ଜମି ନ ଥାଇ ମୋ ପୋଖରୀ ନାଁରେ ଅର୍ଥ ଆତ୍ମସାତ୍‌

ଭାପୁର,୨୮ା୯(ଡି.ଏନ.ଏ.): ନୟାଗଡ଼ ଜିଲା ଭାପୁର ବ୍ଲକରେ ପ୍ରାୟ ଦେଢବର୍ଷ ହେବ ବିଭିନ୍ନ ଦୁର୍ନୀତି ହୋଇଛି ା
ଏକାଧିକ ଦୁର୍ନୀତି ସାମ୍ନାକୁ ଆସୁଥିଲେ ମଧ୍ୟ ଜିଲା ପ୍ରଶାସନ ଆଖି ବୁଜି ଦେଇଥିବା ଅଭିଯୋଗ ହୋଇଛି ା ଏଥର ସମସ୍ତଙ୍କୁ ଆଚମ୍ବିତ କରିବା ଭଳି ଆଉ ଏକ ଦୁର୍ନୀତି ସାମ୍‌ନାକୁ ଆସିଛି ା ଭାପୁର ବ୍ଲକ ଅଧୀନ ପଦ୍ମାବତୀ ପଞ୍ଚାୟତରେ ସବୁ ନିୟମକୁ ଉଲ୍ଳଂଘନ କରାଯାଇ ୯୮ ମୋ ପୋଖରୀ ଏବଂ ୫୯ ଗଭୀର ସେଚ କୂପ ଖୋଳା ନ ଯାଇ ଫଲ୍ସ ବିଲ୍‌ କରାଯାଇଛି ା ଏ ବାବଦରେ ଆସିଥିବା ଲକ୍ଷାଧିକ ଟଙ୍କା ଠିକାଦାର ଆତ୍ମସାତ୍‌ କରାଯାଇଛି ା ଦାୟିତ୍ୱରେ ଥିବା ସରକାରୀ ବାବୁଙ୍କ ପ୍ରୋତ୍ସାହନରେ ଅତି ଚତୁରତାର ସହ ଏଭଳି ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି ା
ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ ଅନୁଯାୟୀ, ଭାପୁର ବ୍ଲକ ପଦ୍ମାବତୀ ପଞ୍ଚାୟତ ଅଧୀନ ତଳମାରଡା, ଝଗଡ଼ପଡା ଏବଂ ପଦ୍ମାବତୀ ଗ୍ରାମରେ ୨୦୧୭ରୁ ୨୦୨୨ ମଧ୍ୟରେ ୯୮ଟି ମୋ ପୋଖରୀ ଏବଂ ୫୯ଟି ଗଭୀର ସେଚ କୂପ ନିର୍ମାଣ କରାଯାଇଛି ା ତେବେ ପଦ୍ମାବତୀ ଗ୍ରାମ କମିଟିର ଅଭିଯୋଗ ଯେ, ଯୋଜନା ହାତେଇଥିବା ହିତାଧିକାରୀମାନଙ୍କ ପ୍ରକଳ୍ପ ଭୁତ ଖାଇଥିବା ବେଳେ ଏହାର ସୁବିଧା ନେବା ପାଇଁ ପ୍ରାୟ ୨୯ଜଣଙ୍କ ନିକଟରେ ଜମି ଗୁଣ୍ଠେ ମଧ୍ୟ ନାହିଁ ା ତେବେ କେଉଁ ଆଧାରରେ ସେମାନେ ଯୋଗ୍ୟ ବିବେଚିତ ହେଲେ ଏବଂ ଯୋଜନା ବାବଦ ଅର୍ଥ କିଏ ପାଇଲା ବୋଲି ସ୍ଥାନୀୟ ବାସିନ୍ଦା ପ୍ରଶ୍ନ ଉଠାଇଛନ୍ତି ା ଏ ନେଇ ପଦ୍ମାବତୀ ଗ୍ରାମ୍ୟ କମିଟି ନୟାଗଡ଼ ଜିଲାପାଳଙ୍କୁ ପ୍ରଦାନ କରିଥିବା ଅଭିଯୋଗ ପତ୍ର ଅନୁଯାୟୀ, ଜଣେ ସରପଞ୍ଚ ଓ ତାଙ୍କ ସ୍ବାମୀ, ସମିତିସଭ୍ୟ ଓ ଜିଆରଏସ୍‌ ଏବଂ ଦସ୍ତଖତ ଜାଲିଆତି କରି ଚର୍ଚ୍ଚାରେ ଥିବା ଜଣେ ବ୍ୟକ୍ତି ବିଭିନ୍ନ ଲୋକଙ୍କ ନାମରେ ପ୍ରକଳ୍ପ ପାଇଁ ଆବେଦନ କରିବା ସହିତ ଉକ୍ତ ପ୍ରକଳ୍ପ ନାଁରେ ଲକ୍ଷାଧିକ ଟଙ୍କା ହରିଲୁଟ କରିଛନ୍ତି ା ପ୍ରତି ହିତାଧିକାରୀଙ୍କୁ ପ୍ରକଳ୍ପ ମଞ୍ଜୁରୀ ପରେ ହାତଗୁଞ୍ଜା ଦେଇ ସମ୍ପୂର୍ଣ୍ଣ ଟଙ୍କାକୁ ଆତ୍ମସାତ କରିନେଇଛନ୍ତି ା ୮୮ ମୋ ପୋଖରୀ ଏବଂ ୫୦ ଗଭୀର ସେଚ କୂପ ପାଇଁ ସାମନ୍ୟତମ କାମ ନ କରି ଫଲ୍ସ ବିଲ୍‌ କରିଛନ୍ତି ଠିକାଦାରଙ୍କ ସହ ଦାୟିତ୍ୱରେ ଥିବା ଅଧିକାରୀ ା
ଗ୍ରାମ୍ୟ କମିଟି ଅଭିଯୋଗ ଅନୁଯାୟୀ, ଝଗଡ଼ପଡ଼ା ଗ୍ରାମର ଜଣେ ବ୍ୟକ୍ତି ସମ୍ପୃକ୍ତ ଜିଆରଏସ୍‌ଙ୍କୁ କରାୟତ କରି ନିଜ ନାଁରେ, ନିଜ ବାପା, ଦାଦା, ଭାଇବୋହୂ, ଏପରିକି ଝିଅ ନାମରେ ୫ରୁ ଊର୍ଦ୍ଧ୍ୱ କ୍ଷେତ ପୋଖରୀ କାଗଜ କଲମରେ କରି ସରକାରୀ ଅର୍ଥ ଆତ୍ମସାତ କରିଛନ୍ତି l ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗ୍ରାମବାସୀଙ୍କ ଅଭିଯୋଗ ପରେ ଭୁବନେଶ୍ୱର ଭିଜିଲାନ୍ସ ବିଭାଗ ଗତ ୩ ଅଗଷ୍ଟରେ ମାମଲା ରୁଜୁ କରିବା ସହିତ ନୟାଗଡ଼ ଶାଖାକୁ ଏହାର ତଦନ୍ତ କରି ରିପୋର୍ଟ ଦେବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ ା ତେବେ ଜିଲା ଭିଜିଲାନ୍ସ ବିଭାଗ ମାସେ ବିତିଥିଲେ ମଧ୍ୟ କୌଣସି ତଦନ୍ତ କରି ନ ଥିବା ସୂଚନା ମିଳିଛି ା ଏହି ସମ୍ପର୍କିତ କାଗଜପତ୍ର ଭାପୁର ବିଡ଼ିଓ ଏବଂ ପଦ୍ମାବତୀ ସରପଞ୍ଚଙ୍କୁ ଚିଠି ମାଧ୍ୟମରେ ମାଗିଛୁ, ବନ୍ୟା ପାଇଁ ତଦନ୍ତରେ ବିଳମ୍ବ ହେଉଛି l ଆବଶ୍ୟକ ପଡିଲେ ଆମେ ନିଜ ଟିମ୍‌ ସହ ଆବଶ୍ୟକ ପଦକ୍ଷେପ ନେବୁ ବୋଲି ନୟାଗଡ଼ ଭିଜିଲାନ୍ସ ଡିଏସ୍‌ପି ଶ୍ରୀକାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri