ଥୁଆମୂଳ ରାମପୁର, ୧୫।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ସ୍ଥିତ ମାଲିଗାଁ ଗ୍ରାମପଞ୍ଚାୟତରେ ଏକ ଦୁଃଖଦ ଘଟଣା ଘଟିଛି। ନିଜ ବାଡ଼ିରେ ଫଳିଥିବା ଅମୃତ ଭଣ୍ତା ତୋଳିବା ପାଇଁ ଯାଇ ୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।
ମିଳିଥିବା ସୂଚନା ମୁତାବକ, କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଧୀନ ମାଳିଗାଁ ଗ୍ରାମ ପଞ୍ଚାୟତ ସ୍ଥିତ ଡି.ଚେପଟାଘାଟ ଗ୍ରାମର କୁମ ଝଡିଆଙ୍କ ସ୍ତ୍ରୀ ଗୁରୁବାରୀ ଝଡିଆ (୪୫) ବୁଧବାର ଅପରାହ୍ନ ୨ଟା ସମୟରେ ନିଜ ବାଡ଼ିରେ ଥିବା ଏକ ଅମୃତ ଭଣ୍ତା ଗଛରୁ ବାଡ଼ି ସାହାଯ୍ୟରେ ଭଣ୍ତା ତୋଳିବାକୁ ଯାଇଥିଲେ। ଅଜ୍ଞାତ ବସତଃ ୧୧ କେଭି ବିଦ୍ୟୁତ ତାର ସସ୍ପର୍ଶରେ ଆସି ଅଚେତ ହୋଇ ତଳେ ପଡିଯାଇଥିଲେ। ପରେ ଘର ଲୋକେ ଓ ପଡୋଶୀଙ୍କ ସହାୟତାରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ହେଲେ ଗୁରୁବାରୀଙ୍କୁ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ତେବେ ଉକ୍ତ ଘଟଣାକୁ ନେଇ ଥୁଆମୂଳ ରାମପୁର ଥାନାରେ ମୃତ ମହିଳାଙ୍କ ସ୍ବାମୀ କୁମ ଝଡିଆ ଲିଖିତ ଭାବରେ ଜଣାଇଥିବା ବେଳେ ମେଡିକାଲରେ ଏଏସ୍ଆଇ ନେତାଇପଡ଼ା ସର୍କାର ପହଞ୍ଚି ମୃତଦେହ ଜବତ କରି ୮/୨୫ରେ ଏକ ମାମଲା ରୁଜ୍ଜୁ କରିଥିଲେ। ସା ହୋଇଯିବା ହେତୁ ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ ତାକୁ ଡାକ୍ତରଖାନାରେ ରଖାଯାଇଛି, ଆସନ୍ତା ଗୁରୁବାର ମୃତଦେହ ବ୍ୟବଚ୍ଛେଦ କରାଯିବା ପରେ ପରିବାରଲୋକଙ୍କୁ ହସ୍ତାନ୍ତର କରାଯିବା ନେଇ ଥୁଆମୂଳ ରାମପୁର ପୋଲିସ ପକ୍ଷରୁ ସୂଚନା ମିଳିଛି l


