍‌। ସରକାରରେ କେଉଁମାନେ କି କି ପଦରେ ରହିବେ ସେନେଇ ସଙ୍ଗଠନର ଶୀର୍ଷ ନେତାଙ୍କ ମଧ୍ୟରେ ଜୋର୍‌ଦାର ଆଲୋଚନା ଚାଲିଛି। ଏହାର ରୂପରେଖ ଚୂଡ଼ାନ୍ତ ହୋଇଥିବାବେଳେ ଏନେଇ ଦୁଇଦିନ ମଧ୍ୟରେ ଘୋଷଣା କରାଯିବ ବୋଲି ତାଲିବାନ୍‌ ପକ୍ଷରୁ କୁହାଯାଇଛି। କାତାର ରାଜଧାନୀ ଦୋହାସ୍ଥିତ ତାଲିବାନର ପଲିଟିକାଲ ଅଫିସ ଉପମୁଖ୍ୟ ଶେର ଅବ୍ବାସ ଷ୍ଟାନେକ୍‌ଜାଇ ବୁଧବାର କହିଛନ୍ତି, ସବୁ ବର୍ଗର ଲୋକଙ୍କୁ ନେଇ ଖୁବ୍‌ ଶୀଘ୍ର ସରକାର ଗଠନ କରାଯିବ। ଏଥିରେ ମହିଳାମାନଙ୍କୁ ମଧ୍ୟ ସାମିଲ କରାଯିବ। ତେବେ ମହିଳାମାନେ କୌଣସି ବଡ଼ ପଦପଦବୀରେ ରହିବେ ନାହିଁ। ସେମାନଙ୍କ ଭୂମିକା ନିମ୍ନ ସ୍ତରରେ ସୀମିତ ରହିବ। ସରକାରରେ ମହିଳାଙ୍କୁ ନେଇ କୌଣସି ଅସୁବିଧା ରହିବ ନାହିଁ। ମହିଳାମାନେ ଅଫିସରେ ମଧ୍ୟ କାମ କରିପାରିବେ। ସେହିପରି ବିଗତ ୨ ଦଶନ୍ଧି ମଧ୍ୟରେ ସରକାରରେ ରହିଥିବା ଲୋକଙ୍କୁ ୟୁନିଟି ଗଭର୍ମେଣ୍ଟରେ ରଖାଯିବ ନାହିଁ। ସେହିପରି ତାଲିବାନ୍‌ର ସଫ୍ଟ ଫେସ୍‌ ଅନସ୍‌ ହକ୍କାନି ଏକ ସାକ୍ଷାତ୍‌କାରରେ କହିଛନ୍ତି, ଖୁବ୍‌ଶୀଘ୍ର ନୂଆ ସରକାର ଗଠନ ହେବାକୁ ଯାଉଛି। ୯୦-୯୫% କାମ ଶେଷ ହୋଇଛି। ତେବେ କ୍ୟାବିନେଟରେ କେଉଁମାନେ ସମିଲ ହେବେ ତାହା ବର୍ତ୍ତମାନ କହିବା ଅନୁଚିତ ହେବ।
ଅନ୍ୟପକ୍ଷେ କାବୁଲରୁ ମିଳିଥିବା ସୂଚନାନୁସାରେ ତାଲିବନ୍‌ ସହପ୍ରତିଷ୍ଠାତା ତଥା ଦ୍ୱିତୀୟ ସର୍ବୋଚ୍ଚ ନେତା ମୁଲ୍ଲା ଅବ୍‌ଦୁଲ ଗନି ବରାଦରଙ୍କୁ ନୂଆ ସରକାରରେ ବହିର୍ବ୍ୟାପାର ମନ୍ତ୍ରୀ କରାଯିବ। ତାଲିବାନ୍‌ ପ୍ରତିଷ୍ଠାତା ମୁଲ୍ଲା ଓମାରଙ୍କ ବଡ଼ପୁଅ ମୁଲ୍ଲା ମହମ୍ମଦ ୟାକୁବଙ୍କୁ ପ୍ରତିରକ୍ଷା ମନ୍ତ୍ରୀ କରାଯିବ। କାରଣ ସେ ତାଲିବାନ୍‌ର ମିଲିଟାରି ଅପରେଶନଗୁଡ଼ିକର ନେତୃତ୍ୱ ନେଇଥାନ୍ତି ଏବଂ ସୁପ୍ରିମ ଲିଡର ହିବାତୁଲ୍ଲା ଅଖୁନ୍ଦଜାଦାଙ୍କ ଡେପୁଟି ଭାବେ କାର୍ଯ୍ୟରତ। ସେହିପରି ହକ୍କାନି ନେଟ୍‌ଓ୍ବର୍କ ପ୍ରତିଷ୍ଠାତା ସିରାଜୁଦ୍ଦିନ ହକ୍କାନିଙ୍କ ପୁଅ ଜଲାଲୁଦ୍ଦିନ ହକ୍କାନିଙ୍କୁ ଆଭ୍ୟନ୍ତରୀଣ ମନ୍ତ୍ରୀ କରାଯାଇପାରେ। ବାପାଙ୍କ ମୃତ୍ୟୁ ପରେ ହକ୍କାନି ନେଟ୍‌ଓ୍ବର୍କର ନେତୃତ୍ୱ ନେଉଥିବା ଜଲାଲୁଦ୍ଦିନଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରାଯାଇଛି। ୨୦୧୬ ମେ’ରୁ ସୁପ୍ରିମ ଲିଡର ଥିବା ହିବାତୁଲ୍ଲା ଅଖୁନ୍ଦଜାଦାଙ୍କ ଅଧ୍ୟକ୍ଷତାରେ ଏନେଇ ତାଲିବାନ୍‌ର ଧର୍ମୀୟ ରାଜଧାନୀ କାନ୍ଦାହାରରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ୧୯୮୦ ଦଶକରେ ଆଫଗାନିସ୍ତାନରେ ସୋଭିଏଟ୍‌ ସାମରିକ ଅଭିଯାନ ବିରୋଧରେ ସେ ଇସ୍‌ଲାମିକ୍‌ ପ୍ରତିରୋଧରେ ସାମିଲ ହୋଇଥିଲେ। ତେବେ ତାଙ୍କର ଛବି ଜଣେ ସାମରିକ କମାଣ୍ଡର ଅପେକ୍ଷା ଧର୍ମୀୟ ନେତା ଭାବେ ଅଧିକ ରହିଛି। ଅଖୁନ୍ଦଜାଦା ଶରିଆ କୋର୍ଟର ମୁଖ୍ୟ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri