ମାଛଚାଷ କରିଛି ମହିଳାଙ୍କୁ ସ୍ବାବଲମ୍ବୀ

କେନ୍ଦ୍ରାପଡ଼ା ଅଫିସ, ୧୦ା୧: ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲାରେ କୃଷିକୁ ଗୁରୁତ୍ୱ ଦିଆଯାଏ। ତେବେ ସାଧାରଣ ଧାନ ଫସଲ ପରିବାରର ଅର୍ଥନୀତିକୁ ସମ୍ଭାଳି ପାରୁନାହିଁ। ଫଳରେ ଜିଲାର ଯୁବ ମାନବସମ୍ବଳ ବିଦେଶମୁହଁା ହେଉଥିବା ବେଳେ ମହିଳାମାନେ ମାଛଚାଷ ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି। ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଜିଲା ମତ୍ସ୍ୟ ବିଭାଗ ସହାୟତାରେ ମାଛଚାଷରୁ ଆୟ କରୁଥିବା ଦେଖାଯାଉଛି। ଜିଲାର ୩୮୯ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ପ୍ରାୟ ୪ ହଜାର ସଦସ୍ୟା ଏହି ଚାଷରେ ମନୋନିବେଶ କରି ମାସକୁ ୫ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ରୋଜଗାର ପାଇଁ ସକ୍ଷମ ହେଉଛନ୍ତି।
ଏ ସମ୍ପର୍କରେ ରାଜକନିକା ବ୍ଲକ ପେଗରପଡ଼ା ଗ୍ରାମର ଅଞ୍ଜଳି ସେଠୀ କୁହନ୍ତି, ନଦୀନାଳରୁ ଧରାହୋଇ ଆସୁଥିବା ମାଛକୁ ବିକିବା ପ୍ରାଥମିକ ବେଉସା ଥିଲା। ବିଭିନ୍ନ ସମୟରେ ଏହି ପ୍ରାକୃତିକ ଉତ୍ସରୁ ମାଛ ସଂଗ୍ରହ ହୋଇ ନ ପାରିଲେ ପରିବାର ସଦସ୍ୟଙ୍କ ଭରଣପୋଷଣରେ ସମସ୍ୟା ହେଉଥିଲା। ଗତ ୨ ବର୍ଷ ପୂର୍ବେ ବାବା ଜଳେଶ୍ୱର ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଗଠନ ସହିତ ପଞ୍ଚାୟତ ଓ ସ୍ଥାନୀୟ ୨ଟି ପୋଖରୀକୁ ମାଛ ଚାଷ ପାଇଁ ଲିଜ୍‌ ନିଆଯାଇଥିଲା। ଏହି ୧୦ ଜଣିଆ ଗୋଷ୍ଠୀର ପ୍ରତ୍ୟେକ ସଦସ୍ୟା ପୋଖରୀ ନିକଟକୁ ଯିବା, ମାଛ ଓ ପୋଖରୀର ତତ୍ୱାବଧାନରେ ପ୍ରଥମ ବର୍ଷର ଆୟ ଆମକୁ ଏହି ଚାଷ ପାଇଁ ଉତ୍ସାହିତ କରିଥିଲା। ଗତବର୍ଷର ଆୟକୁ ଦେଖି ସଦସ୍ୟାଙ୍କ ସଂଖ୍ୟା ବୃଦ୍ଧି ସହିତ ଆଖପାଖ ୧୨ଟି ପୋଖରୀକୁ ଲିଜ୍‌ ନିଆଯାଇଥିବା ସେ ପ୍ରକାଶ କରିଛନ୍ତି। ଗରଦପୁର ବ୍ଲକ ଏନ୍ତାଳପୁରର ସିଦ୍ଧ ମହାବୀର ଏସ୍‌ଏଚ୍‌ଜି ସମ୍ପାଦିକା ଲକ୍ଷ୍ମୀପ୍ରିୟା ମଲ୍ଲିକ କହିଛନ୍ତି, କରୋନା ସଂକ୍ରମଣ ସମୟରେ ମାଛଚାଷ ବଞ୍ଚତ୍ବାର ନୂଆ ରାହା ଦେଖାଇଛି। ଗରିବ ପରିବାର ପାଇଁ ଏହି ଚାଷ ବେଶ୍‌ ଉପଯୋଗୀ। ଗ୍ରାମରେ ଥିବା ପୋଖରୀକୁ ବ୍ୟବହାର କରି ମାସକୁ ୫ ହଜାରରୁ ଅଧିକ ଟଙ୍କା ରୋଜଗାର ହୋଇପାରୁଛି। ରାଜନଗର ବ୍ଲକ ବସନ୍ତପୁର ଗ୍ରାମର ଜୟନ୍ତୀ ରାଉତ କୁହନ୍ତି, ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ପ୍ରଜନନ ପାଇଁ ବର୍ଷକରେ ୭ ମାସ ସାମୁଦ୍ରିକ ମାଛଧରା କଟକଣା ରହୁଛି। ଏହି ସମୟରେ ପରିବାର ସଦସ୍ୟମାନେ ସମୁଦ୍ରକୁ ଯାଇ ପାରୁ ନ ଥିବାରୁ ବହୁ ସମୟରେ ଭୋକ ଉପାସରେ ରହିବାକୁ ପଡୁଥିଲା। ତେବେ ଜିଲା ମତ୍ସ୍ୟ ବିଭାଗର ପ୍ରୋତ୍ସାହନ ପରେ ଆମ ମହିଳା ଗୋଷ୍ଠୀ ମାଛଚାଷ ପାଇଁ ମନ ବଳାଇଥିଲେ। ଏଥିରେ ପରିବାରର ସମସ୍ତ ଆବଶ୍ୟକତା ପୂରଣ ହୋଇପାରୁ ନ ଥିଲେ ମଧ୍ୟ ପିଲାଙ୍କ ମୁହଁରେ ଗଣ୍ଡେ ଖାଇବାକୁ ଦେଇ ହେଉଛି। ଏହା କେବଳ ମାଛଚାଷ ଯୋଗୁ ସମ୍ଭବ ହୋଇଥିବା ସେ ପ୍ରକାଶ କରିଛନ୍ତି। ଏହି ବ୍ଲକ ଭେକ୍ଟାକୋଲାର ଶ୍ରୀ ଶମ୍ଭୁ ମହିଳା ଗୋଷ୍ଠୀ ସଦସ୍ୟା ମମତାରାଣୀ ସାମଲ କହିଛନ୍ତି, ସେମାନେ ରୋହି, ଭାକୁର, ମୀରକାଳି ଆଦି ମାଛ ଚାଷ କରୁଛନ୍ତି। ବ୍ୟବସାୟୀମାନେ ପୋଖରୀ ନିକଟରୁ ମାଛ ନେଇ ଟଙ୍କା ଦେଉଛନ୍ତି। ନଗଦ ଟଙ୍କା ମିଳୁଥିବାରୁ ମାଛଚାଷରୁ ଲାଭ ହେଉଥିବା ସେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଜିଲା ମତ୍ସ୍ୟ ଅଧିକାରିଣୀ ମମତା ମହାପାତ୍ର କହିଛନ୍ତି, ଜିଲାର ବିଭିନ୍ନ ଗୋଷ୍ଠୀ ଦ୍ୱାରା ପ୍ରାୟ ୧୬୦ ହେକ୍ଟର ପୋଖରୀ ଅଞ୍ଚଳରେ ମାଛଚାଷ ହେଉଛି। ପ୍ରତି ଗୋଷ୍ଠୀକୁ ୬୦ ପ୍ରତିଶତ ରିହାତିରେ ହେକ୍ଟର ପ୍ରତି ୯୦ ହଜାର ଟଙ୍କାର ଋଣ ସହାୟତା ବିଭାଗ ପକ୍ଷରୁ ଦିଆଯାଉଛି। ମହାକାଳପଡ଼ା ଓ ରାଜନଗର ବ୍ଲକ ଅଞ୍ଚଳରେ ମାଛଚାଷକୁ ଗୁରୁତ୍ୱ ଦିଆଯାଉଥିବା ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri