ମହିଳାଙ୍କୁ ହତ୍ୟା କରି ପୋଡ଼ିଦେଲେ

ଖପ୍ରାଖୋଲ/ପାଟଣାଗଡ଼, ୨୦ା୬(ଅଭୟ ତ୍ରିପାଠୀ/ପ୍ରହଲ୍ଲାଦ ପାଢୀ): ବଲାଙ୍ଗୀର ଜିଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ପୁତୁଲାମହୁଲ ଗାଁର ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ସମ୍ପର୍କୀୟଙ୍କ ସହ ମିଶି ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି। ମୃତା ମହିଳା ହେଲେ ଚୂଳବତୀ ସାହୁ (୨୮)। ଏହି ଘଟଣାରେ ପୋଲିସ ମହିଳାଙ୍କ ସ୍ବାମୀ ତେଜରାଜ ସାହୁ(୩୦), ଦେଡ଼ଶୁର ଟିକେଲାଲ ସାହୁ (୩୫)ଓ ମଉସା ଗୁଣନିଧି ସାହୁ(୪୫)ଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ଏନେଇ ଖପ୍ରାଖୋଲ ଥାନାରେ ଦଫା ୪୯୮(କ), ୩୦୨, ୨୦୧ ଓ ୩୪ ଆଇପିସି ଏବଂ ଅନୁସୂଚିତ ଜାତି ଜନଜାତି ନିର୍ଯାତନା ନିରୋଧ ଆଇନରେ ଏକ ମାମଲା(୯୫/୨୩) ରୁଜୁ କରି ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।
ସୂଚନା ଅନୁସାରେ, ଗତ ୧୭ତାରିଖରେ ତେଜରାଜ ତାଙ୍କ ସ୍ତ୍ରୀ ଚୂଳବତୀଙ୍କ ଘରୁ ନିଖୋଜ ଥିବା ନେଇ ଶ୍ୱଶୁର ଘର ଲୋକଙ୍କୁ ଜଣାଇଥିଲେ। ଏଥିରେ ସନ୍ଦେହ ପ୍ରକାଶ କରି ତାଙ୍କ ଶ୍ୱଶୁର ଖପ୍ରାଖୋଲ ଥାନା କିନ୍ଦ୍ରିଟାଲ ଗାଁର ଶ୍ରୀପତି ଭୋଇ ଏ ନେଇ ଥାନାରେ ଝିଅ ନିରୁଦ୍ଦିିଷ୍ଟ ଥିବା ନେଇ ଅଭିଯୋଗ କରିଥିଲେ। ଏପରିକି ଜ୍ବାଇଁ ଓ ତାଙ୍କ ପରିବାର ଲୋକେ ଝିଅକୁ ହତ୍ୟା କରିଥାଇପାରନ୍ତି ବୋଲି ପୋଲିସକୁ ଜଣାଇଥିଲେ। ଅଭିଯୋଗକୁ ଭିତ୍ତିକରି ଖପ୍ରାଖୋଲ ଥାନା ଦାୟିତ୍ୱରେ ଥିବା ଲାଠୋର ଥାନା ଅଧିକାରୀ ଝସକେତନ ଭୋଇଙ୍କ ନେତୃତ୍ୱରେ ଏକ ଟିମ୍‌ ପୁତୁଲାମହୁଲ ଗାଁକୁ ଯାଇ ତଦନ୍ତ କରିଥିଲେ। ତଦନ୍ତ ସମୟରେ ସେମାନେ ଜାଣିବାକୁ ପାଇଥିଲେ ଯେ, ଚୂଳବତୀଙ୍କୁ ତାଙ୍କ ସ୍ବାମୀ ତେଜରାଜ କୌଣସି କାରଣରୁ ହତ୍ୟା କରିବା ପରେ ମୃତଦେହକୁ ଏକ ଅଖାରେ ପୂରାଇ ଦେଇଥିଲେ। ରାତିରେ ଗାଁଠୁ ଦୂର ଏକ ନାଳରେ ପେଟ୍ରୋଲ ଓ ଟାୟାର ପକାଇ ପୋଡ଼ିଦେଇଥିଲେ। ପରେ ପୋଡାଅଂଶକୁ ପାଣିରେ ଫୋପାଡି ଦେଇଥିବା ଜାଣିବାକୁ ପାଇଥିଲେ। ସ୍ବାମୀ ତେଜରାଜ, ଦେଢଶୁର ଟିକେଲାଲ ଓ ମଉସା ଗୁଣନିଧିଙ୍କୁ ଥାନାକୁ ଡାକି ପଚରାଉଚରା ପରେ ସବୁ କଥା ସାମ୍‌ନାକୁ ଆସିଥିଲା ବୋଲି ପାଟଣାଗଡ ଉପଖଣ୍ଡ ପୋଲିସ ଅଧିକାରୀ ଜ୍ୟୋତିର୍ମୟ ଭୁକ୍ତା ପାଟଣାଗଡ ଥାନାରେ ସୋମବାର ଏକ ଖବରଦାତା ସମ୍ମିଳନୀ କରି ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, ଚୂଳବତୀ ଓ ତେଜରାଜ ନିଜ ନିଜ ପରିବାର ସହ ୮ ବର୍ଷ ତଳେ ଆନ୍ଧ୍ରପ୍ରଦେଶକୁ ଦାଦନ ଖଟିବାକୁ ଯାଇଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ପରେ ସେଠାରୁ ଉଭୟେ ଫେରାର ହୋଇ ବରଗଡ଼ ଅଞ୍ଚଳରେ ରହିଥିଲେ। ପରେ ଉଭୟ ପରିବାରର ସହମତିରେ ନିଜ ଗାଁ ପୁତୁଲାମହୁଲ ଗାଁରେ ରହିଥିଲେ। ସେମାନଙ୍କର ଏକ ୪ ବର୍ଷର ଝିଅ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ପଦ୍ମ ଧରିଲେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା ଓ ୬ ସମିତି ସଭ୍ୟ; ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ଲାଞ୍ଜିଗଡ଼,୧୯। ୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା  ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ସହିତ ୬ ଜଣ ସମିତି ସଭ୍ୟ ଗୁରୁବାର ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ବରଗଡ଼ ସହରରେ ଚାଲିଲା ପେଟ୍ରୋଲିଂ, ସୁରକ୍ଷା ବ୍ୟବସ୍ଥା କଡାକଡି କଲା ପୋଲିସ୍

ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଜିଲା ପୋଲିସକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି। ତେବେ ଗୁରୁବାର ସନ୍ଧ୍ୟାରୁ ବରଗଡ଼ ପୋଲିସ ସହରରେ…

ସାନଖେମୁଣ୍ଡି ବ୍ଲକ ବିବାଦୀୟ ଏପିଓଙ୍କୁ ବଦଳି, ତୁରନ୍ତ ରିଲିଭ୍ କରାଯିବାକୁ…        

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁଙ୍କୁ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ୍ ଛତ୍ରପୁର…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ଧରିତ୍ରୀ ପ୍ରଭାବ: କେସିଙ୍ଗା ବ୍ଲକର ୮୦୧୯ ଚାଷୀଙ୍କଠାରୁ ଉଠିଲା ୩ ଲକ୍ଷ କୁଇଣ୍ଟାଲ ଧାନ

କେସିଙ୍ଗା, ୧୯ା୨ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବିଭିନ୍ନ ମଣ୍ଡିରୁ ଧାନ ଉଠୁ ନ ଥିବା ନେଇ ଗତ ୮ତାରିଖରେ  ଧରିତ୍ରୀରେ ଖବର ପ୍ରକାଶ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri