ନକଲି ଡାକ୍ତରଙ୍କ ମୁଖ୍ୟ ସହଯୋଗୀ କଟକରୁ ଗିରଫ

ଭୁବନେଶ୍ୱର,୨୮।୩(ବ୍ୟୁରୋ): ବିଭିନ୍ନ ରାଜ୍ୟର ୧୭ରୁ ଅଧିକ ମହିଳାଙ୍କୁ ବିବାହ କରି ପ୍ରତାରଣା ପରେ ସମ୍ପତ୍ତି ଲୁଟ୍‌ ସହ ଚାକିରି ଠକେଇ ମାମଲାରେ ଗିରଫ ହୋଇ ଜେଲରେ ଥିବା ନକଲି ଡାକ୍ତର ରମେଶ ଚନ୍ଦ୍ର ସ୍ବାଇଁଙ୍କ ମୁଖ୍ୟ ସହଯୋଗୀଙ୍କୁ କମିଶନରେଟ ପୋଲିସ କଟକ ତେଲେଙ୍ଗା ବସ୍ତିରୁ ରବିବାର ଗିରଫ କରିଛି। ସେ ହେଲେ ଭଦ୍ରକ ତିହିଡ଼ି ଥାନା ଅଞ୍ଚଳର ବିଶ୍ୱରଞ୍ଜନ ଦାସ। ତାଙ୍କ ନିକଟରୁ ପୋଲିସ ବିଭିନ୍ନ କାଗଜପତ୍ର ଓ ଗୁଗଲ୍‌ ଡ୍ରାଇଭ୍‌ରେ ଥିବା ପିଡିଏଫ୍‌ ଦସ୍ତାବିଜ୍‌ ଆଦି ଜବତ କରିଛି। ମହିଳା ଥାନା ପୋଲିସ ଅଭିଯୁକ୍ତ ବିଶ୍ୱରଞ୍ଜନଙ୍କୁ କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବାଚିର ବିଭାଗୀୟ ହାଜତକୁ ପଠାଇ ଦେଇଛି।

ସୂଚନା ଅନୁଯାୟୀ, ଅଭିଯୁକ୍ତ ବିଶ୍ୱରଞ୍ଜନ ୨୦୧୭ରୁ ନକଲି ଡାକ୍ତର ରମେଶଙ୍କ ମୁଖ୍ୟ ସହଯୋଗୀ ଭାବେ କାମ କରୁଥିଲେ। ସେ ଲାବ୍‌ ଟେକ୍ନିସିଆନ୍‌ରେ ଡିପ୍ଲୋମା କରିଛନ୍ତି। ସେ ନିଜକୁ କେନ୍ଦ୍ର ସରକାରଙ୍କର ଜଣେ ଲିଆସନିଙ୍ଗ୍‌ ଅଫିସର ବୋଲି କହୁଥିଲେ। ବିଶ୍ୱରଞ୍ଜନ ବୈଷୟିକ ଜ୍ଞାନରେ ନିପୁଣ ଥିବାରୁ ରମେଶ ପ୍ରତି କାର୍ଯ୍ୟରେ ତାଙ୍କଠାରୁ ସହଯୋଗ ଲୋଡ଼ୁଥିଲେ। ଏପରିକି ବିଶ୍ୱରଞ୍ଜନଙ୍କୁ ତାଙ୍କ ଘରେ ରଖି ବିଭିନ୍ନ ଜାଲ୍‌ କାଗଜପତ୍ର ପ୍ରସ୍ତୁତ କରାଉଥିଲେ ରସିକିଆ ନକଲି ଡାକ୍ତର ରମେଶ। ପୋଲିସ ତଦନ୍ତବେଳେ ବିଶ୍ୱରଞ୍ଜନଙ୍କ ସମ୍ପର୍କରେ ଜାଣିବାକୁ ପାଇଥିଲା। ଏପିରିକି ରମେଶଙ୍କ ଠକେଇ ଘଟଣାରେ ବିଶ୍ୱରଞ୍ଜନ ମୁଖ୍ୟ ସହଯୋଗୀ ବୋଲି ଜଣାପଡ଼ିବା ପରେ ପୋଲିସ ଅଧିକ ଅନୁସନ୍ଧାନ ଚଳାଇଥିଲା। ସେ ଗିରଫ ହେବା ପରେ ତାଙ୍କଠାରୁ ବହୁ ଗୋପନ ତଥ୍ୟ ପାଇଛି ପୋଲିସ। ଠକେଇର ଶିକାର ହେଉଥିବା ଲୋକଙ୍କୁ ସେ ଯୋଗାଯୋଗ କରିବା ସହ ରମେଶଙ୍କ ମେଲ୍‌କୁ ସେ ପରିଚାଳନା କରୁଥିବା ଜଣାପଡିଛି। ତେଣୁ ବିଶ୍ୱରଞ୍ଜନଙ୍କ ନିକଟରୁ ଆହୁରି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇବାକୁ ପୋଲିସ ଆଶା ରଖିଛି। ଏନେଇ ମହିଳା ଥାନା ଅଧିକାରିଣୀ ସନ୍ତୋଷିନୀ ବେହେରା କହିଛନ୍ତି, ବିଶ୍ୱରଞ୍ଜନଙ୍କୁ ରିମାଣ୍ଡରେ ଆଣିବାକୁ ସୋମବାର କୋର୍ଟରେ ଆବେଦନ କରାଯିବ। କୋର୍ଟ ଅନୁମତି ଦେଲେ ମଙ୍ଗଳବାର ଜେଲରୁ ତାଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ରମେଶ ନିଜକୁ ଡାକ୍ତର ତଥା କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ ପରିଚୟ ଦେଇ ବିଭିନ୍ନ ମାଟ୍ରିମୋନିଆଲ ଓ ସୋସିଆଲ୍‌ ସାଇଟ୍‌ରୁ ଉଚ୍ଚଶିକ୍ଷିତା ମହିଳାଙ୍କୁ ଫସାଇ ବିବାହ କରନ୍ତି। ପରେ ସମ୍ପତ୍ତି ଲୁଟିବା ସହ ପ୍ରତାରଣା କରୁଥିଲେ। ତେବେ ରମେଶଙ୍କ ଦ୍ୱାରା ପ୍ରତାରଣାର ଶିକାର ହୋଇଥିବା ଦିଲ୍ଲୀର ଜଣେ ମହିଳା ଗତବର୍ଷ ଜୁଲାଇରେ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିବା ପରେ ରମେଶଙ୍କ କଳାକାରନାମା ପଦାକୁ ଆସିଥିଲା। ଏହାପରେ ଚାକିରି ଓ ଡାକ୍ତରୀ ପାଠରେ ନାମଲେଖା ପାଇଁ ବହୁ ଲକ୍ଷ ଟଙ୍କା ଠକେଇ କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?