ଓସ୍କାର ମଞ୍ଚରେ ଝଗଡା: ସ୍ତ୍ରୀଙ୍କୁ କମେଣ୍ଟ କରିବାରୁ ଉପସ୍ଥାପକଙ୍କୁ ମୁଥ ମାରିଲେ ପ୍ରସିଦ୍ଧ ଅଭିନେତା

କାଲିଫର୍ନିଆ,୨୮।୩: ୨୦୨୨ ଓସ୍କାର ପୁରସ୍କାର ବିତରଣ ମଞ୍ଚରେ ଏକ ରୋଚକ ଘଟଣା ଘଟିଥିଲା। ପ୍ରସିଦ୍ଧ ଅଭିନେତା ୱିଲ ସ୍ମିଥ ଉପସ୍ଥାପକ କ୍ରିସ ରକ୍‌ଙ୍କୁ ମୁଥ ମାରିଥିଲେ। ସ୍ମିଥ୍‌ଙ୍କ ସ୍ତ୍ରୀଙ୍କୁ ନେଇ କମେଣ୍ଟ କରିବା ରକ୍‌ଙ୍କୁ ମହଙ୍ଗା ପଡିଥିଲା। ଡକ୍ୟୁମେଣ୍ଟାରୀ ଫିଚର୍‌ ପାଇଁ ଓସ୍କାର ପୁରସ୍କାର ଉପସ୍ଥାପନ କରିବାକୁ କ୍ରିସ ରକ ମଞ୍ଚକୁ ଆସିଥିଲେ। ଏହି ସମୟରେ, କ୍ରିସ ରକ ୱିଲ ସ୍ମିଥଙ୍କ ସ୍ତ୍ରୀ ଜଡା ପିଙ୍କେଟ୍‌ ସ୍ମିଥ୍‌ଙ୍କ କେଶ ଉପରେ ମନ୍ତବ୍ୟ ଦେଇଥିଲେ। ଏହା ଦେଖି ସ୍ମିଥ ରାଗି ଯାଇଥିଲେ।ଏହା ପରେ ସେ ମଞ୍ଚରେ ପହଞ୍ଚି କ୍ରିସ ରକଙ୍କୁ ଏକ ମୁଥ ମାରିଥିଲେ।
କ୍ରିସ ରକ ଫିଲ୍ମ ଜି ଆଇ ଜେନ ୨ ବିଷୟରେ ୱିଲ ସ୍ମିଥଙ୍କ ସ୍ତ୍ରୀ ଜଡା ପିଙ୍କେଟ ସ୍ମିଥଙ୍କୁ ପରିହାସ କରିଥିଲେ। ଜଡାଙ୍କ ଚନ୍ଦା କେଶ ଉପରେ ମନ୍ତବ୍ୟ ଦେଇ କ୍ରିସ ରକ କହିଥିଲେ, ଚନ୍ଦା କେଶ ହେତୁ ତାଙ୍କୁ ଏହି ଫିଲ୍ମରେ କାମ କରିବାର ସୁଯୋଗ ମିଳିଛି। ଯଦିଓ ସତ କଥା ଏହା ହେଉଛି ଯେ ଜଡା ଫିଲ୍ମ ପାଇଁ କେଶ କାଟି ନାହାଁନ୍ତି। ବରଂ ସେ ଆଲୋପେସିଆ ନାମକ ଏକ କେଶ ରୋଗ ସହ ଲଢୁଛନ୍ତି। ଏଥିପାଇଁ କେଶ ଚନ୍ଦା ହୋଇଯିବ। ଏଭଳି ପରିସ୍ଥିତିରେ ୱିଲ ତାଙ୍କ ସ୍ତ୍ରୀଙ୍କୁ ପରିହାସ କରୁଥିବାର ଦେଖି ରାଗି ଗେଲେ। କ୍ରିସଙ୍କୁ ମୁଥ ମାରିବା ଦେଖି ଉପସ୍ଥିତି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ଫିଲ୍ମ କିଙ୍ଗ ରିଚାର୍ଡ ପାଇଁ ୱିଲ ସ୍ମିଥ ଚଳିତ ବର୍ଷ ଓସ୍କାରରେ ମନୋନୀତ ହୋଇଥିଲେ। ସେ ତାଙ୍କ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଅଭିନେତା ଭାବରେ ଓସ୍କାର ପୁରସ୍କାର ମଧ୍ୟ ପାଇଛନ୍ତି। କିଙ୍ଗ ରିଚାର୍ଡ ଚଳଚ୍ଚିତ୍ରର କାହାଣୀ ଟେନିସ ଖେଳାଳି ସେରେନା ୱିଲିୟମ୍ସ ଏବଂ ଭେନସ ୱିଲିୟମ୍ସଙ୍କ ପିତା ରିଚାର୍ଡ ୱିଲିୟମ୍ସଙ୍କ ବାୟୋପିକ। ଏହି ଫିଲ୍ମରେ ରିଚାର୍ଡ ପିଲାମାନଙ୍କୁ ଏକ ମହାନ ଖେଳାଳି କରିବା ପାଇଁ ଅନେକ ସଂଘର୍ଷ କରିଥିଲେ। ଏହି ଫିଲ୍ମରେ ୱିଲିଙ୍କ ଅଭିନୟକୁ ସାରା ବିଶ୍ୱ ପ୍ରଶଂସା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri