ସହରରେ ମାତିଛନ୍ତି ମହିଳା ଲୁଟେରା

ବାରିପଦା,୮ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବାରିପଦା ସହରରେ ଦିନକୁ ଦିନ ଆପରାଧିକ ମାମଲା ବୃଦ୍ଧି ପାଇବାରେ ଲାଗିଛି। କିଛି ଦିନ ହେଲା ମହିଳା ଲୁଟେରା ସକ୍ରିୟ ହୋଇ ଲୁଟ୍‌ କରିବାରେ ସଫଳ ହେଉଛନ୍ତି। ଏପରି ଏକ ଘଟଣାରେ ପୋଲିସ ଛାନଭିନ୍‌ ଚଳାଇ  ୩ ମହିଳାଙ୍କୁ ଅଟକ ରଖି ପଚରାଉଚୁରା ଜାରି ରଖିଛି।
ସୂଚନା ଅନୁଯାୟୀ, ଜନ୍ମାଷ୍ଟମୀରେ ବାରିପଦା ରାଧାମୋହନ ମନ୍ଦିରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ଭିଡ଼ର ସୁଯୋଗ ନେଇ ୩ ମହିଳା ଲୁଟେରା ଜଣେ ମହିଳାଙ୍କ ବେକରୁ ସୁନାହାର ଲୁଟ୍‌ କରିଥିଲେ। ଲୁଟ୍‌ର ଶିକାର ମହିଳା ଜଣକ ପାଟି କରିବାରୁ ଗହଳି ମଧ୍ୟରେ ଲୁଟେରାମାନେ ଛପି ଯାଇଥିଲେ। ସେଠାରେ ଉପସ୍ଥିତ ଥିବା ସାଦା ପୋଷାକଧାରୀ ପୋଲିସ କର୍ମଚାରୀମାନେ ଘଣ୍ଟାକ ମଧ୍ୟରେ ଲୁଟେରାଙ୍କୁ କାବୁ କରିବା ସହ ଲୁଟ ହାରକୁ ଜବତ କରିଥିଲେ।
ପୋଲିସ ସୂତ୍ରରୁ ପ୍ରକାଶ, ଅନ୍ୟ ରାଜ୍ୟର ମହିଳାମାନେ ପରିବାର ସହ ଆସି ସହରର ବିଭିନ୍ନ ସ୍ଥାନରେ ଡେରା ପକାଇବା ସହ ଘରଭଡ଼ା ନେଇ ରହୁଛନ୍ତି। ଜନଗହଳି ପୂର୍ଣ୍ଣ ଅଞ୍ଚଳକୁ ଯାଇ ସୁଯୋଗ ଦେଖି ଛିନତାଇ କରି ରାତାରାତି ପରିବାର ସହ ଫେରାର ହୋଇଯାଉଛନ୍ତି। ସେହିପରି ପରିବାରରେ ଥିବା ପୁରୁଷମାନେ ଜିଲାର ବିଭିନ୍ନ ସ୍ଥାନକୁ ଯାଇ ଲୁଟ କରିବାର ଯୋଜନା କରିବା ପରେ ମହିଳାମାନଙ୍କୁ କାର୍ଯ୍ୟରେ ଲଗାଇ ଅପରାଧ ଘଟାଇ ଚାଲିଛନ୍ତି। ଅନେକ ଅପରାଧି ନିଜର ପରିଚୟ ବଦଳାଇ ସହରରେ ଆସି ରହୁଛନ୍ତି। ଘର ମାଲିକମାନେ କୌଣସି ପ୍ରମାଣପତ୍ର ନ ରଖି ଭଡ଼ା ଦେଇଚାଲିଛନ୍ତି। ଅଚିହ୍ନା ଅପରିଚିତ ବ୍ୟକ୍ତିଙ୍କ ପ୍ରମାଣପତ୍ର ଯାଞ୍ଚ କରିବାରେ ଜିଲା ପୋଲିସ ମଧ୍ୟ ତପତ୍ରତା ପ୍ରକାଶ କରୁନାହିଁ। ଫଳରେ ପଶ୍ଚିମବଙ୍ଗ ରାଜ୍ୟର ମୁର୍ଷିଦାବାଦ ଜିଲାରୁ ଅନେକ ବ୍ୟକ୍ତି ବାରିପଦା ସହରରେ ଆସ୍ଥାନ ଜମାଇ ସାରିଲେଣି। ଏ ସଂକ୍ରାନ୍ତରେ ବାରିପଦା ସଦର ଏସ୍‌ଡିପିଓ ସୁଜିତ ପ୍ରଧାନ କୁହନ୍ତି, ମ୍ୟୁନସିପାଲିଟିର ଅଧ୍ୟକ୍ଷଙ୍କ ସହିତ କଥାବାର୍ତ୍ତା ହୋଇଛି। ଖୁବ୍‌ଶୀଘ୍ର  ଘରମାଲିକମାନେ ଭଡ଼ାରେ ରହୁଥିବା ବ୍ୟକ୍ତିଙ୍କ ପରିଚୟ ପତ୍ର ପ୍ରଦାନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସହରର ୨୮ ୱାର୍ଡରେ ଥିବା ଅପରିଚିତ ଲୋକଙ୍କ ପରିଚୟପତ୍ର ଦାଖଲ କରିବାରେ ବିଳମ୍ବତା ପ୍ରକାଶ କଲେ ଘର ମାଲିକଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ବଦଳୁଛି ସମୟ, ମାଟି ଘରକୁ ଦିଆଯାଉଛି ନୂଆ ରୂପ: ସ୍ବଚ୍ଛତାକୁ ପ୍ରାଧାନ୍ୟ

ଦାରିଙ୍ଗବାଡି, ୭।୨ (ଅରୁଣ ସାହୁ): ଜୀବନରେ ସମସ୍ତଙ୍କ ସ୍ବପ୍ନ ଥାଏ ଭଲ ଘର ଟିଏ କରି ପରିବାର ସହ ସୌଖିନ ଜୀବନଯାପନ କରିବାକୁ। ଏହି ସ୍ବପ୍ନ କାହାର…

ମଦ, ଫଳ, ଡ୍ରାଏ ଫ୍ରୁଟ୍ସ, ସୋୟାବିନ ତେଲ ଏସବୁ ହୋଇଯିବ ଖୁବ ଶସ୍ତା, ଆମେରିକା ସହିତ ବାଣିଜ୍ୟ ଚୁକ୍ତି ପରେ ଆଉ କ’ଣ ଶସ୍ତା ହେବ?ଜାଣନ୍ତୁ…

ନୂଆଦିଲ୍ଲୀ/ଓ୍ବାଶିଂଟନ,୭।୨: ଟ୍ରମ୍ପ ପ୍ରଶାସନ ଭାରତ ଉପରେ ଲଗାଯାଇଥିବା ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଉଠାଇ ଦେଇଛି ଏବଂ ଏକ ସ୍ପଷ୍ଟ ଧମକ ବଜାୟ ରଖିଛି ଯେ ଯଦି…

ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ଖୋର୍ଦ୍ଧା,୭।୨(ପ୍ରଭାତ ପାଣିଗ୍ରାହୀ): ଦନ୍ତା ହାତୀ ନେଲା ଜଣେ ଯୁବକଙ୍କ ଜୀବନ। ଦନ୍ତାହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ଯୁବକ ହେଲେ ଖଡିପଦର ଗ୍ରାମର ଶଙ୍କର ରାଉତରାୟ ବୋଲି ଜଣାପଡିଥିବା।…

ବେଆଇନ ଗୋ ଚାଲାଣ ହେଉଥିବାବେଳେ ଚଢାଉ କଲା ପୋଲିସ, ବାପପୁଅଙ୍କୁ…

ଆନନ୍ଦପୁର, ୭।୨(ସୁଶାନ୍ତ କୁମାର ସାହୁ): ପୋଲିସର ବ୍ୟାପକ ଚଢାଉ ପରେ ବି କେନ୍ଦୁଝର ଜିଲାରେ ବେଆଇନ ଗୋ ଚାଲାଣ କମିବାର ନା ଧରୁନି। ଶୁକ୍ରବାର ବିଳମ୍ବିତ ରାତିରେ…

Jasprit Bumrah: ଟିମ୍ ଇଣ୍ଡିଆକୁ ଆଉ ଏକ ଝଟକା, ପ୍ରଥମ ମ୍ୟାଚରୁ ଜସପ୍ରିତ ବୁମରା ବାଦ!

ନୂଆଦିଲ୍ଲୀ,୭।୨: ୨୦୨୬ ଟି-୨୦ ବିଶ୍ୱକପ୍ ଆରମ୍ଭ ନହେଉଣୁ ଟିମ୍ ଇଣ୍ଡିଆକୁ ଝଟକା ଲାଗିଛି । ବିଶ୍ୱକପ୍ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଯୁବ ଦ୍ରୁତ ବୋଲର…

କାମରୁ ଫେରୁଥିବାବେଳେ ହାତୀ ହାବୁଡ଼ରେ ପଡିଗଲେ ବ୍ୟକ୍ତି, ମୁଣ୍ଡ-ଗଣ୍ଡି ସମ୍ପୂର୍ଣ୍ଣ ଅଲଗା

ନିରାକାରପୁର, ୭।୨(ମାନସ ଚନ୍ଦ୍ର ପଟ୍ଟନାୟକ): ପୁଣି ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସେ ହେଲେ ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ବନାଞ୍ଚଳ ସିକୋ ଖଡ଼ିପଦର…

BCCI ସେଣ୍ଟ୍ରାଲ୍‌ କଣ୍ଟ୍ରାକ୍ଟରେ ସର୍ବାଧିକ ଦରମା ପାଇବେ ଏହି ୩ ଖେଳାଳି: ତଳକୁ ଖସିବେ ରୋହିତ-କୋହଲି

ନୂଆଦିଲ୍ଲୀ,୭।୨: ଭାରତୀୟ କ୍ରିକେଟ ଦଳର ତାରକାମାନେ ଏହି ବର୍ଷ କେତେ ଟଙ୍କା ପାଇବେ ତାହା ସ୍ଥିର ହୋଇସାରିଛି। ସବୁଦିନ ପରି ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI)…

ରାଜନୈତିକ ହିଂସାକୁ ନେଇ ବୁଲିଲା ଖଣ୍ଡା: ସମିତିସଭ୍ୟଙ୍କୁ ଘରୁ ଘୋଷାଡି ଆଣି ଗାଁ ଦାଣ୍ଡରେ ହାଣିଲେ…

ପୁରୁଷୋତ୍ତମପୁର,୭।୨(ସବିତା ମିଶ୍ର) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଘଳା ପଞ୍ଚାୟତର କୁଷପୁର ଗ୍ରାମରେ ପୂର୍ବଶତ୍ରୁତାକୁ ନେଇ ଅଶାନ୍ତ ହୋଇପଡିଛି । ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri