ସ୍ତ୍ରୀ, ଶଳା ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ

ବ୍ରହ୍ମପୁର,୭।୬(ସୁବାସ ଚନ୍ଦ୍ର ପାଢ଼ୀ): ମୋ ପୁଅକୁ ତା’ ସ୍ତ୍ରୀ ଓ ସମ୍ପର୍କୀୟମାନେ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ହତ୍ୟା କରିବାକୁ ଉଦ୍ୟମ କରିଛନ୍ତି ବୋଲି ପୋଡ଼ିହୋଇ ଗୁରୁତର ଅବସ୍ଥାରେ ଏମ୍‌କେସିଜିରେ ଚିକିତ୍ସାଧୀନ ଥିବା କନ୍‌ଷ୍ଟେବଲ ଆଶୁତୋଷ ମୃଡଙ୍ଗୟା (୩୨)ଙ୍କ ମା’ ଅଭିଯୋଗ କରିଛନ୍ତି। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି। ଅନ୍ୟପକ୍ଷରେ ଘଟଣା ପରେ ଶୁକ୍ରବାର ରାତିରେ ହିଁ ପୋଲିସ ଏମ୍‌କେସିଜିରେ ପହଞ୍ଚତ୍ ଆଶୁତୋଷଙ୍କ ଜମାନବନ୍ଦୀ ରେକର୍ଡ କରିଛି। ସ୍ତ୍ରୀ ଓ ଶଳା ତାଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି। ତାଙ୍କ ଶରୀରର ୭୫ ପ୍ରତିଶତ ପୋଡ଼ିଯାଇଛି। ରାତିରେ ତାଙ୍କୁ ଭୁବନେଶ୍ୱରସ୍ଥିତ ଏମ୍‌ସକୁ ସ୍ଥାନାନ୍ତର କରାଯାଇଛି।
ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚତ୍ ଶନିବାର ଦହନଶୀଳ ସାମଗ୍ରୀ ଜବତ କରି ସବୁ ଦିଗକୁ ଗୁରୁତ୍ୱ ଦେଇ ତଦନ୍ତ ଜାରି ରଖିଛି। ବ୍ରହ୍ମପୁର ଏସପି ଡା.ସର୍ବଣା ବିବେକ ଏମ୍‌. ଘଟଣାସ୍ଥଳ ପରିଦର୍ଶନ କରି ଏମ୍‌କେସିଜିରେ ଶୁକ୍ରବାର ଗୁରୁତରଙ୍କୁ ଭେଟିଥିଲେ। ଆଶୁତୋଷଙ୍କ ଭଉଣୀ ନିବେଦିତା ପାତ୍ରଙ୍କ ଅଭିଯୋଗକୁ ଭିତ୍ତିକରି ଟାଉନ ଥାନା ପୋଲିସ ୨୪୭/୨୬ରେ ଏକ ମାମଲା ରୁଜୁ କରିଛି। ବିଭିନ୍ନ ଦିଗକୁ ନେଇ ଏହାର ତଦନ୍ତ କରାଯାଉଛି ବୋଲି ଏସ୍‌ପି କହିଛନ୍ତି। ଶୁକ୍ରବାର ରାତିରେ ଟାଉନ ଥାନା ଅନ୍ତର୍ଗତ ବିଜିପୁରରେ ଥିବା ପୋଲିସ କ୍ୱାର୍ଟର୍ସରେ ଏପରି ଦୁଃଖଦ ଘଟଣା ଘଟିଥିଲା।
ଖବରରୁ ପ୍ରକାଶ, ଜୟଦେବ ମୃଡଙ୍ଗୟାଙ୍କ ପୁଅ ଆଶୁତୋଷ ଛତ୍ରପୁରସ୍ଥିତ ଓଏମ୍‌ଭିଡିରେ କନ୍‌ଷ୍ଟେବଲ ରୂପେ କାର୍ଯ୍ୟ କରୁଥିଲେ। ସେ ୨୦୨୫ ଫେବୃଆରୀରେ ସନ୍ଧ୍ୟା ନାୟକ (୩୧)ଙ୍କୁ ପ୍ରେମ ବିବାହ କରିଥିଲେ। ସନ୍ଧ୍ୟା ଆମ୍ବପୁଆସ୍ଥିତ ରିଜର୍ଭରେ କାର୍ଯ୍ୟ କରୁଥିଲେ। ଉଭୟେ ବିଜିପୁରରେ ସନ୍ଧ୍ୟା ପାଇଥିବା କ୍ୱାର୍ଟର୍ସରେ ରହୁଥିଲେ। ତେବେ ତାଙ୍କୁ ଅଧିକ ଯୌତୁକ ଦାବିକରି ହତ୍ୟା ଉଦ୍ୟମ କରାଯାଉଛି ବୋଲି ସନ୍ଧ୍ୟା ମହିଳା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଆଶୁତୋଷଙ୍କୁ ୧୮ା୫ା୨୬ରେ ଗିରଫ କରି ମାମଲା(ନଂ.୪୯/୨୦୨୬)ରେ କୋର୍ଟ ଚାଲାଣ କରିଥିଲା। ଜେଲ ଯିବା ପରେ ଆଶୁତୋଷଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା। ତେବେ ତିନି ଦିନ ତଳେ ସେ ଜାମିନରେ ଆସିଥିଲେ। ଶୁକ୍ରବାର ରାତିରେ ସନ୍ଧ୍ୟାଙ୍କ କ୍ୱାର୍ଟର୍ସକୁ ଆଶୁତୋଷ ଯାଇଥିଲେ। ଏହାର କିଛି ସମୟ ପରେ ଆଶୁତୋଷ ଜଳୁଥିବା ଅବସ୍ଥାରେ ଶିଡ଼ିରେ ତଳକୁ ଓହ୍ଲାଇ ଜୀବନ ବଞ୍ଚାଇବାକୁ ସେହି କଲୋନୀରେ ରହୁଥିବା ହାବିଲଦାର ଗୋପାଳ ନାୟକଙ୍କ ଘରେ ପଶିଯାଇଥିଲେ । ତାଙ୍କ ଦେହରୁ ନିଆଁ ଲାଗି ଗୋପାଳଙ୍କ ଘରର ବିଭିନ୍ନ ଆସବାବପତ୍ର ମଧ୍ୟ ପୋଡିଯାଇଛି। ଏପରି କି ଆଶୁତୋଷଙ୍କୁ ବଞ୍ଚାଇବାକୁ ଚେଷ୍ଟା କରି ଗୋପାଳଙ୍କ ହାତ ମଧ୍ୟ ପୋଡ଼ିଯାଇଥିବା ଜଣାପଡିଛି। ସଙ୍କଟାପନ୍ନ ଅବସ୍ଥାରେ କେତେଜଣ ପୋଲିସ କର୍ମଚାରୀ ଏବଂ କଲୋନୀ ଲୋକେ ଆଶୁତୋଷଙ୍କୁ ଏମ୍‌କେସିଜିରେ ଭର୍ତ୍ତି କରିଥିଲେ। ଖବରପାଇ ତାଙ୍କ ମା’ ପହଞ୍ଚତ୍ ପୁଅକୁ ତା’ ସ୍ତ୍ରୀ ଓ ସମ୍ପର୍କୀୟମାନେ ହତ୍ୟା କରିବାକୁ ଉଦ୍ୟମ କରିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି। ଶୁକ୍ରବାର ରାତିରେ ଡାକ୍ତରଙ୍କ ଉପସ୍ଥିତିରେ ପୋଲିସ ତାଙ୍କର ଜମାନବନ୍ଦୀ ରେକର୍ଡ କରିଛି। ସେ ଉପରୋକ୍ତ ମତ ଦେଇଛନ୍ତି। ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆଶୁତୋଷଙ୍କୁ ଶୁକ୍ରବାର ରାତିରେ ହିଁ ଏମ୍‌ସ ସ୍ଥାନାନ୍ତର କରାଯାଇଥିଲା। ସ୍ତ୍ରୀ ସ୍ବାମୀଙ୍କ ମଧ୍ୟରେ କଳିରୁ ଏପରି ଘଟଣା ଘଟିଥିବା ପୋଲିସ ଅନୁମାନ କରୁଛି। ଅନ୍ୟପକ୍ଷରେ ଭାଇଙ୍କ ସହ ଏମ୍‌କେସିଜିରୁ ଏମ୍‌ସକୁ ଆସିଥିବା ଭଊଣୀ ନିବେଦିତାଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କହିଲେ ଏମ୍‌ସରେ ମୁଁ ଓ ବାପା ଅଛୁ। ଭାଇ ଭଲ ହୋଇଯିବାକୁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛୁ ବୋଲି ନିବେଦିତା କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଇରାନର ତୈଳ ଜାହାଜ ଉପରେ ଆମେରିକାର ବଡ଼ ଆକ୍ରମଣ

ଓ୍ବାଶିଂଟନ,୫ା୯: ଇରାନର ଇସ୍‌ଲାମିକ ରିଭଲ୍ୟୁଶନାରି ଗାର୍ଡ କର୍‌ (ଆଇଆର୍‌ଜିସି) ଆମେରିକା ନୌସେନାର ୨ ଯୁଦ୍ଧଜାହାଜକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ଛାଡ଼ିବା ପରେ ଆମେରିକା ସେନା ଅଶୋଧିତ ତୈଳ…

ଭୂସ୍ଖଳନ ଘଟି ଚାମେଲିଆ ନଦୀ ଗତିପଥ ଅବରୋଧ, କାଳୀ ନଦୀରେ ବଡ଼ ବନ୍ୟା ଆଶଙ୍କା

ଡେରାଡୁନ୍‌,୫ା୯: ଏକ ବଡ଼ ଧରଣର ଭୂସ୍ଖଳନ ଯୋଗୁ ନେପାଳର ଚାମେଲିଆ ନଦୀ ଆଂଶିକ ଅବରୋଧ ହୋଇ ଏକ କୃତ୍ରିମ ହ୍ରଦ ସୃଷ୍ଟି କରିଛି। ଫଳରେ ଭାରତ ପାର୍ଶ୍ୱରେ…

କେନ୍ଦୁଝରରେ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ

କେନ୍ଦୁଝର,୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ସହଯୋଗିତା ଏବଂ ସୁସ୍ଥ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦୁଝର…

ଡାକ୍ତର ଅଛନ୍ତି ମାତ୍ର ୧୦…ଛତ୍ରପୁର ହସ୍ପିଟାଲରେ ICU ଓ ଟ୍ରମା କେୟାର ପାଇଁ ଉଠିଲା ଦାବି

ଛତ୍ରପୁର,୬ା୯(ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ଉପରେ ଦୈନିକ ଶତାଧିକ ରୋଗୀ ନିର୍ଭର କରନ୍ତି । ପର୍ଯ୍ୟାପ୍ତ ସଂଖ୍ୟକ…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ରାସ୍ତା ନିର୍ମାଣ କାର୍ଯ୍ୟରେ ଅନିୟମିତତା ଅଭିଯୋଗ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର

ଗଞ୍ଜାମ,୬।୯(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ୱାର୍ଡ ୯ ବରପଲ୍ଲୀ ଗ୍ରାମକୁ ଉପଯୁକ୍ତ ରାସ୍ତା ଟିଏ ନଥିଲା । ଦୀର୍ଘ ବର୍ଷ ହେବ ମୋରମ ବିଛା…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri