Posted inଖେଳ

ଦ୍ୱିତୀୟ ଟେଷ୍ଟରେ ଖେଳିବେନି ଓ୍ବିଲିୟମସନ

ଓ୍ବେଲିଂଟନ, ୧୧ା୧୨ (ଏପି)- ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟ ଖେଳିବେ ନାହିଁ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ବିଲିୟମସନ। ତାଙ୍କ ସ୍ତ୍ରୀ ପ୍ରଥମ ସନ୍ତାନ ଜନ୍ମ ଦେବାକୁ ଥିବାରୁ ସେ ତାଙ୍କ ସହିତ ସମୟ ଦେବାକୁ ଚାହଁୁଛନ୍ତି। ଓ୍ବିଲିୟମସନ ପ୍ରଥମ ଟେଷ୍ଟରେ ତାଙ୍କ କ୍ୟାରିୟର ଶ୍ରେଷ୍ଠ ୨୫୧ ରନ ସ୍କୋର କରିଥିଲେ। ନ୍ୟୁଜିଲାଣ୍ଡ ଏହି ମ୍ୟାଚ ଏକ ଇନିଂସ ୧୩୪ ରନରେ ଜିତିଥିଲା। ଏଥିସହିତ ଦୁଇ ମ୍ୟାଚବିଶିଷ୍ଟ ଟେଷ୍ଟ ସିରିଜରେ ଦଳ ୧-୦ରେ ଅଗ୍ରଣୀ ଲାଭ କରିପାରିଥିଲା। ମାଉଣ୍ଟ ମଙ୍ଗାନୁଇଠାରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ପଦାର୍ପଣ ମ୍ୟାଚ ଖେଳିଥିବା ଓପନର ଓ୍ବିଲ ୟଙ୍ଗ୍‌ ନ୍ୟୁଜିଲାଣ୍ଡ ବ୍ୟାଟିଂ ଲାଇନ୍‌ ଅପ୍‌ରେ ରହିବେ। ଇଞ୍ଜୁରିଯୋଗୁ ପ୍ରଥମ ଟେଷ୍ଟରେ ଖେଳିପାରି ନ ଥିବା ଉଇକେଟକିପର ବି.ଜେ. ଓ୍ବାଟଲିଂ ଦଳକୁ ପ୍ରତ୍ୟାବର୍ତ୍ତନ କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଝିଅ ଜନ୍ମର କିଛି ସମୟ ପୂର୍ବରୁ କ’ଣ କରୁଥିଲେ ବିରାଟ କୋହଲି, କଲେ ଖୁଲାସା

ଭାରତୀୟ ଅଧିନାୟକ ବିରାଟ କୋହଲି ନିକଟରେ କନ୍ୟା ସନ୍ତାନର ପିତା ହେବାର ସୌଭାଗ୍ୟ ଲାଭ କରିଛନ୍ତି। ଅଷ୍ଟ୍ରେଲିଆରେ ବିଜୟ ତାଙ୍କ ଦଳ ପାଇଁ ସବୁଠାରୁ ସ୍ବତନ୍ତ୍ର...

ଘରର ଆର୍ଥିକ ସ୍ଥିତି ନ ଥିଲା ସ୍ବଚ୍ଛଳ; ବାପାଭାଇଙ୍କ ମୃତ୍ୟୁ ପରେ ବି ଭାଙ୍ଗି ପଡ଼ି ନ ଥିଲେ; ଏବେ ଭାରତ ପାଇଁ ଡେବ୍ୟୁ କଲେ ଏହି କ୍ରିକେଟର

କଲମ୍ବୋ,୨୩।୭: ଭାରତ-ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର ଶେଷ ମ୍ୟାଚ୍‌ ଶୁକ୍ରବାର ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଉଛି। ଶିଖର ଧାଓ୍ବନ ନେତୃତ୍ୱାଧୀନ...

ରାଜସ୍ଥାନର ପିଛା ଛାଡୁ ନାହିଁ ସମସ୍ୟା

ମୁମ୍ବାଇ, ୨୫।୪: ହ୍ୟାଟ୍ରିକ ପରାଜୟ ପରେ ଗୋଟିଏ ମ୍ୟାଚ୍‌ ଜିତିଥିବା ରାଜସ୍ଥାନ ରୟାଲ୍ସର ପିଛା ଛାଡ଼ୁନାହିଁ ସମସ୍ୟା। ଅଷ୍ଟ୍ରେଲିଆନ ପେସର ଆଣ୍ଡ୍ୟୁ ଟେ ବ୍ୟକ୍ତିଗତ କାରଣ...

୩୩ ବଲ୍‌ରେ ବିସ୍ଫୋରକ ଇନିଂସ ଖେଳି ଦଳକୁ ଜିତାଇଲେ ଏହି କ୍ରିକେଟର୍‌

ୱେଷ୍ଟଇଣ୍ଡିଜ ଅଧିନାୟକ କିରେନ ପୋଲାର୍ଡଙ୍କ ଅର୍ଦ୍ଧଶତକ ଏବଂ ଡୱେନ ବ୍ରାଭୋଙ୍କ ସୁପର ବୋଲିଂ ୱେଷ୍ଟଇଣ୍ଡିଜ ଦଳ ଚତୁର୍ଥ ଟି -୨୦ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୨୧ରେ...

ଟିମ୍‌ ଇଣ୍ଡିଆର ପୂର୍ଣ୍ଣକାଳୀନ କୋଚ୍‌ ହେବେ କି? ଦ୍ରାବିଡ ଦେଲେ ଏଭଳି ଜବାବ

କଲମ୍ବୋ,୩୦।୭: ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର ସିରିଜ ପାଇଁ ଭାରତୀୟ ଦଳର କୋଚିଂ ଦାୟିତ୍ୱ ଗ୍ରହଣ କରିଥିଲେ ରାହୁଲ ଦ୍ରାବିଡ। ଆଗାମୀ ଦିନରେ ପୂର୍ଣ୍ଣକାଳୀନ ଭିତ୍ତିରେ...

କ୍ୱାର୍ଟରରେ ଜୋକୋଭିଚ୍‌-ଖାଚାନୋଭ

ପ୍ୟାରିସ୍‌, ୫ା୬: କ୍ଲେ କୋର୍ଟ ଗ୍ରାଣ୍ଡସ୍ଲାମ ଫ୍ରେଞ୍ଚ ଓପନ କ୍ୱାର୍ଟର ଫାଇନାଲରେ ସର୍ବିଆର ନୋଭାକ୍‌ ଜୋକୋଭିଚ୍‌ ପ୍ରବେଶ କରିଛନ୍ତି। ରାଫେଲ ନାଡାଲଙ୍କ ଅନୁପସ୍ଥିତିରେ ଟାଇଟଲ୍‌ ଫେବରିଟ୍‌...

ନ୍ୟୁଜିଲାଣ୍ଡ ଟେଷ୍ଟ ଟିମ୍‌ର ଅଧିନାୟକ ପଦ ଛାଡ଼ିଲେ ଓ୍ବିଲିୟମସନ୍‌, ଏବେ ଏହି କ୍ରିକେଟର ନେବେ ନେତୃତ୍ୱ

ଓ୍ବେଲିଂଟନ୍‌,୧୫।୧୨: ନ୍ୟୁଜିଲାଣ୍ଡର ସଫଳ ଅଧିନାୟକ କେନ୍‌ ଓ୍ବିଲିୟମସନ ଟେଷ୍ଟ ଅଧିନାୟକତ୍ୱ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଗତ ୬ ବର୍ଷ ମଧ୍ୟରେ ତାଙ୍କ ନେତୃତ୍ୱରେ ଦଳ ୪୦...

ଶ୍ରୀଲଙ୍କା ମନା କଲା:ଭାରତରେ ହୋଇପାରେ ଏସିଆ କପ୍‌

ନୂଆଦିଲ୍ଲୀ,୨୧।୭: ଶ୍ରୀଲଙ୍କା କ୍ରିକେଟ କାଉନସିଲ(ଏସ୍‌ଏଲ୍‌ସି) ଟି-୨୦ ଏସିଆ କପ୍‌ ୨୦୨୨ କ୍ରିକେଟ ଆୟୋଜନ କରିବାକୁ ମନା କରିଦେଇଛି। ଶ୍ରୀଲଙ୍କା କ୍ରିକେଟ ଏସିଆ କ୍ରିକେଟ ପରିଷଦ (ଏସିସି)କୁ...

Advertisement
Archives

Model This Week