Posted inଫୁରସତ

୯ ମାସ ଗର୍ଭବତୀ ରହି ପ୍ଲାଷ୍ଟିକ ଶିଶୁକୁ ଜନ୍ମ ଦେଉଛନ୍ତି ଏହି ମହିଳା ! ଜାଣିଲେ ହେବେ ଆଶ୍ଚର୍ଯ୍ୟ…

ମା’ ହେବାର ଅନୁଭବ ପ୍ରତ୍ୟେକ ମହିଳାଙ୍କ ପାଇଁ ଅତ୍ୟନ୍ତ ଖାସ୍‌। ଯେତେବେଳେ ସେ ନିଜ ଶିଶୁକୁ ୯ ମାସ ପର୍ଯ୍ୟନ୍ତ ଗର୍ଭରେ ରଖିଥାନ୍ତି, ସେହି ସମୟରେ ସେମାନଙ୍କ ଖୁସି କହିଲେ ନ ସରେ। ହେଲେ ୨୫ ବର୍ଷୀୟା କ୍ୟାଥରିନ୍‌ ବାର୍ନେସ ତାଙ୍କର ଭିନ୍ନ ପ୍ରକାରର କାର୍ଯ୍ୟ ପାଇଁ ଚର୍ଚ୍ଚାରେ ରହିଛନ୍ତି। କ୍ୟାଥରିନ୍‌ ବର୍ତ୍ତମାନ ୧୦ଟି ସନ୍ତାନର ମା’। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ମହିଳା ପ୍ଲାଷ୍ଟିକ୍‌ ଡଲ ବା କଣ୍ଢେଇ ଜନ୍ମ କରନ୍ତି। ଏହି ପ୍ଲାଷ୍ଟିକ କଣ୍ଢେଇକୁ ସେ ନିଜର ପ୍ରକୃତ ପିଲା ପରି ଲାଳନପାଳନ କରିଥାନ୍ତି।


କ୍ୟାଥରିନ ଲାଇଫ୍‌ଲାଇକ୍‌ କଣ୍ଢେଇକୁ ବହୁତ ଭଲ ପାଆନ୍ତି। ସେ ଏହି କଣ୍ଢେଇ ଅର୍ଡର କରିଥାନ୍ତି। ଏହି କଣ୍ଢେଇମାନଙ୍କ ସହ ଘନିଷ୍ଟ ସମ୍ପର୍କ ସ୍ଥାପନ ପାଇଁ କ୍ୟାଥରିନ୍‌ ଅର୍ଡର ଦେବା ପୂର୍ବରୁ ୯ ମାସ ଗର୍ଭବତୀ ପରି ଅଭିନୟ କରିଥାନ୍ତି। ଏହି ସମୟରେ ସେ ଜଣେ ଗର୍ଭବତୀ ମହିଳାଙ୍କ ପରି ସମସ୍ତ କାମ କରିଥାନ୍ତି। ଏଥିସହ ସେ ଶିଶୁର ଅଲଟ୍ରାସାଉଣ୍ଡ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଶେୟାର କରିଥାନ୍ତି। ୯ ମାସ ପରେ ସେ ଏହି ନକଲି ଶିଶୁ ଅର୍ଥାତ୍‌ କଣ୍ଢେଇକୁ ଦୁନିଆ ସମ୍ମୁଖକୁ ଆଣିଥାନ୍ତି। କ୍ୟାଥରିନ ତାଙ୍କ ନାମ ମଧ୍ୟ ରଖିଥାନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ପାଖରେ ଏପରି ୧୦ଟି କଣ୍ଢେଇ ଅଛନ୍ତି। ଏହି ଡଲ୍ସର ମୂଲ୍ୟ ୩୫ ହଜାର ଟଙ୍କାରୁ ଆରମ୍ଭ ହୋଇଥାଏ। କ୍ୟାଥରିନଙ୍କ ଏପରି ଫଟୋ ଦେଖି ଲୋକେ ତାଙ୍କର ମଜାକ୍‌ ଉଡାଇଥାନ୍ତି। କିଛି ଲୋକ ତାଙ୍କୁ ପାଗଳ ମଧ୍ୟ କହିଥାନ୍ତି। ମାତ୍ର ଏଥିରେ କ୍ୟାଥରିନ୍‌ଙ୍କୁ କିଛି ଫରକ୍‌ ପଡ଼ି ନ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri