ଗ୍ରାମାଞ୍ଚଳରେ ଅସନ୍ତୁଷ୍ଟଙ୍କ ମେଳି

ଯାଜପୁର ଅଫିସ,୨୦ା୧:ଆସନ୍ତା ଫେବୃୟାରୀରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଚାଲିଛି । ବୁଧବାର ବିଜେଡି ଓ କଂଗ୍ରେସ ପକ୍ଷରୁ ୨୩, ଭାଜପା ଓ ଏସ୍‌ୟୁସିଆଇ(କମ୍ୟୁନିଷ୍ଟ)ରୁ ଜଣେ ଲେଖାଏଁ ସମୁଦାୟ ୨୫ ଜଣ ଜିଲା ପରିଷଦ ସଭ୍ୟ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନିର୍ବାଚନକୁ ନେଇ ଗ୍ରାମାଞ୍ଚଳ ରାଜନୀତି ହଠାତ୍‌ ଚଳଚଞ୍ଚଳ ହୋଇଛି । ପ୍ରମୁଖ ରାଜନୈତିକ ଦଳର ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବାପରେ ବିଜେଡିରେ ଅସନ୍ତୁଷ୍ଟଙ୍କ ସଂଖ୍ୟା ବଢିପାରେ ବୋଲି ଆଲୋଚନ ହେଉଛି। ଅନ୍ୟପକ୍ଷେ ଗତ ପଞ୍ଚାୟତ, ପୌର ଓ ବିଧାନସଭା ନିର୍ବାଚନର ଜନମତକୁ ଜିଲାରେ ରାଜନୈତିକ ସ୍ଥିତିର ଏକ ମାପଦଣ୍ଡ ଭାବେ ନିଆଗଲେ ରାଜନୈତିକ ଦଳଗୁଡିକ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି । ବିଜେଡି ଓ କଂଗ୍ରେସର ଭୋଟବ୍ୟାଙ୍କ ହ୍ରାସ ପାଇଥିବାବେଳେ ଭାଜପା ୪୦ ପ୍ରତିଶତରେ ପହଞ୍ଚିଛି ା ତଥାପି ଦଳୀୟ ନେତୃବର୍ଗଙ୍କ କର୍ମଫଳ ଏହି ପଞ୍ଚାୟତ ନିର୍ବାଚନରେ ନିିର୍ଣ୍ଣାୟକ ହେବ ବୋଲି ରାଜନୈତିକ ବିଶେଷଜ୍ଞ ମହଲରେ ମତପ୍ରକାଶ ପାଇଛି ।

ଯାଜପୁର ଜିଲା ପରିଷଦର ଜୋନ୍‌-୩୨ରେ ବିଜେଡିରୁ ପ୍ରଭାତୀ ଆଚାର୍ଯ୍ୟ,କଂଗ୍ରେସର ଅନସୂୟା ବିଶ୍ୱାଳ, ୩୬ନଂ. ଜୋନ୍‌ରୁ କଂଗ୍ରେସରୁ ବିନତା ପଣ୍ଡା, ଜୋନ୍‌-୩୩ରେ ଏସ୍‌ୟୁସିଆଇ(କମ୍ୟୁନିଷ୍ଟ)ରୁ ପ୍ରଫୁଲ୍ଲ ବେହେରା ଓ କଂଗ୍ରେସରୁ ସତ୍ୟବ୍ରତ ରାଏ, ଜୋନ-୧୩ରେ ବିଜେଡିର ସ୍ମୃତିରେଖା ବେହେରା, ଜୋନ୍‌ ୧୫ରେ ବିଜେଡିର ଭାଗ୍ୟଧର ସେଠୀ, ଜୋନ ୨୨ରେ କଂଗ୍ରେସର ସୌଭାଗ୍ୟ ରଞ୍ଜନ ଦାସ, ଜୋନ୍‌ ୧୪ରେ ବିଜେଡିର ଜଳଧର ମହାନ୍ତି, ଜୋନ ୨୩ରେ କଂଗ୍ରେସର ସୌଭାଗ୍ୟରଞ୍ଜନ ଦାସ, ଜୋନ୍‌ ୧୧ରେ ବିଜେଡିର ସୁଧାଂଶୁ ଭୂଷଣ ସାହୁ, ଜୋନ୍‌-୧୨ରେ ବିଜେଡିର ପ୍ରଣତି ଲେଙ୍କା, ଜୋନ୍‌-୨୪ରେ କଂଗ୍ରେସର କଳ୍ପନା ପଣ୍ଡା, ଜୋନ୍‌ ୨୧ରେ କଂଗ୍ରେସର ରଶ୍ମିକାନ୍ତ ନାୟକ, ଜୋନ୍‌ ୭ରେ କଂଗ୍ରେସର ଅମ୍ବିକା ରାଉତ, ଜୋନ୍‌ ୮ରେ ବିଜେଡି ସ୍ମୃତିରାଣୀ ରାଉତ, ଜୋନ୍‌ ୪ରେ କଂଗ୍ରେସର ବିଘ୍ନେଶ୍ୱର ମହାନ୍ତି, ଜୋନ୍‌ ୩୫ରେ କଂଗ୍ରେସର ମୀରାରାଣୀ ମିଶ୍ର, ଜୋନ୍‌ ୩୧ରେ କଂଗ୍ରେସର ପରମାନନ୍ଦ ଦଲେଇ, ଜୋନ୍‌ ୨ରେ କଂଗ୍ରେସର ଉମାକାନ୍ତ ବେହେରା, ଜୋନ୍‌ ୩ରେ କଂଗ୍ରେସର ଜାନକୀ ମଲିକ, ଜୋନ୍‌ ୩୯ରେ ଭାଜପାର ଅନସୂୟା ବିଶ୍ୱାଳ, ଜୋନ୍‌ ୧ରେ କଂଗ୍ରେସର ରୁକ୍ମଣୀ ମଲିକ, ଜୋନ୍‌ ୧୦ରେ ବିଜେଡିର ସୁଚିତ୍ରା ବିଶ୍ୱାଳ ଏବଂ ଜୋନ୍‌ ୩୭ରେ ବିଜେଡିର ଜେମା ଚାଖି ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତେବେ ଏଥର କୋଭିଡ୍‌ କଟକଣା ଯୋଗୁ ନାମାଙ୍କନ ପତ୍ର ଦାଖଲ ଶୋଭାଯାତ୍ରା ହୋଇ ନ ପାରି କେବଳ ସମର୍ଥକଙ୍କ ସହ ଏହା ସମ୍ପନ୍ନ ହୋଇଛି। ତେଣୁ ନିର୍ବାଚନ ପ୍ରକ୍ରିୟା ଖାଁ ଖାଁ ଲାଗୁଛି। କିନ୍ତୁ ଗ୍ରାମାଞ୍ଚଳରେ ପ୍ରମୁଖ ରାଜନୈତିକ ଦଳରେ ବିରୋଧୀମାନେ ଉଭା ହେଉଥିବାରୁ ଗହଳି ଓ ଚର୍ଚ୍ଚାକୁ ରୋକାଯାଇ ପାରିନାହିଁ। ଗତ ସାଧାରଣ ନିର୍ବାଚନରେ ବିଜେଡି(୪୯.୮୧%) ଓ ଭାଜପା(୪୦.୫%) ଭୋଟହାର ବ୍ୟବଧାନ ମାତ୍ର ୯ ପ୍ରତିଶତ ରହିଥିବାରୁ ଏଥର ପଞ୍ଚାୟତ ନିର୍ବାଚନ କଡା ଟକ୍କର ହେବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତପ୍ରକାଶ କରୁଛନ୍ତି ା କୋରେଇ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି, ସଙ୍ଗଠନକୁ ସଜାଡିବାରେ ବିଜେଡିର ବିଫଳତା ଆଦି ବିରୋଧୀଙ୍କୁ ସୁହାଇ ପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ବଡଚଣା ନିର୍ବାଚନ ମଣ୍ଡଳୀରେ ଭୋଟହାର ବ୍ୟବଧାନ ମାତ୍ର ୧୪୮୫ ରହିଥିବାରୁ ଏଥର ପଞ୍ଚାୟତ ନିର୍ବାଚନରେ ବିରୋଧୀଙ୍କ ଅନେକ ଆଶା ରହିଛି। ଯାଜପୁର ବିଧାନସଭାରେ ପ୍ରାୟ ୩୭ ହଜାର ଭୋଟ, ସୁକିନ୍ଦାରେ ପ୍ରାୟ ୧୬ ହଜାର, ବିଞ୍ଝାରପୁର ଆସନରେ ପ୍ରାୟ ୨୧ ହଜାର, ଧର୍ମଶାଳା ପ୍ରାୟ ୫୩ ହଜାର, ବରୀରେ ପ୍ରାୟ ୪ ହଜାର, କୋରେଇରେ ପ୍ରାୟ ୩୦ ହଜାର ଭୋଟ ବ୍ୟବଧାନରେ ବିଜେଡି ସଫଳତା ପାଇଥିଲା। ଭାଜପା ଦ୍ୱିତୀୟରେ ରହିଥିବାବେଳେ କଂଗ୍ରେସ ୩ୟକୁ ଖସିଥିଲା। ତେବେ ଏଥର ଭୋଟରଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇଥିବା ପରିଲକ୍ଷିତ ହୋଇଛି । କେନ୍ଦ୍ରସ୍ତରରେ ବିମୁଦ୍ରୀକରଣର ପ୍ରଭାବ, ତୈଳ ଓ ଗ୍ୟାସ୍‌ ଦର ବୃଦ୍ଧି ସାଙ୍ଗକୁ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି ଭୋଟରଙ୍କୁ ହନ୍ତସନ୍ତ କରିଛି। ତେଣୁ କେଉଁ ସଫଳତା ଧରି ଭୋଟରଙ୍କ ପାଖକୁ ବିରୋଧୀ ଯିବେ ତାହା ସେମାନଙ୍କ ପାଇଁ ଚିନ୍ତାର କାରଣ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଖଟ ତଳକୁ ଓହ୍ଲାଇବା ବେଳେ ଚୋଟ ମାରିଲା ସାପ, ରାତିସାରା ଗୁଣିଆ ଡାକି ଝଡ଼ାଫୁଙ୍କା କଲେ, ମେଡିକାଲ ନେବାରେ ବିଳମ୍ବ ଯୋଗୁ…

ଡୁଙ୍ଗୁରିପାଲି,୨୯।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଅନ୍ତର୍ଗତ ବଡ଼ଭାଲୁପାଲି ଗ୍ରାମରେ ଅନ୍ଧବିଶ୍ୱାସ ଯୋଗୁ ଜଣେ ବୃଦ୍ଧଙ୍କର ଅକାଳ ମୃତ୍ୟୁ ଘଟିଛି। ବିଷାକ୍ତ ସାପ…

ଘରେ ଏକାକୀ ଥିବାବେଳେ ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ! ଗୋଡ଼ାଇ ଗୋଡ଼ାଇ ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସକୁ…

ଦିଗପହଣ୍ଡି,୨୯।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀଙ୍କୁ ଘରେ ପଶି ବଳାତ୍କାର…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଭଉଣୀ ଘରକୁ ଆସି ଗାଁକୁ ଫେରୁଥିଲେ, ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଛିଟିକି ପଡ଼ିଲା ବାଇକ୍, ଦୁଇ ଜଣ…

ଥୁଆମୂଳ ରାମପୁର,୨୯।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କୋଷାବରା-କଲେଜ ଛକ ମଧ୍ୟବର୍ତ୍ତୀ ଡୁମେର ଗଛ ବୁଲାଣି ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୬:୧୦…

କେସିଙ୍ଗାରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ୨୧ ଦୋକାନରୁ ୧୩ ହଜାର ଜରିମାନା, ୩୮ କେଜି ବାସି ଖାଦ୍ୟ ନଷ୍ଟ

କେସିଙ୍ଗା,୨୯।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ବିଭିନ୍ନ ହୋଟେଲ, ରେଷ୍ଟୁରାଣ୍ଟ ଓ ମିଠା ଦୋକାନଗୁଡ଼ିକରେ ଶନିବାର କଳାହାଣ୍ଡି ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଆକସ୍ମିକ ଚଢ଼ାଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri