Posted inଖେଳ

ଅବସର ନେବେ କି ରୋହିତ ଶର୍ମା: BCCI ଦେଲା ବଡ଼ ବୟାନ

ନୂଆଦିଲ୍ଲୀ,୧୮।୭: ଭାରତୀୟ କ୍ରିକେଟ୍‌ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମା ଲର୍ଡସ ଦିନିକିଆ ପରେ ଅନ୍ତର୍ଜୀତୀୟ କ୍ରିକେଟରୁ ଅବସର ନେବେ ବୋଲି ଚର୍ଚ୍ଚା ହେଉଛି। ଏନେଇ ବିସିସିଆଇ ସଚିବ ଦେବଜିତ ସାଇକିଆ କହିଛନ୍ତି, ରୋହିତ ଶର୍ମା ଲର୍ଡସରେ ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳିବା ସମ୍ପର୍କରେ କୌଣସି ଆଲୋଚନା ହୋଇନାହିଁ। ତେଣୁ ରୋହିତ ଖେଳିବା ଜାରି ରଖିବେ। ତେବେ ଏଟି ପ୍ରଶ୍ନ ଉଠୁଛି, ରୋହିତଙ୍କ ଉପରେ ଏତେ ଚାପ କାହିଁକି ଦିଆଯାଉଛି? ଲର୍ଡସରେ ସୀମିତ ଓଭର କ୍ରିକେଟରେ ରୋହିତ ଶର୍ମାଙ୍କ ରେକର୍ଡ ପ୍ରଭାବଶାଳୀ ହୋଇନାହିଁ। ସେଠାରେ ଖେଳାଯାଇଥିବା ଦୁଇଟି ଦିନିକିଆରେ, ସେ ମୋଟ ୧୫ ରନ କରିଥିଲେ।

କଥାରେ ଅଛି,ନିଆଁ ବିନା ଧୂଆଁ ନାହିଁ। ବିସିସିଆଇ ରୋହିତଙ୍କ ଅବସର ରିପୋର୍ଟକୁ ଅସ୍ବୀକାର କରୁଥିବା ବେଳେ, ବୋର୍ଡ ସହିତ ଜଡିତ ବ୍ୟକ୍ତିମାନେ ଗଣମାଧ୍ୟମକୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି। ଏହା ପୂର୍ବରୁ ଫର୍ମରେ ଥିବା ରୋହିତଙ୍କ ଉପରେ ଅତିରିକ୍ତ ଚାପ ସୃଷ୍ଟି କରୁଛି। ଯଦି ସେ ଲର୍ଡସରେ ପ୍ରଦର୍ଶନ କରିବାରେ ବିଫଳ ହୁଅନ୍ତି, ତେବେ ଚୟନକର୍ତ୍ତାମାନଙ୍କୁ ତାଙ୍କୁ ବାଦ ଦେବାର ଆବଶ୍ୟକତା ମଧ୍ୟ ନ ପଡ଼ିପାରେ। ସେ ନିଜ ଇଚ୍ଛାରେ ଅବସର ନେବାକୁ ବାଛିପାରିବେ। ଯଦିଓ ରୋହିତ ୨୦୨୭ ବିଶ୍ୱକପ ପର୍ଯ୍ୟନ୍ତ ଖେଳିବାକୁ ଆକାଂକ୍ଷା କରନ୍ତି, ପରିସ୍ଥିତି ଦ୍ରୁତ ଗତିରେ ପରିବର୍ତ୍ତନ ହୋଇପାରେ।

ରୋହିତ ୨୦୨୬ରେ ୮ଟି ଦିନିକିଆ ଖେଳିଛନ୍ତି। କେବଳ ଗୋଟିଏ ଅର୍ଦ୍ଧଶତକ (ଆଫଗାନିସ୍ତାନ ବିପକ୍ଷ) କରିପାରିଛନ୍ତି। ୬ ଥର ସେ ୩୦ ରନ ସ୍କୋରରେ ପହଞ୍ଚିପାରି ନ ଥିଲେ। ତାଙ୍କର ଶେଷ ଶତକ ଗତ ବର୍ଷ ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ଆସିଥିଲା। ଇଂଲଣ୍ଡ ବିପକ୍ଷରେ ଚାଲିଥିବା ସିରିଜର ପ୍ରଥମ ଦୁଇଟି ମ୍ୟାଚ ସମୟରେ ତାଙ୍କ ବ୍ୟାଟ ନୀରବ ରହିଥିଲା। ସେ ସଂଘର୍ଷ କରୁଥିବା ପରି ମନେ ହେଉଥିଲା ଏବଂ ଏହା ସ୍ପଷ୍ଟ ଥିଲା ଯେ, ସେ ଚାପରେ ଖେଳୁଥିଲେ। ପ୍ରଥମ ଦିନିକିଆରେ, ସେ ୧୧ ରନ କରିବା ପାଇଁ ୨୧ବଲ ନେଇଥିଲେ। ଦ୍ୱିତୀୟ ମ୍ୟାଚରେ ସେ ୪୭ ବଲରୁ ୨୬ ରନ କରିଥିଲେ। ଏହା ତାଙ୍କର ସାଧାରଣ ବ୍ୟାଟିଂ ଶୈଳୀ ସହିତ ମେଳ ଖାଉନାହିଁ।

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଦିନିକିଆ ସିରିଜ ନିର୍ଣ୍ଣାୟକ ଜୁଲାଇ ୧୯ରେ ଅନୁଷ୍ଠିତ ହେବ। ଟିମ ଇଣ୍ଡିଆ ସିରିଜର ପ୍ରଥମ ମ୍ୟାଚ ଜିତିଥିଲା। ଇଂଲଣ୍ଡ ଦ୍ୱିତୀୟ ମ୍ୟାଚ ଜିତିଥିଲା। ଏହି ତୃତୀୟ ମ୍ୟାଚର ବିଜେତା ସିରିଜ କବ୍ଜା କରିବ।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରମ-୧କୁ ନେଇ ଖୁସିରେ ଗଦ୍‌ଗଦ୍‌ ହେଲେ ମୋଦି: କହିଲେ, ଐତିହାସିକ ଆରମ୍ଭ

ହାଇଦ୍ରାବାଦ,୧୮।୭: ଆଜି ଭାରତର ମହାକାଶ ଇତିହାସରେ ଏକ ନୂତନ ଅଧ୍ୟାୟ ଯୋଡି ହେବାକୁ ଯାଉଛି। ହାଇଦ୍ରାବାଦସ୍ଥିତ ସ୍କାଏରୁଟ ଏରୋସ୍ପେସ ଭାରତର ପ୍ରଥମ ଘରୋଇ କକ୍ଷପଥ ରକେଟ ‘ବିକ୍ରମ-୧’…

ବର୍ଷାଦିନେ ମୋବାଇଲରୁ ଶୀଘ୍ର ସରିଯାଏ ଚାର୍ଜ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ…

ବର୍ତ୍ତମାନ ବର୍ଷା ଋତୁ ଚାଲିଛି। ଏହି ଋତୁ ଗରମରୁ ମୁକ୍ତି ପ୍ରଦାନ କରୁଥିବା ବେଳେ, ଅନେକ ଇଲେକ୍ଟ୍ରୋନିକ୍ସ ଶୀଘ୍ର ଖରାପ ହୋଇଯାଏ। ପ୍ରାୟତଃ ଦେଖାଯାଏ ଯେ, ବର୍ଷାଋତୁରେ…

ସୋନମ ୱାଙ୍ଗଚୁକଙ୍କୁ ହଟାଇବା ପରେ ଜନ୍ତର-ମନ୍ତରରେ ଅନଶନରେ ବସିଲେ ଅଭିଜିତ ଦୀପକେ; ମଞ୍ଚ ଉପରେ ଭୋ ଭୋ ହୋଇ କାନ୍ଦିଲେ…

ନୂଆଦିଲ୍ଲୀ,୧୮।୭: ଦିଲ୍ଲୀ ପୋଲିସ ସୋନମ ୱାଙ୍ଗଚୁକଙ୍କୁ ଜନ୍ତର-ମନ୍ତରରୁ ହଟାଇ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରିଛି, ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଛି। ପୋଲିସର ଏହି କାର୍ଯ୍ୟାନୁଷ୍ଠାନ ପରେ କାକ୍ରୋଚ…

ଆଗାମୀ ୨୪ ଘଣ୍ଟାରେ ତାଣ୍ଡବ ରଚିବ ଝଡ଼ବର୍ଷା; ଓଡ଼ିଶା ସମେତ ୧୫ ରାଜ୍ୟକୁ IMDର ହାଇ-ଆଲର୍ଟ

ନୂଆଦିଲ୍ଲୀ,୧୮।୭: ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେଉଛି ଏବଂ ଏହା ସହିତ ଏକ ପଶ୍ଚିମା ଝଡ଼ (Western Disturbance)…

ବିଶ୍ୱକପ ଜିତିଲେ ମିଳିବ ଦୁଇଗୁଣା ପୁରସ୍କାର: ପ୍ରଥମ ଥର ପାଇଁ ବିଜେତାଙ୍କୁ ମେଡାଲ ସହ ମିଳିବ…

ନ୍ୟୁୟର୍କ,୧୮ା୭ ଫିଫା ବିଶ୍ୱକପ୍‌ ଇତିହାସରେ ପ୍ରଥମ ଥର ପାଇଁ ଚଳିତ ସଂସ୍କରଣର ବିଶ୍ୱ ଚାମ୍ପିୟନ ଦଳର ସମସ୍ତ ସଦସ୍ୟଙ୍କୁ ବ୍ୟକ୍ତିଗତ ଭାବେ ସ୍ବତନ୍ତ୍ର ସ୍ମାରକୀ ମୁଦି ପ୍ରଦାନ…

ସଲମାନଙ୍କ ପରେ ଏବେ ଟାର୍ଗେଟ୍‌ରେ ଆମିର ଖାନ, ମିଳିଲା ଧମକ; ତୃତୀୟ ବିବାହକୁ ନେଇ…

ମୁମ୍ବାଇ,୧୮।୭: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ପରେ ଏବେ ଅଭିନେତା ଆମିର ଖାନ ମଧ୍ୟ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଟାର୍ଗେଟ୍‌କୁ ଆସିଛନ୍ତି। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ…

ବଦଳିଲା ମାଉସୀ ମା’ ଘର ଠିକଣା: ଦର୍ଶନ ପାଇଁ ଜମୁଛି ଭିଡ଼

ଦାରିଙ୍ଗବାଡି,୧୮।୭(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡିଠାରେ ଚଳିତ ବର୍ଷ ନିଆରା ଓ ଶାନ୍ତିଶୃଙ୍ଖଳାର ସହ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ତେବେ ଚଳିତଥର ଶ୍ରୀ ଜଗନ୍ନାଥଙ୍କ ମାଉସୀ…

କେବଳ ରୋହିତ ଶର୍ମା ନୁହନ୍ତି, ଟିମ ଇଣ୍ଡିଆର ଏହି ୬ ଷ୍ଟାର୍‌ ଖେଳାଳି କ୍ରିକେଟକୁ କହିପାରନ୍ତି ଅଲବିଦା! ଲିଷ୍ଟରେ…

ମୁମ୍ବାଇ,୧୮।୭: ଭାରତୀୟ କ୍ରିକେଟରେ ଏବେ ପରିବର୍ତ୍ତନର ପ୍ରକ୍ରିୟା ଖୁବ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଟି-୨୦ ଅନ୍ତର୍ଜାତୀୟରୁ ରୋହିତ ଶର୍ମା ଏବଂ ବିରାଟ କୋହଲି ସନ୍ନ୍ୟାସ ନେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri