Video: ଫ୍ଲାଇଟରେ ଉଲଗ୍ନ ହୋଇ ମହିଳା କଲେ ଏମିତି, ଦେଖି ତାଜୁବ ହୋଇଗଲେ…

ଆମେରିକାର ହ୍ୟୁଷ୍ଟନ୍‌ସ୍ଥିତ ଏୟାରପୋର୍ଟ ରନ୍‌ଓ୍ବେରୁ ଶୁକ୍ରବାର ସାଉଥ୍‌ ଓ୍ବେଷ୍ଟ ଏୟାରଲାଇନ୍ସର ଏକ ବିମାନ ଟେକ୍‌ ଅଫ୍‌ କରୁଥିବା ସମୟରେ ବିମାନ ମଧ୍ୟରେ ଜଣେ ମହିଳା ବିମାନରୁ ଓହ୍ଲାଇବା ପାଇଁ ଜିଦ୍‌ କରିଥିଲେ। ତେବେ ଏହା ସମ୍ଭବ ନୁହେଁ ବୋଲି ତାଙ୍କୁ ବିମାନର କ୍ରିଉ ସଦସ୍ୟ କହିଥିଲେ। ଫଳରେ ମହିଳା ଜଣକ ବିମାନ ମଧ୍ୟରେ ନିଜର ସମସ୍ତ ପୋଷାକ କାଢ଼ି ଉଲ୍ଲଗ୍ନ ହୋଇ ହଙ୍ଗାମା କରିବା ଆରମ୍ଭ କରିଥିଲେ। ସେ ଚଳନ୍ତା ବିମାନ ମଧ୍ୟରେ ଉଲଗ୍ନ ହୋଇ ପରେଡ୍‌ କରିବା ସହ ଅନ୍ୟ ଯାତ୍ରୀଙ୍କ ସମ୍ମୁଖରେ ତାଙ୍କୁ ଓହ୍ଲାଇବାକୁ ଦିଆଯାଉ ବୋଲି ଜୋର୍‌ରେ ଚିତ୍କାର କରିଥିଲେ। ଏହାସହ ସେ ବିମାନର କ୍ରିଉ ସଦସ୍ୟଙ୍କୁ ଗାଳିଗୁଲଜ ମଧ୍ୟ କରିଥିଲେ। ବିଭିନ୍ନ ଆମେରିକୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ହ୍ୟୁଷ୍ଟନରୁ ଫିନିକ୍ସ ସ୍କାଏ ହାର୍ବର ଅନ୍ତର୍ଜାତୀୟ ବିମାନ ବନ୍ଦର ଅଭିମୁଖେ ଯାଉଥିବା ଏକ ବିମାନରେ ମହିଳାଙ୍କର ଏହି ହାଇଭୋଲଟେଜ୍‌ ଡ୍ରାମା ପ୍ରାୟ ୨୫ ମିନିଟ ଧରି ଚାଲିଥିଲା। ଏହି ସମୟରେ ବିମାନର ଜଣେ କ୍ରିଉ ସଦସ୍ୟ ମହିଳାଙ୍କୁ ଏକ କମ୍ବଳରେ ଘୋଡ଼ାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଅସଫଳ ହୋଇଥିଲେ। ମହିଳା ଜଣକ ଉଲଗ୍ନ ହୋଇ ହଙ୍ଗାମା କରୁଥିବା ସମୟରେ ବିମାନ ମଧ୍ୟରେ ଥିବା ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତ ଯାତ୍ରୀ ଅସହଜ ଅନୁଭବ କରୁଥିଲେ ବୋଲି ଜଣେ ଯାତ୍ରୀ କହିଛନ୍ତି। ସ୍ଥିତି ବିଗିଡ଼ିବାରୁ ବିମାନଟିକୁ ପୁନର୍ବାର ହ୍ୟୁଷ୍ଟନ ଏୟାରପୋର୍ଟକୁ ଫେରିବାକୁ ପଡ଼ିଥିଲା। ହ୍ୟୁଷ୍ଟନରେ ଉକ୍ତ ବିମାନ ଲାଣ୍ଡିଂ କରିବା ପରେ ମହିଳା ଜଣଙ୍କୁ ଗିରଫ କରାଯାଇଥିବା ନେଇ ହ୍ୟୁଷ୍ଟନ ପୋଲିସ ସୂଚନା ଦେଇଛି। ମେଡିକାଲ ଯାଞ୍ଚ ପାଇଁ ତାଙ୍କୁ ହସ୍ପିଟାଲ ନିଆଯାଇଛି। ବିମାନ ମଧ୍ୟରେ ମହିଳାଙ୍କ ହାଇଭୋଲଟେଜ୍‌ ଡ୍ରାମା ଯୋଗୁ ଅନ୍ୟ ଯାତ୍ରୀମାନେ ଅସୁବିଧା ଭୋଗ କରିଥିବାରୁ ସାଉଥ୍‌ ଓ୍ବେଷ୍ଟ ଏୟାରଲାଇନ୍ସ ପକ୍ଷରୁ ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ସମସ୍ତ ଯାତ୍ରୀଙ୍କୁ କ୍ଷମା ମଗାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

ନିଶାଦ୍ରବ୍ୟ ସେବନ ବିରୋଧରେ ଶପଥ, ପଥଭ୍ରଷ୍ଟ ଯୁବବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ…

ଦିଗପହଣ୍ଡି/ଚିକିଟି,୨୨ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଆମ ପୋଲିସ ସମିତି ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଚିକିଟିଗଡ଼ ରାଜକବି ହାଇସ୍କୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri