ମହିଳା ଚାଷକୁ ରୋଜଗାରର ମାଧ୍ୟମ କରିଥିବାରୁ ଖୁସିହେଲେ

ରାୟଗଡ଼ା ଅଫିସ,୧୩ା୯-:ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାୟଗଡ଼ା ଜିଲା ଗସ୍ତରେ ଆସି ସୋମବାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଓଡ଼ିଶା ଜୀବିକା ମିଶନ ଜରିଆରେ ସ୍ବୟଂ ସହାୟିକା ଗେଷ୍ଠୀ(ଏସ୍‌ଏଚ୍‌ଜି) ମହିଳାଙ୍କ ଦ୍ୱାରା କରାଯାଇଥିବା ବିଭିନ୍ନ ଚାଷ କାର୍ଯ୍ୟ ବୁଲି ଦେଖିବା ସହ ସେମାନଙ୍କ ସହ ଆଲୋଚନା କରିଛନ୍ତି। ପରେ ଶିରିଗୁଡ଼ା ସ୍ଥିତ ମଙ୍ଗଳ ବିଭାଗ ଅଧୀନ ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟ ଓ ୫-ଟି ରେ ରୂପାନ୍ତରିତ ଜିସିଡି ହାଇସ୍କୁଲ ଗସ୍ତକରି ଛାତ୍ରୀଛାତ୍ରଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ଏହାପରେ ରାୟଗଡ଼ା ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନାର କାର୍ଯ୍ୟକରିତା ଏବଂ ଅଗ୍ରଗତି ବିଷୟରେ ସମୀକ୍ଷା କରିଥିଲେ। ଜିଲା ସ୍ତରୀୟ ଅଧିକାରୀମାନଙ୍କ ସହ ଉନ୍ନୟନ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ।
ରାଜ୍ୟପାଳ ପୂର୍ବାହ୍ନରେ ପ୍ରଥମେ କୋଲେନରା ବ୍ଳକ ଗସ୍ତକରି ଡୁମୁରିଗୁଡ଼ା ପଞ୍ଚାୟତ ଅନ୍ତର୍ଗତ କନ୍ଧ ଡେଙ୍ଗାସରଗି ଗ୍ରାମରେ ଏସ୍‌ଏଚ୍‌ଜି ମହିଳାଙ୍କ ଦ୍ୱାରା ୩୦ ଏକର ଜାଗାରେ କରାଯାଇଥିବା ଗେଣ୍ଡୁଫୁଲ ଚାଷ, ନନ୍ଦିନୀ ଓ କାବେରୀ ମହିଳା ଗୋଷ୍ଠୀ ଦ୍ୱାରା କରାଯାଇଥିବା ମହୁଚାଷ ଏବଂ ପରିବାଚାଷ ଅଞ୍ଚଳ ପରିଦର୍ଶନ କରିଥିଲେ। ମହିଳାମାନେ ସ୍ବାବଲମ୍ବୀ ହୋଇପାରିଥିବା ଜାଣି ଖୁସି ବ୍ୟକ୍ତ କରିଥିଲେ। ସେମାନଙ୍କ ସହ ବଜାର ସୁବିଧା ଏବଂ ଅନ୍ୟ ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ସେଠାରୁ ଦେଓପୁର ଯାଇ ଅମୃତ ସରୋବର ବୁଲି ଦେଖିଥିଲେ। କୋଲନରା ବ୍ଲକ କୈଳାସପୁର ପଞ୍ଚାୟତର ସାରାବୁଗୁଡ଼ା ଗ୍ରାମରେ ମହିଳା ଗୋଷ୍ଠୀ ଦ୍ୱାରା କରାଯାଇଥିବା ଉନ୍ନତ ଧରଣର ଛେଳିଚାଷ, କୁକୁଡ଼ା ଚାଷ, ଉଠାକୁଣ୍ଡରେ ମିଠାପାଣିରେ ସ୍ବର୍ଣ୍ଣ ଚାନ୍ଦି ମାଛଚାଷ ଦେଖିଥଲେ। ସୋଲାର ବିଦ୍ୟୁତ୍‌ ଚାଳିତ ସ୍ୟାମ୍ପ ରୋଲ ପାଣିକୁଣ୍ଡରେ ମାଛଚାଷ ହେଉଥିବା ମହିଳାମାନେ ରାଜ୍ୟପାଳଙ୍କୁ କହିଥିଲେ। ଏଠାରୁ ଛେଳି ବିକ୍ରି ପାଇଁ ନିକଟସ୍ଥ ବଜାର ସମେତ ରାୟଗଡ଼ା ସଦର ଏବଂ ବ୍ରହ୍ମପୁର ପର୍ଯ୍ୟନ୍ତ ଯାଉଥିବା ମହିଳାମାନେ ପ୍ରକାଶ କରିଥିଲେ। ସହର ଠାରୁ ଦୂରରେ ଥିବା ଛୋଟ ଛୋଟ ଗ୍ରାମପୁଞ୍ଜରେ ମହିଳାମାନେ ଏଭଳି ଚାଷକୁ ରୋଜଗାରର ମାଧ୍ୟମ ଭାବେ ଆପଣାଇଥିବାରୁ ରାଜ୍ୟପାଳ ଖୁସି ହୋଇଥିଲେ।
ସୂଚନାଯୋଗ୍ୟ, ରବିବାର ସନ୍ଧ୍ୟାରେ ରାଜ୍ୟପାଳ କୋରାପୁଟ ଗସ୍ତ ସାରି ରାୟଗଡ଼ାରେ ପହଞ୍ଚିଥିଲେ। ସ୍ଥାନୀୟ ସର୍କିଟ ହାଉସଠାରେ ଜିଲାପାଳ ସ୍ବଧା ଦେବ ସିଂ, ଏସ୍‌ପି ବିବେକାନନ୍ଦ ଶର୍ମାଙ୍କ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ତାଙ୍କୁ ସ୍ବାଗତ କରିଥିଲେ। ସର୍କିିଟ ହାଉସରେ ସେ ରାତ୍ରୀଯାପନ କରିଥିଲେ। ସୋମବାର ପୂର୍ବାହ୍ନରେ ଆଦିବାସୀ କଲ୍ୟାଣ ଓ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା, ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି ତାଙ୍କୁ ସାକ୍ଷାତ କରି ସ୍ବାଗତ କରିଥିଲେ। ଜିଲା ପ୍ରଶାସନ ପକ୍ଷରୁ ରାଜ୍ୟପାଳଙ୍କୁ ସ୍ଥାନୀୟ ପ୍ରଦକ୍ଷଣ ଗୃହଠାରେ ଗାର୍ଡ ଅଫ୍‌ ଅନର ଦିଆଯାଇଥିଲା। ରାଜ୍ୟପାଳଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡିଆର୍‌ଡିଏ ପିଡି ରବି ନାରାୟଣ ତ୍ରିପାଠୀ, କୋଲନରା ବିଡିଓ ଗୌରଚନ୍ଦ୍ର ପଟ୍ଟନାୟକ, ଏବିଡିଓ ନୃସିଂହ ଚରଣ ପଟ୍ଟନାୟକ, ଓର୍‌ମାସ ସିଇଓ ମନୋଜ କୁମାର ପାତ୍ର, ଓଏଲ୍‌ଏମ୍‌ର ଡିପିଏମ ହେମନ୍ତ ବାଘ, ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ପତିତପାବନ ସାମନ୍ତରାୟ, ଜିଲା ମତ୍ସ୍ୟ ଅଧିକାରୀ ଚାଲୁକାନ୍ତି ତାଜନ, ଜିଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥୀ, ଆଇଟିଡିଏ ପିଏ ପଦ୍ମ ଚରଣ ନାୟକ, ଡିଇଓ ପୂର୍ଣ୍ଣଚନ୍ଦ୍ର ବାରିହା, ପୌର ନିର୍ବାହୀ ଅଧିକାରୀ ୟାଶିର୍‌ ବିଲାଲ ଅହମ୍ମଦ ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତ କାର୍ଯ୍ୟକ୍ରମ ସାରି ରାଜ୍ୟପାଳ ଟ୍ରେନ୍‌ ଯୋଗେ ଭୁବନେଶ୍ୱର ଫେରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ସୈନ୍ୟ ଆଡ୍ଡା ଧ୍ୱଂସ

କାବୁଲ,୩।୪: ଆଫଗାନ ସେନା ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଡୁରାଣ୍ଡ ରେଖା ପାର କରି ଖୋଷ୍ଟ-ଖୁରମ ସୀମା ନିକଟରେ ପାକିସ୍ତାନୀ ସାମରିକ ସ୍ଥାନ ଉପରେ ଏକ ବଡ଼ ଆକ୍ରମଣ କରିଛି।…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri