ମଦ ବ୍ୟବସାୟୀଙ୍କ ମାଡ଼ରେ ଖବରଦାତା ଲହୁଲୁହାଣ

ତିଗିରିଆ, ୧୨ା୮( ଡି.ଏନ.ଏ.): ତିଗିରିଆ ବ୍ଲକ କରଡ଼ାପଲ୍ଲୀ ଗଁାର ଖବରଦାତା ପନିଆ ଖଁାଙ୍କୁ ସେହି ଗଁାର ୨ ଜଣ ଦେଶୀ ମଦ ବ୍ୟବସାୟୀ ନିସ୍ତୁକ ପିଟି ଲହୁଲୁହାଣ କରିଛନ୍ତି। ମଙ୍ଗଳବାର ରାତିରେ ଉଭୟ ମଦ ବ୍ୟବସାୟୀ ପନିଆଙ୍କୁ ଏକ ଗଣ୍ଡଗୋଳ ଘଟଣାର ସମାଧାନ କରିବାକୁ ଡାକିନେଇ ତାଙ୍କୁ ମାଡ ମାରିବା ସହ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ହତ୍ୟା ଉଦ୍ୟମ କରିଥିଲେ। ଏପରି କି ପନିଆଙ୍କ ପାଖରେ ଥିବା ୩୦ ହଜାର ଟଙ୍କା ସେମାନେ ଛଡାଇ ନେଇଥିବା ତିଗିରିଆ ଥାନାରେ ବୁଧବାର ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ସମ୍ପୃକ୍ତ ମଦ ବ୍ୟବସାୟୀଦ୍ୱୟ ନିକଟସ୍ଥ ବରମାଣ ଜଙ୍ଗଲରେ ଦେଶୀ ମଦ ରାନ୍ଧି ବିକ୍ରି କରୁଥିଲେ। ଏ ସଂକ୍ରାନ୍ତରେ କଟକ କେନ୍ଦ୍ରୀୟ ଅବକାରୀ ବିଭାଗ ଖବର ପାଇ ବାରମ୍ବାର ଚଢ଼ାଉ କରୁଥିଲା। ପନିଆ ଏ ସଂକ୍ରାନ୍ତରେ ଅବକାରୀ ବିଭାଗକୁ ଖବର ଦେଉଥିବା ସନ୍ଦେହରେ ମଙ୍ଗଳବାର ରାତିରେ ଗଁାର ଅନୱାର ଖଁା, ଖୋଦା ବକ୍ସ ଦଳବେହେରା ଏକ କାର(ନଂ. ଓଆର ୧୩ ଜି ୭୭୬୬)ରେ ତାଙ୍କୁ ଘରୁ ଡାକି ଆଣିଥିଲେ। ସେଠାରୁ ତାଙ୍କୁ ତିଗିରିଆ ଜଙ୍ଗଲ ବିଭାଗ କାର୍ଯ୍ୟାଳୟ ସମ୍ମୁଖ ନେଇଥିଲେ। ପରେ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଗାଳିଗୁଲଜ କରି କରଡ଼ାପଲ୍ଲୀ ସ୍କୁଲ ପାଖକୁ ନେଇଥିଲେ। ସେଠାରେ କାରରୁ ଓହ୍ଲାଇ ପନିଆଙ୍କୁ ନିସ୍ତୁକ ପିଟିବାରୁ ସେ ତଳେ ପଡିଯାଇଥିଲେ। ଏହାପରେ ଜୀବନ ବିକଳରେ ପନିଆ ସେଠାରୁ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କ ପ୍ୟାଣ୍ଟ ପକେଟରେ ଥିବା ୩୦ ହଜାର ଟଙ୍କା ସେମାନେ ଛଡେଇ ନେଇଥିଲେ। ଆମ ବିଷୟରେ କୌଣସି ଖବର ଅବକାରୀ ବିଭାଗକୁ ଦେଲେ ତତେ ଜୀବନରେ ମାରିଦେବୁ ବୋଲି କହିଥିଲେ। ଆମର କେଉଁ ଖବରଦାତା କ’ଣ କରିବେ ଆମେ ଦେଖିବୁ ବୋଲି ସେମାନେ ଧମକ ଦେଇଥିବା ପନିଆ ଥାନାରେ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି। ପନିଆ ଥାନାରେ ଅଭିଯୋଗ କରିବା ସମୟରେ ବ୍ଲକର ସମସ୍ତ ଖବରଦାତା ଉପସ୍ଥିତ ଥିଲେ। ଅଭିଯୁକ୍ତଦ୍ୱୟଙ୍କୁ ତୁରନ୍ତ ଗିରଫ କରିବାକୁ ଆଇଆଇସି ବନବିହାରୀ ପ୍ରଧାନଙ୍କ ନିକଟରେ ଖବରଦାତାମାନେ ଦାବି କରିଛନ୍ତି। ଏ ନେଇ ଥାନାରେ ଏକ ମାମଲା (ନଂ.୧୦୫/୨୧) ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖିମଜୀ ଦୟାଭାଇ କୋ.ଗ୍ରୁପ୍‌ ପାଳନ କରୁଛି ୯୦ ବର୍ଷର ବିଶ୍ୱାସ, କାରିଗରୀ ଓ ସଫଳତା

ଭୁବନେଶ୍ୱର: ଓଡ଼ିଶାର ଐତିହ୍ୟବାହୀ ଜୁଏଲେରୀ ବ୍ରାଣ୍ଡ ଖିମଜୀ ଦୟାଭାଇ କୋ. ଗ୍ରୁପ ଗର୍ବର ସହ ନିଜର ୯୦ ବର୍ଷର ଯାତ୍ରା ପାଳନ କରୁଛି। ୧୯୩୬ ଅଗଷ୍ଟରୁ ଆରମ୍ଭ…

ଏବେ କିଣିନିଅନ୍ତୁ ସୁନା, ବଢିବ ସୁନାଦର; ଏକ୍ସପର୍ଟ କହିଦେଲେ କେବେ…

ନୂଆଦିଲ୍ଲୀ,୪।୯: ପାର୍ୱଣ ଏବଂ ବିବାହ ଋତୁ ପାଇଁ ପ୍ରସ୍ତୁତି ଚଳାଇଥିବା ଲୋକଙ୍କ ନିମନ୍ତେ ସେପ୍ଟେମ୍ୱର ମାସଟି ବେଶ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ। ସମ୍ପ୍ରତି ସୁନା ଦରରେ କିଛିଟା…

ସ୍କୁଟି-ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା: ଚାଲିଗଲା ଶିକ୍ଷକଙ୍କ ଜୀବନ

ମାଲକାନଗିରି,୪।୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ବ୍ଲକ୍‌ ଅଞ୍ଚଳରେ ଏକ ସ୍କୁଟି ଓ ଆମ୍ବୁଲାନ୍ସ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଛିା। ମୃତକ…

ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଖେଳାଳି, କାହିଁକି ଜାଣନ୍ତୁ…

ନୂଆପଡ଼ା,୪ା୯(ମକାରୁ ବେମାଲ): ନୂଆପଡ଼ା ଜିଲାରେ ଦିବ୍ୟାଙ୍ଗ କ୍ରିକେଟ ଖେଳର ବିକାଶ ପାଇଁ ଗୁରୁବାର ଜନସଂଘର୍ଷ ଦିବ୍ୟାଙ୍ଗ କ୍ରିକେଟ ଆସୋସିଏଶନ (ଜେଏସ୍‌ଡିସିଏ) ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛି। କୋଚ୍‌ କପିଳଦେବ…

ଗାଡ଼ିଚାଳକଙ୍କୁ ଗୋଲାପ ଦେଇ ସୁରକ୍ଷିତ ଯାତ୍ରାର ବାର୍ତ୍ତା ଦେଲା ପୁରୁଷୋତ୍ତମପୁର  ପୋଲିସ

ପୁରୁଷୋତ୍ତମପୁର, ୪।୮ (ସବିତା ମିଶ୍ର): ଗଞ୍ଜାମ ଜିଲ ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ଶୁକ୍ରବାର ସଡ଼କ ଦୁର୍ଘଟଣାଜନିତ ଶୂନ୍ୟ ମୃତାହତ ଲକ୍ଷ୍ୟରେ ସଚେତନତା ସପ୍ତାହ ପାଳିତ ହୋଇଯାଇଛି। ଆଇଆଇସି…

ମାଛଚାଷରେ ମାଇକ୍ରୋଆଲଗେ ବ୍ୟବହାର, ବାଣିଜ୍ୟ ସମ୍ଭାବନାକୁ ନେଇ…

ଭଞ୍ଜନଗର,୪ା୯(ବାବୁଲା ପ୍ରଧାନ): ମାଛଚାଷରେ ମାଇକ୍ରୋଆଲଗେର ବ୍ୟବହାର ଓ ଏହାର ବାଣିଜି୍ୟକ ସମ୍ଭାବନାକୁ ନେଇ ଭଞ୍ଜନଗର ନିକଟସ୍ଥ ଦୁବ ଫିସ ଫାର୍ମରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ବିୟୋଗ, ଶେଷ ଦର୍ଶନ କଲେ ବିଧାୟକ

ଗଞ୍ଜାମ, ୪/୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ କଂଗ୍ରେସ ନେତା ସୁଧୀର ବିଶ୍ୱାଳ (୬୧)ଙ୍କ ବିୟୋଗ ଘଟିଛି। ତାଙ୍କ ବିୟୋଗରେ ସ୍ଥାନୀୟ…

କୋରାପୁଟର ୮୮,୨୮୯ ଚାଷୀଙ୍କ ଖାତାକୁ ଗଲା ୧୭.୮୮ କୋଟି ଟଙ୍କା

କୋରାପୁଟ,୪ା୯(ଅମିତାଭ ବେହରା): ରବି ଋତୁରେ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ଲକ୍ଷ୍ୟରେ ସିଏମ୍‌-କିଷାନ ଯୋଜନାର ୫ମ କିସ୍ତି ଶୁକ୍ରବାର ପ୍ରଦାନ କରାଯାଇଛି । ଭୁବନେଶ୍ୱରସ୍ଥିତ ଓୟୁଏଟି କୃଷି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri