ଗଞ୍ଜାମ ତହସିଲରେ କର୍ମଚାରୀ ଅଭାବ : ଏକାଥରକେ ୬ କର୍ମଚାରୀଙ୍କ ବଦଳି, କାର୍ଯ୍ୟ ବାଧାପ୍ରାପ୍ତ

ଗଞ୍ଜାମ, ୨୪।୮ (ବିଦ୍ୟାଧର ସାହୁ): ଗଞ୍ଜାମ ସହରର ଐତିହାସିକ ପୋତାଗଡ଼ ରାସ୍ତାରେ ଅବସ୍ଥିତ ଗଞ୍ଜାମ ତହସିଲ କାର୍ଯ୍ୟାଳୟରେ କର୍ମଚାରୀ ଅଭାବ ଯୋଗୁ ବିଭିନ୍ନ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହୋଇଛି। ଏହି ତହସିଲ ଅଧୀନରେ ଗଞ୍ଜାମ ଓ ରମ୍ଭା ଏନ୍‌ଏସି ସମେତ ୧୫ଟି ପଞ୍ଚାୟତର ଅଧିକାଂଶ ରାଜସ୍ୱ ଗ୍ରାମ ରହିଛି।

ସୂଚନା ଅନୁସାରେ, ତହସିଲ କାର୍ଯ୍ୟାଳୟରେ ବର୍ତ୍ତମାନ ବହୁ ପଦବୀ ଖାଲି ପଡ଼ିଛି। ଏପରିକି ଦୁଇଟି ପଦବୀର ଦାୟିତ୍ୱ ଜଣେ କର୍ମଚାରୀଙ୍କୁ ଦିଆଯାଇଥିବା ଜଣାପଡ଼ିଛି। ଗତ ୧୫ ଦିନ ମଧ୍ୟରେ ଏକାଥରକେ ୬ ଜଣ କର୍ମଚାରୀଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବା ବେଳେ ପ୍ରତିବଦଳରେ ମାତ୍ର ୪ ଜଣ କର୍ମଚାରୀ ଏଠାରେ ଯୋଗଦେଇଛନ୍ତି। ଏହାସହ ଡେପୁଟେସନରେ ଆସିଥିବା ଜଣେ କର୍ମଚାରୀଙ୍କର ମଧ୍ୟ ବଦଳି ହୋଇଯାଇଛି।

ଫଳରେ ବିଭିନ୍ନ ଡକ୍ୟୁମେଣ୍ଟ, ସାର୍ଟିଫିକେଟ ଓ ରାଜସ୍ୱ ସମ୍ବନ୍ଧୀୟ କାର୍ଯ୍ୟରେ ବିଳମ୍ବ ହେଉଛି। ବିଶେଷକରି ବିଭିନ୍ନ ପ୍ରମାଣପତ୍ର ପାଇଁ ଛାତ୍ରୀଛାତ୍ର ଓ ସାଧାରଣ ଲୋକଙ୍କୁ ବାରମ୍ବାର ତହସିଲ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ୁଥିବା ଅଭିଯୋଗ ହୋଇଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପୂର୍ବରୁ ଦିନେଶ କୁମାର ପ୍ରଧାନ, ସମୀର କୁମାର ପାଢ଼ୀ, ଶତ୍ରୁଜିତ ରାଉଳ, ସୁଧୀର ଗମାଙ୍ଗ ଓ ଟ୍ରେଜେରି ନାଜିର ନଳିନୀ ସାହୁ ପ୍ରମୁଖ ଟିମ୍‌ୱାର୍କ ଭାବେ କାର୍ଯ୍ୟ କରୁଥିଲେ। ଏହାଦ୍ୱାରା ବିଭିନ୍ନ ଡକ୍ୟୁମେଣ୍ଟ ଓ ସାର୍ଟିଫିକେଟ ସମ୍ବନ୍ଧୀୟ କାର୍ଯ୍ୟ ସୁବିଧାରେ ସମ୍ପନ୍ନ ହୋଇପାରୁଥିଲା। ଏବେ କର୍ମଚାରୀ ଅଭାବ ଯୋଗୁ ଏହି କାର୍ଯ୍ୟଗୁଡ଼ିକରେ ବିଳମ୍ବ ହେଉଛି।

ଏନେଇ ଯୁବ ସ୍ୱେଚ୍ଛାସେବୀ ତଥା ଏନ୍‌ଏସି ବିଜେଡି ଯୁବ ସଭାପତି ସୁଧୀର କୁମାର ପାଢ଼ୀ କହିଛନ୍ତି, କିଛି ସ୍ୱାର୍ଥବାଦୀ ନେତା ନିଜ କାମ ସୁରୁଖୁରୁରେ ହୋଇଗଲେ ଅନ୍ୟମାନଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେଉନାହାନ୍ତି। ସେହିପରି ପୂର୍ବତନ ଏନ୍‌ଏସି ଉପାଧ୍ୟକ୍ଷ ନୀଳାଞ୍ଚଳ ବାରିକ କହିଛନ୍ତି ଯେ, ପୂର୍ବରୁ ଏକାଥରକେ ୬ ଜଣ କର୍ମଚାରୀଙ୍କ ବଦଳି ହୋଇନଥିଲା। ବର୍ତ୍ତମାନ ଲୋକେ ଏଭଳି ଦୁର୍ଦ୍ଦଶା ଭୋଗୁଛନ୍ତି।

ଅନ୍ୟପକ୍ଷରେ ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ତହସିଲରେ ବହୁ ପଦବୀ ଖାଲି ଥିବା ସମ୍ପର୍କରେ ଜିଲାର ଉଚ୍ଚ ପ୍ରଶାସନ ଅବଗତ ଅଛନ୍ତି। ଖୁବ୍‌ଶୀଘ୍ର ଖାଲି ପଦବୀଗୁଡ଼ିକ ପୂରଣ ହେବ ବୋଲି ସେ ସୂଚନା ଦେଇଛନ୍ତି।ତହସିଲରେ ଖାଲିଥିବା ପଦବୀଗୁଡ଼ିକ ତୁରନ୍ତ ପୂରଣ କରିବା ସହ ଲୋକଙ୍କ ଦୈନନ୍ଦିନ କାର୍ଯ୍ୟ ସୁବିଧାରେ ସମ୍ପାଦନ ପାଇଁ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା ଋତୁରେ ଖାଦ୍ୟ ସୁରକ୍ଷା

ବର୍ଷା ଋତୁ ଗରମରୁ ମୁକ୍ତି ଆଣିଥାଏ, କିନ୍ତୁ ବର୍ଦ୍ଧିତ ଆର୍ଦ୍ରତା ଯୋଗୁ ଖାଦ୍ୟ ନଷ୍ଟ ହେବାର ଆଶଙ୍କା ବୃଦ୍ଧି କରିଥାଏ। ତା’ସହ ଖାଦ୍ୟଜନିତ ରୋଗ ସୃଷ୍ଟି କରିବାରେ…

ଟ୍ରେନ୍‌ରେ ପିଟିହୋଇ ମହିଳା ଗୁରୁତର

ବଲାଙ୍ଗୀର, ୨୪।୮: ବଲାଙ୍ଗୀର ସହର ନିକଟସ୍ଥ ଝୁଜେନପାଲି ରେଳ ଫାଟକଠାରେ ଟ୍ରେନ୍‌ରେ ପିଟି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ମହିଳା ଜଣକ ପାଟଣାଗଡ଼ ଥାନା ଅନ୍ତର୍ଗତ…

ଝାଡ଼ଖଣ୍ଡ-ରାଉରକେଲା ପୋଲିସର ବଡ଼ ଅପରେଶନ, ଜଙ୍ଗଲରୁ ଜବତ ହେଲା ବିପୁଳ ବିସ୍ଫୋରକ

ରାଉରକେଲା,୨୪।୮: ସୁନ୍ଦରଗଡ଼ ଜିଲା କେ.ବଲାଙ୍ଗ ଥାନା ନିକଟ ଜଙ୍ଗଲରୁ ସୋମବାର ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି। ମାଓବାଦୀମାନେ ଜଙ୍ଗଲରେ ଏହି ବିସ୍ଫୋରକ ଲୁଚାଇ ରଖିଥିବା ଜଣାପଡିଛି।…

୨,୨୪୮ କୋଟି ତୁରନ୍ତ ଫେରାଅ, ୨୧ ବିଭାଗକୁ ଅର୍ଥ ବିଭାଗର ପତ୍ର

ଭୁବନେଶ୍ୱର,୨୪ା୮(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ୨୧ଟି ବିଭାଗ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ଅର୍ଥ ଖର୍ଚ୍ଚ କରିପାରି ନ ଥିବାରୁ ଏବେ ସମସ୍ୟା ସୃଷ୍ଟି ହୋଇଛି। ୨୦୨୫-୨୬ ଆର୍ଥିକବର୍ଷର…

ମନ୍ଦିରକୁ ଯାଇଥିଲେ ମା’, ଫେରିଲା ବେଳକୁ ଝୁଲି ପଡିଥିଲେ ଝିଅ

ଉଦଳା,୨୪।୮(ସନ୍ତୋଷ ବାଛିନୀ): ଘର ଭିତରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଉଦଳା ଥାନା ଏନଏସି ୧୦ ନମ୍ବର ୱାର୍ଡରେ ଏଭଳି ଅଭାବନୀୟ ଘଟଣା ଘଟିଛି…

ଟ୍ରେନରେ ସୁଟକେସ, ରୋଷେଇ ଘରେ ମଣିଷ ଶରୀରର ଅଙ୍ଗ, ସିସିଟିଭି ଖୋଲିଦେଲା ରହସ୍ୟ

ଆଗ୍ରା,୨୪।୮: କିଛି ଦିନ ପୂର୍ବରୁ, ଆଗ୍ରାରେ ଏକ ଟ୍ରେନରେ ଏକ ସୁଟକେସ ଭିତରେ ପଚିଯାଇଥିବା ଶରୀରର ଅଂଶ ମିଳିବା ସହିତ ଏକ ମାମଲା ସାମ୍ନାକୁ ଆସିଥିଲା। ଏବେ,…

ମାନବିକତା ଦେଖାଇଲେ ଶିଶୁରୋଗ ବିଶେଷଜ୍ଞ: ବାଟେଘାଟେ କରୁଛନ୍ତି ଶିଶୁଙ୍କ ଚିକିତ୍ସା

କେସିଙ୍ଗା, ୨୪/୮ (ତୁମେଶ୍ୱର ସାହୁ): ଶି ଶୁଙ୍କ ପ୍ରତି ଜଣେ ଡାକ୍ତରଙ୍କ ଅନାବିଳ ମାନବିକତା ଏବେ କେସିଙ୍ଗା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। କଳାହାଣ୍ଡି ଜିଲାକେସିଙ୍ଗା ସହରସ୍ଥିତ…

ସରକାରୀ ସେବାରେ ବିଳମ୍ବ ହେଲେ ଅଧିକାରୀଙ୍କୁ ଜରିମାନା, ଦିନକୁ କଟିବ ୨୫୦ ଟଙ୍କା

ଭୁବନେଶ୍ବର,୨୪।୮: ସରକାରୀ ସେବା ପ୍ରଦାନ ବ୍ୟବସ୍ଥାକୁ ଅଧିକ ପାରଦର୍ଶୀ ଓ ଉତ୍ତରଦାୟୀ କରିବା ପାଇଁ ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ଲାଗୁ କରିଛନ୍ତି । ଏଣିକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri