ନକଲି ଡାକ୍ତରଙ୍କ ମୁଖ୍ୟ ସହଯୋଗୀ କଟକରୁ ଗିରଫ

ଭୁବନେଶ୍ୱର,୨୮।୩(ବ୍ୟୁରୋ): ବିଭିନ୍ନ ରାଜ୍ୟର ୧୭ରୁ ଅଧିକ ମହିଳାଙ୍କୁ ବିବାହ କରି ପ୍ରତାରଣା ପରେ ସମ୍ପତ୍ତି ଲୁଟ୍‌ ସହ ଚାକିରି ଠକେଇ ମାମଲାରେ ଗିରଫ ହୋଇ ଜେଲରେ ଥିବା ନକଲି ଡାକ୍ତର ରମେଶ ଚନ୍ଦ୍ର ସ୍ବାଇଁଙ୍କ ମୁଖ୍ୟ ସହଯୋଗୀଙ୍କୁ କମିଶନରେଟ ପୋଲିସ କଟକ ତେଲେଙ୍ଗା ବସ୍ତିରୁ ରବିବାର ଗିରଫ କରିଛି। ସେ ହେଲେ ଭଦ୍ରକ ତିହିଡ଼ି ଥାନା ଅଞ୍ଚଳର ବିଶ୍ୱରଞ୍ଜନ ଦାସ। ତାଙ୍କ ନିକଟରୁ ପୋଲିସ ବିଭିନ୍ନ କାଗଜପତ୍ର ଓ ଗୁଗଲ୍‌ ଡ୍ରାଇଭ୍‌ରେ ଥିବା ପିଡିଏଫ୍‌ ଦସ୍ତାବିଜ୍‌ ଆଦି ଜବତ କରିଛି। ମହିଳା ଥାନା ପୋଲିସ ଅଭିଯୁକ୍ତ ବିଶ୍ୱରଞ୍ଜନଙ୍କୁ କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବାଚିର ବିଭାଗୀୟ ହାଜତକୁ ପଠାଇ ଦେଇଛି।

ସୂଚନା ଅନୁଯାୟୀ, ଅଭିଯୁକ୍ତ ବିଶ୍ୱରଞ୍ଜନ ୨୦୧୭ରୁ ନକଲି ଡାକ୍ତର ରମେଶଙ୍କ ମୁଖ୍ୟ ସହଯୋଗୀ ଭାବେ କାମ କରୁଥିଲେ। ସେ ଲାବ୍‌ ଟେକ୍ନିସିଆନ୍‌ରେ ଡିପ୍ଲୋମା କରିଛନ୍ତି। ସେ ନିଜକୁ କେନ୍ଦ୍ର ସରକାରଙ୍କର ଜଣେ ଲିଆସନିଙ୍ଗ୍‌ ଅଫିସର ବୋଲି କହୁଥିଲେ। ବିଶ୍ୱରଞ୍ଜନ ବୈଷୟିକ ଜ୍ଞାନରେ ନିପୁଣ ଥିବାରୁ ରମେଶ ପ୍ରତି କାର୍ଯ୍ୟରେ ତାଙ୍କଠାରୁ ସହଯୋଗ ଲୋଡ଼ୁଥିଲେ। ଏପରିକି ବିଶ୍ୱରଞ୍ଜନଙ୍କୁ ତାଙ୍କ ଘରେ ରଖି ବିଭିନ୍ନ ଜାଲ୍‌ କାଗଜପତ୍ର ପ୍ରସ୍ତୁତ କରାଉଥିଲେ ରସିକିଆ ନକଲି ଡାକ୍ତର ରମେଶ। ପୋଲିସ ତଦନ୍ତବେଳେ ବିଶ୍ୱରଞ୍ଜନଙ୍କ ସମ୍ପର୍କରେ ଜାଣିବାକୁ ପାଇଥିଲା। ଏପିରିକି ରମେଶଙ୍କ ଠକେଇ ଘଟଣାରେ ବିଶ୍ୱରଞ୍ଜନ ମୁଖ୍ୟ ସହଯୋଗୀ ବୋଲି ଜଣାପଡ଼ିବା ପରେ ପୋଲିସ ଅଧିକ ଅନୁସନ୍ଧାନ ଚଳାଇଥିଲା। ସେ ଗିରଫ ହେବା ପରେ ତାଙ୍କଠାରୁ ବହୁ ଗୋପନ ତଥ୍ୟ ପାଇଛି ପୋଲିସ। ଠକେଇର ଶିକାର ହେଉଥିବା ଲୋକଙ୍କୁ ସେ ଯୋଗାଯୋଗ କରିବା ସହ ରମେଶଙ୍କ ମେଲ୍‌କୁ ସେ ପରିଚାଳନା କରୁଥିବା ଜଣାପଡିଛି। ତେଣୁ ବିଶ୍ୱରଞ୍ଜନଙ୍କ ନିକଟରୁ ଆହୁରି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇବାକୁ ପୋଲିସ ଆଶା ରଖିଛି। ଏନେଇ ମହିଳା ଥାନା ଅଧିକାରିଣୀ ସନ୍ତୋଷିନୀ ବେହେରା କହିଛନ୍ତି, ବିଶ୍ୱରଞ୍ଜନଙ୍କୁ ରିମାଣ୍ଡରେ ଆଣିବାକୁ ସୋମବାର କୋର୍ଟରେ ଆବେଦନ କରାଯିବ। କୋର୍ଟ ଅନୁମତି ଦେଲେ ମଙ୍ଗଳବାର ଜେଲରୁ ତାଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ରମେଶ ନିଜକୁ ଡାକ୍ତର ତଥା କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ ପରିଚୟ ଦେଇ ବିଭିନ୍ନ ମାଟ୍ରିମୋନିଆଲ ଓ ସୋସିଆଲ୍‌ ସାଇଟ୍‌ରୁ ଉଚ୍ଚଶିକ୍ଷିତା ମହିଳାଙ୍କୁ ଫସାଇ ବିବାହ କରନ୍ତି। ପରେ ସମ୍ପତ୍ତି ଲୁଟିବା ସହ ପ୍ରତାରଣା କରୁଥିଲେ। ତେବେ ରମେଶଙ୍କ ଦ୍ୱାରା ପ୍ରତାରଣାର ଶିକାର ହୋଇଥିବା ଦିଲ୍ଲୀର ଜଣେ ମହିଳା ଗତବର୍ଷ ଜୁଲାଇରେ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିବା ପରେ ରମେଶଙ୍କ କଳାକାରନାମା ପଦାକୁ ଆସିଥିଲା। ଏହାପରେ ଚାକିରି ଓ ଡାକ୍ତରୀ ପାଠରେ ନାମଲେଖା ପାଇଁ ବହୁ ଲକ୍ଷ ଟଙ୍କା ଠକେଇ କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ବ ଆଦାୟରେ ଆଗୁଆ, ସୁରକ୍ଷା ଦିଗରେ ପଛୁଆ: ଆରଟିଓଙ୍କ ପାଖରେ ସୂଚନା ମିଳୁନି, କିରାଣି ସର୍ବେସବା, ବୈଠକରେ ସୀମିତ

ଭବାନୀପାଟଣା,୨୯।୮(ଉତ୍ତମ କୁମାର ଦାଶ): ଜିଲା ସ୍ତରରେ ସଡ଼କ ଦୁର୍ଘଟଣା ରୋକିବା ଏବଂ ଯାତାୟତ ବ୍ୟବସ୍ଥାର ସୁଧାର ପାଇଁ ଜିଲା ସ୍ତରରେ ଏକ ସଡ଼କ ସୁରକ୍ଷା ସମିତି କମିଟି…

ଗାଧୋଇବା ବେଳେ ନଦୀରେ ବୁଡ଼ି ନାବାଳିକାଙ୍କ ମୃତ୍ୟୁ

ପଟ୍ଟାମୁଣ୍ଡାଇ, ୨୯/୮ (କଳ୍ପତରୁ ନାୟକ): ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ତନୂପୁର ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବ୍ରାହ୍ମଣୀ ନଦୀର ଶାଖା ନାଳରେ ଗାଧୋଇବା ସମୟରେ…

ରୋଷେଇ ଘରେ ବିଷ? ଏଭରେଷ୍ଟ ହିଙ୍ଗୁ ଉପରେ FSSAIର ବ୍ୟାନ୍, ୩ ମସଲା ନେଇ ସାମ୍ନାକୁ ଆସିଲା ବଡ଼ ଜାଲିଆତି!

ନୂଆଦିଲ୍ଲୀ,୨୯।୮: ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI) ଗ୍ରାହକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପ୍ରସିଦ୍ଧ ମସଲା…

ବହୁ ଚର୍ଚ୍ଚିତ ସୁଧୀର ପାତ୍ର ଅପହରଣ, ହତ୍ୟା ମାମଲା: ଅଭିଯୁକ୍ତ ତୁଷାରଙ୍କ ଜାମିନ ଖାରଜ

ବ୍ରହ୍ମପୁର,୨୯୮(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋପାଳପୁର ଥାନା ଅନ୍ତର୍ଗତ ସତ୍ୟ ନାରାୟଣପୁର ମୁଖ୍ୟ ରାସ୍ତାରେ ପ୍ଲଟ ବ୍ୟବସାୟୀ ସୁଧୀର କୁମାର୍‌ ପାତ୍ରଙ୍କୁ ଗତ ଏପ୍ରିଲ ୧୫…

NDAରେ ବଡ଼ ଫାଟ: କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ମାଗିଲେ ଚିରାଗ ପାଶୱାନ, ଦିଲ୍ଲୀରେ ପଡିଲା ଚହଳ…

ନୂଆଦିଲ୍ଲୀ,୨୯।୮: NDAରେ ଦଳିତ ସଂରକ୍ଷଣକୁ ନେଇ ଫାଟ ସ୍ପଷ୍ଟ ଦେଖାଯାଉଛି। ଲୋକ ଜନଶକ୍ତି ପାର୍ଟି (ରାମବିଲାସ) ର ମୁଖ୍ୟ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନ, ମୋଦି କ୍ୟାବିନେଟରେ ଥିବା…

ରାକ୍ଷୀ ପୂର୍ଣ୍ଣିମା ପାଇଁ ବାପଘରକୁ ଆସିଥିଲେ: ମାଟି କାନ୍ଥ ଭୁଶୁଡ଼ି ଶିଶୁ ସମେତ ୩ ଗୁରୁତର

ବାରିପଦା, ୨୯।୮ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅନ୍ତର୍ଗତ ପଟିସାରି ଗ୍ରାମପଞ୍ଚାୟତର ଜଡ଼ିପଦା ଗାଁରେ ମାଟି କାନ୍ଥ ଭୁଶୁଡ଼ି ଶିଶୁ ସମେତ ୩…

ଗଣତନ୍ତ୍ରକୁ ସଶକ୍ତ କରିବା ପାଇଁ ଯୁବପିଢ଼ିଙ୍କୁ ଆହ୍ବାନ: ସଚେତନ ନାଗରିକ ହେବାକୁ ଛାତ୍ରୀଛାତ୍ରଙ୍କ ଶପଥ

ଭଞ୍ଜନଗର,୨୯ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ପିଏମ ସରକାରୀ ଉଚ୍ଚ ବିଦ୍ୟାଳୟ, ମୁଜାଗଡ଼ ଏବଂ କବିସମ୍ରାଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୁଲାଡ଼ରେ ନିର୍ବାଚନ ସାକ୍ଷରତା…

ଭାରତ ପରି ପାକିସ୍ତାନରେ ବି ମିଳେ ମାଗଣା ରାସନ; ନଗଦ ଟଙ୍କାକୁ ଚାଉଳ,ଅଟା-ଚିନି…

ନୂଆଦିଲ୍ଲୀ,୨୯।୮: ଭାରତରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY) ଅଧୀନରେ ପ୍ରାୟ ୮୦ କୋଟି ଲୋକଙ୍କୁ ମାଗଣା ରାସନ ମିଳିଥାଏ, ଯାହା ଉପରେ ସରକାର ବାର୍ଷିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri