ଗ୍ରାମାଞ୍ଚଳରେ ଅସନ୍ତୁଷ୍ଟଙ୍କ ମେଳି

ଯାଜପୁର ଅଫିସ,୨୦ା୧:ଆସନ୍ତା ଫେବୃୟାରୀରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଚାଲିଛି । ବୁଧବାର ବିଜେଡି ଓ କଂଗ୍ରେସ ପକ୍ଷରୁ ୨୩, ଭାଜପା ଓ ଏସ୍‌ୟୁସିଆଇ(କମ୍ୟୁନିଷ୍ଟ)ରୁ ଜଣେ ଲେଖାଏଁ ସମୁଦାୟ ୨୫ ଜଣ ଜିଲା ପରିଷଦ ସଭ୍ୟ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନିର୍ବାଚନକୁ ନେଇ ଗ୍ରାମାଞ୍ଚଳ ରାଜନୀତି ହଠାତ୍‌ ଚଳଚଞ୍ଚଳ ହୋଇଛି । ପ୍ରମୁଖ ରାଜନୈତିକ ଦଳର ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବାପରେ ବିଜେଡିରେ ଅସନ୍ତୁଷ୍ଟଙ୍କ ସଂଖ୍ୟା ବଢିପାରେ ବୋଲି ଆଲୋଚନ ହେଉଛି। ଅନ୍ୟପକ୍ଷେ ଗତ ପଞ୍ଚାୟତ, ପୌର ଓ ବିଧାନସଭା ନିର୍ବାଚନର ଜନମତକୁ ଜିଲାରେ ରାଜନୈତିକ ସ୍ଥିତିର ଏକ ମାପଦଣ୍ଡ ଭାବେ ନିଆଗଲେ ରାଜନୈତିକ ଦଳଗୁଡିକ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି । ବିଜେଡି ଓ କଂଗ୍ରେସର ଭୋଟବ୍ୟାଙ୍କ ହ୍ରାସ ପାଇଥିବାବେଳେ ଭାଜପା ୪୦ ପ୍ରତିଶତରେ ପହଞ୍ଚିଛି ା ତଥାପି ଦଳୀୟ ନେତୃବର୍ଗଙ୍କ କର୍ମଫଳ ଏହି ପଞ୍ଚାୟତ ନିର୍ବାଚନରେ ନିିର୍ଣ୍ଣାୟକ ହେବ ବୋଲି ରାଜନୈତିକ ବିଶେଷଜ୍ଞ ମହଲରେ ମତପ୍ରକାଶ ପାଇଛି ।

ଯାଜପୁର ଜିଲା ପରିଷଦର ଜୋନ୍‌-୩୨ରେ ବିଜେଡିରୁ ପ୍ରଭାତୀ ଆଚାର୍ଯ୍ୟ,କଂଗ୍ରେସର ଅନସୂୟା ବିଶ୍ୱାଳ, ୩୬ନଂ. ଜୋନ୍‌ରୁ କଂଗ୍ରେସରୁ ବିନତା ପଣ୍ଡା, ଜୋନ୍‌-୩୩ରେ ଏସ୍‌ୟୁସିଆଇ(କମ୍ୟୁନିଷ୍ଟ)ରୁ ପ୍ରଫୁଲ୍ଲ ବେହେରା ଓ କଂଗ୍ରେସରୁ ସତ୍ୟବ୍ରତ ରାଏ, ଜୋନ-୧୩ରେ ବିଜେଡିର ସ୍ମୃତିରେଖା ବେହେରା, ଜୋନ୍‌ ୧୫ରେ ବିଜେଡିର ଭାଗ୍ୟଧର ସେଠୀ, ଜୋନ ୨୨ରେ କଂଗ୍ରେସର ସୌଭାଗ୍ୟ ରଞ୍ଜନ ଦାସ, ଜୋନ୍‌ ୧୪ରେ ବିଜେଡିର ଜଳଧର ମହାନ୍ତି, ଜୋନ ୨୩ରେ କଂଗ୍ରେସର ସୌଭାଗ୍ୟରଞ୍ଜନ ଦାସ, ଜୋନ୍‌ ୧୧ରେ ବିଜେଡିର ସୁଧାଂଶୁ ଭୂଷଣ ସାହୁ, ଜୋନ୍‌-୧୨ରେ ବିଜେଡିର ପ୍ରଣତି ଲେଙ୍କା, ଜୋନ୍‌-୨୪ରେ କଂଗ୍ରେସର କଳ୍ପନା ପଣ୍ଡା, ଜୋନ୍‌ ୨୧ରେ କଂଗ୍ରେସର ରଶ୍ମିକାନ୍ତ ନାୟକ, ଜୋନ୍‌ ୭ରେ କଂଗ୍ରେସର ଅମ୍ବିକା ରାଉତ, ଜୋନ୍‌ ୮ରେ ବିଜେଡି ସ୍ମୃତିରାଣୀ ରାଉତ, ଜୋନ୍‌ ୪ରେ କଂଗ୍ରେସର ବିଘ୍ନେଶ୍ୱର ମହାନ୍ତି, ଜୋନ୍‌ ୩୫ରେ କଂଗ୍ରେସର ମୀରାରାଣୀ ମିଶ୍ର, ଜୋନ୍‌ ୩୧ରେ କଂଗ୍ରେସର ପରମାନନ୍ଦ ଦଲେଇ, ଜୋନ୍‌ ୨ରେ କଂଗ୍ରେସର ଉମାକାନ୍ତ ବେହେରା, ଜୋନ୍‌ ୩ରେ କଂଗ୍ରେସର ଜାନକୀ ମଲିକ, ଜୋନ୍‌ ୩୯ରେ ଭାଜପାର ଅନସୂୟା ବିଶ୍ୱାଳ, ଜୋନ୍‌ ୧ରେ କଂଗ୍ରେସର ରୁକ୍ମଣୀ ମଲିକ, ଜୋନ୍‌ ୧୦ରେ ବିଜେଡିର ସୁଚିତ୍ରା ବିଶ୍ୱାଳ ଏବଂ ଜୋନ୍‌ ୩୭ରେ ବିଜେଡିର ଜେମା ଚାଖି ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତେବେ ଏଥର କୋଭିଡ୍‌ କଟକଣା ଯୋଗୁ ନାମାଙ୍କନ ପତ୍ର ଦାଖଲ ଶୋଭାଯାତ୍ରା ହୋଇ ନ ପାରି କେବଳ ସମର୍ଥକଙ୍କ ସହ ଏହା ସମ୍ପନ୍ନ ହୋଇଛି। ତେଣୁ ନିର୍ବାଚନ ପ୍ରକ୍ରିୟା ଖାଁ ଖାଁ ଲାଗୁଛି। କିନ୍ତୁ ଗ୍ରାମାଞ୍ଚଳରେ ପ୍ରମୁଖ ରାଜନୈତିକ ଦଳରେ ବିରୋଧୀମାନେ ଉଭା ହେଉଥିବାରୁ ଗହଳି ଓ ଚର୍ଚ୍ଚାକୁ ରୋକାଯାଇ ପାରିନାହିଁ। ଗତ ସାଧାରଣ ନିର୍ବାଚନରେ ବିଜେଡି(୪୯.୮୧%) ଓ ଭାଜପା(୪୦.୫%) ଭୋଟହାର ବ୍ୟବଧାନ ମାତ୍ର ୯ ପ୍ରତିଶତ ରହିଥିବାରୁ ଏଥର ପଞ୍ଚାୟତ ନିର୍ବାଚନ କଡା ଟକ୍କର ହେବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତପ୍ରକାଶ କରୁଛନ୍ତି ା କୋରେଇ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି, ସଙ୍ଗଠନକୁ ସଜାଡିବାରେ ବିଜେଡିର ବିଫଳତା ଆଦି ବିରୋଧୀଙ୍କୁ ସୁହାଇ ପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ବଡଚଣା ନିର୍ବାଚନ ମଣ୍ଡଳୀରେ ଭୋଟହାର ବ୍ୟବଧାନ ମାତ୍ର ୧୪୮୫ ରହିଥିବାରୁ ଏଥର ପଞ୍ଚାୟତ ନିର୍ବାଚନରେ ବିରୋଧୀଙ୍କ ଅନେକ ଆଶା ରହିଛି। ଯାଜପୁର ବିଧାନସଭାରେ ପ୍ରାୟ ୩୭ ହଜାର ଭୋଟ, ସୁକିନ୍ଦାରେ ପ୍ରାୟ ୧୬ ହଜାର, ବିଞ୍ଝାରପୁର ଆସନରେ ପ୍ରାୟ ୨୧ ହଜାର, ଧର୍ମଶାଳା ପ୍ରାୟ ୫୩ ହଜାର, ବରୀରେ ପ୍ରାୟ ୪ ହଜାର, କୋରେଇରେ ପ୍ରାୟ ୩୦ ହଜାର ଭୋଟ ବ୍ୟବଧାନରେ ବିଜେଡି ସଫଳତା ପାଇଥିଲା। ଭାଜପା ଦ୍ୱିତୀୟରେ ରହିଥିବାବେଳେ କଂଗ୍ରେସ ୩ୟକୁ ଖସିଥିଲା। ତେବେ ଏଥର ଭୋଟରଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇଥିବା ପରିଲକ୍ଷିତ ହୋଇଛି । କେନ୍ଦ୍ରସ୍ତରରେ ବିମୁଦ୍ରୀକରଣର ପ୍ରଭାବ, ତୈଳ ଓ ଗ୍ୟାସ୍‌ ଦର ବୃଦ୍ଧି ସାଙ୍ଗକୁ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି ଭୋଟରଙ୍କୁ ହନ୍ତସନ୍ତ କରିଛି। ତେଣୁ କେଉଁ ସଫଳତା ଧରି ଭୋଟରଙ୍କ ପାଖକୁ ବିରୋଧୀ ଯିବେ ତାହା ସେମାନଙ୍କ ପାଇଁ ଚିନ୍ତାର କାରଣ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ସୁଧାଂଶୁଙ୍କୁ ଗୁରୁଦାୟିତ୍ୱ ଦେଲା କଂଗ୍ରେସ

ରୂପସା,୨୮।୩(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଓ ମୁଖ୍ୟ ମୁଖପାତ୍ର ସୁଧାଂଶୁ ଶେଖର ଜେନାଙ୍କୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭଦ୍ରକ...

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri