ସ୍ବାମୀ, ମହିଳା ଅଧିକାରୀଙ୍କ ନାଁରେ ଏତଲା ଦେଲେ ସ୍ତ୍ରୀ

ରାୟଗଡ଼ା,୧୧।୭ (ଆଶିଷ ରଞ୍ଜନ ପଣ୍ଡା): ପରକୀୟା ପ୍ରୀତିକୁ ନେଇ ଜଣେ ଶିକ୍ଷକ ତାଙ୍କ ସ୍ତ୍ରୀଙ୍କୁ ଶାରୀରିକ, ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ପତ୍ନୀ ଜଣକ ଶିକ୍ଷକ ସ୍ବାମୀ, ଶାଶୁ ଓ ଜଣେ ମହିଳା ଅଧିକାରୀଙ୍କ ବିରୋଧରେ ଥାନାରେ ଏତଲା ଦେବା ଘଟଣା ରାୟଗଡ଼ା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି।
ଘଟଣାରୁ ପ୍ରକାଶ ଯେ, ସାଇପ୍ରିୟା ନଗର ଦଶମ ଲେନ୍‌ରେ ରହୁଥିବା ଶିକ୍ଷକ ପ୍ରଶାନ୍ତ ନାୟକ ପରକୀୟା ପ୍ରୀତିରେ ପଡ଼ି ପତ୍ନୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ସ୍ତ୍ରୀ ବିଷ୍ଣୁପ୍ରିୟା ନାୟକ ରାୟଗଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସ୍ବାମୀଙ୍କ ସମେତ ଶାଶୁ ଭାରତୀ ନାୟକ ଓ ପ୍ରଶାନ୍ତଙ୍କ ପ୍ରେମିକା ତଥା ଜଣେ ଜିଲାସ୍ତରୀୟ ମହିଳା ମଧ୍ୟ ମିଳିତ ଭାବେ ବିଷ୍ଣୁପ୍ରିୟାଙ୍କୁ ନିର୍ଯାତନା ଦେଉଥିବା ଏତଲାରେ ଦର୍ଶାଯାଇଛି। ୨୦୦୬ ଫେବୃୟାରୀରେ ହିନ୍ଦୁ ରୀତିନୀତିରେ ବିଷ୍ଣୁପ୍ରିୟା ଓ ପ୍ରଶାନ୍ତଙ୍କ ବିବାହ ହୋଇଥିଲା। ସେହି ସମୟରେ ପ୍ରଶାନ୍ତ ବ୍ୟବସାୟ କରୁଥିଲେ । ୨୦୧୧ରେ ପ୍ରଶାନ୍ତ କ୍ରୀଡ଼ା ଶିକ୍ଷକ ଭାବେ ନିଯୁକ୍ତି ପାଇ ରାୟଗଡ଼ା ଆସିଥିଲେ। ପରେ ୨୦୧୬ରେ ପରିବାରବର୍ଗଙ୍କୁ ନେଇ ରାୟଗଡ଼ା ଆସିଥିଲେ। ସାଇପ୍ରିୟା ନଗରରେ ପ୍ରଶାନ୍ତଙ୍କ ମା’ ଭାରତୀ, ସ୍ତ୍ରୀ ବିଷ୍ଣୁପ୍ରିୟା ଓ ଦୁଇଟି ସନ୍ତାନକୁ ନେଇ ରହୁଥିଲେ। ପ୍ରଶାନ୍ତ ଜଣେ ଗାୟକ ହୋଇଥିବାରୁ ସେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଧ୍ୟ ଅଂଶ ଗ୍ରହଣ କରନ୍ତି।

୨୦୨୩ ଜାନୁୟାରୀରେ ଜିଲାର ଲୋକପର୍ବ ଚଇତି ମହୋତ୍ସବ ପରେ ସେ ଜଣେ ଜିଲାସ୍ତରୀୟ ମହିଳା ଅଧିକାରୀଙ୍କ ସମ୍ପର୍କରେ ଆସିଥିଲେ। ପରେ ଉକ୍ତ ମହିଳା ଅଧିକାରୀ ଓ ପ୍ରଶାନ୍ତଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିବା ସହ ପ୍ରେମ ସମ୍ପର୍କ ରହିଥିବା ବିଷ୍ଣୁପ୍ର୍ରିୟା ଅଭିଯୋଗ କରିଛନ୍ତି। ସେ ସ୍ବାମୀଙ୍କ ଏହି ଅବୈଧ ସମ୍ପର୍କକୁ ବିରୋଧ କରିବାରୁ ପ୍ରଶାନ୍ତ, ତାଙ୍କ ମା’ ଓ ସମ୍ପୃକ୍ତ ମହିଳା ଅଧିକାରୀ ତାଙ୍କୁ ନିର୍ଯାତନା ଦେଉଥିବା ସେ ଅଭିଯୋଗ କରିଛନ୍ତି। ଏପରିକି ମେ ୭ ତାରିଖରେ ପ୍ରଶାନ୍ତ ଓ ସମ୍ପୃକ୍ତ ମହିଳା ଅଧିକାରୀଙ୍କୁ ଏକ ସପିଂ ମଲରେ ଦେଖି ଏଠାରେ କ’ଣ କରୁଛ ବୋଲି ପଚାରିବାରୁ ସେମାନେ ବାଇକରେ ପଳାଇଥିଲେ । ଘରେ ପହଞ୍ଚି ପ୍ରଶାନ୍ତ, ସମ୍ପୃକ୍ତ ପ୍ରେମିକା ଓ ଶାଶୁ ମିଶି ତାଙ୍କୁ ମାଡ଼ ମାରିବା ସହ ଧମକ ଦେଇଥିବା ବିଷ୍ଣୁପ୍ରିୟା ଅଭିଯୋଗ କରିଛନ୍ତି। ପରେ ମେ ୯ ତାରିଖରେ ପ୍ରଶାନ୍ତଙ୍କ ଘରେ ଉଭୟ ଆପତ୍ତିଜନକ ଅବସ୍ଥାରେ ଥିବା ବିଷ୍ଣୁପ୍ରିୟା ଦେଖି ବାରଣ କରିବାରୁ ମ୍ୟାଡାମଙ୍କ ସହ ଆଡଜଷ୍ଟ କରିବାକୁ ପଡ଼ିବ ବୋଲି ପ୍ରଶାନ୍ତ ପତ୍ନୀଙ୍କୁ କହିଥିବା ବିଷ୍ଣୁପ୍ରିୟା କହିଛନ୍ତି । କାରଣ ଉକ୍ତ ମହିଳା ଅଧିକାରୀ ପ୍ରଶାନ୍ତଙ୍କୁ ଲକ୍ଷ ଲକ୍ଷ ଟଙ୍କାର ସାଂସ୍କୃତିକ କାର୍ଯ୍ୟକ୍ରମ କରିବାକୁ ଦେଉଥିବା ପ୍ରଶାନ୍ତ କହିଥିଲେ। ଏଥିରେ ବିଷ୍ଣୁପ୍ରିୟା ରାଜି ନ ହେବାରୁ ତାଙ୍କୁ ମାଡ଼ ମାରିବା ସହ ମୋବାଇଲ ଛଡ଼ାଇ ନେଇଥିବା ସେ ଅଭିଯୋଗ କରିଛନ୍ତି । ରବିବାର ସମ୍ପୃକ୍ତ ମହିଳା ଅଧିକାରୀ ପ୍ରଶାନ୍ତଙ୍କ ଘରକୁ ଯାଇ ନିଜ ଜନ୍ମଦିନ ପାଳନ କରିଥିବାବେଳେ ବିଷ୍ଣୁପ୍ରିୟାଙ୍କୁ ନେଇ ଏକ ରୁମ୍‌ରେ କବାଟ ବନ୍ଦ କରି ରଖିଥିଲେ। ତେବେ ସୋମବାର ସକାଳେ ବିଷ୍ଣୁପ୍ରିୟା ମନ୍ଦିର ଯାଇ ଫେରିବା ପରେ ପ୍ରଶାନ୍ତଙ୍କ ମା’ ଘର ତାଲା ବନ୍ଦ କରିଦେବା ସହ ଘର ଭିତରକୁ ଯିବାକୁ ଦେଇ ନ ଥିଲେ। ତେଣୁ ବାଧ୍ୟ ହୋଇ ବିଷ୍ଣୁପ୍ରିୟା ସଖୀ କେନ୍ଦ୍ରରେ ପହଞ୍ଚିଥିଲେ । ଶଖୀ କେନ୍ଦ୍ର ସଦସ୍ୟ ହସ୍ତକ୍ଷେପ ପରେ ବିଷ୍ଣୁପ୍ରିୟା ଥାନାର ଦ୍ୱାରସ୍ଥ ହୋଇ ସ୍ବାମୀ, ଶାଶୁ ଓ ସମ୍ପୃକ୍ତ ଜିଲାସ୍ତରୀୟ ଅଧିକାରୀଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ପ୍ରଶାନ୍ତଙ୍କୁ ପଚାରିବାରୁ ସେ ତାଙ୍କ ପୁଅର ମେଡ଼ିକାଲ ଚେକଅପ୍‌ ପାଇଁ କୋରାପୁଟ ଯାଇଛନ୍ତି ଏବଂ ବାହାରେ ଅଛନ୍ତି କହି କଥାକୁ ଏଡ଼ାଇଦେଇଥିଲେ। ତାଙ୍କର ସେଭଳି କୌଣସି ପରକୀୟା ପ୍ରୀତି ନାହିଁ ବୋଲି ସେ କହିଛନ୍ତି । ଏ ସମ୍ପର୍କରେ ରାୟଗଡ଼ା ଟାଉନ ଥାନା ଅଧିକାରୀ ଯଶୋବନ୍ତ ହିଆଲଙ୍କୁ ପଚାରିବାରୁ ପୋଲିସ ଅଭିଯୋଗ ଗ୍ରହଣ କରିଛି । ତଦନ୍ତ ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଆରପି ଥାନା ଦାବି କଲା ରେଳ ଉପଭୋକ୍ତା ସଂଘ

ବରଗଡ଼,୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ରେଳ ଉପଭୋକ୍ତା ସଂଘର ଏକ ପ୍ରତିନିଧି ଦଳ ଗୁରୁବାର ବରଗଡ଼ ଏସ୍‌ପି ଶ୍ରୀ ରବୀନ୍ଦ୍ର ନାଥ ଶତପଥୀଙ୍କୁ ଫେରାଦ ହୋଇଥିଲେ। ନୂତନ…

କାଠଯୋଡ଼ି ନଦୀରୁ ମୃତଦେହ ଉଦ୍ଧାର ମାମଲା: ମୃତ ଯୁବତୀ FM ମେଡିକାଲ କଲେଜ ଛାତ୍ରୀ, ଘର…

କଟକ/ବାରଙ୍ଗ,୪।୬(ପ୍ରଭୁ କଲ୍ୟାଣ ପାଲ/ ଲିଙ୍ଗରାଜ ରାଉତ): କଟକ ଜିଲା ବାରଙ୍ଗ ଥାନା ଅଧୀନ କାଠଯୋଡ଼ି ନଦୀରୁ ଗୁରୁବାର ଭୋରୁ ଜଣେ ଯୁବତୀଙ୍କ ମୃତଦେହ ମିଳିଛି। ସେ ହେଲେ…

ବୁଲା କୁକୁର ଆତଙ୍କ, ଗୋଟିଏ ଦିନରେ ୭ଜଣଙ୍କୁ କାମୁଡ଼ିଲା

ଅମ୍ବାଦଳା,୪।୬(ରବୀନ୍ଦ୍ର ପଣ୍ଡା): ରାୟଗଡ଼ା ଜିଲା ଅମ୍ବାଦଳା ଅଞ୍ଚଳରେ ବୁଲା କୁକୁର ଆତଙ୍କ ଦେଖାଦେଇଛି। ଗୁରୁବାର ଏକ ବୁଲା କୁକୁର କାମୁଡାରେ ଜଣେ ଶିଶୁଙ୍କ ସହ ମୋଟ ୭ଜଣ…

ଅଫିସରେ ଅସୁସ୍ଥତା, ଘରେ ଆଖି ବୁଜିଲେ ଜନସ୍ୱାସ୍ଥ୍ୟ ଵିଭାଗ କିରାଣୀ ଗୋପାଳ ରଥ

ବଲାଙ୍ଗୀର, ୪।୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରାଜୀବ ନଗର ନିବାସୀ ଗୋପାଳ ଚରଣ ରଥଙ୍କ ଗୁରୁବାର ପରଲୋକ ହୋଇଛି। ସେ ବଲାଙ୍ଗୀର ପିଏଚଡି ସବଡିଭିଜନ ଅଫିସରେ ବିଲିଂ…

ଜମି ବିକ୍ରି ନାଁରେ ୧୦ ଲକ୍ଷ ଟଙ୍କା ଠକେଇ, ବନ୍ଧା ହେଲେ ଜମି ମାଲିକ

କୋରୁକୋଣ୍ଡା,୪।୬(ଶିବଦତ୍ତ ସାହୁ): ଜମି ବିକ୍ରି ନାଁରେ ୧୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ମାଲକାନଗିରି ଜିଲା ଓର୍କେଲ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ…

ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ: ଖାର୍ଗେ-ପୱନ ଖେରା କର୍ନାଟକରୁ ମନୋନୀତ

ନୂଆଦିଲ୍ଲୀ,୪।୬: କଂଗ୍ରେସ ଦଳ କର୍ନାଟକ, ମଧ୍ୟ ପ୍ରଦେଶ, ରାଜସ୍ଥାନ, ତାମିଲନାଡୁ ଏବଂ ଝାଡ଼ଖଣ୍ଡ ରାଜ୍ୟ ପାଇଁ ରାଜ୍ୟ ସଭା ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଦଳ କର୍ନାଟକରୁ…

ପଦ୍ମପୁରରେ ନିଶା କାରବାର ଉପରେ ଚଢାଉ: ୨୨ ବସ୍ତା ବେଆଇନ କଫ୍ ସିରପ୍ ଜବତ, ୨ ଗିରଫ

ପଦ୍ମପୁର,୪।୬(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଅଞ୍ଚଳରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ବେଆଇନ ନିଶାଦ୍ରବ୍ୟ କାରବାର ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରି ପୋଲିସ…

ବିକାଶ ସ୍କୁଲ ଅଫ ବିଜ୍‌ନେସ୍‌ ମ୍ୟାନେଜ୍‌ମେଣ୍ଟ ଛାତ୍ରୀଛାତ୍ରଙ୍କ ସଫଳତା, ଏନ୍‌. ଝାନ୍ସିରାଣୀ ବିଶ୍ବବିଦ୍ୟାଳୟ ଟପ୍ପର

ବରଗଡ,୪।୬(ପ୍ରେମାନନ୍ଦ ଖମାରୀ): ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଅନୁଷ୍ଠିତ ବିବିଏ ପରୀକ୍ଷାରେ ବିକାଶ ସ୍କୁଲ ଅଫ ବିଜ୍‌ନେସ୍‌ ମ୍ୟାନେଜମେଣ୍ଟର ଛାତ୍ରୀଛାତ୍ରମାନେ ସଫଳତା ହାସଲ କରି ଅନୁଷ୍ଠାନ ଓ ସମଗ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri