ଜମି ନ ଥାଇ ମୋ ପୋଖରୀ ନାଁରେ ଅର୍ଥ ଆତ୍ମସାତ୍‌

ଭାପୁର,୨୮ା୯(ଡି.ଏନ.ଏ.): ନୟାଗଡ଼ ଜିଲା ଭାପୁର ବ୍ଲକରେ ପ୍ରାୟ ଦେଢବର୍ଷ ହେବ ବିଭିନ୍ନ ଦୁର୍ନୀତି ହୋଇଛି ା
ଏକାଧିକ ଦୁର୍ନୀତି ସାମ୍ନାକୁ ଆସୁଥିଲେ ମଧ୍ୟ ଜିଲା ପ୍ରଶାସନ ଆଖି ବୁଜି ଦେଇଥିବା ଅଭିଯୋଗ ହୋଇଛି ା ଏଥର ସମସ୍ତଙ୍କୁ ଆଚମ୍ବିତ କରିବା ଭଳି ଆଉ ଏକ ଦୁର୍ନୀତି ସାମ୍‌ନାକୁ ଆସିଛି ା ଭାପୁର ବ୍ଲକ ଅଧୀନ ପଦ୍ମାବତୀ ପଞ୍ଚାୟତରେ ସବୁ ନିୟମକୁ ଉଲ୍ଳଂଘନ କରାଯାଇ ୯୮ ମୋ ପୋଖରୀ ଏବଂ ୫୯ ଗଭୀର ସେଚ କୂପ ଖୋଳା ନ ଯାଇ ଫଲ୍ସ ବିଲ୍‌ କରାଯାଇଛି ା ଏ ବାବଦରେ ଆସିଥିବା ଲକ୍ଷାଧିକ ଟଙ୍କା ଠିକାଦାର ଆତ୍ମସାତ୍‌ କରାଯାଇଛି ା ଦାୟିତ୍ୱରେ ଥିବା ସରକାରୀ ବାବୁଙ୍କ ପ୍ରୋତ୍ସାହନରେ ଅତି ଚତୁରତାର ସହ ଏଭଳି ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି ା
ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ ଅନୁଯାୟୀ, ଭାପୁର ବ୍ଲକ ପଦ୍ମାବତୀ ପଞ୍ଚାୟତ ଅଧୀନ ତଳମାରଡା, ଝଗଡ଼ପଡା ଏବଂ ପଦ୍ମାବତୀ ଗ୍ରାମରେ ୨୦୧୭ରୁ ୨୦୨୨ ମଧ୍ୟରେ ୯୮ଟି ମୋ ପୋଖରୀ ଏବଂ ୫୯ଟି ଗଭୀର ସେଚ କୂପ ନିର୍ମାଣ କରାଯାଇଛି ା ତେବେ ପଦ୍ମାବତୀ ଗ୍ରାମ କମିଟିର ଅଭିଯୋଗ ଯେ, ଯୋଜନା ହାତେଇଥିବା ହିତାଧିକାରୀମାନଙ୍କ ପ୍ରକଳ୍ପ ଭୁତ ଖାଇଥିବା ବେଳେ ଏହାର ସୁବିଧା ନେବା ପାଇଁ ପ୍ରାୟ ୨୯ଜଣଙ୍କ ନିକଟରେ ଜମି ଗୁଣ୍ଠେ ମଧ୍ୟ ନାହିଁ ା ତେବେ କେଉଁ ଆଧାରରେ ସେମାନେ ଯୋଗ୍ୟ ବିବେଚିତ ହେଲେ ଏବଂ ଯୋଜନା ବାବଦ ଅର୍ଥ କିଏ ପାଇଲା ବୋଲି ସ୍ଥାନୀୟ ବାସିନ୍ଦା ପ୍ରଶ୍ନ ଉଠାଇଛନ୍ତି ା ଏ ନେଇ ପଦ୍ମାବତୀ ଗ୍ରାମ୍ୟ କମିଟି ନୟାଗଡ଼ ଜିଲାପାଳଙ୍କୁ ପ୍ରଦାନ କରିଥିବା ଅଭିଯୋଗ ପତ୍ର ଅନୁଯାୟୀ, ଜଣେ ସରପଞ୍ଚ ଓ ତାଙ୍କ ସ୍ବାମୀ, ସମିତିସଭ୍ୟ ଓ ଜିଆରଏସ୍‌ ଏବଂ ଦସ୍ତଖତ ଜାଲିଆତି କରି ଚର୍ଚ୍ଚାରେ ଥିବା ଜଣେ ବ୍ୟକ୍ତି ବିଭିନ୍ନ ଲୋକଙ୍କ ନାମରେ ପ୍ରକଳ୍ପ ପାଇଁ ଆବେଦନ କରିବା ସହିତ ଉକ୍ତ ପ୍ରକଳ୍ପ ନାଁରେ ଲକ୍ଷାଧିକ ଟଙ୍କା ହରିଲୁଟ କରିଛନ୍ତି ା ପ୍ରତି ହିତାଧିକାରୀଙ୍କୁ ପ୍ରକଳ୍ପ ମଞ୍ଜୁରୀ ପରେ ହାତଗୁଞ୍ଜା ଦେଇ ସମ୍ପୂର୍ଣ୍ଣ ଟଙ୍କାକୁ ଆତ୍ମସାତ କରିନେଇଛନ୍ତି ା ୮୮ ମୋ ପୋଖରୀ ଏବଂ ୫୦ ଗଭୀର ସେଚ କୂପ ପାଇଁ ସାମନ୍ୟତମ କାମ ନ କରି ଫଲ୍ସ ବିଲ୍‌ କରିଛନ୍ତି ଠିକାଦାରଙ୍କ ସହ ଦାୟିତ୍ୱରେ ଥିବା ଅଧିକାରୀ ା
ଗ୍ରାମ୍ୟ କମିଟି ଅଭିଯୋଗ ଅନୁଯାୟୀ, ଝଗଡ଼ପଡ଼ା ଗ୍ରାମର ଜଣେ ବ୍ୟକ୍ତି ସମ୍ପୃକ୍ତ ଜିଆରଏସ୍‌ଙ୍କୁ କରାୟତ କରି ନିଜ ନାଁରେ, ନିଜ ବାପା, ଦାଦା, ଭାଇବୋହୂ, ଏପରିକି ଝିଅ ନାମରେ ୫ରୁ ଊର୍ଦ୍ଧ୍ୱ କ୍ଷେତ ପୋଖରୀ କାଗଜ କଲମରେ କରି ସରକାରୀ ଅର୍ଥ ଆତ୍ମସାତ କରିଛନ୍ତି l ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗ୍ରାମବାସୀଙ୍କ ଅଭିଯୋଗ ପରେ ଭୁବନେଶ୍ୱର ଭିଜିଲାନ୍ସ ବିଭାଗ ଗତ ୩ ଅଗଷ୍ଟରେ ମାମଲା ରୁଜୁ କରିବା ସହିତ ନୟାଗଡ଼ ଶାଖାକୁ ଏହାର ତଦନ୍ତ କରି ରିପୋର୍ଟ ଦେବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ ା ତେବେ ଜିଲା ଭିଜିଲାନ୍ସ ବିଭାଗ ମାସେ ବିତିଥିଲେ ମଧ୍ୟ କୌଣସି ତଦନ୍ତ କରି ନ ଥିବା ସୂଚନା ମିଳିଛି ା ଏହି ସମ୍ପର୍କିତ କାଗଜପତ୍ର ଭାପୁର ବିଡ଼ିଓ ଏବଂ ପଦ୍ମାବତୀ ସରପଞ୍ଚଙ୍କୁ ଚିଠି ମାଧ୍ୟମରେ ମାଗିଛୁ, ବନ୍ୟା ପାଇଁ ତଦନ୍ତରେ ବିଳମ୍ବ ହେଉଛି l ଆବଶ୍ୟକ ପଡିଲେ ଆମେ ନିଜ ଟିମ୍‌ ସହ ଆବଶ୍ୟକ ପଦକ୍ଷେପ ନେବୁ ବୋଲି ନୟାଗଡ଼ ଭିଜିଲାନ୍ସ ଡିଏସ୍‌ପି ଶ୍ରୀକାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

ନବୀନ ଦେଲେ ଗୁରୁ ଦାୟିତ୍ବ: ସବିତା ପ୍ରଧାନ କଳାହାଣ୍ଡି ବିଜେଡି ମହିଳା ସଭାନେତ୍ରୀ

ଭବାନୀପାଟଣା,୧୫।୨(ଉତ୍ତମ କୁମାର ଦାଶ)-ରାଜ୍ୟ ସଭାପତି ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରବିବାର ରାଜ୍ୟର ବିଭିନ୍ନ ଜିଲାର ମହିଳା ସଭାନେତ୍ରୀଙ୍କ ନାମ ଘୋଷଣା କରିଛନ୍ତି। ଏହି କ୍ରମରେ…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri