ଉଇଣ୍ଟର ଫ୍ୟାଶନ: ହେଡ୍‌ବ୍ୟାଣ୍ଡ

ଋତୁ ଯାହା ହେଉନା କାହିଁକି ଷ୍ଟାଇଲିଶ୍‌ ଦେଖାଯିବାକୁ ସମସ୍ତେ ଚାହାନ୍ତି। ଆଉ ଶୀତଦିନେ ଷ୍ଟାଇଲିଶ ଲାଗିବା ପାଇଁ ଆଜିକାଲି ବିଭିନ୍ନ ପ୍ରକାର ଓ୍ବିଣ୍ଟରଓ୍ବେର ଆସିଲାଣି। ସେଥିମଧ୍ୟରୁ ହେଡ୍‌ବ୍ୟାଣ୍ଡ ଅନ୍ୟତମ। ଏହା ଶୀତ ଦାଉରୁ ରକ୍ଷା କରିବା ସହ ଷ୍ଟାଇଲିଶ୍‌ ଲୁକ୍‌ ବି ଦେଇଥାଏ।

ଶୀତଦିନେ ବାହାରକୁ ବାହାରିଲେ ଥଣ୍ଡା ପବନ ଯେବେ କାନରେ ବାଜେ ଦେହ ଶୀତରେ କମ୍ପି ଉଠେ। ସ୍ବେଟର କି ଓ୍ବିଣ୍ଟର କୋଟ୍‌ ପିନ୍ଧିଥିଲେ ବି ତାହା କାମ ଦିଏନା। ହେଲେ ଯଦି ହେଡ୍‌ବ୍ୟାଣ୍ଡ ଲଗାଇଛନ୍ତି ତାହା କାନକୁ ଥଣ୍ଡା ପବନଠାରୁ ସୁରକ୍ଷା ତ ଦିଏ, ତା’ ସହ ଲୁକ୍‌ ଟ୍ରେଣ୍ଡି ଲାଗେ। ଆଜିକାଲି ବିଭିନ୍ନ ଡିଜାଇନ୍‌ର ହେଡ୍‌ବ୍ୟାଣ୍ଡ ମିଳୁଛି। ଏହାକୁ ପିନ୍ଧି ସକାଳେ ମର୍ନିଂ ଓ୍ବାକ୍‌ ହେଉ କି ସାଇକେଲିଂ ପାଇଁ ଗଲେ ଶୀତର ପ୍ରକୋପରୁ ରକ୍ଷା ପାଇବା ସହ ଷ୍ଟାଇଲିଶ୍‌ ଲାଗିବେ। ତେବେ ଏହାକୁ କିଭଳି ହେୟାର୍‌ ଷ୍ଟାଇଲରେ ପିନ୍ଧିବେ ଜାଣନ୍ତୁ ସେ ସମ୍ପର୍କରେ..

କେଶ ଖୋଲା ରଖି- କେଶ କର୍ଲି ହେଉ କି ଷ୍ଟ୍ରେଟ୍‌ ତାକୁ ଖୋଲା ଓ ଲୁଜ୍‌ ରଖନ୍ତୁ। ଆଉ ହେୟାର ବ୍ୟାଣ୍ଡକୁ ଆଖି ଉପରେ କପାଳରେ ରହିବା ଭଳି ଲଗାନ୍ତୁ। ଯଦି ହେଡ୍‌ବ୍ୟାଣ୍ଡ ମଝିରେ ରହୁଥିବା କେଶ ମୁଣ୍ଡରେ ଚାପି ହୋଇ ଲାଖି ରହେ ଓ ଲୁକ୍‌ ଭଲ ନ ଦେଖାଯାଏ, ତେବେ ସେହି କେଶକୁ ଅଙ୍ଗୁଳି ସାହାଯ୍ୟରେ ଅଳ୍ପ ଅଳ୍ପ ଟେକି ଦିଅନ୍ତୁ। ଦେଖିବେ ଆପଣ ଭଲ ଦେଖାଯିବେ।

ପିଗ୍‌ଟେଲ୍‌ ବ୍ରେଡ୍‌ରେ- ଆପଣ ଚାହିଁଲେ ଦୁଇଟି ପିଗ୍‌ଟେଲ୍‌ ବ୍ରେଡ୍‌ ବା ବେଣୀ କରନ୍ତୁ, ଯେମିତିକି ତାହା ମୁଣ୍ଡର ପଛପଟେ ଝୁଲି ରହୁଥିବ। ଆଉ ହେଡ୍‌ବ୍ୟାଣ୍ଡଟି ସାମ୍‌ନାଭାଗରେ କପାଳରେ ରହିବା ସହ ପଛପଟ ମୁଣ୍ଡରେ ବେଣୀ ତଳେ ରହିବା ଭଳି ଲଗାନ୍ତୁ। ଦେଖିବେ ବହୁତ ଷ୍ଟାଇଲିଶ୍‌ ଲାଗିବେ।

ହାଇ ପୋନି ଟେଲ୍‌ରେ- ହାଇ ପୋନି ଟେଲ୍‌ କରି ହେଡ୍‌ବ୍ୟାଣ୍ଡ ଲଗାଇଲେ କ୍ୟୁଟ୍‌ ଲୁକ୍‌ ମିଳେ। ମର୍ନିଂ ଓ୍ବାକ୍‌ କିମ୍ବା ସାଇକେଲିଂ କରିବା ସମୟରେ ଏହି ଲୁକ୍‌ ଟ୍ରାଏ କରନ୍ତୁ, ଦେଖିବେ ସମସ୍ତଙ୍କ ନଜର ଆପଣଙ୍କ ଆଡେ ଯିବ।

ହାଇ ବନ୍‌- ହାଇ ବନ୍‌ ବା ମୁଣ୍ଡର ଉପରଭାଗରେ ଖୋସା କରି ମଧ୍ୟ ହେଡ୍‌ବ୍ୟାଣ୍ଡ ପିନ୍ଧିପାରିବେ। ବନ୍‌ଟି ବେଶି ଟାଇଟ୍‌ ନ କରି ଟିକେ ଲୁଜ୍‌ କରିବେ ଓ କିଛି କେଶ ଝୁଲୁଥିବା ପରି ରଖିଲେ ଲୁକ୍‌ ଷ୍ଟାଇଲିଶ୍‌ ଲାଗିବ।

ହାଫ୍‌ ଅପ୍‌ ଷ୍ଟାଇଲ୍‌- ମୁଣ୍ଡ ପଛ ଭାଗର କେଶକୁ ଅଧା କରି ଉପର ଭାଗର କେଶରେ ବନ୍‌ କରନ୍ତୁ। ଆଉ ତଳ ଭାଗର କେଶକୁ ଖୋଲା ରଖନ୍ତୁ। ବନ୍‌ ଓ ଖୋଲା କେଶର ମଝିଭାଗରେ ବ୍ୟାଣ୍ଡର ପଛଭାଗ ରଖି ହେଡବ୍ୟାଣ୍ଡଟି ପିନ୍ଧନ୍ତୁ। ଏଇ ଲୁକ୍‌ ବି ବେଶ୍‌ ଭଲ ଲାଗେ।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମାଷ୍ଟମୀରେ ଦୁର୍ଲଭ ଗ୍ରହ ସଂଯୋଗ: ୪ଟି ରାଶିର ଚମକିବ ଭାଗ୍ୟ, କ୍ୟାରିୟରରେ ଗ୍ରୋଥ୍‌ ସାଙ୍ଗକୁ ଅଚାନକ ଧନଲାଭ

ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଏଥର ଜନ୍ମାଷ୍ଟମୀ ପର୍ୱ ଅତ୍ୟନ୍ତ ଖାସ ବୋଲି ମାନାଯାଉଛି। ୪ ସେପ୍ଟେମ୍ୱର ୨୦୨୬ ଜନ୍ମାଷ୍ଟମୀ ଦିନ ଅନେକ ପ୍ରମୁଖ ଗ୍ରହ ଶୁଭ ସ୍ଥିତିରେ…

୨୦୨୭ ଯାଏ ୪ ରାଶିଙ୍କୁ ବିଶେଷ କୃପା କରିବେ ଶନି; କ୍ୟାରିୟର-ବିବାହ ଠାରୁ ଧନଲାଭରେ ମିଳିବ ଫାଇଦା…

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ଗୋଚରକୁ ସବୁଠାରୁ ପ୍ରଭାବଶାଳୀ ବୋଲି ମାନାଯାଏ, କାରଣ ସେ ପ୍ରାୟ ଅଢ଼େଇ ବର୍ଷ ପରେ ରାଶି ପରିବର୍ତ୍ତନ କରିଥାନ୍ତି। ଧୀର ଗତିରେ ଚାଲୁଥିବା…

ସେପ୍ଟେମ୍ୱରରେ ଚମକିବ ୫ ରାଶିର ଭାଗ୍ୟ: ୪ ଗ୍ରହଙ୍କ ଚଳନରେ ପ୍ରଚୁର ଧନଲାଭ, ଚାକିରିରେ ମିଳିବ ବଡ଼ ଅଫର୍‌…

ସେପ୍ଟେମ୍ୱର ୨୦୨୬ରେ ସୂର୍ଯ୍ୟ, ମଙ୍ଗଳ, ବୁଧ ଏବଂ ଶୁକ୍ର ଗ୍ରହ ରାଶି ପରିବର୍ତ୍ତନ (ଗୋଚର) କରିବାକୁ ଯାଉଛନ୍ତି। ଏହି ଗ୍ରହମାନଙ୍କ ଗୋଚର ଯୋଗୁଁ ଅନେକ ଶୁଭ ରାଜଯୋଗ…

ଆଜି ମେଷ-ସିଂହ ରାଶି ଉପରେ ବର୍ଷିବ କୃପା: ଧନଲାଭ ସହ ମିଳିବ ବଡ଼ ଖୁସି ଖବର

୩୦ ଅଗଷ୍ଟ, ରବିବାର ଦିନ ଗ୍ରହ-ନକ୍ଷତ୍ରମାନଙ୍କର ଚାଲ ଦୃଷ୍ଟିରୁ ଅନେକ ରାଶି ପାଇଁ ବିଶେଷ ରହିବାକୁ ଯାଉଛି। ଆଜି କିଛି ଜାତକଙ୍କୁ କ୍ୟାରିୟର ଏବଂ ବ୍ୟବସାୟରେ ଅଗ୍ରଗତିର…

ଶକ୍ତିଶାଳୀ ମଣିଷକୁ ଭିତରୁ ଭାଙ୍ଗିଦିଏ ଏହି ୫ଟି ଜିନିଷ, ଆଚାର୍ଯ୍ୟ ଚାଣକ୍ୟଙ୍କ ଠାରୁ ଜାଣନ୍ତୁ କିପରି ରହିବେ ସାବଧାନ

ମଣିଷ ଜୀବନରେ ଏମିତି ଅନେକ ପରିସ୍ଥିତି ଆସିଥାଏ, ଯାହା ଯୋଗୁଁ ତାକୁ ନିରାଶ ଏବଂ ହତାଶ ହେବାକୁ ପଡ଼ିଥାଏ। ଜୀବନର ଏହି କଠିନ ସମୟ ଏବଂ ସମସ୍ୟା…

ଆଜି ମହାସଂଯୋଗ: ୫ ରାଶିର ଭାଗ୍ୟ ବଦଳାଇବେ ୩ଗ୍ରହ; ଅଚାନକ ହେବେ ଧନୀ…

୩୦ ଅଗଷ୍ଟର ଦିନ ପଞ୍ଚାଙ୍ଗ ଏବଂ ଜ୍ୟୋତିଷୀୟ ଯୋଗ ଦୃଷ୍ଟିରୁ ଅତ୍ୟନ୍ତ ଖାସ ପ୍ରମାଣିତ ହୋଇପାରେ। ଏହି ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ୱିତୀୟା ତିଥି…

ସେପ୍ଟେମ୍ୱରରେ ୩,୬ ଓ ୨୬ ତାରିଖ ଭାରି ଖାସ୍‌: ୩ ରାଶିଙ୍କ କ୍ୟାରିୟରରେ ହେବ ଉନ୍ନତି, ଅଚାନକ ଟଙ୍କା…

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ସୁଖ, ବୈଭବ, ଭୋଗବିଳାସ, ବିବାହ, ପ୍ରେମ ଏବଂ ସୌନ୍ଦର୍ଯ୍ୟ ଆଦିର କାରକ ଗ୍ରହ ବୋଲି ଧରାଯାଏ। ଶୁକ୍ର ଯେତେବେଳେ ବି ରାଶି ପରିବର୍ତ୍ତନ…

ସୂର୍ଯ୍ୟଙ୍କ ଗୋଚରରେ ଚମକିବ ୫ ରାଶିଙ୍କ ଭାଗ୍ୟ; ମୋଟା ଅଙ୍କର ହେବ ରୋଜଗାର, ବଢିବ ସମ୍ପତ୍ତି…

ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଆତ୍ମବିଶ୍ୱାସ, ମାନ-ସମ୍ମାନ, ନେତୃତ୍ୱ ଏବଂ ପିତାଙ୍କ କାରକ ବୋଲି ଧରାଯାଏ। ତେଣୁ ସୂର୍ଯ୍ୟଙ୍କର ପ୍ରତ୍ୟେକ କାର୍ଯ୍ୟକଳାପ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ସେ ପ୍ରତିମାସରେ ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri