ବିନା ଫାଇଲ, ଅଟକଳରେ ସୌନ୍ଦର୍ଯ୍ୟକରଣ

ହାଟଡ଼ିହୀ,୩।୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ର କାନ୍ଥରେ ବିଭିନ୍ନ ମନ୍ଦିର, ଜଳ ପ୍ରପାତର ଚିତ୍ର ଅଙ୍କନ କରି ସୌନ୍ଦର୍ଯ୍ୟକରଣ କରାଯାଇଛି। ବ୍ଲକ୍‌ ସମ୍ମୁଖରେ ଏକ ପାର୍କ ମଧ୍ୟ ନିର୍ମାଣ ହୋଇଛି। ପାର୍କରେ ମୂଲ୍ୟବାନ ଘାସ କିଣି ଅଣାଯାଇ ଗାଲିଚା ପ୍ରସ୍ତୁତ କରାଯାଇଛି। ମାତ୍ର ଏହି ସବୁ କାର୍ଯ୍ୟର ବ୍ୟୟ ଅଟକଳ ମୂଲ୍ୟ, ପାଣ୍ଠିର ନାମ ଓ ପ୍ରକଳ୍ପ ଅନୁମୋଦନ ସମ୍ପର୍କିତ କୌଣସି ସୂଚନା ଫଳକ କି ଫାଇଲ ଉପଲବ୍ଧ ନାହିଁ ଏବଂ ପ୍ରକଳ୍ପ ମଧ୍ୟ ଅନୁମୋଦନ ହୋଇନାହିଁ ବୋଲି ବ୍ଲକ୍‌ ଯନ୍ତ୍ରୀ ପ୍ରଫୁଲ୍ଲ ବେହେରା କହିଛନ୍ତି।
ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ସୌନ୍ଦର୍ଯ୍ୟକରଣ କାମ ବାବଦରେ କୌଣସି ଫାଇଲ ତାଙ୍କ ପାଖକୁ ଯାଇନାହିଁ। କାର୍ଯ୍ୟ ସଂକ୍ରାନ୍ତୀୟ କୌଣସି ଏଷ୍ଟିମେଟ କି ବିଲ ହୋଇନି। ଆର୍ଲଟମେଣ୍ଟ୍‌କୁ ଅପେକ୍ଷା କରାଯାଇଛି। ବ୍ଲକ୍‌ ଅଧ୍ୟକ୍ଷା ସାବିତ୍ରୀ ସେଠୀ କହିଛନ୍ତି, ପୂର୍ବରୁ ପଞ୍ଚାୟତ ସମିତି ଅଂଶରେ ବ୍ଲକ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ବାବଦରେ ୨.୫ ଲକ୍ଷ ଟଙ୍କା ଅନୁମୋଦନ ହୋଇଥିଲା। ସେହି ପଇସାରେ କାର୍ଯ୍ୟ ହୋଇଛି। ପାର୍କ କାର୍ଯ୍ୟ ବିଡିଓଙ୍କ ଦାୟିତ୍ୱରେ ହେଉଛି। ସେଥିପାଇଁ ପଇସା କେଉଁଠୁ ଆସିଲା କହି ପାରିବେନି। ବିଡ଼ିଓ ସୌମ୍ୟଶ୍ରୀ ପାଣିଗ୍ରାହୀ କହିଛନ୍ତି, ସେ ନିଜ ପକେଟରୁ ବ୍ୟକ୍ତିଗତ ପଇସା ଖର୍ଚ୍ଚ କରି ବାହାର ମିସ୍ତ୍ରୀଙ୍କ ଦ୍ୱାରା ସୌନ୍ଦର୍ଯ୍ୟ କରଣ ଏବଂ ପାର୍କ ନିର୍ମାଣ କାର୍ଯ୍ୟ କରିଛନ୍ତି। କୌଣସି ସରକାରୀ ଅନୁଦାନ ଖର୍ଚ୍ଚ କରାଯାଇ କାର୍ଯ୍ୟ ହୋଇନି। ନିଜ ଇଚ୍ଛାରେ ସମ୍ପୃକ୍ତ କାର୍ଯ୍ୟ କରୁଥିବା କହିଥିଲେ। କୌଣସି ଉନ୍ନୟନ କାର୍ଯ୍ୟ କରିବା ପୂର୍ବରୁ ନୀତି ନିୟମ ଅନୁସାରେ ସରକାରୀ ଗାଇଡ଼ଲାଇନରେ କାର୍ଯ୍ୟ ହେବା ନିୟମ ରହିଛି। କିନ୍ତୁ ବିନା ପ୍ରକଳ୍ପ ଅନୁମୋଦନ, ବ୍ୟୟ ବରାଦ, ଏଷ୍ଟିମେଟ ବିନା ବ୍ଲକ ପରିସରରେ ସୌନ୍ଦର୍ଯ୍ୟ କରଣ ଏବଂ ପାର୍କ ନିର୍ମାଣ କରାଯାଇଛି। ଅପରପକ୍ଷେ କାର୍ଯ୍ୟ ପରେ ପ୍ରକଳ୍ପ ଅନୁମୋଦନ, କାର୍ଯ୍ୟାଦେଶ ବାହାର କରାଯାଇ ବିଲ କରି ଅର୍ଥ ହଡ଼ପ ଯୋଜନା ହୋଇଥିବା ବ୍ଲକ୍‌ର କେତେ ଜଣ କର୍ମଚାରୀ ନାମ ଗୋପନ ରଖିବା ସର୍ତ୍ତରେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

ପୋଲିସ ସେବା ପୁରସ୍କାର-୨୦୨୬ ଘୋଷଣା: ଓଡ଼ିଶାର ସଞ୍ଜୀବ ପଣ୍ଡା, ସ୍ମୀତାରାଣୀ ମହାନ୍ତିଙ୍କୁ ରାଷ୍ଟ୍ରପତି ପଦକ

ଭୁବନେଶ୍ୱର,୧୪ା୮(ତ୍ରିନାଥ ମହାନ୍ତି): ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଶୁକ୍ରବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ସମେତ ଦେଶର ଅନ୍ୟାନ୍ୟ ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ ଏବଂ ବିଭିନ୍ନ…

ମହିଳାଙ୍କୁ ମାରପିଟ, ଗାଳି ଗୁଲଜ ମାମଲାରେ ୮ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଜେଲ ଦଣ୍ଡ

ଗୁଣପୁର,୧୪/୮(ସୁଜାତା ପାଢ଼ୀ):ମହିଳାଙ୍କୁ ମାରପିଟ,ଗାଳି ଗୁଲଜ ଏବଂ ଅସ ଅସଦାଚାରଣ କରିବା ଘଟଣାକୁ ନେଇ ରାୟଗଡା ଜିଲା ଗୁଣପୁର ଏସଡିଜେଏମଙ୍କ କୋର୍ଟରେ ଶୁକ୍ରବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

୧୮ ବର୍ଷ ପରେ ମା’ ଯୋଗମାୟା ପୀଠକୁ ସ୍ପେନର ଗବେଷକଙ୍କ ପୁନଃ ପରିଦର୍ଶନ

କେସିଙ୍ଗା, ୧୪/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଗୁର୍ଜିମୁଣ୍ଡାସ୍ଥିତ ମା’ ଯୋଗମାୟା ଶକ୍ତିପୀଠକୁ ୧୮ ବର୍ଷ ପରେ ପୁଣି ଥରେ ପରିଦର୍ଶନ କରିଛନ୍ତି…

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

ଛତ୍ରପୁର, ୧୪।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଦେଶ ବିଭାଜନ ସମୟରେ ଘଟିଥିବା ବିଭୀଷିକା ଓ ଦୁଃଖଦ ଘଟଣାଗୁଡ଼ିକର ସ୍ମୃତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri