ନିର୍ମାଣର ବର୍ଷେ ନ ପୂରୁଣୁ ରାସ୍ତା ଦବିଲା

ଖଇରା,୨୨ା୩(ଉତ୍କଳବନ୍ଧୁ ପଣ୍ଡା): ବିଦ୍ୟାଧରପୁର ଡିଭିଜନ ଅନ୍ତର୍ଗତ ଖଇରା ସବଡିଭିଜନର ଆମ୍ବହତା କେନାଲ ପାର୍ଶ୍ୱ ରାସ୍ତା ନିର୍ମାଣ ହେବାର ବର୍ଷେ ମଧ୍ୟରେ ପୁନଃନିର୍ମାଣ କରାଯିବା ନାମରେ ରାସ୍ତାକୁ ୬ମାସ ହେଲା ଖୋଳି ଛାଡ଼ି ଦିଆଯାଇଛି। ଫଳରେ ଯାତ୍ରୀମାନେ ବିପଦସଂକୁଳ ଅବସ୍ଥାରେ ଯାତାୟତ କରୁଛନ୍ତି। ଠିକାଦାରଙ୍କ ଏଭଳି ବେପରୁଆ କାର୍ଯ୍ୟ ପାଇଁ ଦୈନନ୍ଦିନ ଛୋଟବଡ଼ ଦୁର୍ଘଟଣା ଘଟୁଛି। ରାସ୍ତାର ତାଳଗଦି ନିକଟରେ ଆଗରପଡ଼ା ଥାନା ଡଗରପଡ଼ା ଗ୍ରାମର ଅକ୍ଷୟ ଦାସଙ୍କ ମୃତ୍ୟୁ ହେବା ଓ ମହାନ୍ତିପଡ଼ାର ଅନ୍ୟ୨ଜଣ ଯୁବକ ଗୁରୁତର ଆହତ ହୋଇଥିଲେ ହେଁ ବିଭାଗ କିମ୍ବା ଠିକାଦାରଙ୍କ ତରଫରୁ କୌଣସି ତପତ୍ରତା ପ୍ରକାଶ ପାଇଲା ନାହିଁ। ତୁରନ୍ତ ରାସ୍ତାକୁ ସମ୍ପୂର୍ଣ୍ଣ କରିବାକୁ ଖଇରା ବ୍ଲକର କୁପାରୀ, ବାଉଁଶଗଡିଆ, ହରିପୁର, ରଟିଣା, ବର୍ତ୍ତନା ପ୍ରଭୃତି ପଞ୍ଚାୟତର ଜନସାଧାରଣ ଦାବି କରିଛନ୍ତି। ଉକ୍ତ ରାସ୍ତାରେ ବାଲେଶ୍ୱରରୁ କେନ୍ଦୁଝର ଜିଲାର ବିଭିନ୍ନ ସ୍ଥାନକୁ ସ୍ବଳ୍ପ ଖର୍ଚ୍ଚ ତଥା ଅଳ୍ପ ସମୟରେ ପହଞ୍ଚିବାକୁୁ ଦୈନିକ ଶହଶହ ସଂଖ୍ୟାର ଯାତ୍ରୀ ଏହି ରାସ୍ତା ବ୍ୟବହାର କରିଥାନ୍ତି। ରାସ୍ତାକୁ ଉନ୍ନତମାନର କରାଯିବା ଲକ୍ଷ୍ୟରେ ୬କି.ମି.ରୁ ୧୬କି.ମି. ପର୍ଯ୍ୟନ୍ତ ରାସ୍ତାକୁ ପିଚୁ କରିବାକୁ ପାଖାପାଖି ୫କୋଟି ଟଙ୍କା ପ୍ରଦାନ କରାଯାଇଥିଲା।
କାମ ସମ୍ପୂର୍ଣ୍ଣ ହେବା ପୁର୍ବରୁ ବହୁ ସ୍ଥାନରେ ରାସ୍ତା ଦବିବା ଓ ପିଚୁ ଉଠିବା ନେଇ ଯାତ୍ରୀ ତଥା ବିଭିନ୍ନ ପଞ୍ଚାୟତର ଲୋକପ୍ରତିନିଧିମାନେ ରାସ୍ତାରମାନକୁ ନେଇ ପ୍ରଶ୍ନ ଉଠାଇଥିଲେ। ପର୍ଯ୍ୟାପ୍ତ ଅଭିଯୋଗ ତଥା ଡିଭିଜନର ଯନ୍ତ୍ରୀଗଣ ଏ ବିଷୟ ହୃଦୟଙ୍ଗମ କରିବା ପରେ ରାସ୍ତାକୁ ପୁନଃନିର୍ମାଣ ପାଇଁ ଠିକାଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଠିକାଦାର ଚୁଡାନ୍ତ ବିଲ୍‌ ଅଟକିବା ଭୟରେ ଅନ୍ୟକିଛି ଉପାୟ ନ ପାଇ ରାସ୍ତାକୁ ପୁନର୍ବାର ନିର୍ମାଣ ପାଇଁ ଖୋଳି ଦେଇଥିଲେ। ହେଲେ ରାସ୍ତା ଖୋଳାଯିବାର ୬ମାସ ବିତି ଯାଇଥିଲେ ହେଁ ସଂପୃକ୍ତ ଠିକାଦାର ରାସ୍ତା ଶେଷ କରିବାର ନାଁଗନ୍ଧ ଧରୁ ନାହାଁନ୍ତି। ଏ ସମ୍ପର୍କରେ ସହକାରୀ ନିର୍ବାହୀ ଯନ୍ତ୍ରୀ ନରହରି ପ୍ରଧାନଙ୍କୁ ଯୋଗାଯୋଗ କରିବାରେ ସେ କାର୍ଯ୍ୟରେ ଯୋଗଦେବା ପୂର୍ବରୁ ପୂର୍ବ ଯନ୍ତ୍ରୀଙ୍କ ସମୟରେ କାମ ହୋଇଥିଲା। ସେ ଆସିବା ପରେ ରାସ୍ତା ନିମ୍ନମାନର ହୋଇଥିବା ଉପଲବ୍ଧି କରି ପୁନଃନିର୍ମାଣ ପାଇଁ ଠିକାଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ସେ ମାର୍ଚ୍ଚ ମାସ ସୁଦ୍ଧା ସମ୍ପୁର୍ଣ୍ଣ ନ କରନ୍ତି ତାଙ୍କ ଫାଇଲ ବନ୍ଦ କରାଯାଇ ନୂତନ ଠିକାଦାରଙ୍କୁ ଏହା ଦିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri