ବଲାଙ୍ଗୀର, ୨୪।୮: ବଲାଙ୍ଗୀର ସହର ନିକଟସ୍ଥ ଝୁଜେନପାଲି ରେଳ ଫାଟକଠାରେ ଟ୍ରେନ୍ରେ ପିଟି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ମହିଳା ଜଣକ ପାଟଣାଗଡ଼ ଥାନା ଅନ୍ତର୍ଗତ ଉଲବା ଗ୍ରାମର ପଦ୍ମାବତୀ ମେହେର ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ, ସୋମବାର ସମଲେଶ୍ୱରୀ ଏକ୍ସପ୍ରେସ୍ ବଲାଙ୍ଗିର ଷ୍ଟେସନରୁ ଯାଉଥିବା ସମୟରେ ପଦ୍ମାବତୀ ରେଳ ଧାରଣା ଉପରେ ଚାଲି ଚାଲି ଆସୁଥିଲେ। ଏହି ସମୟରେ ଝୁଜେନପାଲି ଫାଟକ (ଜେଟି-୯୯) ନିକଟ ୬୮୨/୩୪-୩୬ କିଲୋମିଟର ମଧ୍ୟରେ ସେ ଟ୍ରେନ୍ରେ ପିଟି ହୋଇ ତଳେ ପଡ଼ିଯାଇଥିଲେ।ଘଟଣା ପରେ ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଗୁରୁତର ଅବସ୍ଥାରେ ଥିବା ପଦ୍ମାବତୀଙ୍କୁ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଯାଇଥିଲା। ତାଙ୍କ ମୁଣ୍ଡ ଓ ଗୋଡ଼ରେ ଗୁରୁତର ଆଘାତ ଲାଗିଥିବା ଜଣାପଡ଼ିଛି। ଏ ସମ୍ପର୍କରେ ରେଳବାଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

