୩୦ରୁ ଶୀତ କମିବ

ଭୁବନେଶ୍ୱର,୨୬ା୧୨(ବ୍ୟୁରୋ)-ରାଜ୍ୟରେ ଶୀତର ପ୍ରକୋପ ହ୍ରାସ ପାଇବାରେ ଲାଗିଛି। ଗତ ଦୁଇ ତିନି ଦିନ ହେବ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ସେଲ୍‌ସିୟସ ଉପରେ ରହୁଛି। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଶୀତ ଏଭଳି ସ୍ବାଭାବିକ ଅବସ୍ଥାରେ ରହିବ। ଡିସେମ୍ବର ୩୦ରୁ ଶୀତ କମିବ। ବଙ୍ଗୋପସାଗରରୁ ସ୍ଥଳଭାଗକୁ ବାୟୁ ପ୍ରବାହ ହେବ। ଫଳରେ ସର୍ବନିମ୍ନ ତାପମାତ୍ରା ୪ରୁ ୫ ଡିଗ୍ରୀ ଉପରକୁ ଉଠିଯିବ। ଆସନ୍ତା ଜାନୁୟାରୀ ୩ ତାରିଖ ଯାଏ ଶୀତ କମିବା ସହିତ କେତେକ ସ୍ଥାନରେ କୁହୁଡ଼ି ହେବାର ସମ୍ଭାବନା ରହିଛି।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ନୟାଗଡ଼, ମୟୂରଭଞ୍ଜ, ବୌଦ୍ଧ, ମାଲକାନଗିରି, କୋରାପୁଟ, ବଲାଙ୍ଗୀର, କଟକ ଏବଂ ସୁନ୍ଦରଗଡ଼ ଜିଲାର କେତେକ ସ୍ଥାନରେ କୁହୁଡ଼ି ହେବାର ସମ୍ଭାବନା ରହିଛି। ଶନିବାର ରାଜ୍ୟର ୧୦ଟି ସ୍ଥାନରେ ପାରଦ ୧୦ ଡିଗ୍ରୀ ସେଲ୍‌ସିୟସ ତଳେ ରହିଛି। ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫.୫ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ଦାରିଙ୍ଗବାଡି ୬, କୋରାପୁଟ ୮.୨, ଭବାନୀପାଟଣା ୯, ସୁନ୍ଦରଗଡ ୮.୫, କେନ୍ଦୁଝର ୯.୮, ଝାରସୁଗୁଡା ୮.୫, ବାରିପଦା ୧୦, ବଲାଙ୍ଗୀର ୧୦.୬, ବୌଦ୍ଧ ୧୦, ସୋନପୁର ୧୧, ଟିଟିଲାଗଡରେ ସର୍ବନିମ୍ନ ତାପମାତ୍ରା ୧୧.୫, କଟକ ୧୨ , ଭୁବନେଶ୍ୱର ୧୩.୮ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓମିକ୍ରନ୍‌ ପରେ କରୋନା ସରୁନି, ୪ର୍ଥ ଲହର ଆସିପାରେ

ଭୁବନେଶ୍ୱର,୨୫।୧(ବ୍ୟୁରୋ): ଓମିକ୍ରନ ପରେ କରୋନା ଶେଷ ହେବ ନାହିଁ। ଏହାପରେ ୪ର୍ଥ ଲହର ମଧ୍ୟ ଆସିପାରେ। କିଛି ଏଭଳି ଉପାୟରେ ଲୋକଙ୍କୁ ସଚେତନ କରାଇଛନ୍ତି ରାଜ୍ୟ...

ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ସ୍ଥଗିତ

ଭୁବନେଶ୍ୱର,୨୭।୫(ବ୍ୟୁରୋ): ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ ସତ୍ତ୍ୱେ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ଜାରି ରହିଥିଲା। ତେବେ ଏହାକୁ ଶିକ୍ଷାବିତ୍‌ମାନେ ବିରୋଧ କରିବାରୁ...

ବାଲିଯାତ୍ରା ମହୋତ୍ସବ ଉଦ୍‌ଘାଟିତ : ଗଣପର୍ବରେ ପରଣିତ ହୋଇଛି କଳିଙ୍ଗ ବାଲିଯାତ୍ରା

ପାରାଦୀପ,୧୨ା୧୧(ସ୍ବ.ପ୍ର.): ପାରାଦୀପ ସମୁଦ୍ର ବେଳାଭୂମି ବିଜୁ ମଇଦାନଠାରେ ସୋମବାର ସନ୍ଧ୍ୟାରେ କଳିଙ୍ଗ ବାଲିଯାତ୍ରା ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟ ଅତିଥିଭାବେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା...

ଆମ ଗାଁ ଆମ ବିକାଶ ଯୋଜନା ପ୍ରକଳ୍ପ ନିମ୍ନମାନର: ୬ମାସ ପୂରିନି, ଭାଙ୍ଗିଲା ଗାଧୁଆ ତୁଠ

ରସୁଲପୁର,୧୨।୧୦(ଡିଏନଏ): ରସୁଲପୁର ବ୍ଲକର ବଡକଇଁଚି ପଞ୍ଚାୟତରେ ଆମ ଗାଁ ଆମ ବିକାଶ ଯୋଜନାରେ ପୋଖରୀ ପାହାଚ ଓ ଗାଧୁଆ ତୁଠ ନିର୍ମାଣ ଅତ୍ୟନ୍ତ ନିମ୍ନମାନର ହୋଇଛି।...

ପାନ୍ଥନିବାସରେ ଅସ୍ଥାୟୀ ଖୋଲିବ ଓଡ଼ିଆ ବିଶ୍ୱବିଦ୍ୟାଳୟ କାର୍ଯ୍ୟାଳୟ

ଭୁବନେଶ୍ୱର/ସାକ୍ଷୀଗୋପାଳ,୪।୮(ଅନୁରାଧା ମହାରଣା/ପ୍ରଶାନ୍ତ କୁମାର ବାରିକ): ଓଡ଼ିଆ ବିଶ୍ୱବିଦ୍ୟାଳୟ ସତ୍ୟବାଦୀରେ ୨୦୨୩-୨୪ ଶିକ୍ଷାବର୍ଷରୁ ଇଣ୍ଟିଗ୍ରେଟେଡ୍‌ ଏମ୍‌ଏପିଏଚ୍‌ଡି ପାଠ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ନାମଲେଖା, ନିଯୁକ୍ତି ଓ...

‘ପରୀ’ ଶୁଣାଣି ଘୁଞ୍ଚିଲା

ଭୁବନେଶ୍ୱର,୧୫ା୭(ବ୍ୟୁରୋ): ଗୁରୁବାର ସୁପ୍ରିମକୋର୍ଟରେ ବହୁ ଚର୍ଚ୍ଚିତ ପରୀ ମାମଲାର ଶୁଣାଣି କରାଯାଇଛି। ତେବେ ପରୀ ମା’ଙ୍କ ପକ୍ଷର ଓକିଲଙ୍କ ଯୁକ୍ତି ଶୁଣି ସାରିବା ପରେ ସୁପ୍ରିମକୋର୍ଟ...

ଉପକୂଳ ମିଳିତ ସମରାଭ୍ୟାସ ଆରମ୍ଭ

ପାରାଦୀପ,୧।୧୨(ସ୍ବ.ପ୍ର.): ଓଡ଼ିଶାର ଉପକୂଳ ଅଞ୍ଚଳରେ ମଙ୍ଗଳବାର ଦୁଇ ଦିନିଆ ମିଳିତ ସମରାଭ୍ୟାସ ଆରମ୍ଭ ହୋଇଛି। ଏହି ୨୩ ତମ ସମରାଭ୍ୟାସର ନାମ ସାଗର କବଚ ୨୦୨୧...

ଦିନକୁ ଦିନ ବଢ଼ୁଛି ମୃତ୍ୟୁସଂଖ୍ୟା: ରାଜ୍ୟରେ ପୁଣି କରୋନା ନେଲା ୪୨ ଜୀବନ

ଭୁବନେଶ୍ୱର,୩।୬(ବ୍ୟୁରୋ): ରାଜ୍ୟରେ ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ...

Advertisement
Archives

Model This Week