Posted inଖେଳ

ବିନା ଟ୍ରଫିରେ ଶେଷ ହୋଇଯିବ କି ବିରାଟଙ୍କ ଆଇପିଏଲ୍‌ କ୍ୟାରିୟର୍‌

ୟୁଏଇ,୨୧।୯: ବିରାଟ କୋହଲିଙ୍କ ପାଇଁ ଗତ କିଛି ଦିନ ହେବ ଭଲ ଚାଲୁ ନାହିଁ। କିଛି ଦିନ ହେବ ନିଜ ଫର୍ମକୁ ନେଇ ଚିନ୍ତିତ ଥିବାବେଳେ ଏବେ ତାଙ୍କ ଅଧିନାୟିକତ୍ୱକୁ ନେଇ ପ୍ରଶ୍ନ ଉଠିଛି। ଏହାପରେ ପ୍ରଥମେ ସେ ଯେ ଟି -୨୦ ବିଶ୍ୱକପ ପରେ ସେ ଟିମ ଇଣ୍ଡିଆର ଟି -୨୦ ଦଳର ଅଧିନାୟକତ୍ୱ ଛାଡିବେ ବୋଲି ଘେଶଷଣା କରିଥିଲେ। ଏବେ ସେ ଆଇପିଏଲ ୨୦୨୧ ପରେ ସେ ଆରସିବି ଅଧିନାୟକ ଦାୟିତ୍ୱ ମଧ୍ୟ ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି। ଆଇପିଏଲ୍‌ ଦ୍ୱିତୀୟ ପର୍ଯ୍ୟାୟର ଦ୍ୱିତୀୟ ମ୍ୟାଚରେ କେକେଆର୍‌ ୯ ଉଇକେଟ ନେଇ ଆରସିବିକୁ ପରାସ୍ତ କରିଛି। ଆରସିବି ପାଇଁ ଏହା କୋହଲିଙ୍କ ୨୦୦ ତମ ମ୍ୟାଚ ଥିଲା। ଏହା ମଧ୍ୟ କେକେଆରର ୨୦୦ ତମ ଆଇପିଏଲ ମ୍ୟାଚ ଥିଲା।
ଜଣେ ଖେଳାଳି ଭାବରେ ବିରାଟ କୋହଲି ଏପର୍ଯ୍ୟନ୍ତ ଆଇପିଏଲ ଟାଇଟଲ ଜିତି ନାହାଁନ୍ତି। ଏହା ହେଉଛି ଆଇପିଏଲ୍‌ ଲିଗର ୧୪ତମ ସିଜନ। କୋହଲି ୧୮ ଏପ୍ରିଲ ୨୦୦୮ରେ କେକେଆର୍‌ ବିପକ୍ଷରେ ଖେଳାଳି ଭାବରେ ତାଙ୍କର ପ୍ରଥମ ମ୍ୟାଚ ଖେଳିଥିଲେ ଏବଂ ଦଳ ୧୪୦ ରନ୍‌ରେ ପରାସ୍ତ ହୋଇଥିଲା। ରନ ଦୃଷ୍ଟିରୁ ଏହା ଏପର୍ଯ୍ୟନ୍ତ କେକେଆରର ସବୁଠାରୁ ବଡ ବିଜୟ। ଏହା ପରେ କୋହଲି ଆଇପିଏଲ ଟାଇଟଲ ଜିତିପାରି ନାହାନ୍ତି।

ବିରାଟ କୋହଲି ଅଧିନାୟକ ଭାବରେ ଆଇପିଏଲରେ ୧୩୩ଟି ମ୍ୟାଚରୁ ମାତ୍ର ୬୦ ଟି ମ୍ୟାଚ ଜିତିବାରେ ସକ୍ଷମ ହୋଇଛନ୍ତି। ଅର୍ଥାତ୍‌ କେବଳ ୪୮ ପ୍ରତିଶତ। ଲିଗର ବଡ ଅଧିନାୟକଙ୍କ ତୁଳନାରେ ଏହା ବହୁତ ଖରାପ। ସିଏସକେ ଅଧିନାୟକ ଏମଏସ ଧୋନୀ ୧୯୬ରୁ ୧୧୬ଟି ମ୍ୟାଚ ଜିତିଛନ୍ତି। ଏହା ପ୍ରାୟ ୫୯ ପ୍ରତିଶତ ଅଟେ। ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ୧୨୩ ଟି ମ୍ୟାଚରୁ ୭୨ଟି ମ୍ୟାଚ ଜିତିଛନ୍ତି। ପ୍ରାୟ ୬୦ ପ୍ରତିଶତ। ଉଭୟ ସଚିନ ତେନ୍ଦୁଲକର ଏବଂ ବୀରେନ୍ଦ୍ର ସେହ୍ବାଗ ୫୦ରୁ ଅଧିକ ମ୍ୟାଚରେ ଅଧିନାୟକତ୍ୱ କରିଛନ୍ତି। ତାଙ୍କର ବିଜୟ ପ୍ରତିଶତ ୫୦ ପ୍ରତିଶତରୁ ଅଧିକ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗରିବ ହୋଇ ରହିବୁ

ଚଳିତ ସପ୍ତାହରେ ଏକ ବିଦେଶୀ ଗଣମାଧ୍ୟମ ମୋର ସାକ୍ଷାତ୍‌କାର ନେଇଥିଲା। ଏହା ଶେଷ ହେବା ପରେ ସାକ୍ଷାତ୍‌କାର ନେଇଥିବା ଖବରଦାତା କହିଥିଲେ, ଭାରତର ସ୍ଥିତି ଏଭଳି ହୋଇଛି…

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri