ମହିଳା ଚାଷକୁ ରୋଜଗାରର ମାଧ୍ୟମ କରିଥିବାରୁ ଖୁସିହେଲେ

ରାୟଗଡ଼ା ଅଫିସ,୧୩ା୯-:ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାୟଗଡ଼ା ଜିଲା ଗସ୍ତରେ ଆସି ସୋମବାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଓଡ଼ିଶା ଜୀବିକା ମିଶନ ଜରିଆରେ ସ୍ବୟଂ ସହାୟିକା ଗେଷ୍ଠୀ(ଏସ୍‌ଏଚ୍‌ଜି) ମହିଳାଙ୍କ ଦ୍ୱାରା କରାଯାଇଥିବା ବିଭିନ୍ନ ଚାଷ କାର୍ଯ୍ୟ ବୁଲି ଦେଖିବା ସହ ସେମାନଙ୍କ ସହ ଆଲୋଚନା କରିଛନ୍ତି। ପରେ ଶିରିଗୁଡ଼ା ସ୍ଥିତ ମଙ୍ଗଳ ବିଭାଗ ଅଧୀନ ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟ ଓ ୫-ଟି ରେ ରୂପାନ୍ତରିତ ଜିସିଡି ହାଇସ୍କୁଲ ଗସ୍ତକରି ଛାତ୍ରୀଛାତ୍ରଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ଏହାପରେ ରାୟଗଡ଼ା ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନାର କାର୍ଯ୍ୟକରିତା ଏବଂ ଅଗ୍ରଗତି ବିଷୟରେ ସମୀକ୍ଷା କରିଥିଲେ। ଜିଲା ସ୍ତରୀୟ ଅଧିକାରୀମାନଙ୍କ ସହ ଉନ୍ନୟନ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ।
ରାଜ୍ୟପାଳ ପୂର୍ବାହ୍ନରେ ପ୍ରଥମେ କୋଲେନରା ବ୍ଳକ ଗସ୍ତକରି ଡୁମୁରିଗୁଡ଼ା ପଞ୍ଚାୟତ ଅନ୍ତର୍ଗତ କନ୍ଧ ଡେଙ୍ଗାସରଗି ଗ୍ରାମରେ ଏସ୍‌ଏଚ୍‌ଜି ମହିଳାଙ୍କ ଦ୍ୱାରା ୩୦ ଏକର ଜାଗାରେ କରାଯାଇଥିବା ଗେଣ୍ଡୁଫୁଲ ଚାଷ, ନନ୍ଦିନୀ ଓ କାବେରୀ ମହିଳା ଗୋଷ୍ଠୀ ଦ୍ୱାରା କରାଯାଇଥିବା ମହୁଚାଷ ଏବଂ ପରିବାଚାଷ ଅଞ୍ଚଳ ପରିଦର୍ଶନ କରିଥିଲେ। ମହିଳାମାନେ ସ୍ବାବଲମ୍ବୀ ହୋଇପାରିଥିବା ଜାଣି ଖୁସି ବ୍ୟକ୍ତ କରିଥିଲେ। ସେମାନଙ୍କ ସହ ବଜାର ସୁବିଧା ଏବଂ ଅନ୍ୟ ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ସେଠାରୁ ଦେଓପୁର ଯାଇ ଅମୃତ ସରୋବର ବୁଲି ଦେଖିଥିଲେ। କୋଲନରା ବ୍ଲକ କୈଳାସପୁର ପଞ୍ଚାୟତର ସାରାବୁଗୁଡ଼ା ଗ୍ରାମରେ ମହିଳା ଗୋଷ୍ଠୀ ଦ୍ୱାରା କରାଯାଇଥିବା ଉନ୍ନତ ଧରଣର ଛେଳିଚାଷ, କୁକୁଡ଼ା ଚାଷ, ଉଠାକୁଣ୍ଡରେ ମିଠାପାଣିରେ ସ୍ବର୍ଣ୍ଣ ଚାନ୍ଦି ମାଛଚାଷ ଦେଖିଥଲେ। ସୋଲାର ବିଦ୍ୟୁତ୍‌ ଚାଳିତ ସ୍ୟାମ୍ପ ରୋଲ ପାଣିକୁଣ୍ଡରେ ମାଛଚାଷ ହେଉଥିବା ମହିଳାମାନେ ରାଜ୍ୟପାଳଙ୍କୁ କହିଥିଲେ। ଏଠାରୁ ଛେଳି ବିକ୍ରି ପାଇଁ ନିକଟସ୍ଥ ବଜାର ସମେତ ରାୟଗଡ଼ା ସଦର ଏବଂ ବ୍ରହ୍ମପୁର ପର୍ଯ୍ୟନ୍ତ ଯାଉଥିବା ମହିଳାମାନେ ପ୍ରକାଶ କରିଥିଲେ। ସହର ଠାରୁ ଦୂରରେ ଥିବା ଛୋଟ ଛୋଟ ଗ୍ରାମପୁଞ୍ଜରେ ମହିଳାମାନେ ଏଭଳି ଚାଷକୁ ରୋଜଗାରର ମାଧ୍ୟମ ଭାବେ ଆପଣାଇଥିବାରୁ ରାଜ୍ୟପାଳ ଖୁସି ହୋଇଥିଲେ।
ସୂଚନାଯୋଗ୍ୟ, ରବିବାର ସନ୍ଧ୍ୟାରେ ରାଜ୍ୟପାଳ କୋରାପୁଟ ଗସ୍ତ ସାରି ରାୟଗଡ଼ାରେ ପହଞ୍ଚିଥିଲେ। ସ୍ଥାନୀୟ ସର୍କିଟ ହାଉସଠାରେ ଜିଲାପାଳ ସ୍ବଧା ଦେବ ସିଂ, ଏସ୍‌ପି ବିବେକାନନ୍ଦ ଶର୍ମାଙ୍କ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ତାଙ୍କୁ ସ୍ବାଗତ କରିଥିଲେ। ସର୍କିିଟ ହାଉସରେ ସେ ରାତ୍ରୀଯାପନ କରିଥିଲେ। ସୋମବାର ପୂର୍ବାହ୍ନରେ ଆଦିବାସୀ କଲ୍ୟାଣ ଓ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା, ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି ତାଙ୍କୁ ସାକ୍ଷାତ କରି ସ୍ବାଗତ କରିଥିଲେ। ଜିଲା ପ୍ରଶାସନ ପକ୍ଷରୁ ରାଜ୍ୟପାଳଙ୍କୁ ସ୍ଥାନୀୟ ପ୍ରଦକ୍ଷଣ ଗୃହଠାରେ ଗାର୍ଡ ଅଫ୍‌ ଅନର ଦିଆଯାଇଥିଲା। ରାଜ୍ୟପାଳଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡିଆର୍‌ଡିଏ ପିଡି ରବି ନାରାୟଣ ତ୍ରିପାଠୀ, କୋଲନରା ବିଡିଓ ଗୌରଚନ୍ଦ୍ର ପଟ୍ଟନାୟକ, ଏବିଡିଓ ନୃସିଂହ ଚରଣ ପଟ୍ଟନାୟକ, ଓର୍‌ମାସ ସିଇଓ ମନୋଜ କୁମାର ପାତ୍ର, ଓଏଲ୍‌ଏମ୍‌ର ଡିପିଏମ ହେମନ୍ତ ବାଘ, ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ପତିତପାବନ ସାମନ୍ତରାୟ, ଜିଲା ମତ୍ସ୍ୟ ଅଧିକାରୀ ଚାଲୁକାନ୍ତି ତାଜନ, ଜିଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥୀ, ଆଇଟିଡିଏ ପିଏ ପଦ୍ମ ଚରଣ ନାୟକ, ଡିଇଓ ପୂର୍ଣ୍ଣଚନ୍ଦ୍ର ବାରିହା, ପୌର ନିର୍ବାହୀ ଅଧିକାରୀ ୟାଶିର୍‌ ବିଲାଲ ଅହମ୍ମଦ ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତ କାର୍ଯ୍ୟକ୍ରମ ସାରି ରାଜ୍ୟପାଳ ଟ୍ରେନ୍‌ ଯୋଗେ ଭୁବନେଶ୍ୱର ଫେରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଣ୍ଡି ସ୍ଥାନାନ୍ତରଣକୁ ଚାଷୀଙ୍କ ବିରୋଧ: ଧାନ କିଣାବିକା ସମସ୍ୟା ଅସମାହିତ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଏହି ପ୍ରକ୍ରିୟାକୁ ୮ଦିନ ବିତି ଯାଇଛି। ହେଲେ ଧାନବିକ୍ରି ସମସ୍ୟା ଏପର୍ଯ୍ୟନ୍ତ ଅସମାହିତ ରହିଛି।...

୧୦୦ ବିଲିୟନ ଡଲାର ବାଣିଜ୍ୟ ଲକ୍ଷ୍ୟ

ନୂଆଦିଲ୍ଲୀ,୬ା୧୨ : ଭାରତ ଓ ରୁଷିଆ ଶୁକ୍ରବାର ଦ୍ୱିପାକ୍ଷିକ ଅର୍ଥନୈତିକ ଓ ବାଣିଜି୍ୟକ କାରବାର ବୃଦ୍ଧି ନିମନ୍ତେ ଆଗାମୀ ୫ ବର୍ଷ ପାଇଁ ଏକ ରୋଡ୍‌ମ୍ୟାପ୍‌...

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri