କାଲି ପରେ ପୁଣି ହେବ କି ଯୁଦ୍ଧ? ପାକିସ୍ତାନରୁ ଆସିଲା ବଡ଼ ଖବର…

ନୂଆଦିଲ୍ଲୀ, ୧୭।୫: ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧବିରତିର ଭବିଷ୍ୟତ ପାକିସ୍ତାନ ଉପରେ ନିର୍ମର କରୁଛି ବୋଲି ଭାରତ ସ୍ପଷ୍ଟ କରିଛି। ଏପ୍ରିଲ ୨୨ରେ ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କର ମୃତ୍ୟୁ ଘଟିଥିଲା। ଏହାର ଜବାବରେ ଭାରତ ମେ ୭ରେ ‘ଅପରେଶନ ସିନ୍ଦୂର’ ଆରମ୍ଭ କରି ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରରେ ଆତଙ୍କବାଦୀସ୍ଥଳୀକୁ ଧ୍ୱଂସ କରିଥିଲା। ଏହାର ପ୍ରତିଶୋଧ ନେବାକୁ ପାକିସ୍ତାନ ଭାରତୀୟ ସୈନ୍ୟସ୍ଥଳୀ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ଭାରତୀୟ ସେନାର ପ୍ରତିଆକ୍ରମଣରେ ୧୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ।

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତିକୁ ମେ ୧୮ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତେବେ ଏହାରି ଭିତରେ ପାକିସ୍ତାନର ବଡ଼ ବୟାନ ସାମ୍ନାକୁ ଆସିଛି। ଭାରତ ପାକିସ୍ତାନକୁ ଏକ କଡ଼ା ବାର୍ତ୍ତା ଦେଇଛି ଯେ ଯଦି କୌଣସି ଆଲୋଚନା ହୁଏ, ତାହା ଆତଙ୍କବାଦ ଏବଂ POK ପ୍ରସଙ୍ଗରେ ହେବ। ଏହି ସମୟରେ, ପାକିସ୍ତାନ ପୁଣି ଥରେ ଭାରତକୁ ଧମକ ଦେଇଛି। ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ଶୁକ୍ରବାର କହିଛି ଯେ ଯଦି ଭାରତ ପୁଣି ଆକ୍ରମଣ କରେ, ତେବେ ଆମେ କଡ଼ା ଜବାବ ଦେବୁ।

ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଶଫକତ ଅଲି ଖାନ କହିଛନ୍ତି ଯେ ଆମେ ଭାରତକୁ ସମ୍ପୂର୍ଣ୍ଣ ସଚ୍ଚୋଟତାର ସହିତ ଯୁଦ୍ଧବିରତି ପାଳନ କରିବାକୁ ଅନୁରୋଧ କରୁଛୁ। ପାକିସ୍ତାନ ଯୁଦ୍ଧବିରତି କରିବାରେ ସାହାଯ୍ୟ କରିଥିବା ବନ୍ଧୁ ଦେଶଗୁଡ଼ିକର ଭୂମିକାକୁ ପ୍ରଶଂସା କରୁଛି। ପାକିସ୍ତାନ ସର୍ବଦା ଆଲୋଚନା ଏବଂ ଶାନ୍ତି ପୁନଃସ୍ଥାପନରେ ବିଶ୍ୱାସ କରେ।

ଅପରେସନ ସିନ୍ଦୂର ଅଧୀନରେ ପାକିସ୍ତାନରେ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଧ୍ୱଂସ କରିବା ପରେ, ସେନା ସ୍ପଷ୍ଟ ଭାବରେ କହିଛି ଯେ ସମସ୍ତ ସାମରିକ ଘାଟି, ଉପକରଣ ଏବଂ ସିଷ୍ଟମ ସମ୍ପୂର୍ଣ୍ଣ ସକ୍ରିୟ ଏବଂ ପରବର୍ତ୍ତୀ ଯେକୌଣସି କାର୍ଯ୍ୟାନୁଷ୍ଠାନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଅପରେଶନ ସିନ୍ଦୂର ହେଉଛି ଭାରତର ପ୍ରଥମ ସୀମାପାର ଆତଙ୍କବାଦ ବିରୋଧୀ ମିଶନ ଯେଉଁଥିରେ ତିନି ବାହିନୀ ଅଂଶଗ୍ରହଣ କରିଥିଲେ।

ମେ ୧୦ରେ ଉଭୟ ଦେଶର ସୈନ୍ୟ ଅପରେସନ ନିର୍ଦ୍ଦେଶକ ଜେନେରାଲ (DGMO) ମଧ୍ୟରେ ହଟଲାଇନ ଯୋଗାଯୋଗ ପରେ ଯୁଦ୍ଧବିରତି ଘୋଷଣା କରାଯାଇଥିଲା, ଯାହା ମେ ୧୮ ପର୍ଯ୍ୟନ୍ତ ବଳବତ୍ତର ରହିବ। ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଇଶାକ ଦାର କହିଛନ୍ତି ଯେ, ଏହି ଯୁଦ୍ଧବିରତି ଆହୁରି ସମ୍ପ୍ରସାରିତ ହେବ ବୋଲି ସେ ଆଶାବାଦୀ। କିନ୍ତୁ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁକ୍ରବାର ଦିନ ଗୁଜରାଟର ଭୁଜ ବାୟୁସେନା ଘାଟିରେ କହିଛନ୍ତି, ଅପରେସନ ସିନ୍ଦୂର ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଏହା କେବଳ ଏକ ଟ୍ରେଲର ଥିଲା। ଆମେ ସଠିକ ସମୟରେ ପୂରା ଫିଲ୍ମ ଦେଖାଇବୁ।

ରାଜନାଥ ସିଂ ଆହୁରି କହିଛନ୍ତି ଯେ, ପାକିସ୍ତାନ ଜୈଶ-ଏ-ମହମ୍ମଦ ଆତଙ୍କବାଦୀଙ୍କୁ ୧ କୋଟି ଟଙ୍କା ଓ ଲସ୍କର-ଏ-ତୈବା ଆତଙ୍କବାଦୀଙ୍କୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେଉଛି। ସେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF)କୁ ପାକିସ୍ତାନକୁ ୧ ବିଲିୟନ ଡଲାର ଋଣ ପ୍ରଦାନ ଉପରେ ପୁନର୍ବିଚାର କରିବାକୁ ଅନୁରୋଧ କରିଛନ୍ତି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ରକ୍ତ ଓ ଜଳ ଏକାଠି ବହିପାରିବ ନାହିଁ। ତେଣୁ ପାକିସ୍ତାନ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ପର୍ଯ୍ୟନ୍ତ ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ରହିବ।

ଭାରତ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ, ଯଦି ପାକିସ୍ତାନ ପୁନର୍ବାର କୌଣସି ଆତଙ୍କବାଦୀ କାର୍ଯ୍ୟକଳାପ କରେ, ତେବେ ଭାରତୀୟ ବ୍ରହ୍ମୋସ କ୍ଷେପଣାସ୍ତ୍ର ପାକିସ୍ତାନର ବାୟୁସେନା ଘାଟିକୁ ଧ୍ୱଂସ କରିବ। ଏହି ପରିସ୍ଥିତିରେ ଯୁଦ୍ଧବିରତିର ଦାୟିତ୍ୱ ପାକିସ୍ତାନ ଉପରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

ଛତ୍ରପୁର, ୧୪।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଦେଶ ବିଭାଜନ ସମୟରେ ଘଟିଥିବା ବିଭୀଷିକା ଓ ଦୁଃଖଦ ଘଟଣାଗୁଡ଼ିକର ସ୍ମୃତିରେ…

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

ନିଜ ଝିଅ ବୟସର ଯୁବତୀଙ୍କୁ ଧରି ବୁଲୁଛନ୍ତି ଗୋବିନ୍ଦା, ସ୍ତ୍ରୀ କହିଲେ-ଲଜ୍ଜା ଲାଗିବା କଥା

ମୁମ୍ବାଇ: ଦିନ ଥିଲା ବଲିଉଡ ଅଭିନେତା ଗୋବିନ୍ଦା ନିଜର ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରହୁଥିଲେ। ହେଲେ ଆଜିକାଲି ସିନେମାକୁ ନେଇ କମ୍‌ ହେଲେ ବ୍ୟକ୍ତିଗତ ଜୀବନକୁ…

ଯୁବକଙ୍କୁ ଠେଙ୍ଗାରେ ଆକ୍ରମଣ, ଗୁରୁତର ଯୁବକଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ

କୋକସରା,୧୪ା୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ଗ୍ରାମରେ ଠେଙ୍ଗା ଆକ୍ରମଣରେ ଗୁରୁତର ଯୁବକଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ମୃତକ ହେଲେ…

ଘରେ ପଶି ମହିଳାଙ୍କୁ ଅସଦାଚରଣ ମାମଲା: ଅଭିଯୁକ୍ତଙ୍କୁ ଏମିତି ରାୟ ଶୁଣାଇଲେ….

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସିଭିଲ କୋର୍ଟ ସିନିୟର ଡିଭିଜନ କୋର୍ଟରେ ଏକ ମାମଲାର ଚୂଡାନ୍ତ ଶୁଣାଣି ହୋଇଛି। ଗତ ୨ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri