Posted inଫୁରସତ

ମହିଳାଙ୍କ ସ୍ବର ‘ମୁଥୁଲକ୍ଷ୍ମୀ’

କଥା ଊନବିଂଶ ଶତାବ୍ଦୀର। ପୁରୁଷ ପ୍ରଧାନ ସମାଜର ତଥାକଥିତ କଟକଣା ଆଗରେ ଅଣନିଃଶ୍ୱାସୀ ହୋଇପଡ଼ିଥିଲେ ମହିଳା। ଧାର୍ମିକ, ସାମାଜିକ, ଅର୍ଥନୈତିକ ବ୍ୟବସ୍ଥାରେ ଅବରୁଦ୍ଧ କରିଦିଆଯାଉଥିଲା ନାରୀଙ୍କ ସ୍ବର। ଏହି ସମୟରେ ନାରୀ ସଶକ୍ତୀକରଣକୁ ନୂଆ ଦିଶା ଦେଇଥିଲେ ମୁଥୁଲକ୍ଷ୍ମୀ ରେଡ୍ଡୀ। ଆବିଳତାପୂର୍ଣ୍ଣ ସାମାଜିକ ବ୍ୟବସ୍ଥାରେ ମୁଥୁଲକ୍ଷ୍ମୀ ଲଗାଇଥିବା ବହ୍ନିରେ ଜଳିଯାଇଥିଲା ଦେବଦାସୀ ପ୍ରଥା, ନାବାଳିକା ବିବାହ, ଲିଙ୍ଗଗତ ବୈଷମ୍ୟ ଭଳି ଅନେକ କୁସଂସ୍କାର।

ଭାରତୀୟ ମହିଳାଙ୍କୁ ଉଚିତ ନ୍ୟାୟ ଦେବା ପାଇଁ ମୁଥୁଲକ୍ଷ୍ମୀ ରେଡ୍ଡୀଙ୍କ ପ୍ରୟାସ ଇତିହାସର ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ। ନାରୀ ସଶକ୍ତୀକରଣ, ମହିଳାଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା, ଶିକ୍ଷା, ନ୍ୟାୟ ପ୍ରଦାନ କରି ଏକ ସୁସ୍ଥ ସମାଜ ଗଢ଼ିବା ଲାଗି ପିଲାଟି ଦିନରୁ ଦୃଢ଼ମନା ଥିଲେ ସେ। ଭାରତୀୟ ମହିଳାଙ୍କ ସ୍ଥିତିରେ ସୁଧାର ଆଣିବା ଲାଗି ତାଙ୍କ ଦ୍ୱାରା କରାଯାଉଥିବା ଉଦ୍ୟମ ଆଜି ବି ଉଦାହରଣ ହୋଇରହିଛି।
ଉନବିଂଶ ଶତାବ୍ଦୀରେ ମହିଳାଙ୍କୁ ନେଇ ଥିଲା ଭିନ୍ନ ବିଚାରଧାରା। ବିବାହ ଏବଂ ସନ୍ତାନ ଜନ୍ମର ମାଧ୍ୟମ ଭାବେ ସେମାନେ ବିବେଚିତ ହେଉଥିଲେ। ସେହି ସମୟରେ ସାମାଜିକ ବିଥିବ୍ୟବସ୍ଥାର କଠୋର ନିୟମର ଢାଙ୍କୁଣି ଭାଙ୍ଗି ମହିଳାଙ୍କୁ ନ୍ୟାୟ ଦେବାକୁ ଯେଉଁ କେତେଜଣ ପ୍ରୟାସ କରିଥିଲେ, ସେମାନଙ୍କ ମଧ୍ୟରେ ଅଗ୍ରଣୀ ଭୂମିକା ନିଭାଇଥିଲେ ମୁଥୁଲକ୍ଷ୍ମୀ। ଦେବଦାସୀ ପରିବାରରେ ଜନ୍ମ ହୋଇ ଏଭଳି ଏକ କୁପ୍ରଥାକୁ ବିଲୁପ୍ତ କରିବାକୁ ସେ ଆରମ୍ଭ କରିଥିଲେ ଅଭିଯାନ। ବାଲ୍ୟବିବାହ, ବେଶ୍ୟାବୃତ୍ତି, ମାନବଚାଲାଣ, ନାରୀ ନିର୍ଯାତନା ଭଳି କୁସଂସ୍କାରକୁ ଦୂର କରିବାକୁ ମୁଥୁଲକ୍ଷ୍ମୀ ଉଠାଇଥିବା ସ୍ବର ଥିଲା ବେଶ୍‌ ଶାଣିତ।
ଶିକ୍ଷିତ ହୋଇ ସମାଜରେ ଆଦର୍ଶ ସୃଷ୍ଟି କରିବାକୁ ଶୈଶବରୁ ସ୍ବପ୍ନ ଦେଖିଥିଲେ ମୁଥୁଲକ୍ଷ୍ମୀ। ସେତେବେଳେ ତାମିଲନାଡୁରେ କେବଳ ପୁରୁଷଙ୍କୁ ପାଠପଢ଼ିବାର ଅଧିକାର ଦିଆଯାଉଥିଲା। ତେଣୁ ଏଭଳି ଏକ ରକ୍ଷଣଶୀଳ ସମାଜକୁ ଭେଦି ବିଦ୍ୟାଳୟ ବାରଣ୍ଡା ଚଢ଼ିବାକୁ ବେଶ୍‌ ସଂଘର୍ଷ କରିଥିଲେ ମୁଥୁଲକ୍ଷ୍ମୀ। ପିତା ନାରାୟଣ ସ୍ବାମୀ ଆୟାର ଅଧ୍ୟାପକ ଥିବାରୁ ଘରେ ହିଁ ମାଟ୍ରିକ ଯାଏ ପଢ଼ିପାରିଥିଲେ। ମାଟ୍ରିକ ପରୀକ୍ଷାରେ ଟପ୍ପର ହେବା ପରେ ଅଞ୍ଚଳରେ ମୁଥୁଲକ୍ଷ୍ମୀଙ୍କୁ ନେଇ ଚହଳ ପଡ଼ିଗଲା। ଏହା ସେତେବେଳେ ଆହୁରି ଚର୍ଚ୍ଚିତ ବିଷୟ ପାଲଟିଗଲା, ଯେତେବେଳେ ସେ ମହାରାଜା କଲେଜରେ ଉଚ୍ଚ ଶିକ୍ଷା ପାଇଁ ଆବେଦନ କଲେ। କାରଣ କଲେଜ ଇତିହାସରେ ଏହା ଥିଲା ପ୍ରଥମ ଘଟଣା, ଯେଉଁଠି ଜଣେ ଯୁବତୀ ଉଚ୍ଚଶିକ୍ଷା ପାଇଁ ଆବେଦନ କରିଥିଲେ। ରକ୍ଷଣଶୀଳ ସମାଜର ବଡ଼ପଣ୍ଡାମାନେ ଏହାକୁ ନେଇ ଆପତ୍ତି ଉଠାଇଲେ। ତେବେ ପୁଡୁକୋଟାଇର ଶାସକ ମାର୍ତଣ୍ଡ ଭୈରବ ହସ୍ତକ୍ଷେପ ପରେ ମୁଥୁଲକ୍ଷ୍ମୀଙ୍କ କଲେଜ ପଢ଼ିବାର ବାଟ ଖୋଲିଯାଇଥିଲା। ପାଠପଢ଼ାରେ ଯେଭଳି କିଛି ସମସ୍ୟା ନ ଉପୁଜେ ସେଥିପାଇଁ ରାଜା ବୃତ୍ତି ବ୍ୟବସ୍ଥା ମଧ୍ୟ କରାଇଥିଲେ। ପରିଣାମ ସ୍ବରୂପ ୧୯୧୨ରେ ମାଡ୍ରାସ ୟୁନିର୍ଭସିଟିରୁ ମେଡିକାଲ ଗ୍ରାଜୁଏଟ୍‌ ହୋଇ ଇତିହାସ ସୃଷ୍ଟି କରିଥିଲେ ମୁଥୁଲକ୍ଷ୍ମୀ।
ମେଡିକାଲ ପାଠପଢ଼ା ସମୟରେ ସର୍ଜରିରେ ଗୋଲ୍ଡ ମେଡାଲ ଜିତିଥିବା ମୁଥୁଲକ୍ଷ୍ମୀ କଲେଜର ଏକ କାର୍ଯ୍ୟକ୍ରମରେ ସରୋଜିନୀ ନାଇଡୁଙ୍କ ସମ୍ପର୍କରେ ଆସିଥିଲେ। ପରବର୍ତ୍ତୀ ସମୟରେ ସେ ମହିଳାଭିତ୍ତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଆରମ୍ଭ କରିଦେଲେ। ମହାତ୍ମା ଗାନ୍ଧୀ, ଆନିବେଶାନ୍ତଙ୍କ ବ୍ୟକ୍ତିତ୍ୱରେ ପ୍ରଭାବିତ ହୋଇ ସେ ପାଲଟିଗଲେ ନାରୀନେତ୍ରୀ। ନାରୀ ଅଧିକାର ସପକ୍ଷରେ ସ୍ବର ଉତ୍ତୋଳନ କରୁଥିବା ମୁଥୁଲକ୍ଷ୍ମୀଙ୍କ ବ୍ୟକ୍ତିଗତ ଜୀବନ କମ୍‌ ସଂଘର୍ଷମୟ ନ ଥିଲା। ପିଲାଦିନରୁ ସେ ବାଲ୍ୟବିବାହକୁ ରୋକ୍‌ଠୋକ୍‌ ମନା କରିଦେଇଥିଲେ। ୧୯୧୪ରେ ତାଙ୍କ ବିବାହ ହୋଇଥିଲା ଟି. ସୁନ୍ଦର ରେଡ୍ଡିଙ୍କ ସହ। ହେଲେ ସର୍ତ୍ତ ଥିଲା ବୃତ୍ତିଗତ କିମ୍ବା ସମାଜସେବା କ୍ଷେତ୍ରରେ ସ୍ବାମୀ ହସ୍ତକ୍ଷେପ କରିବେ ନାହିଁ। ତେବେ ବାଲ୍ୟବିବାହ ପ୍ରଚଳିତ ସମାଜରେ ୨୮ ବର୍ଷରେ ଜଣେ ଯୁବତୀ ବିବାହ କରିବା କମ୍‌ ସାହସର କଥା ନୁହେଁ ବୋଲି ଆଜି ବି ଅନେକେ ମତଦିଅନ୍ତି। ଆନିବେଶାନ୍ତଙ୍କ ସହ ନାରୀ ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରିବା ସମୟରେ ରାଜନୀତିରେ ପାଦ ରଖିଥିଲେ ମୁଥୁଲକ୍ଷ୍ମୀ। ଭାରତୀୟ ନାରୀସଂଘର ସମର୍ଥନରେ ୧୯୨୬ରୁ ୧୯୩୦ ଯାଏ ମାଡ୍ରାସ ବିଧାନ ପରିଷଦର ସଦସ୍ୟ ଦାୟିତ୍ୱ ନିର୍ବାହ କରିଥିଲେ। ସେହି ସମୟରେ ଯୁବତୀଙ୍କ ବିବାହ ବୟସ ୧୬ରୁ ୨୧ ବର୍ଷକୁ ବୃଦ୍ଧି କରିବାକୁ ସେ ପରାମର୍ଶ ଦେଇଥିଲେ। ଏଥିସହ ଦେବଦାସୀ ପ୍ରଥା, ବେଶ୍ୟାଳୟ ଉଚ୍ଛେଦ, ଶିଶୁଚାଲାଣ ରୋକିବା ଲାଗି କଡ଼ା ନିୟମ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଦେଶସେବାରେ ଜୀବନ ଉତ୍ସର୍ଗ କରିଥିବା ମୁଥୁଲକ୍ଷ୍ମୀଙ୍କୁ ୧୯୫୬ରେ ପ୍ରଦାନ କରାଯାଇଥିଲା ସମ୍ମାନଜନକ ‘ପଦ୍ମଭୂଷଣ’। ନାରୀଙ୍କୁ ନ୍ୟାୟ ପ୍ରଦାନ ଲାଗି ଆଜୀବନ ସ୍ବର ଉଠାଇଥିବା ଏହି ମହାନ୍‌ ବ୍ୟକ୍ତିତ୍ୱଙ୍କ ପରଲୋକ ଘଟିଥିଲା ୧୯୬୮ ଜୁଲାଇ ୨୨ରେ।


Enter your email to get our daily news in your inbox.

All Right Reserved By Dharitri.Com

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ  କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

୮ ବର୍ଷ ପରେ କେନ୍ଦ୍ରୀୟ ବିଦ୍ୟାଳୟ ପାଳିଲା ବାର୍ଷିକ ଉତ୍ସବ : ଉପ ଜିଲାପାଳ କହିଲେ…

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ଦୀର୍ଘ ୮ ବର୍ଷ ପରେ ଶନିବାର ସନ୍ଧ୍ୟାରେ ତ ବାର୍ଷିକ ଉତ୍ସବ ପାଳନ କରିଛି। ୨୦୧୭...

ପ୍ରସିଦ୍ଧ ଗୁପ୍ତେଶ୍ୱର ମନ୍ଦିରରୁ ବାହାରିଲା ୧୧ ଫୁଟ୍‌ର ଅହିରାଜ ସାପ, କରୁଥିଲା ଭୟଙ୍କର ଗର୍ଜନ

ଦିଗପହଣ୍ଡି,୨୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ଅଞ୍ଚଳରେ ଥିବା ପ୍ରସିଦ୍ଧ ଗୁପ୍ତେଶ୍ୱର ମନ୍ଦିରରୁ ଶନିବାର ଏକ ୧୧ ଫୁଟ୍ ଲମ୍ବର...

ଭୟଙ୍କର ଦୁର୍ଘଟଣା: ଟ୍ରକ୍‌ ଚକା ତଳେ ଗଲା ଜୀବନ 

ରାୟଗଡା,୨୦।୧୨(ଆଶିଷ ରଞ୍ଜନ ପଣ୍ଡା): ଭୟଙ୍କର ଦୁର୍ଘଟଣା। ଟ୍ରକ୍‌-ବାଇକ ମୁହାଁମୁହିଁ ଧକ୍କାରେ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି...

ଡିଭାଇଡରରେ ପିଟି ହୋଇ ଜଳିଗଲା ଟ୍ରେଲର୍‌

ସମ୍ବଲପୁର,୨୦।୧୨: ରମ୍ପେଲା ସପ୍ନେ ବ୍ରିଜ ଉପରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବ୍ରିଜ ଉପରେ ଏକ ୧୮ ଚକିଆ ଟ୍ରେଲର୍‌ ଯାଉଥିବା ବେଳେ...

ରାସ୍ତା କଡରେ ପଡିଛି ଲକ୍ଷ ଲକ୍ଷ ଟଙ୍କାର ଔଷଧ

ମୋହନା,୨୦।୧୨( ମନ୍ମଥ ମିଶ୍ର ): ସରକାର ନିରାମୟ ଯୋଜନାରେ ସାଧାରଣ ଗରିବ ଲୋକଙ୍କ ପାଇଁ ପ୍ରତି ସ୍ବାସ୍ଥ୍ୟ କେନ୍ଦ୍ର ଓ ଉପ ସ୍ବାସ୍ଥ୍ୟ କେନ୍ଦ୍ରଗୁଡିକୁ କୋଟିକୋଟି...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

ଶାଢି ନଥିବାବେଳେ କ’ଣ ପିନ୍ଧୁଥିଲେ ମହିଳା? ୯୯% ଜାଣି ନ ଥିବେ ସତ

ପ୍ରତିବର୍ଷ ଡିସେମ୍ୱର 21 ତାରିଖରେ ବିଶ୍ୱ ଶାଢ଼ି ଦିବସ ପାଳନ କରାଯାଏ। ଶାଢ଼ି ହେଉଛି ଏକ ପାରମ୍ପରିକ ଭାରତୀୟ ମହିଳା ପୋଷାକ, ଯାହା ଶରୀରରେ ପୋଷାକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri