ପଦ୍ମଶ୍ରୀ ଫେରାଇଦେବା ସହ ଭୁଲ ମାଗିବି ଯଦି…

ବମ୍ବେ: କୁହାଯାଏ ବିବାଦ ଯେଉଁଠି ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ସେଇଠି। ସର୍ବଦା ବିବାଦରେ ରହିବାକୁ ପସନ୍ଦ କରନ୍ତି ସେ। ନିକଟରେ ଭାରତର ସ୍ବାଧୀନତାକୁ ନେଇ କଙ୍ଗନା ଏକ ବଡ଼ ବୟାନ ଦେଇ ବିବାଦକୁ ଚାଲିଆସିଛନ୍ତି। ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରାଯାଉଛି। କେବଳ ଏତିକି ନୁହେଁ ଅନେକ ସ୍ଥାନରେ ତାଙ୍କ ନାମରେ ଅଭିଯୋଗ ହେଉଛି। ବିଭିନ୍ନ ରାଜନୈତିକ ଦଳ ଲୋକେ ତାଙ୍କ ବିରୋଧରେ ସ୍ବର ମଧ୍ୟ ଉଠାଉଛନ୍ତି। ଏଭଳି ସ୍ଥିତିରେ ନିଜ ବୟାନବାଜିକୁ ନେଇ ଜବାବ ଦେଇଛନ୍ତି କଙ୍ଗନା।
ନିଜର ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ଷ୍ଟୋରୀରେ କଙ୍ଗନା ସଫେଇ ଦେଇଛନ୍ତି। ସେ ଦେଇଥିବା ବୟାନ ଠିକ। ଯଦି କେହି ତାଙ୍କୁ ଭୁଲ ପ୍ରମାଣିତ କରିଦିଅନ୍ତି, ଠିକ୍‌ କ’ଣ ଭୁଲ କ’ଣ ବୁଝାଇଦିଅନ୍ତି ତେବେ ସେ ନିଜ ପଦ୍ମଶ୍ରୀ ପୁରସ୍କାର ଫେରାଇଦେବା ସହ ଭୁଲ ମାଗିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି।

ପଦ୍ମଶ୍ରୀ ପାଇବାର ଦିନକ ପରେ କଙ୍ଗନା ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇଥିଲେ। ଏଥିରେ ସେ ୧୯୪୭ ରେ ଭାରତକୁ ମିଳିଥିବା ସ୍ବାଧୀନତା ଭିକ ଥିଲା, ୨୦୧୪ରେ ଦେଶ ପ୍ରକୃତ ସ୍ବାଧୀନତା ପାଇଛି ବୋଲି କହିଥିଲେ। ଏହି ବୟାନକୁ ଚାରିଆଡେ ବିରୋଧ କରାଯାଉଛି। କଙ୍ଗନା କିନ୍ତୁ ଏବେ ୧୯୪୭ରେ କ’ଣ ହୋଇଥିଲା ବୋଲି ପଚାରିଛନ୍ତି। ୧୮୫୭ରେ କେଉଁ ଯୁଦ୍ଧ ହୋଇଥିଲା ମୁଁ ଜାଣେ। ହେଲେ ୧୯୪୭ରେ କେଉଁ ଯୁଦ୍ଧ ହୋଇଥିଲା ସେ ବିଷୟରେ ମୁଁ ଅବଗତ ନୁହେଁ। ରାଣୀ ଲକ୍ଷ୍ମୀବାଇଙ୍କ ଫିଲ୍ମରେ କାମ କରିଛି। ୧୮୫୭ ବିପ୍ଳବ ଉପରେ ଅନେକ ଗବେଷଣା କରାଯାଇଛି। ରାଷ୍ଟ୍ରବାଦ ସହ ବାମପନ୍ଥୀମାନେ ମଧ୍ୟ ଉଭା ହୋଇଥିଲେ। ହେଲେ ହଠାତ୍‌ ଏମାନେ କିଭଳି ଗାଏବ ହୋଇଗଲେ? ଗାନ୍ଧୀଜୀ ଭଗତ ସିଂହଙ୍କୁ କାହିଁକି ମରିବାକୁ ଅନୁମତି ଦେଲେ? ଏଭଳି ସମସ୍ତ ପ୍ରଶ୍ନର ଉତ୍ତର ଚାହୁଁଛି, ସେଥିପାଇଁ ମୋତେ ସାହାଯ୍ୟର ଆବଶ୍ୟକତା ରହିଛି ବୋଲି କଙ୍ଗନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳରେ କେମିତି ତାଣ୍ଡବ କଲା ଜଳ ପ୍ରଳୟ? ଭାଇରାଲ ହେଉଛି ଗ୍ଲେସିୟର ଭାଙ୍ଗିବାର ଭୟଙ୍କର ଦୃଶ୍ୟ, ଦେଖନ୍ତୁ…

ନୂଆଦିଲ୍‌ଲୀ,୩୦।୮: ନେପାଳରେ ଗ୍ଲେସିୟର ଭାଙ୍ଗିବା ଏବଂ ଗ୍ଲେସିଆଲ ହ୍ରଦ (Glacial Lake) ଫାଟିବା ଯୋଗୁଁ ଏକ ଭୟଙ୍କର ବନ୍ୟା ଆସିଛି, ଯାହା ତିବ୍ଦତ-ଚୀନ ସୀମାରେ ଥିବା ନେପାଳର…

ଶକ୍ତିଶାଳୀ ମଣିଷକୁ ଭିତରୁ ଭାଙ୍ଗିଦିଏ ଏହି ୫ଟି ଜିନିଷ, ଆଚାର୍ଯ୍ୟ ଚାଣକ୍ୟଙ୍କ ଠାରୁ ଜାଣନ୍ତୁ କିପରି ରହିବେ ସାବଧାନ

ମଣିଷ ଜୀବନରେ ଏମିତି ଅନେକ ପରିସ୍ଥିତି ଆସିଥାଏ, ଯାହା ଯୋଗୁଁ ତାକୁ ନିରାଶ ଏବଂ ହତାଶ ହେବାକୁ ପଡ଼ିଥାଏ। ଜୀବନର ଏହି କଠିନ ସମୟ ଏବଂ ସମସ୍ୟା…

ନଅଙ୍କ ଦୁର୍ଭିକ୍ଷର ମୂକସାକ୍ଷୀ ଫରାସୀ ଭେଲଦା ପଣ୍ୟବାହୀ ଜାହାଜ

ମହାକାଳପଡ଼ା, ୩୦୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ଓଡ଼ିଶାର ପୂର୍ବ ଉପକୂଳ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସାମୁଦ୍ରିକ ତଟଦେଶରେ ବତିଘର, ହୁକିଟୋଲା, ଜମ୍ବୁଲାଲ କୋଠା, କଟକ-ଜମ୍ବୁ ପର୍ଯ୍ୟନ୍ତ ବିଶାଳ…

ଆଜି ମହାସଂଯୋଗ: ୫ ରାଶିର ଭାଗ୍ୟ ବଦଳାଇବେ ୩ଗ୍ରହ; ଅଚାନକ ହେବେ ଧନୀ…

୩୦ ଅଗଷ୍ଟର ଦିନ ପଞ୍ଚାଙ୍ଗ ଏବଂ ଜ୍ୟୋତିଷୀୟ ଯୋଗ ଦୃଷ୍ଟିରୁ ଅତ୍ୟନ୍ତ ଖାସ ପ୍ରମାଣିତ ହୋଇପାରେ। ଏହି ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ୱିତୀୟା ତିଥି…

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ବାରମ୍ବାର ଇଣ୍ଟରନାଲ ପରୀକ୍ଷା ଦେବେନି ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ର

ଭୁବନେଶ୍ୱର,୩୦।୮(ସୁଚିସ୍ମିତା ସାହୁ): ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ରଙ୍କ ଇଣ୍ଟରନାଲ ପରୀକ୍ଷାକୁ ନେଇ ରହିଥିବା ଦ୍ୱନ୍ଦ୍ୱ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ଦୂର କରାଯାଇଛି। ଯୁକ୍ତ୨ରେ ଅସଫଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri