ବଲାଙ୍ଗୀରରେ ଚାଞ୍ଚଲ୍ୟ, ମହିଳାଙ୍କୁ ଛୁରି ଭୁସିବା ପରେ ନିସ୍ତୁକ ମାଡ଼ରେ ପୁରୁଷ ବନ୍ଧୁଙ୍କ ମୃତ୍ୟୁ

ବେଲପଡ଼ା/ବଲାଙ୍ଗୀର,୧୫।୭(ମନୋଜ କୁମାର ମିଶ୍ର/ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବେଲପଡ଼ା ଥାନା ଅଞ୍ଚଳରେ ବୁଧବାର ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ଜଣେ ଯୁବକ ପ୍ରଥମେ ଜଣେ ମହିଳାଙ୍କୁ ଧାରୁଆ ଛୁରିରେ ଆକ୍ରମଣ କରିଥିବା ବେଳେ, ପରବର୍ତ୍ତୀ ସମୟରେ ମହିଳା ଓ ତାଙ୍କ ସମ୍ପର୍କୀୟଙ୍କ ପ୍ରତିଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟିଛି ।

ଗୁରୁତର ଆହତ ମହିଳାଙ୍କ ଅନ୍ତ ବୁଜୁଳା ବାହାରି ପଡ଼ିଥିଲା ବେଳେ ପ୍ରଥମେ ବେଲପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଅବସ୍ଥା ଗୁରୁତର ଥିବାରୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ମହିଳା ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ପ୍ରାପ୍ତ ସୂଚନା ଅନୁଯାୟୀ, ମୁରିବାହାଲ ଥାନା ଅନ୍ତର୍ଗତ ଅର୍ନ୍ତଲା ଗାଁର ମୁନ୍ନା ବେହେରା(୩୫) ବେଲପଡ଼ାର ସାଇନଗର ପଡ଼ାରେ ରହୁଥିବା ମହିଳାଙ୍କ ଘରକୁ ଆସିଥିଲେ। କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହେବା ପରେ ମୁନ୍ନା ଏକ ଧାରୁଆ ଛୁରିରେ ମହିଳାଙ୍କ ପେଟକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ମହିଳା ଓ ତାଙ୍କ ସମ୍ପର୍କୀୟମାନେ ମୁନ୍ନାଙ୍କୁ ମାଡ଼ ମାରିଥିଲେ। ଉଭୟଙ୍କୁ ପ୍ରଥମେ ବେଲପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ଭୀମଭୋଇ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଚିକିତ୍ସା ପାଇଁ ବଲାଙ୍ଗୀର ନେବା ବେଳେ ମୁନ୍ନା ବେହେରାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ମହିଳା ଓ ମୁନ୍ନାଙ୍କ ମଧ୍ୟରେ ପୂର୍ବରୁ ପ୍ରେମ ସମ୍ପର୍କ ଥିଲା ଏବଂ ଉଭୟ କିଛି ବର୍ଷ ଧରି ଏକାଠି ରହୁଥିଲେ। ପ୍ରାୟ ମାସକ ପୂର୍ବରୁ ମହିଳା ନିଜ ସମ୍ପର୍କୀୟଙ୍କ ଘରେ ବେଲପଡ଼ାରେ ରହୁଥିଲେ । କିଛିଦିନ ପୂର୍ବରୁ ମହିଳାଙ୍କୁ ମୁନା ବେହେରା ଖୋଜିବା ପାଇଁ ଆସିଥିଲା କିନ୍ତୁ ମହିଳାଙ୍କୁ ସେଠାରେ ନପାଇବାରୁ ତାଙ୍କ ନାବାଳିକା ଝିଅକୁ ଅପହରଣ ଉଦ୍ୟମ କରିଥିଲେ । ନାବାଳିକା ବେକରେ ଛୁରୀ ଲଗାଇ ଅପହରଣ ଉଦ୍ୟମ କରାଯାଇଥିବା ନେଇ ବେଲପଡ଼ା ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା ବେଳେ ଘଟଣା ପରଠାରୁ ମୁନ୍ନା ଫେରାର ରହିଥିଲା । ବୁଧବାର ପ୍ରେମିକା ଓ ତାଙ୍କ ଝିଅ ରହୁଥିବା ଘରକୁ ଆସି ମୁନା ବେହେରା ପ୍ରେମିକାଙ୍କ ସହ ଗଣ୍ଡଗୋଳ କରି ଛୁରିରେ ଆକ୍ରମଣ କରିଥିଲେ । ଘଟଣାର ପ୍ରକୃତ କାରଣ ଓ ପରିସ୍ଥିତି ଜାଣିବା ପାଇଁ ବେଲପଡ଼ା ପୋଲିସ ତଦନ୍ତ ଜାରି ରଖିଛି ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

NEET ପରୀକ୍ଷା ଦେବା ପାଇଁ ମଦ୍ୟପାନ କରି ଆସି ସିଟରେ ବସିଗଲେ ପ୍ରାର୍ଥୀ, ହେଲେ କିପରି? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୩୧।୮: ତେଲଙ୍ଗାନାର ରଙ୍ଗା ରେଡ୍ଡି ଜିଲାରେ NEET-PG ପରୀକ୍ଷା ଦେଉଥିବା ପ୍ରାର୍ଥୀ ମହମ୍ମଦ ରିଜୱାନ ମଦ୍ୟପାନ କରି ପରୀକ୍ଷାସ୍ଥଳରେ ପହଞ୍ଚିଥିଲେ। ସେ ସୁରକ୍ଷା ବ୍ୟବସ୍ଥାକୁ ଭେଦ କରି…

ବିଧାୟକଙ୍କ ବଦାନ୍ୟତା: ଦୁଇ ମହିଳାଙ୍କୁ ପ୍ରତିମାସରେ ନିଜ ଆକାଉଣ୍ଟରୁ ପଠାଇବେ ଟଙ୍କା, ଜାଣନ୍ତୁ କେତେ…

ଖଡ଼ିଆଳ,୩୧।୮(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ କିରିକିଟା ଗ୍ରାମ ପଞ୍ଚାୟତର ଜଙ୍ଗଲ ପାହାଡ଼ ପରିବେଷ୍ଟିତ ଅପହଞ୍ଚ ଇଲାକା କପରଗଡ଼ରେ ଆଦିବାସୀ କଲ୍ୟାଣ ମହାସଂଘ ତରଫରୁ…

ସ୍ବାବଲମ୍ବୀ ହୋଇ ଅନ୍ୟକୁ ରୋଜଗାରର ପଥ ଦେଖାଇଛନ୍ତି ମହିଳା, କଦଳୀ ଚାଷ କରିି ବବି ଲକ୍ଷପତି

ନୂଆପଡା,୩୧।୮ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା ଅଭୟାରଣ୍ୟର ପାଦଦେଶରେ ଥିବା ବିଶିବାହାଲ ଗାଁ ମାଟି ଲେଖୁଛି ସଫଳତାର ନୂଆ କାହାଣୀ। ବିଶିବାହାଲ…

ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରୁ ଦିବ୍ୟାଙ୍ଗ ନାବାଳିକାଙ୍କୁ ଉଠାଇ ନେବା ଘଟଣା ୧୦ କିମି ଦୂର ଗାଁରୁ ଉଦ୍ଧାର

ଛତ୍ରପୁର,୩୧।୮,(ଦିଲ୍ଲୀପି ସାମଲ): ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟ ପରିସରରୁ ଜଣେ ୫ ବର୍ଷର ଦିବ୍ୟାଙ୍ଗ ନାବାଳିକାକୁ ସମ୍ପର୍କୀୟ ପରିଚୟ ଦେଇ ଜଣେ ବ୍ୟକ୍ତି ଉଠାଇ ନେବା ଘଟଣାରେ…

ଶିକ୍ଷାରେ ନେତୃତ୍ୱ, ନେତୃତ୍ୱରେ ଶିକ୍ଷକ

କୁରୁକ୍ଷେତ୍ର ରଣଭୂମିରେ ଅର୍ଜୁନ ଯେତେବେଳେ ନିଜ କର୍ତ୍ତବ୍ୟ, ସମ୍ପର୍କ ଓ ଭବିଷ୍ୟତକୁ ନେଇ ଗଭୀର ଦ୍ୱନ୍ଦ୍ୱରେ ପଡ଼ିଥିଲେ, ସେତେବେଳେ ଭଗବାନ୍‌ କୃଷ୍ଣ ତାଙ୍କ ହାତରୁ ଗାଣ୍ଡୀବ ନେଇ…

ଅଙ୍କିତ ବାଲିୟାନ ହତ୍ୟାକାଣ୍ଡ: ୫ଦିନରେ ପୋଲିସ ଏନକାଉଣ୍ଟରରେ ୨ ସୁଟର ନିହତ

ଚଣ୍ଡିଗଡ଼,୩୧।୮: ଶାମଲି ପୋଲିସ ଏକ ଏନକାଉଣ୍ଟର ସମୟରେ ହରିୟାଣଭି ଗାୟକ ଅଙ୍କିତ ବାଲିୟାନଙ୍କ ହତ୍ୟାରେ ଜଡିତ ଦୁଇ ସନ୍ଦିଗ୍ଧଙ୍କୁ ଗୁଳି କରି ହତ୍ୟା କରିଛି। ଅଭିଯୁକ୍ତମାନଙ୍କୁ ସୁମିତ…

ବ୍ୟାୟାମ କରିବା ପୂର୍ବରୁ ହାଲିଆ ଲାଗୁଛି କି? ଯଦି ହଁ, ତେବେ…

ବ୍ୟାୟାମ ଆମ ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ଏହାପୂର୍ବରୁ ଆମକୁ କେତୋଟି ଦିଗ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। ବ୍ୟାୟାମ…

ଇରାନ ଉପରେ ଆକ୍ରମଣ କଲା ଆମେରିକା, ହେଲେ ଛାଡିଲାନି ତେହରାନ

ତେହରାନ,୩୧।୮: ଆମେରିକା ଏବଂ ଇରାନ ମଧ୍ୟରେ ପୁଣି ଥରେ ଯୁଦ୍ଧର ନିଆଁ ଜଳି ଉଠିଛି। ରବିବାର (ଅଗଷ୍ଟ ୩୦) ରେ, ଆମେରିକୀୟ ସେନା ଇରାନର ଲାରାକ ଦ୍ୱୀପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri