Categories: ଖେଳ

ଓ୍ବିମ୍ବେଲଡନ ଟେନିସ: ସିଏ-ମେର୍ଟେନ୍ସ ମହିଳା ଡବଲ୍ସ ଚାମ୍ପିୟନ

ଲଣ୍ଡନ,୧୨।୭: ଓ୍ବିମ୍ବେଲଡନ ଟେନିସ ଟୁର୍ନାମେଣ୍ଟରେ ତାଇଓ୍ବାନର ସିଏ ସୁ-ଓ୍ବେଇ ଓ ତାଙ୍କ ବେଲଜିୟମ ପାର୍ଟନର ଏଲିସ୍‌ ମେର୍ଟେନ୍ସ ମହିଳା ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି। ଫାଇନାଲରେ ତୃତୀୟ ସିଡ୍‌ ମାନ୍ୟତା ପାଇଥିବା ଏହି ଯୋଡି ୩-୬, ୭-୫, ୯-୭ ସେଟ୍‌ରେ ରୁଷିଆର ଅଣସିଡ୍‌ ଯୋଡି ଏଲିନା ଭେସନିନା ଭେରୋନିକା କୁଡେରମେଟୋଭାଙ୍କୁ ହରାଇ ଚାମ୍ପିୟନ ହୋଇଛନ୍ତି। ଏଥିସହ ସିଏ କ୍ୟାରିୟରର ତୃତୀୟ ଓ୍ବିମ୍ବେଲଡନ ଟାଇଟଲ ହାସଲ କରିଛନ୍ତି। ପୂର୍ବରୁ ୨୦୧୩ରେ ସିଏ ଚାଇନାର ପେଙ୍ଗ ଶୁଆଇ ଓ ୨୦୧୯ରେ ଚେକ୍‌ ଗଣରାଜ୍ୟର ବାର୍ବୋରା ଷ୍ଟ୍ରିକୋଭାଙ୍କୁ ସାଥିକରି ଓ୍ବିମ୍ବେଲଡନ ଟାଇଟଲ ଜିତିଥିଲେ।

Share