ପାର୍ବଣ: ସତର୍କତା ଜରୁରୀ, ସେପ୍ଟେମ୍ବର ୩୦ ଯାଏ ବଢ଼ିଲା କୋଭିଡ୍‌ କଟକଣା

ଭୁବନେଶ୍ୱର,୨୯ା୮(ବ୍ୟୁରୋ): ରାଜ୍ୟ ସରକାର ଜାରି କରିଥିବା କୋଭିଡ୍‌ କଟକଣା ଅବଧି ଆସନ୍ତା ସେପ୍ଟେମ୍ବର ୧ରେ ଶେଷ ହେବ। ଏବେ ଯାହା ବି କଟକଣା ରହିଛି ତାହାକୁ ଠିକ୍‌ ଢଙ୍ଗରେ ପାଳନ କରାଯାଉ ନାହିଁ। ଅନେକ ଲୋକ ସାମାଜିକ ଦୂରତା ରକ୍ଷା କରିବା ଦୂରେ ଥାଉ, ମାସ୍କ ପିନ୍ଧିବା ଭୁଲିଗଲେଣି। ରାଜ୍ୟରେ ଏବେ ବି ଦୈନିକ ୮୦୦ରୁ ୯୦୦ ନୂଆ ରୋଗୀ ଚିହ୍ନଟ ହେଉଛନ୍ତି। ତୃତୀୟ ଲହରକୁ ଦୃଷ୍ଟିରେ ରଖି ଏବେଠାରୁ ସତର୍କ ନ ହେଲେ ପୁଣି ରାଜ୍ୟ ଏକ ଭୟଙ୍କର ପରିସ୍ଥିତିର ସମ୍ମୁଖୀନ ହେବା ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞ ଚେତାବନୀ ଦେଲେଣି।

ଆଗକୁ ପାର୍ବଣ ଆସୁଥିବାରୁ ଗହଳି ଚହଳି ବହୁମାତ୍ରାରେ ବଢ଼ିବା ଆଶଙ୍କା ରହିଛି। କେରଳର ଓନମ ପର୍ବ ପରେ ସେଠାରେ କୋଭିଡ୍‌ ରୋଗୀଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଦୈନିକ ୩୦ ହଜାର ନୂଆ ରୋଗୀ ଚିହ୍ନଟ ହେଉଛନ୍ତି। କେରଳ ଘଟଣାକୁ ଦେଖିଲେ ପାର୍ବଣ ଭିଡ଼ ପୁଣି ନୂଆ ସମସ୍ୟା ସୃଷ୍ଟି କରିବା ଆଶଙ୍କା ରହିଛି। ପାର୍ବଣ ଭିଡ଼ ରୋକା ନ ଗଲେ ଆସନ୍ତା ଅକ୍ଟୋବର ସୁଦ୍ଧା ସଂକ୍ରମଣ ଶୀର୍ଷରେ ପହଞ୍ଚିବ। ରାଜ୍ୟରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ଟପିଯିବା ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞ ସତର୍କ କରିଛନ୍ତି। ତୃତୀୟ ଲହର ଶିଶୁମାନଙ୍କୁ ଅଧିକ ପ୍ରଭାବିତ କରିପାରେ। ଏବେଠାରୁ ଶିଶୁମାନେ କରୋନା ସଂକ୍ରମିତ ହେବାର ସୂଚନା ମିଳିଲାଣି। ଏପରି କି କରୋନା ଯୋଗୁ ଗତ ଦୁଇ ଦିନରେ ୩ ଜଣ ଶିଶୁଙ୍କର ଜୀବନ ଗଲାଣି। ଶିଶୁମାନଙ୍କ ସଂକ୍ରମଣ ଚିନ୍ତାଜନକ ହୋଇଛି। ଏପରି ସ୍ଥଳେ ସତର୍କ ନ ରହିଲେ ପୁଣି ବଡ଼ ବିପଦକୁ ସାମ୍ନା କରିବାକୁ ପଡ଼ିବ।
ତୃତୀୟ ଲହର ଆଶଙ୍କାକୁ ଦେଖି କେନ୍ଦ୍ର ସରକାର ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସତର୍କ କରାଇଛନ୍ତି। କେତେକ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଶନିବାର କରୋନା କଟକଣାକୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବଢ଼ାଯାଇଛି। ପାର୍ବଣ ସମୟରେ କୌଣସି ସ୍ଥାନରେ ଯେପରି ଲୋକଙ୍କ ଭିଡ଼ ନ ଜମିବ ତାହା ରାଜ୍ୟଗୁଡ଼ିକ ସୁନିଶ୍ଚିତ କରିବାକୁ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। କରୋନା ଟେଷ୍ଟିଂ, ଟ୍ରାକିଂ, ଉପଯୁକ୍ତ ଚିକିତ୍ସା, ଟିକାକରଣ ସମେତ କୋଭିଡ୍‌ ଗାଇଡ୍‌ଲାଇନ ପାଳନ ଆଦି ୫ଟି ବିନ୍ଦୁ ଉପରେ ଗୁରୁତ୍ୱ ଦେଇ ରାଜ୍ୟଗୁଡ଼ିକ କୋଭିଡ୍‌ ସଂକ୍ରମଣ ରୋକିବା ଦିଗରେ ରଣନୀତି ପ୍ରସ୍ତୁତ କରିବାକୁ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି। ଜାତୀୟ ସ୍ତରରେ କରୋନା ସଂକ୍ରମଣ ସ୍ଥିର ଥିବାବେଳେ କିଛି ରାଜ୍ୟରେ ଏଥିରେ ବୃଦ୍ଧି ପରିଲକ୍ଷିତ ହୋଇଛି। କେତେକ ଜିଲାରେ ମୋଟ ସକ୍ରିୟ ମାମଲା ଏବଂ ଉଚ୍ଚ ସଂକ୍ରମଣ ହାର ଚିନ୍ତାର ବିଷୟ ହୋଇଛି ବୋଲି ମନ୍ତ୍ରଣାଳୟ ସଚିବ ଅଜୟ ଭାଲ୍ଲା କହିଛନ୍ତି।

ଗାଇଡ୍‌ଲାଇନ ଅନୁସାରେ, ପଜିଟିଭ ହାର ଅଧିକ ଥିବା ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ସଂକ୍ରମଣ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଉପଯୁକ୍ତ ଓ ତ୍ୱରିତ ପଦକ୍ଷେପ ନିଆଯିବା ଆବଶ୍ୟକ। ପର୍ବ ପର୍ବାଣିରେ ଜନସମାଗମ ଯୋଗୁ ସଂକ୍ରମଣ ଯେପରି ନ ବ୍ୟାପେ ସେ ଦିଗରେ ଗୁରୁତ୍ୱ ଦେବାକୁ ପଡ଼ିବ। ଏଥିଲାଗି ରାଜ୍ୟଗୁଡ଼ିକ କଡ଼ା କଟକଣା ଲାଗୁ କରିପାରିବେ। ବାହାରେ ସଭିଏ ଯେପରି ଠିକ୍‌ ଭାବେ ମାସ୍କ ପିନ୍ଧନ୍ତି ଏବଂ ସାମାଜିକ ଦୂରତ୍ୱ ରକ୍ଷାକରନ୍ତି ତାହା ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ। କଟକଣା ନ ମାନିଲେ ଜରିମାନା ଆଦାୟ କରାଯିବ। ସଂକ୍ରମଣ ନ ଥିବା କିମ୍ବା କମ୍‌ ସଂକ୍ରମଣ ଥିବା ସ୍ଥାନକୁ କିପରି ସୁରକ୍ଷିତ ରଖାଯିବ ତାହା ନିଶ୍ଚିତ କରିବାକୁ ପଡ଼ିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ କୋଭିଡ୍‌ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଟିକାକରଣ କାର୍ଯ୍ୟକୁ ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ର ପାର୍ବଣ ପାଇଁ ଗାଇଡ୍‌ଲାଇନ ଜାରି କରିବା ପରେ ଆସନ୍ତା ସେପ୍ଟେମ୍ବର ୧ରେ ରାଜ୍ୟ ସରକାର ନୂତନ କୋଭିଡ୍‌ ଗାଇଡ୍‌ଲାଇନ ଜାରି କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସା ୭ଟାରେ ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା ପୂର୍ବରୁ...

ଠାକରେ ବ୍ରଦର୍ସଙ୍କୁ ଏକାଠି କଲା ବିଏମସି ନିର୍ବାଚନ, ଶିବସେନା, ୟୁବିଟି ଏବଂ ଏମଏନଏସ ଘୋଷଣା କଲା ମେଣ୍ଟ

ମୁମ୍ବାଇ,୨୪।୧୨: ବାଲାସାହେବ ଠାକରେଙ୍କ ଶିବସେନା ମହାରାଷ୍ଟ୍ରରେ ପୁଣି ଥରେ ଶକ୍ତିଶାଳୀ ହେଉଥିବା ଦେଖାଯାଉଛି। ତାଙ୍କ ପୁଅ ଉଦ୍ଧବ ଠାକରେ ଏବଂ ଭଣଜା ରାଜ ଠାକରେ, ଯେଉଁମାନେ...

୨୦ ବର୍ଷ ପରେ ଏକାଠି ହେବେ ବାଲ ଠାକରେ-ଉଦ୍ଧବ ଠାକରେ, କହିଲେ ମହାରାଷ୍ଟ୍ରକୁ ନେଇ ଆମର ଚିନ୍ତାଧାରା ଗୋଟିଏ

ମୁମ୍ବାଇ,୨୪।୧୨: ବୃହନମୁମ୍ବାଇ ନଗର ନିଗମ ନିର୍ବାଚନକୁ ନେଇ ରାଜନୈତିକ କାର୍ଯ୍ୟକଳାପ ଜୋରଦାର। ରାଜନୈତିକ ଦଳଗୁଡ଼ିକ ନିର୍ବାଚନ ପାଇଁ ପ୍ରସ୍ତୁତି, ଭୋଟର ସମର୍ଥନ ସଂଗ୍ରହ ପାଇଁ ଦାବି...

କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆଗରେ ଧାରଣା

ମୋରଡ଼ା,୨୪ା୧୨(ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ମୋରଡା ବ୍ଲକର ମୁଖ୍ୟ ବାରମାଇଲସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନ ୧୦ଟାରୁ ୧ଟା ପର୍ଯ୍ୟନ୍ତ ଝାଡ଼ଖଣ୍ଡ ମୁକ୍ତି...

ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...

ତାଳଚେରରେ ଚାଞ୍ଚଲ୍ୟ: ପାଇପଲାଇନ ନିକଟରୁ ମିଳିଲା ୨ ମୃତଦେହ, ହତ୍ୟା ସନ୍ଦେହ

ତାଳଚେର,୨୪।୧୨(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଥାନାର ୧୪୯ନଂ ଜାତୀୟ ରାଜପଥର ଲିଙ୍ଗରାକଟା ଗ୍ରାମ ନିକଟସ୍ଥ ନାଲକୋର ପାଇପଲାଇନ ନିକଟରେ ବୁଧବାର ସକାଳ ସମୟରେ ରାସ୍ତାର...

ପ୍ରିୟଙ୍କା ଗାନ୍ଧୀ ହେବେ ପ୍ରଧାନମନ୍ତ୍ରୀ? ଚମକାଇବା ଭଳି ଉତ୍ତର ଦେଲେ ରବର୍ଟ ଭଦ୍ରା, ରାହୁଲଙ୍କୁ ଟାର୍ଗେଟ କରୁଛି ଭାଜପା

ନୂଆଦିଲ୍ଲୀ,୨୪।୧୨: କଂଗ୍ରେସ ଏମପି ଇମ୍ରାନ ମାସୁଦ ପ୍ରିୟଙ୍କା ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ଦାବି କରିଥିଲେ। ରବର୍ଟ ଭଦ୍ରା ମଧ୍ୟ ତାଙ୍କ ବକ୍ତବ୍ୟକୁ ସମର୍ଥନ କରିଥିଲେ।...

ଜିଦରେ ଅଟଳ ରହିପାରିଲାନି ବାଂଲାଦେଶ, ଏବେ ଭାରତକୁ କହିଲାଣି…

ଢାକା,୨୪।୧୨: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଆର୍ଥିକ ପରାମର୍ଶଦାତା ସାଲେହୁଦ୍ଦିନ ଅହମ୍ମଦ ମଙ୍ଗଳବାର (ଡିସେମ୍ବର ୨୩, ୨୦୨୫) କହିଛନ୍ତି ଯେ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ନୂଆଦିଲ୍ଲୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri