ରାସ୍ତାକଡ଼ରେ ମହିଳାଙ୍କ ପ୍ରସବ

ଚନ୍ଦାହାଣ୍ଡି, ୪ା୭(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକରେ ପୁଣି ଜନନୀ ଯନ୍ତ୍ରଣା। ଖରାପ ରାସ୍ତା ଯୋଗୁ ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ। ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଚାଲିକି ଯିବାବେଳେ ଗର୍ଭବତୀ ଜଣଙ୍କ ରାସ୍ତାକଡ଼ରେ ପ୍ରସବ କରିଛନ୍ତି। ଏହା ହେଉଛି ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ପାଟଖଲିଆ ପଞ୍ଚାୟତ ଅଧୀନ ଗୋରଝରିଆ ଗ୍ରାମର ଘଟଣା।
ଗୋରଝରିଆ ଗ୍ରାମର ଯୁଗେଶ୍ବର ଗୌଡ଼ଙ୍କ ସ୍ତ୍ରୀ ରମୁଲାଙ୍କ ପ୍ରସବ ବେଦନା ହେବାରୁ ପରିବାର ଲୋକେ ଆମ୍ବୁଲାନ୍ସ ଡକାଇଥିଲେ। ତେବେ ଗୋରଝରିଆ ରାସ୍ତା କାଦୁଅ ପଚପଚ ଥିବାରୁ ଗାଁକୁ ଆମ୍ବୁଲାନ୍ସ ଯାଇ ନ ଥିଲା। ପରିବାର ଲୋକେ ବାଧ୍ୟ ହୋଇ ରମୁଲାଙ୍କୁ ଚଲାଇ ଚଲାଇ କାଦୁଅ ରାସ୍ତା ପାର କରାଉଥିବାବେଳେ ସେ ରାସ୍ତା କଡ଼ରେ ହିଁ ସନ୍ତାନ ଜନ୍ମ ଦେଇଥିଲେ। ଉକ୍ତ ଖବରପାଇ ପାଟଖଲିଆ ସମିତି ସଭ୍ୟ ତୁରନ୍ତ ନିଜ ଗାଡି ପଠାଇ ମା ଓ ଶିଶୁକୁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଏହି ଘଟଣା ପାଟଖଲିଆ ପଞ୍ଚାୟତ ପାଇଁ ନୂଆ ନୁହେଁ। ଏଥିପୂର୍ବରୁ ମଧ୍ୟ ଏପରି ଘଟଣା ଘଟିଛି। ପ୍ରଶାସନ, ସ୍ଥାନୀୟ ବିଧାୟକ, ଏମ୍‌ପି ରାସ୍ତା ନିର୍ମାଣ ପାଇଁ ଉଦ୍ୟମ କରୁନଥିବା ପାଟଖଲିଆ ସମିତିସଭ୍ୟା ନିରୁପମା ଧୁରୁଆ ଏବଂ ପିସିସି ସମ୍ପାଦକ କ୍ଷେମରାଜ ବାଘ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆପଣାଇଥିଲେ ଅନ୍ୟ ଧର୍ମ: ୧୭ ଘଣ୍ଟା ହେଲା ପଡ଼ିଛି ମୃତଦେହ, ଶ୍ମଶାନରେ ମିଳୁନି

ଉମରକୋଟ,୩୧।୩(ସନ୍ତୋଷ ଶତପଥୀ): ଦୀର୍ଘ ୧୭ ଘଣ୍ଟା ହେବ ଘରେ ପଡି ରହିଛି ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲାଉମରକୋଟ ଥାନା ପୂଜାରୀଭରଣ୍ଡୀ ଗ୍ରାମରେ ।…

୩୩ ଭୂମିହୀନଙ୍କ ମୁହଁରେ ଫୁଟିଲା ହସ, ସମସ୍ତଙ୍କୁ ମିଳିଲା…

ଝରିଗାଁ,୧୨ା୩(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକର ଭୂମିହୀନଙ୍କୁ ବସୁନ୍ଧରା ଯୋଜନାରେ ଗୁରୁବାର ତହସିଲ ପକ୍ଷରୁ ପଟ୍ଟା ବଣ୍ଟନ କରାଯାଇଛି। ତହସିଲଦାର ସୁମନ୍ତ ପାତ୍ରଙ୍କ ସଂଯୋଜନାରେ…

ସମ୍ପର୍କୀୟ ଦେଇଥିଲେ ଖବର, ବେକରେ ଭୁଜାଲି ଲଗାଇ ହାତ ଗୋଡ଼ ବାନ୍ଧି ଲୁଟିଥିଲେ ୭୦ ଲକ୍ଷ; ୭ଜଣ ଡକାୟତଙ୍କୁ ବାନ୍ଧି ବଡ଼ ପର୍ଦ୍ଦାଫାଶ କଲା…  

ଉମରକୋଟ,୩।୩(ସନ୍ତୋଷ ସତପଥୀ): ଉମରକୋଟ ଥାନା ଅଧୀନ କୋଚନିଆମ୍ବା ଗ୍ରାମରେ ଗତ ଫେବୃଆରୀ ୨୨ ଓ ୨୩ ତାରିଖ ମଧ୍ୟରାତ୍ରିରେ ବଡ଼ ଧରଣର ଡକାୟତି ହୋଇଥିଲା। ବେକରେ ଭୁଜାଲି…

୫ ଦିନ ପରେ ମିଳିଲା ପ୍ରଧାନଶିକ୍ଷକଙ୍କ ଝୁଲନ୍ତା ମୃତଦେହ, ପାଖରୁ ମିଳିଲା…

ଝରିଗାଁ,୨୫ା୨(କିଶୋର ଚନ୍ଦ୍ର ମଣ୍ଡଳ): ନିଖୋଜ ହେବାର ୫ ଦିନ ପରେ ମିଳିଲା ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ମୃତଦେହ। ଯାହାକି ପରିବାର ଏବଂ ବିଦ୍ୟାଳୟରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।…

ଝିଅ ଅନ୍ୟଜାତିରେ ବିବାହ କରିବାରୁ ମଲାପରେ ବାପାଙ୍କୁ ମିଳିଲାନି ଚାରି କାନ୍ଧ, ବଡ଼ ପୁଅ ବି ଆସିଲେନି…

ନବରଙ୍ଗପୁର,୨୫।୨(ସଦାଶିବ ପ୍ରହରାଜ): ଆଜିର ସଭ୍ୟ ସମାଜରେ ଜାତିପ୍ରଥା ଭଳି ପରମ୍ପରା ବଞ୍ଚିରହିଛି । ଜାତିପ୍ରଥା ଯୋଗୁ ଶବକୁ ମିଳିଲାନି ଚାରି କାନ୍ଧ । ଏପରିକି ବଡ଼ ପୁଅ…

ମାରଣାସ୍ତ୍ର ଦେଖାଇ ବ୍ୟାବସାୟୀଙ୍କ ଘରୁ ଲୁଟ୍‌

ପାପଡ଼ାହାଣ୍ଡି,୨୪।୨(ସ୍ୱପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ମୈଦଲପୁରର ସଦର ବ୍ୟବସାୟୀ କାଶୀନାଥ ଗୁପ୍ତାଙ୍କ ଘରୁ ବଡ଼ ଧରଣର ଲୁଟ୍‌ ହୋଇଛି। କଳା ମୁଖା ପିନ୍ଧା ଦୁବୃର୍ତ୍ତମାନେ…

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ଶୁଭାରମ୍ଭ

ନବରଙ୍ଗପୁର,୧୪।୨(ସଦାଶିବ ପ୍ରହରାଜ):ନବରଙ୍ଗପୁର ଜିଲାରେ ସ୍ବାଧୀନତା ସଂଗ୍ରାମୀମାନଙ୍କ ଅବଦାନ ଓ ବଳିଦାନକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମନେପକାଇ ଶ୍ରଦ୍ଧାଞ୍ଜଳି ଜଣାଇବା ସହ କହିଛନ୍ତି, ଓଡ଼ିଶା ହେଉଛି କଳା…

୧୨ ଘଣ୍ଟିଆ ଉମରକୋଟ ବନ୍ଦ, କଣ ରହିଛି ପ୍ରଭାବ ଜାଣନ୍ତୁ

ଉମରକୋଟ,୧୦।୨(ସନ୍ତୋଷ ଶତପଥୀ): ଦୀର୍ଘ ଦିନର ଦାବି ପୂରଣ ନହେବାରୁ ମଙ୍ଗଳବାର ଆନ୍ଦୋଳନ ପଥକୁ ଓହ୍ଲାଇଛି ‘ଉମରକୋଟ ସଂଗ୍ରାମ ମଞ୍ଚ’ । ଆଜି ଉମରକୋଟ, ରାଇଘର, ଝରିଗାଁ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri