Posted inଜାତୀୟ

ଆଜିଠାରୁ ସଂସଦର ଶୀତକାଳିନ ଅଧିବେଶନ, ବିରୋଧିଙ୍କ ଟାର୍ଗେଟରେ SIR

ନୂଆଦିଲ୍ଲୀ,୧।୧୨(ପି.ଟି.): ପାର୍ଲାମେଣ୍ଟର ଶୀତ ଅଧିବେଶନ ସୋମବାରଠାରୁ ଆରମ୍ଭ ହେବାକୁ ଯାଉଥିବାବେଳେ ଏହାର ଦିନକ ପୂର୍ବରୁ କେନ୍ଦ୍ର ସରକାର ସର୍ବଦଳୀୟ ବୈଠକ ଡାକିଥିଲେ। ଭୋଟର ତାଲିକାର ଏସ୍‌ଆଇଆର୍‌ ଉପରେ ଆଲୋଚନା ପାଇଁ ବିରୋଧୀ ଦଳଗୁଡ଼ିକ ଦାବି କରିଛନ୍ତି। ସର୍ବଦଳୀୟ ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍‌ ରିଜିଜୁ କହିଥିଲେ, ଗୃହକାର୍ଯ୍ୟ ସୁରୁଖୁରୁରେ ଚଳାଇବା ପାଇଁ ସୁଯୋଗ ମିଳିବା ଆବଶ୍ୟକ। ଏଥିପାଇଁ ସେ ସବୁ ଦଳର ସହଯୋଗ ଲୋଡ଼ିଥିଲେ। କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ଶୀତ ଅଧିବେଶନ କାର୍ଯ୍ୟସୂଚୀ ସମ୍ପର୍କରେ ସର୍ବଦଳୀୟ ବୈଠକରେ
ବିରୋଧୀଙ୍କ ଟାର୍ଗେଟ୍‌ରେ …
ଆଲୋଚନା କରାଯିବା ଏକ ସାଧାରଣ ଔପଚାରିକତା ବୋଲି କହିଥିଲେ। ବିରୋଧୀ ଦଳଗୁଡ଼ିକ ସହ ବିନା ପରାମର୍ଶରେ ସଂକ୍ଷିପ୍ତ ଆଲୋଚନା ଜରିଆରେ ବିଷୟବସ୍ତୁ ତାଲିକା ମଞ୍ଜୁର କରାଇନେବା ସରକାରଙ୍କ ଉଦ୍ଦେଶ୍ୟ ସ୍ପଷ୍ଟ ହେଉଥିବା ଜୟରାମ କହିଥିଲେ। ୧୫ଦିନ ପାଇଁ ହେବାକୁ ଥିବା ଏହି ଅଧିବେଶନ ସଂସଦ ଇତିହାସରେ ସବୁଠୁ ସଂକ୍ଷିପ୍ତ। ଏହି ସମୟ ମଧ୍ୟରେ ୧୩ଟି ବିଲ୍‌ ଗୃହୀତ କରାଇବାକୁ କେନ୍ଦ୍ର ସରକାର ତାଲିକା ପ୍ରସ୍ତୁତ କରିଛନ୍ତି। ସେଥିରୁ ଗୋଟିଏ ଅଧ୍ୟାଦେଶ ସ୍ଥାନରେ ଅଣାଯିବାକୁ ଥିବାବେଳେ ଅନ୍ୟ ଦୁଇଟି ଲୋକ ସଭା କମିଟି ଦେଇ ଯାଇଛି। ତେଣୁ ୧୦ଟି ବିଲ୍‌କୁ ସମ୍ପୃକ୍ତ ଷ୍ଟାଣ୍ଡିଂ କମିଟି ଅନୁଧ୍ୟାନ କରିବେ। ଏଥିସହିତ ହଠାତ୍‌ କୌଣସି ବିଲ୍‌କୁ ମଧ୍ୟ ସରକାର ଆଣିପାରନ୍ତି ବୋଲି କଂଗ୍ରେସ ନେତା କହିଛନ୍ତି। କଂଗ୍ରେସ ଏସ୍‌ଆଇଆର୍‌, ଜାତୀୟ ସୁରକ୍ଷା, ବାୟୁ ପ୍ରଦୂଷଣ, କୃଷକ ସମସ୍ୟା ସମେତ ବିଦେଶ ନୀତି ଉପରେ ଆଲୋଚନା ଚାହେଁ ବୋଲି ଲୋକ ସଭାରେ କଂଗ୍ରେସର ଉପନେତା ଗୌରବ ଗୋଗୋଇ କହିଛନ୍ତି।
ସେହିପରି ଏସ୍‌ଆଇଆର୍‌ ଉପରେ ଆଲୋଚନା ନ ହେଲେ ଗୃହକୁ ଚଳାଇ ଦିଆଯିବ ନାହିଁ ବୋଲି ସମାଜବାଦୀ ପାର୍ଟି ନେତା ରାମଗୋପାଳ ଯାଦବ କହିଛନ୍ତି। ଟିଏମ୍‌ସି ନେତା କଲ୍ୟାଣ ବାନାର୍ଜୀ କହିଥିଲେ, ତାଙ୍କ ଦଳ ପୂର୍ବରୁ ଏସ୍‌ଆଇଆର୍‌, ଏମ୍‌ଜିଏନ୍‌ଆର୍‌ଇଜିଏ ପ୍ରସଙ୍ଗ ଉଠାଇଥିଲେ ମଧ୍ୟ ଏହା ଉପରେ ଆଲୋଚନା ପାଇଁ ଅନୁମତି ମିଳି ନ ଥିଲା। ଯଦି ପାର୍ଲାମେଣ୍ଟ କେବଳ ସରକାରଙ୍କ ଇଚ୍ଛାରେ ଚାଲେ, ତେବେ ବିରୋଧୀ ଦଳ ରହିବାର ମୂଲ୍ୟ କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି। ସରକାର ୭୦ ପ୍ରତିଶତ ସମୟ ନେଉଥିବାବେଳେ ବିରୋଧୀଙ୍କୁ ଅଧିକ ସମୟ ମିଳୁ । ଭୋଟର ତାଲିକା ସଂଶୋଧନ ଚାଲିଥିବାବେଳେ ଅତ୍ୟଧିକ କାର୍ଯ୍ୟଚାପରୁ ବିିଭିନ୍ନ ରାଜ୍ୟରେ ୪୦ ଜଣ ବୁଥ୍‌ସ୍ତରୀୟ ଅଧିକାରୀ(ବିଏଲ୍‌ଓ)ଙ୍କ ମୃତ୍ୟୁ ଘଟିଲାଣି। ଏହା ଉପରେ ଆଲୋଚନା ପାଇଁ ସମୟ ଦିଆଯାଉ। ଭୋଟର ତାଲିକାରୁ ନାଁ ହଟାଇବା ଏସ୍‌ଆଇଆର୍‌ ପ୍ରକ୍ରିୟାର ଲକ୍ଷ୍ୟ ହେବା ଉଚିତ୍‌ ନୁହେଁ ବୋଲି ବାନାର୍ଜୀ କହିଛନ୍ତି। ସୂଚନାଯୋଗ୍ୟ, ଏସ୍‌ଆଇଆର୍‌ ଉପରେ ଆଲୋଚନା ପାଇଁ ବିରୋଧୀ ନିଷ୍ପତ୍ତି ନେଇଥିବାବେଳେ ନିର୍ବାଚନ କମିଶନ ରବିବାର ଏସ୍‌ଆଇଆର୍‌ କାର୍ଯ୍ୟସୂଚୀକୁ ସପ୍ତାହେ ବୃଦ୍ଧି କରିଛନ୍ତି। ଭୋଟର ଗଣନା ସମୟସୀମା ଡିସେମ୍ବର ୪ତାରିଖ ପରିବର୍ତ୍ତେ ୧୧ତାରିଖକୁ ବୃଦ୍ଧି କରାଯାଇଛି। ସେହିପରି ଚୂଡ଼ାନ୍ତ ଭୋଟର ତାଲିକା ଫେବୃଆରୀ ୧୪ରେ ପ୍ରକାଶ ପାଇବ ବୋଲି କୁହାଯାଇଛି।

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁର ଆମେରିକା ନାଗରିକତ୍ୱ ପାଇଁ ସରୋଗେସି ଆପଣାଉଛନ୍ତି ଚାଇନା ଦମ୍ପତି

ନ୍ୟୁୟର୍କ,୨୩ା୯:ଆମେରିକାରେ ଶିଶୁ ଜନ୍ମ କରିବାକୁ ଚାଇନାର ଅନେକ ଧନୀ ପରିବାର ଆକାଂକ୍ଷା ରଖୁଛନ୍ତି। କାଲିଫର୍ନିଆରେ ବଢ଼ିଚାଲିଥିବା ସରୋଗେସି ଶିଳ୍ପ ଏଭଳି ଧନୀ ଚାଇନିଜ୍‌ ପରିବାରଗୁଡ଼ିକୁ ଆକର୍ଷିତ କରୁଛି,…

କାର୍‌କୁ ଧକ୍କା ପରେ ରାସ୍ତାରେ ଓଲଟିଲା କଦଳୀ ବୋଝେଇ ଟ୍ରକ୍‌

ଭୁବନେଶ୍ୱର,୨୩।୯: ରାଜଧାନୀ ଭୁବନେଶ୍ୱରର ଜୟଦେବ ବିହାର ଜାତୀୟ ରାଜପଥରେ ଏକ କାର୍‌କୁ ଧକ୍କା ଦେଇ କଦଳୀ ବୋଝେଇ ଟ୍ରକ୍‌ ଓଲଟିପଡ଼ିଛି। ଏହି ଦୁର୍ଘଟଣାରେ ଟ୍ରକ୍‌ ଡ୍ରାଇଭର ଗୁରୁତର…

କପିଳେନ୍ଦ୍ରଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି: ଦଳକୁ ମଜଭୁତ କରିବା ଲକ୍ଷ୍ୟ

ରାଜକନିକା, ୨୩।୯ (ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକର ନୂତନ ବିଜେଡି ସଭାପତି ଭାବେ ପ୍ରାକ୍ତନ ରାଜକନିକା ପଞ୍ଚାୟତ ସମିତି ଅଧ୍ୟକ୍ଷ କପିଳେନ୍ଦ୍ର ମଲ୍ଲିକଙ୍କୁ…

ମାତ୍ର ୩୨ ରନ୍‌ କରି ଐତିହାସିକ ବିଜୟ ହାସଲ କଲା ଭାରତ, ଚମତ୍କାର କଲେ ଅକ୍ଷର ପଟେଲ

ନୂଆଦିଲ୍ଲୀ,୨୩।୯: ସାନୋ ଷ୍ଟାଡିୟମରେ ଖେଳାଯାଇଥିବା ଏକମାତ୍ର ଟି-୨୦ ମ୍ୟାଚ୍‌ରେ ଜାପାନକୁ ୨ ରନ୍‌ରେ ହରାଇଛି ଭାରତ। ବର୍ଷା ଯୋଗୁ ମ୍ୟାଚ୍‌କୁ ୫-୫ ଓଭରକୁ କମାଇ ଦିଆଯାଇଥିଲା। ଭାରତ…

ଭୁଲ ଇଞ୍ଜେକ୍ସନ ଯୋଗୁ କିନ୍ନରଙ୍କ ମୃତ୍ୟୁ ଅଭିଯୋଗ: ହସ୍ପିଟାଲ ଘେରିଲେ କିନ୍ନର ସମାଜ

ଦେବଗଡ଼, ୨୩।୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ କିନ୍ନରଙ୍କ ମୃତ୍ୟୁକୁ ନେଇ ମଙ୍ଗଳବାର ରାତିରେ ଉତ୍ତେଜନା ପ୍ରକାଶ ପାଇଛି। ଭୁଲ…

ମାତ୍ର ୧୬ ରନ୍‌ କରି ପ୍ଲେୟର ଅଫ ଦି ମ୍ୟାଚ୍‌ ପୁରସ୍କାର ଜିତିଲେ ଶ୍ରେୟସ ଆୟର: ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୨୩।୯: ଭାରତ ଓ ଜାପାନ ମଧ୍ୟରେ ଐତିହାସିକ ଟି-୨୦ ମ୍ୟାଚ ଶେଷରେ ଖେଳାଯାଇଛି। ଏହି ମୁକାବିଲାକୁ ନେଇ ଆରମ୍ଭରୁ ଉତ୍ସାହ ରହିଥିଲା। ହେଲେ ବର୍ଷା ଯୋଗୁ ମ୍ୟାଚ୍‌କୁ…

ଅସଫଳତାକୁ ସ୍ବୀକାର

ବିଶ୍ୱକପ୍‌ ଫୁଟ୍‌ବଲ-୨୦୨୬ରେ ଆର୍ଜେଣ୍ଟିନାକୁ ହରାଇ ସ୍ପେନ୍‌ ଚାମ୍ପିୟନ ହେବା ଦୁଇମାସ ବିତିଗଲାଣି। ଭାରତରେ ଗୋଟେ ଚର୍ଚ୍ଚା ଚାଲିଛି ଆମ ଦେଶ କେବେ ଫୁଟ୍‌ବଲ ବିଶ୍ୱ ମଞ୍ଚରେ ଖେଳିବାକୁ…

ଥମୁନି ହାତୀ ମୃତ୍ୟୁ, ୩ ବର୍ଷରେ ମଲେଣି ୨୫୬: ପ୍ରାଣୀ ବିଶେଷଜ୍ଞଙ୍କ ଉଦ୍‌ବେଗ

ଭୁବନେଶ୍ୱର,୨୩ା୯(ରବିନାରାୟଣ ଜେନା):ରାଜ୍ୟରେ ହାତୀ-ମଣିଷ ଲଢ଼େଇ ଥମୁନାହିଁ। କେତେବେଳେ ହାତୀ ଖାଦ୍ୟ ଅନ୍ବେଷଣରେ ଜନବସତି ଆଡ଼କୁ ମୁହଁାଇବା ଯୋଗୁ ଲୋକଙ୍କ ରୋଶର ଶିକାର ହେଉଛନ୍ତି ତ’ ଆଉ କେତେବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?