କୁକୁର ଛୁଆଙ୍କୁ ଅଳିଆ ଗଦାରେ ପକାଇବାରୁ ଗିରଫ ହେଲେ ମହିଳା

କାଲିଫର୍ନିଆ,୨୩।୪: ଆମେରିକାର କାଲିଫର୍ନିଆରେ ଜଣେ ମହିଳା ୭ଟି କୁକୁର ଛୁଆଙ୍କୁ ଏକ ପ୍ଲାଷ୍ଟିକ୍‌ ବ୍ୟାଗରେ ଭର୍ତ୍ତି କରି ଜିପ୍‌ରେ ଆସି ରାସ୍ତା କଡରେ ରଖାଯାଇଥିବା ଏକ ଡଷ୍ଟ ବିନ୍‌ରେ ପକାଇ ଦେଇଥିଲେ। ସେହି ସମୟର ଦୃଶ୍ୟ ନିକଟରେ ଥିବା ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଥିଲା। ପରେ ଏହି ଭିଡିଓଟି ସୋସିଆଲ ମିଡିଆରେ ଅପଲୋଡ ହେବାରୁ ‘ଦ ରିଭରସାଇଡ୍‌ କାଉଣ୍ଟି ଆନିମଲ ସାଇଟ୍‌’ର ନଜରରେ ପଡିଥିଲା। ଏହାକୁ ନେଇ ଖୋଳତାଡ କରାଯିବାରୁ ସମସ୍ତ ତଥ୍ୟ ସାମ୍ନାକୁ ଆସିଥିଲା। ପରେ ଏହି ପାଳିତ ଜୀବ ଗୁଡିକ ପ୍ରତି ନିଷ୍ଠୁରତା ବ୍ୟବହାର କରିଥିବାରୁ ମହିଳାଙ୍କୁ ଗିରଫ କରାଯାଇଥିବା ଜଣାପଡିଛି। ସୂଚନାଯୋଗ୍ୟ, ମହିଳା ଜଣଙ୍କ ୭ଟି କୁକୁର ଛୁଆ ଥିବା ବ୍ୟାଗକୁ ଡଷ୍ଟ ବିନରେ ପକାଇବା ବେଳେ ସେହି ବାଟ ଦେଇ ଯାଇଥିବା ଜଣେ ବ୍ୟକ୍ତି ଏହା ଦେଖି ତୁରନ୍ତ କୁକୁର ଛୁଆ ଗୁଡିକୁ ଉଦ୍ଧାର କରିଥିଲେ। ଯେତେବେଳେକୁ ସେ ଛୁଆ ଗୁଡିକ ମାତ୍ର ୩ ଦିନର ହୋଇଥିବା ବେଳେ ତାଙ୍କୁ ଉଦ୍ଧାର କରି ଉପଯୁକ୍ତ ଯତ୍ନ ନେବାରୁ ଛୁଆ ଗୁଡିକ ଏବେ ସୁସ୍ଥ ଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୋନମ ୱାଙ୍ଗଚୁକଙ୍କ ପାଇଁ ନ୍ୟୁୟର୍କଠାରୁ ଆରମ୍ଭ କରି ଲଣ୍ଡନ ପର୍ଯ୍ୟନ୍ତ ପ୍ରଦର୍ଶନ, ଭାରତ ସରକାରଙ୍କୁ କଲେ ବଡ଼ ଅପିଲ୍‌

ନୂଆଦିଲ୍ଲୀ,୨୨।୭: ଆମେରିକାସ୍ଥିତ ଏକ ଅଧିକାର ଗ୍ରୁପର କର୍ମକର୍ତ୍ତାମାନେ ଆମରଣ ଅନଶନ କରୁଥିବା ସୋନମ ୱାଙ୍ଗଚୁକଙ୍କ ପ୍ରତି ଏକଜୁଟତା ଜାହିର କରିବା ପାଇଁ ନ୍ୟୁୟର୍କ ଏବଂ ସାନ ହୋଜେରେ…

ମସ୍କୋ ଉପରେ ୪୦୦ ଡ୍ରୋନ୍‌ ମାଡ଼ କଲା ୟୁକ୍ରେନ୍‌

ମସ୍କୋ, ୨୧।୭: ରୁଷ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ସଂଘର୍ଷ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ୟୁକ୍ରେନ ସେନା ରୁଷ୍‌ର ରାଜଧାନୀ ମସ୍କୋକୁ ଲକ୍ଷ୍ୟ କରି…

ୟୁକ୍ରେନରେ ବଡ଼ ଦୁର୍ଘଟଣା: ଓଡ଼େଶା ବନ୍ଦରରେ ଜାହାଜ ଉପରେ ଆକ୍ରମଣ, ୪ ଭାରତୀୟଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୦।୭: ୟୁକ୍ରେନର ଓଡ଼େଶା ବନ୍ଦରରୁ ବାହାରୁଥିବା ଏକ ବାଣିଜି୍ୟକ ଜାହାଜ ‘MV ଗୋଲଡେନ ଲିଓ’ (MV Golden Leo) ଉପରେ ହୋଇଛି ଭୟଙ୍କର ଆକ୍ରମଣ। ଏହି ଆକ୍ରମଣରେ…

‘ସଂସଦ ଚଲୋ’ ବିକ୍ଷୋଭ ବେଳେ ବିକ୍ଷୋଭକାରୀଙ୍କୁ ପୋଲିସର ଲାଠିଚାର୍ଜ

ନୂଆଦିଲ୍ଲୀ,୨୦ା୭: ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ ଘଟଣାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଯନ୍ତରମନ୍ତରଠାରେ ସିଜେପି ପକ୍ଷରୁ ସୋମବାର ଧାରଣା ଦିଆଯାଇଥିଲା। ଏହି ଅବସରରେ ସିଜେପି…

FIFA ଫାଇନାଲରେ ହାରିବା ପରେ ଆର୍ଜେଣ୍ଟିନାରେ ଦଙ୍ଗା, ପୋଲିସକୁ ପଥର ମାଡ

ନୂଆଦିଲ୍ଲୀ,୨୦।୭: ଫିଫା ବିଶ୍ୱକପ୍ ଫାଇନାଲରେ ସ୍ପେନ୍ ଠାରୁ ଦଳର ପରାଜୟ ପରେ ଆର୍ଜେଣ୍ଟିନାରେ ଦଙ୍ଗା ଆରମ୍ଭ ହୋଇଛି। ଆର୍ଜେଣ୍ଟିନାର ଖେଳାଳି ଲିଓନେଲ୍ ମେସି ତାଙ୍କ ଶେଷ ବିଶ୍ୱକପ୍…

ଫିଫା ବିଶ୍ୱକପ ଟ୍ରଫି ପ୍ରଦାନ କରିବା ପରେ ମଧ୍ୟ ଡୋନାଲ୍ଡ ଟ୍ରମ୍ପ କାହିଁକି ମଞ୍ଚ ଛାଡିଲେ ନାହିଁ? ଏବେ ହେଉଛନ୍ତି ଟ୍ରୋଲ

ନ୍ୟୁୟର୍କ,୨୦।୭: ଆମେରିକାର ନ୍ୟୁ ଜର୍ସୀରେ ଅନୁଷ୍ଠିତ ଫିଫା ବିଶ୍ୱକପ 2026 ଫାଇନାଲରେ ଆର୍ଜେଣ୍ଟିନାକୁ 1-0 ଗୋଲରେ ପରାସ୍ତ କରି ସ୍ପେନ ବିଶ୍ୱ ଚାମ୍ପିୟନ ହେବାର ଗୌରବ ଅର୍ଜନ…

ଖୁସି ଖବର ଦେଲେ ଆମେରିକା ଉପରାଷ୍ଟ୍ରପତି

ଓ୍ବାଶିଂଟନ,୨୦।୭: ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ଘରେ ଖୁସି ଆସିଛି। ତାଙ୍କ ପତ୍ନୀ, ଆମେରିକାର ଦ୍ୱିତୀୟ ମହିଳା ଉଷା ଭାନ୍ସ, ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି।…

Hormuz Ship Blast: ହର୍ମୁଜ ପ୍ରଣାଳୀ ପାର ହେଉଥିବା ଦୁଇଟି ଜାହାଜରେ ବିସ୍ଫୋରଣ, ଗୋଟିଏରେ ତେଲ ସହ ଏଲପିଜି ଥିବା ବେଳେ ଅନ୍ୟଟିରେ ଥିଲା ସାର!

ତେହରାନ,୨୦।୭: ବିଶ୍ୱ ତୈଳ ଯୋଗାଣ ପାଇଁ ଜୀବନରେଖା ବିବେଚିତ ହର୍ମୁଜ ପ୍ରଣାଳୀରେ ବିସ୍ଫୋରଣର ରିପୋର୍ଟ ପୁଣି ଥରେ ଆଲୋଡ଼ନ ସୃଷ୍ଟି କରିଛି। ବିଳମ୍ବିତ ରାତିରେ ନୌସେନା ଖଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri