Categories: ଖେଳ

ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ଟେନିସ: ଜୋକୋଭିଚ୍‌, ଶାପୋଭାଲୋଭ ସେମିରେ

ଲଣ୍ଡନ, ୮।୭- ସର୍ବିୟାର ନୋଭାକ୍‌ ଜୋକୋଭିଚ୍‌ ଓ କାନାଡ଼ାର ଡେନିସ ଶାପୋଭାଲୋଭ ଚଳିତ ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ଟେନିସ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ବୁଧବାର ଅନୁଷ୍ଠିତ କ୍ୱାର୍ଟର ଫାଇନାଲରେ ଜୋକୋଭିଚ୍‌ ୬-୩, ୬-୪, ୬-୪ ସେଟ୍‌ରେ ମାର୍ଟନ ଫୁକ୍‌ସୋଭିକ୍ସଙ୍କୁ ପରାସ୍ତ କରିଛନ୍ତି। ସେହିପରି ଶାପୋଭାଲୋଭ ୫ ସେଟ୍‌ ବିଶିଷ୍ଟ ମୁକାବିଲାରେ ୬-୪, ୩-୬, ୫-୭, ୬-୧, ୬-୪ ସେଟ୍‌ରେ କରେନ ଖାଚାନୋଭଙ୍କୁ ହରାଇ ଦେଇଛନ୍ତି। ପୁରୁଷ ଡବଲ୍ସରେ ରାଜୀବ ରାମ-ଜୋ ସାଲିସବୁରୀ, ମାର୍ସେଲ ଗ୍ରାନୋଲେର୍ସ-ହୋରାସିଓ ଜେବାଲୋସ ଏବଂ ମାକ୍ସିମୋ ଗୋଞ୍ଜାଲେଜ-ସିମୋନେ ବୋଲେଲି ଯୋଡ଼ି ସେମିଫାଇନାଲରେ ପ୍ରବେଶ କରିଛନ୍ତି। ମିକ୍ସଡ ଡବଲ୍ସରେ ଭାରତର ସାନିଆ ମିର୍ଜା ଓ ରୋହନ ବୋପାନ୍ନା ଯୋଡ଼ି ରାଉଣ୍ଡ ଅଫ୍‌ ୧୬ରୁ ବିଦାୟ ନେଇଛନ୍ତି। ସାନିଆ ବୋପାନ୍ନା ଯୋଡ଼ିଙ୍କୁ ଆନ୍ଦ୍ରେଜା କ୍ଲେପାକ ଓ ଜନ୍‌ ଜୁଲିଏନ ରୋଜର ଯୋଡ଼ି ୬-୩, ୩-୬, ୧୧-୯ ସେଟ୍‌ରେ ପରାସ୍ତ କରିଛନ୍ତି।

Share