ଗୋଟିଏ ବର୍ଷର ଏକ୍ସପେରିଏନ୍ସ ରହିଲେ ମାସକୁ ମିଳିବ ୫୦ ଲକ୍ଷ ଟଙ୍କା ଦରମା, ଜାଣନ୍ତୁ କେଉଁ ଚାକିରି…

ନୂଆଦିଲ୍ଲୀ,୪।୧୦: ପ୍ରାଇଭେଟ୍‌ ମଲ୍‌ଟିନ୍ୟାସନାଲ କମ୍ପାନୀରେ ସଫ୍ଟୱେୟାର ଇଞ୍ଜିନିୟର ପଦରେ ନିଯୁକ୍ତି ପାଇଁ ଇଚ୍ଛୁକ ଯୁବକମାନଙ୍କ ପାଇଁ ଖୁସିର ଖବର। ServiceNow ନାମକ ଏକ କମ୍ପାନୀ ସଫ୍ଟୱେୟାର ଇଞ୍ଜିନିୟର (IC2) ପଦ ପାଇଁ ଆବେଦନ ପ୍ରକ୍ରିୟା ବାହାର କରିଛି। ଏହି ପ୍ରାଇଭେଟ୍‌ ନିଯୁକ୍ତିରେ ଉଚ୍ଚ ଦରମା ସହିତ ଅନେକ ଅନ୍ୟାନ୍ୟ ସୁବିଧା ମିଳିବ। ଏଥିରେ ଜଏନିଂ ବୋନସ୍‌, ଫ୍ଲାଇଟ୍‌ ଟିକେଟ୍‌, ରିଲୋକେସନ ବୋନସ୍‌ ଏବଂ ହୋଟେଲରେ ରହଣି ଭଳି ସୁବିଧା ସାମିଲ ରହିଛି। ଏହି ପ୍ରାଇଭେଟ୍‌ ନିଯୁକ୍ତି ସହ ଜଡ଼ିତ ସମସ୍ତ ବିବରଣୀ https://careers.servicenow.com/jobs/ ରେ ଦେଖିପାରିବେ।

ସଫ୍ଟୱେୟାର ଇଞ୍ଜିନିୟର ପାଇଁ ଏହି ପଦବୀ କମ୍ପାନୀର ହାଇଦ୍ରାବାଦ ଲୋକେସନ ପାଇଁ ରହିଛି। ଏହି ସହର ପାଇଁ ସିନିୟର ସର୍ଭିସନାଉ ଡେଭେଲପର, ଷ୍ଟାଫ ସଲ୍ୟୁସନ ଆର୍କିଟେକ୍ଟ ଏବଂ ସିନିୟର ପ୍ଲାଟଫର୍ମ ଆଡମିନିଷ୍ଟ୍ରେଟର ଭଳି ପଦବୀଗୁଡ଼ିକ ପାଇଁ ମଧ୍ୟ ନିଯୁକ୍ତି ଚାଲିଛି। ସଫ୍ଟୱେୟାର ଇଞ୍ଜିନିୟର ପଦ ପାଇଁ ଆବେଦନକାରୀମାନଙ୍କୁ ୪ଟି ରାଉଣ୍ଡର ଇଣ୍ଟରଭ୍ୟୁ ପାସ୍‌ କରିବାକୁ ହେବ। ଏହି ଚାରି ରାଉଣ୍ଡରେ ଭିନ୍ନ ଭିନ୍ନ ପ୍ରକାରର ଥିଓରୀ ଓ ପ୍ରାକ୍ଟିକାଲ ପ୍ରଶ୍ନ ପଚରାଯିବ। ମନୋନୀତ ପ୍ରାର୍ଥୀମାନଙ୍କୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମା ମିଳିବ। ଏଥିପାଇଁ ୧ ବର୍ଷରୁ ଅଧିକ ଅଭିଜ୍ଞତା ଥିବା ବ୍ୟକ୍ତିମାନେ ଆବେଦନ କରିପାରିବେ।

ServiceNowରେ ସଫ୍ଟୱେୟାର ଇଞ୍ଜିନିୟର (IC2) ପଦର ଦରମା ୫୦ ଲକ୍ଷ+ CTC (ବାର୍ଷିକ) ବୋଲି କୁହାଯାଉଛି। ଏଥିରେ ବେସ୍‌ ସାଲାରୀ ପ୍ରାୟ ୨୩ ଲକ୍ଷ ଟଙ୍କା (ପିଏଫ ଓ ଗ୍ରାଚ୍ୟୁଟି ବାଦ୍‌ ଦେଇ)। ପିଏଫ ଓ ଗ୍ରାଚ୍ୟୁଟି ମିଶାଇ ୧,୫୪,୦୦୦ ଟଙ୍କା ମିଳିବ। ଯଦି ଆପଣ ଅନ୍ୟ ସହରରୁ ହାଇଦ୍ରାବାଦକୁ ସ୍ଥାନାନ୍ତର ହୁଅନ୍ତି, ତେବେ ରିଲୋକେସନ ବୋନସ୍‌ ଭାବେ ୨୦,୦୦୦ ଟଙ୍କା, ଏୟାର ଟିକେଟ୍‌ ଏବଂ ୧୫ ଦିନର ହୋଟେଲ ରହଣି ମିଳିବ। ଏହା ବ୍ୟତୀତ, ୨,୩୦,୦୦୦ ଟଙ୍କାର ବୋନସ୍‌ ମଧ୍ୟ ମିଳିବ ।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

ସେପ୍ଟେମ୍ବର ୧୫ରୁ ବନ୍ଦ ହୋଇପାରେ ଦୋକାନୀଙ୍କ ୟୁପିଆଇ

ନୂଆଦିଲ୍ଲୀ,୫ା୯: ଅନ୍‌ଲାଇନ ପେମେଣ୍ଟ ବ୍ୟବସ୍ଥାକୁ ନେଇ ଏବେ ଦେଶରେ ୧୦ ଲକ୍ଷ କ୍ଷୁଦ୍ର ବ୍ୟବସାୟୀ ସଙ୍କଟରେ ପଡ଼ିଛନ୍ତି। କାରଣ ସେମାନଙ୍କ କଓ୍ବୋଇସି ପ୍ରକ୍ରିୟା ଏ ପର୍ଯ୍ୟନ୍ତ ଶେଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri