ଓଲଫ୍‌ ସ୍କୋଲ୍‌ଜ ନୂଆ ଚାନ୍‌ସେଲର

ବର୍ଲିନ, ୯।୧୨: ଜର୍ମାନୀ ପାର୍ଲାମେଣ୍ଟ ବୁଧବାର ଓଲଫ୍‌ ସ୍କୋଲ୍‌ଜଙ୍କୁ ନୂଆ ଚାନ୍‌ସେଲର ନିର୍ବାଚିତ କରିଛି। ଏଥିସହିତ ଜର୍ମାନୀରେ ଆଞ୍ଜେଲା ମର୍କେଲଙ୍କ ଶାସନ ଶେଷ ହୋଇଛି। ୨୦୦୫ ନଭେମ୍ବର ୨୨ରେ ମର୍କେଲ ଜର୍ମାନୀର ପ୍ରଥମ ମହିଳା ଚାନ୍‌ସେଲର ହେବା ପରେ ୧୬ ବର୍ଷ ଧରି ଦେଶକୁ ଶାସନ କରିଆସୁଥିଲେ। ସ୍କୋଲ୍‌ଜଙ୍କ ନେତୃତ୍ୱାଧୀନ ସରକାର ଜମାନୀର ଆଧୁନିକୀକରଣ ଏବଂ ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବା ଭଳି ବଡ଼ ଆଶା ନେଇ କ୍ଷମତାକୁ ଆସିଛି। ତେବେ କରୋନା ସଂକ୍ରମଣ ବଢ଼ୁଥିବାରୁ ସରକାରଙ୍କୁ ପ୍ରଥମରୁ ବଡ଼ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିବ।
ଆସନ ବିଶିଷ୍ଟ ଜର୍ମାନୀ ପାର୍ଲାମେଣ୍ଟର ନିମ୍ନ ସଦନରେ ସ୍କୋଲ୍‌୍‌ଜଙ୍କ ନେତୃତ୍ୱାଧୀନ ୩ ଦଳୀୟ ମେଣ୍ଟ ପାଖରେ ୪୧୬ ଆସନ ରହିଛି। ଚାନ୍‌ସେଲର ନିର୍ବାଚନରେ ସ୍କୋଲ୍‌ଜଙ୍କ ସପକ୍ଷରେ ୩୯୫ ଓ ବିରୋଧରେ ୩୦୩ ଭୋଟ ପଡ଼ିଥିଲା। ରାଷ୍ଟ୍ରପତି ତାଙ୍କୁ ଆନୁଷ୍ଠାନିକ ଭାବେ ଚାନ୍‌ସେଲର ଘୋଷଣା କରିବା ସହ ବାଚସ୍ପତି ତାଙ୍କୁ ଶପଥ ପାଠ କରାଇଛନ୍ତି। ପାର୍ଲାମେଣ୍ଟର ସଦସ୍ୟ ନ ଥିବା ମର୍କେଲ ଭୋଟ ସମୟରେ ଦର୍ଶକ ଗ୍ୟାଲେରିରେ ଉପସ୍ଥିତ ଥିଲେ। ଅଧିବେଶନ ଆରମ୍ଭରେ ସଦସ୍ୟମାନେ ଛିଡ଼ାହୋଇ ତାଙ୍କୁ ଅଭିବାଦନ ଜଣାଇଥିଲେ।
ପୂର୍ବତନ ମେୟର ୬୩ ବର୍ଷୀୟ ସ୍କୋଲ୍‌ଜ ୨୦୧୮ରୁ ଦେଶର ଭାଇସ୍‌ ଚାନ୍‌ସେଲର ସହ ଅର୍ଥମନ୍ତ୍ରୀ ରହିଥିଲେ। ତାଙ୍କ ଦଳ ସୋସିଆଲ୍‌ ଡେମୋକ୍ରାଟ୍ସ ସହ ପରିବେଶ ସପକ୍ଷବାଦୀ ଗ୍ରୀନ୍‌ ପାର୍ଟି ଏବଂ ଫ୍ରି ଡେମୋକ୍ରାଟ୍ସ ଦଳକୁ ନେଇ ମେଣ୍ଟ କରାଇବାରେ ସେ ସଫଳ ହୋଇଛନ୍ତି। ଏହି ମେଣ୍ଟ ଦେଶକୁ ନୂଆ ଶକ୍ତି ଆଣିଦେବା ଲାଗି ଆଶା ରଖିଛି। ସ୍କୋଲ୍‌ଜଙ୍କ ନେତୃତ୍ୱରେ ୧୭ ଜଣିଆ ମନ୍ତ୍ରିମଣ୍ଡଳ ଗଢ଼ାଯାଇଛି। ଏଥିରେ ୯ ପୁରୁଷ ଓ ୮ ମହିଳା ମନ୍ତ୍ରୀ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡୋନେସିଆରେ ଜ୍ୱାଳାମୁଖି ଦେଖିବା ଚାଇନା ମହିଳାଙ୍କୁ ପଡିଲା ମହଙ୍ଗା

ଜାକର୍ତ୍ତା,୨୪।୪: ଇଣ୍ଡୋନେସିଆର ଆଗ୍ନେୟଗିରି ଦେଖିବା ଚାଇନାର ଜଣେ ମହିଳାଙ୍କ ପାଇଁ ମୃତ୍ୟୁର କାରଣ ପାଲଟିଥିଲା ଯେତେବେଳେ ସେ ଜ୍ୱଳନ୍ତ ଆଗ୍ନେୟଗିରି ନିକଟରେ ଫଟୋ ଉଠାଉଥିଲେ। ଏହି...

ପାକିସ୍ତାନ ମାଟିରୁ ଇସ୍ରାଏଲକୁ ଧମକ ଦେଲେ ଇରାନ ରାଷ୍ଟ୍ରପତି

ଇସଲାମାବାଦ୍‌,୨୪।୪: ପାକିସ୍ତାନ ଗସ୍ତରେ ଆସୁଥିବା ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସି ଇସ୍ରାଏଲ ପାଇଁ ଏକ ବଡ଼ ଧମକ ଦେଇଛନ୍ତି। ସେ କହିଛନ୍ତି, ଯଦି ଇସ୍ରାଏଲ କୌଣସି...

ଏସିଆ ବିଶ୍ୱର ସବୁଠାରୁ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳ

ଜେନେଭା, ୨୪।୪: ଜଳବାୟୁ ପରିବର୍ତ୍ତନର ପ୍ରଭାବ ଉପରେ ସାରା ବିଶ୍ୱର ନଜର ରହିଛି। ତେବେ ଗତ କିଛି ବର୍ଷ ଧରି ଏହାର ସର୍ବାଧିକ ପ୍ରଭାବ ବିଭିନ୍ନ...

ଏସିଆ ଦେଶରେ ଅଧିକ ପଡିଲା ଜଳବାୟୁ ପରିବର୍ତ୍ତନର ପ୍ରଭାବ, ୨ ମାସରେ ଭାରତରେ ୧୦୦ରୁ ଅଧିକ ମୃତ୍ୟୁ: ରିପୋର୍ଟ

ନୂଆଦିଲ୍ଲୀ/ଜେନେଭା,୨୩।୪: ସର୍ବାଧିକ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ସମ୍ପର୍କରେ ମିଳିତ ଜାତିସଂଘ (ଜାତିସଂଘ) ରିପୋର୍ଟ ପ୍ରକାଶ ପାଇଛି। ଏହି ଅନୁଯାୟୀ, ୨୦୨୩ରେ ପାଗ, ଜଳବାୟୁ ଏବଂ ଜଳ...

ମଝି ଆକାଶରେ ପରସ୍ପର ସହ ଧକ୍କା ହେଲା ଦୁଇ ବିମାନ: ଆଉ ତା’ପରେ ଘଟିଲା ଏମିତି, ଦେଖନ୍ତୁ ଭିଡିଓ

କ୍ୱାଲାଲାମ୍ପପୁର,୨୩।୪: ମାଲେସିଆରେ ଏକ ଦୁଃଖଦ ଘଟଣା ଘଟିଛି। ଏଠାରେ ଦୁଇଟି ନୌସେନା ହେଲିକପ୍ଟର ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଯାଇଥିଲା। ଏହି ହେଲିକପ୍ଟରଗୁଡ଼ିକ ରୟାଲ ମାଲେସିଆ...

ଏଲନ ମସ୍କଙ୍କୁ ‘ଅହଂକାରୀ’ କହିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

ସିଡନୀ,୨୩।୪: ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନି ମଙ୍ଗଳବାର ବିଲିୟନେୟାର ବ୍ୟବସାୟୀ ଏଲନ ମସ୍କଙ୍କୁ ‘ଅହଂକାରୀ’ ବୋଲି ବର୍ଣ୍ଣନା କରିଛନ୍ତି। ପ୍ରକାଶ ଯେ, ଅଷ୍ଟ୍ରେଲିଆର ସିଡନୀରେ ଜଣେ...

ତାଇଓ୍ବାନ୍‌ରେ ବଡ଼ ଧରଣର ଭୂକମ୍ପ: ଭୁଶୁଡ଼ିଲା କୋଠା

ତାଇୱାନ,୨୩।୪: ତାଇୱାନରେ ଭୂକମ୍ପ କମ୍ପନ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) ଅନୁଯାୟୀ ସୋମବାର ବିଳମ୍ବିତ ରାତିରେ ଘଟିଥିବା ଭୂକମ୍ପର ତୀବ୍ରତା ରିକ୍ଟର...

ଇସ୍ରାଏଲ ତିକ୍ତତା ମଧ୍ୟରେ ପାକିସ୍ତାନରେ ପହଞ୍ଚିଲେ ଇରାନ ରାଷ୍ଟ୍ରପତି

ଇସଲାମାବାଦ,୨୨ା୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ କଡ଼ା ସୁରକ୍ଷା ମଧ୍ୟରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ତିନି ଦିନିଆ ସରକାରୀ ଗସ୍ତରେ ସୋମବାର ପହଞ୍ଚିଛନ୍ତି। ଏନେଇ ବୈଦେଶିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri