ଓଲଫ୍‌ ସ୍କୋଲ୍‌ଜ ନୂଆ ଚାନ୍‌ସେଲର

ବର୍ଲିନ, ୯।୧୨: ଜର୍ମାନୀ ପାର୍ଲାମେଣ୍ଟ ବୁଧବାର ଓଲଫ୍‌ ସ୍କୋଲ୍‌ଜଙ୍କୁ ନୂଆ ଚାନ୍‌ସେଲର ନିର୍ବାଚିତ କରିଛି। ଏଥିସହିତ ଜର୍ମାନୀରେ ଆଞ୍ଜେଲା ମର୍କେଲଙ୍କ ଶାସନ ଶେଷ ହୋଇଛି। ୨୦୦୫ ନଭେମ୍ବର ୨୨ରେ ମର୍କେଲ ଜର୍ମାନୀର ପ୍ରଥମ ମହିଳା ଚାନ୍‌ସେଲର ହେବା ପରେ ୧୬ ବର୍ଷ ଧରି ଦେଶକୁ ଶାସନ କରିଆସୁଥିଲେ। ସ୍କୋଲ୍‌ଜଙ୍କ ନେତୃତ୍ୱାଧୀନ ସରକାର ଜମାନୀର ଆଧୁନିକୀକରଣ ଏବଂ ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବା ଭଳି ବଡ଼ ଆଶା ନେଇ କ୍ଷମତାକୁ ଆସିଛି। ତେବେ କରୋନା ସଂକ୍ରମଣ ବଢ଼ୁଥିବାରୁ ସରକାରଙ୍କୁ ପ୍ରଥମରୁ ବଡ଼ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିବ।
ଆସନ ବିଶିଷ୍ଟ ଜର୍ମାନୀ ପାର୍ଲାମେଣ୍ଟର ନିମ୍ନ ସଦନରେ ସ୍କୋଲ୍‌୍‌ଜଙ୍କ ନେତୃତ୍ୱାଧୀନ ୩ ଦଳୀୟ ମେଣ୍ଟ ପାଖରେ ୪୧୬ ଆସନ ରହିଛି। ଚାନ୍‌ସେଲର ନିର୍ବାଚନରେ ସ୍କୋଲ୍‌ଜଙ୍କ ସପକ୍ଷରେ ୩୯୫ ଓ ବିରୋଧରେ ୩୦୩ ଭୋଟ ପଡ଼ିଥିଲା। ରାଷ୍ଟ୍ରପତି ତାଙ୍କୁ ଆନୁଷ୍ଠାନିକ ଭାବେ ଚାନ୍‌ସେଲର ଘୋଷଣା କରିବା ସହ ବାଚସ୍ପତି ତାଙ୍କୁ ଶପଥ ପାଠ କରାଇଛନ୍ତି। ପାର୍ଲାମେଣ୍ଟର ସଦସ୍ୟ ନ ଥିବା ମର୍କେଲ ଭୋଟ ସମୟରେ ଦର୍ଶକ ଗ୍ୟାଲେରିରେ ଉପସ୍ଥିତ ଥିଲେ। ଅଧିବେଶନ ଆରମ୍ଭରେ ସଦସ୍ୟମାନେ ଛିଡ଼ାହୋଇ ତାଙ୍କୁ ଅଭିବାଦନ ଜଣାଇଥିଲେ।
ପୂର୍ବତନ ମେୟର ୬୩ ବର୍ଷୀୟ ସ୍କୋଲ୍‌ଜ ୨୦୧୮ରୁ ଦେଶର ଭାଇସ୍‌ ଚାନ୍‌ସେଲର ସହ ଅର୍ଥମନ୍ତ୍ରୀ ରହିଥିଲେ। ତାଙ୍କ ଦଳ ସୋସିଆଲ୍‌ ଡେମୋକ୍ରାଟ୍ସ ସହ ପରିବେଶ ସପକ୍ଷବାଦୀ ଗ୍ରୀନ୍‌ ପାର୍ଟି ଏବଂ ଫ୍ରି ଡେମୋକ୍ରାଟ୍ସ ଦଳକୁ ନେଇ ମେଣ୍ଟ କରାଇବାରେ ସେ ସଫଳ ହୋଇଛନ୍ତି। ଏହି ମେଣ୍ଟ ଦେଶକୁ ନୂଆ ଶକ୍ତି ଆଣିଦେବା ଲାଗି ଆଶା ରଖିଛି। ସ୍କୋଲ୍‌ଜଙ୍କ ନେତୃତ୍ୱରେ ୧୭ ଜଣିଆ ମନ୍ତ୍ରିମଣ୍ଡଳ ଗଢ଼ାଯାଇଛି। ଏଥିରେ ୯ ପୁରୁଷ ଓ ୮ ମହିଳା ମନ୍ତ୍ରୀ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହ ବେଆଇନ ବନ୍ଧୁକ-ଗୁଳି ଜବତ

ସମ୍ବଲପୁର,୨୫।୫(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଚାରମାଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ପର୍ଦ୍ଦାଫାଶ କରିିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା…

ରଣବୀରଙ୍କୁ ବାସନ୍ଦ କଲା ଫିଲ୍ମ କର୍ମଚାରୀ ସଂଘ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫ା୫:ଫାରହାନ୍‌ ଅଖତରଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ଡନ୍‌-୩ରୁ ଧୁରନ୍ଧର-୨ ଷ୍ଟାର ରଣବୀର ସିଂ ଅଚାନକ ଓହରିଯିବା ସହ ସହଯୋଗ ନ କରିବା କାରଣରୁ ଫେଡେରେଶନ ଅଫ୍‌ ଓ୍ବେଷ୍ଟର୍ନ…

ବାପାଙ୍କୁ ବ୍ରହ୍ମପୁର ଯିବି କହି ଭଡ଼ା ଘରେ ଝୁଲିପଡିଲେ ମହିଳା, ସନ୍ଦେହ ଘେରରେ…

ମୋହନା, ୨୫।୫( ମନ୍ମଥ ମିଶ୍ର ): ଜଣେ ବିବାହିତା ମହିଳା ବେକରେ ଶାଢ଼ି ବାନ୍ଧି ଭଡ଼ା ଘରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ପ୍ରକାରେ ମୋହନା ନିବାସୀ…

ସୋସିଆଲ ଅଡିଟ ସମୟରେ ଯୁକ୍ତିତର୍କ, ୨ ମହିଳା ଭିଆରପିଙ୍କୁ ଠେଲିଦେଲେ…

ହାଟଡିହୀ,୨୫l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ମରୈଗାଁ ଗ୍ରାମ ପଞ୍ଚାୟତ ସୋସିଆଲ ଅଡିଟ(ସାମାଜିକ ସମୀକ୍ଷା) କାର୍ଯ୍ୟରେ ନିୟୋଜିତ ଦୁଇ ମହିଳା ଭିଆରପି(ଭିଲେଜ ରିସୋର୍ସ ପର୍ସନ) ଏବଂ ସରପଞ୍ଚଙ୍କ…

ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ, ପୁଅକୁ ହରାଇ ଝୁରୁଛି ବେସାହାରା ମା’

ମୋହନା,୨୫।୫( ମନ୍ମଥ ମିଶ୍ର ): ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ । ମୃତକ ହେଲେ ପୂର୍ଣ୍ଣ ମଲ୍ଲିକ ( ୨୫ )। ଏଭଳି ହୃଦୟ ବିଦାରକ ଦୃଶ୍ୟ…

ଗଞ୍ଜାମରେ ଧାରା-୩୦ ଲାଗୁ: ପୋଲିସର ବିନାନୁମତିରେ ହୋଇପାରିବ ନାହିଁ ରାଜନୈତିକ ସଭା, ୯୦ ଦିନ ଯାଏ…

ଭଞ୍ଜନଗର,୨୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ରାଜନୈତିକ ମତଭେଦ ହେତୁ ବିଭିନ୍ନ ଦଳର ସଦସ୍ୟମାନଙ୍କ ମଧ୍ୟରେ ଦୀର୍ଘଦିନ ଧରି ମତାନ୍ତର/ମନାନ୍ତର ଲାଗି ରହିଛି। ଏଭଳି ପରିସ୍ଥିତିର ସୁଯୋଗ ନେଇ…

ମାଟ୍ରିକରେ ଫେଲ୍‌ ହୋଇଯିବା ପରେ ଭୟରେ ଆନ୍ଧ୍ର ପଳାଇଥିଲେ ନାବାଳକ, ଏବେ ଗାଁକୁ ଫେରିଲେ ଶବ ହୋଇ…

ପଟ୍ଟାଙ୍ଗି, ୨୫।୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଗାଙ୍ଗରାଜପୁର ପଞ୍ଚାୟତର ସେଟରାଇ ଗ୍ରାମର ନାବାଳକ କାମେଶ ମାରି ପଡୋଶୀ ଆନ୍ଧ୍ର ରାଜ୍ୟରେ ଦୁର୍ଘଟଣା…

ପଦାରେ ପଡିଲା ପ୍ରଧାନଶିକ୍ଷକଙ୍କ କଳା କାରନାମା: ଶାଳକାଠ ଚୋରାଚାଲାଣ ହେଉଥିବା ବେଳେ ଧରିଲେ ଗ୍ରାମବାସୀ

ଥୁଆମୂଳ ରାମପୁର, ୨୫।୫ (ଦୁର୍ଗା କୀର୍ତ୍ତି): ଜଣେ ଶିକ୍ଷିତ ବ୍ୟକ୍ତି ତଥା ସମାଜର ଗଠନକର୍ତ୍ତା କୁହାଯାଉଥିବା ଜଣେ ପ୍ରଧାନଶିକ୍ଷକଙ୍କ କଳା କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri