ପାଣି ପାଇଁ ରାସ୍ତା ଅବରୋଧ କଲେ ମହିଳା

ବାଲିକୁଦା,୨୫।୧(ସ୍ବ .ପ୍ର.): ୮ ପଞ୍ଚାୟତକୁ ପାନୀୟ ଜଳ ଆସୁ ନ ଥିବା ଅଭିଯୋଗ କରି ବାଲିକୁଦା ବ୍ଲକ ଅପଣ୍ଡରା ପଞ୍ଚାୟତ ଅନ୍ତର୍ଗତ ଓଳାଂଶ ଗ୍ରାମର ମହିଳାମାନେ ତିହୁଡି ନହରଣା ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ। ସେମାନଙ୍କ ଅଭିଯୋଗ ଅନୁଯାୟୀ, ଏହି ବ୍ଲକ ଅନ୍ତର୍ଗତ ଓଷକଣା, ଖାଲଗାଁ, ଅପଣ୍ଡରା, ଅନନ୍ତପୁର, କୁସୁପୁର, ବରମୁଣ୍ଡଳୀ, ନହରଣା ଓ ମରିଚପୁର ପଞ୍ଚାୟତକୁ ପାନୀୟ ଜଳ ଯୋଗାଣ ନିମନ୍ତେ ରାଜ୍ୟ ସରକାର ବ୍ୟବସ୍ଥା କରିଥିଲେ। ଏନେଇ ଖାଲଗାଁ ପଞ୍ଚାୟତ ଅନ୍ତର୍ଗତ ଶୋଭା ଗ୍ରାମସ୍ଥିତ ପାନୀୟ ଜଳ ପ୍ରକଳ୍ପରୁ ପାଇପ ଯୋଗେ ଉପରୋକ୍ତ ପଞ୍ଚାୟତଗୁଡ଼ିକରେ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା। ୨୦ ଦିନ ତଳେ ଶୋଭାଠାରେ ଏକ ଫାଟିଯାଇଥିବା ପାଣି ପାଇପ ମରାମତି କରାଗଲାବେଳେ ବିଭାଗ ପକ୍ଷରୁ ପାଣି ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି। ଏନେଇ ବାରମ୍ବାର ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ପାଖରେ ଅଭିଯୋଗ କରାଯାଇଥିଲାବେଳେ ୨ ଦିନ ମଧ୍ୟରେ ପାଣି ଯୋଗାଇ ଦିଆଯିବ ବୋଲି କହି ଭଣ୍ଡେଇ ଆସୁଛନ୍ତି ବୋଲି ମହିଳାମାନେ ଅଭିଯୋଗ କରିଛନ୍ତି। ଏନେଇ ସରପଞ୍ଚ ଊର୍ମିଳା ସାହୁ କନିଷ୍ଠ ଯନ୍ତ୍ରୀଙ୍କୁ ଭେଟିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା।
ଏହି ସମସ୍ୟାର ସମାଧାନ ଦାବି କରି ଏହି ରାସ୍ତା ଅବରୋଧ କରାଯାଇଥିବା ମହିଳାମାନେ କହିଛନ୍ତି। ଏନେଇ ସେମାନେ ସକାଳୁ ବାଲିଟି ଓ ଗରା ଆଦି ରଖି ରାସ୍ତା ଅବରୋଧ କରିବା ଯୋଗୁ ଅନେକ ବସ୍‌ ରାସ୍ତାରେ ଅଟକି ରହିଥିଲା। ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏପରିକି ବାଲିପାଟଣା ସାପ୍ତାହିକ ହାଟକୁ ଆସୁଥିବା ପରିବା ବୋଝେଇ ଗାଡି ମଧ୍ୟ ଅଟକି ରହିଥିଲା। ଖବରପାଇ ବାଲିକୁଦା ବ୍ଲକ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ରାସ୍ତାରୋକୋ କରିଥିବା ମହିଳାମାନଙ୍କ ସହ ଆଲୋଚନା କରିଥିଲେ। ଆସନ୍ତା ଗୁରୁବାର ସୁଦ୍ଧା ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ଏହାପରେ ରାସ୍ତାରୋକୋ ପ୍ରତ୍ୟାହାର ହୋଇଛନ୍ତି। ଦାବି ପୂରଣ ନ ହେଲେ ଶୁକ୍ରବାର ରାସ୍ତାରେ ଟାୟାର ଜାଳି ଅବରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଭରତ ଭୂଷଣ ଲେଙ୍କା କହିଛନ୍ତି, ଜଗତ୍‌ସିଂହପୁର ଜିଲାରେ ଦଶ ଇଞ୍ଚିଆ ପାଇପର ଅଭାବ ରହିଛି। ତେଣୁ କୌଣସି ଠିକାଦାର ଏହି କାର୍ଯ୍ୟ କରିବାକୁ ଅମଙ୍ଗ ହେଉଛନ୍ତି। ତୁରନ୍ତ ସମସ୍ୟାର ସମାଧାନ କରିବାକୁ ଉଦ୍ୟମ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

ଡିଫେନ୍ସ ମିନିଷ୍ଟ୍ରିରେ କରୁଥିଲେ ଚାକିରି, ହଠାତ୍‌ ୩ ମାସର ଗର୍ଭବତୀବସ୍ଥାରେ କଲେ ଆତ୍ମହତ୍ୟା; ରାଜଧାନୀରେ ଚାଞ୍ଚଲ୍ୟ…

ନୂଆଦିଲ୍ଲୀ,୨୩।୮: ଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରଣାଳୟ (ଡିଫେନ୍ସ ମିନିଷ୍ଟ୍ରି) ରେ କାର୍ଯ୍ୟରତ ଜଣେ ୩ ମାସର ଗର୍ଭବତୀ ମହିଳା ଆତ୍ମହତ୍ୟା କରିଛନ୍ତି। ଅଭିଯୋଗ ହୋଇଛି ଯେ ଶାଶୂଘର ଲୋକେ…

କାନ୍ଥରୁ ଲିଭିନି ‘ଶୁଭ ବିବାହ: ଭାଇ ହାତରେ ରାଖୀ ବାନ୍ଧିବାକୁ ଚାହିଁ ରହିଥିଲା ଭଉଣୀ , ହେଲେ ବିଧିର ବିଧାନ କିଛି ଅଲଗା ଫେରୁଛି ଶବ

ଖଲ୍ଲିକୋଟ, ୨୩/୮ (ପ୍ରଶାନ୍ତ କୁମାର ମିଶ୍ର/ବିଦ୍ୟାଧର ସାହୁ): ଗଞ୍ଜାମରେ ସରୁନି ଦାଦନ ଦୁଃଖ। ଭଉଣୀ ହାତରେ ରହିଗଲା ରାଖୀ, ଦୁବାଇରୁ ଆସିଲା ଭାଇଙ୍କ ମୃତଦେହ। ସରକାର ବଦଳୁଛି,…

ସୂର୍ଯ୍ୟ-ଚନ୍ଦ୍ରଙ୍କ ଅଶୁଭ ଯୋଗ; ଅଗଷ୍ଟ ମାସ ଶେଷବେଳକୁ ୪ ରାଶିଙ୍କ ବଢିପାରେ ଅଡୁଆ, ଧନହାନୀକୁ ଶରୀର ପୀଡା…

ଏହି ଯୋଗ ମାଙ୍ଗଳିକ କାର୍ଯ୍ୟ ପାଇଁ ଅଶୁଭ କିମ୍ୱା ବିନାଶକାରୀ ବୋଲି ଧରାଯାଏ। ଏବେ ୩୧ ଅଗଷ୍ଟରେ ଏହି ଯୋଗ ସୃଷ୍ଟି ହେବାକୁ ଯାଉଛି। ଏହି ଯୋଗ…

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

‘ମାଆଙ୍କ ସହ ଚା ପିଇଲେ, ତାଙ୍କ ପାଦ ଧୋଇଲେ…’, ଭାବ ବିହ୍ବଳ କରୁଛି ପାହାଡ଼ରୁ ଡେଇଁ ଜୀବନ ହାରିଥିବା କୁନାଲଙ୍କ ପୁରୁଣା ଭିଡିଓ

ମୁମ୍ବାଇ,୨୩।୮: ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ, ଆଇଫୋନ ଇଏମଆଇକୁ ନେଇ ବିବାଦ ପରେ ୧୮ ବର୍ଷୀୟ କୁନାଲ ନାମକ ଜଣେ ନାବାଳକ ଏବଂ ତାଙ୍କ ବାପାମାଆ ଯେଉଁମାନେ ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri