କମିବ କୋଭିଡ୍‌ କୋପ

ଅନୁଗୋଳ ଅଫିସ, ୧୩।୧ – ରାଜ୍ୟରେ ପହଞ୍ଚିସାରିଛି କରୋନା ଭାକ୍ସିନ। ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ ଟିକାକରଣ। ଫଳରେ ବର୍ଷେ ହେଲା ମହାସଙ୍କଟ ସୃଷ୍ଟି କରିଥିବା ଏହି ମହାମାରୀର କୋପ ଏଣିକି ହ୍ରାସ ପାଇବ ବୋଲି ସାଧାରଣରେ ଅନୁମାନ କରାଯାଉଛି। ବୁଧବାର ଭାକ୍ସିନ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସିବ। ଅନୁଗୋଳ ପୋଲିସ ଭୁବନେଶ୍ୱର ଯାଇ ସ୍ବତନ୍ତ୍ର ସୁରକ୍ଷା ବଳୟ ମଧ୍ୟରେ ଏହାକୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିବ। ଏଥିପାଇଁ ମେଡିକାଲ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ଟିକା ପହଞ୍ଚିବା ପରେ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ତାହାକୁ ବିଭିନ୍ନ ଉପଖଣ୍ଡ ସହ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯିବ।
ଅନୁଗୋଳ ଜିଲାରେ ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ଟିକାକରଣ କରାଯିବ। ଏଥିପାଇଁ ଜିଲାର ମୋଟ୍‌ ୭୩୨୬ ଜଣ ନାମ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତାଲିକାଭୁକ୍ତ କରାଯାଇଛି। ନିକଟରେ ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ସମୀକ୍ଷା ବୈଠକରେ ଟିକାକରଣର ରୂପରେଖ ପ୍ରସ୍ତୁତି ସରିଛି। ମୋଟ୍‌ ୭୩୨୬ କର୍ମଚାରୀଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ଟିକାକରଣ କରାଯିବାର ଲକ୍ଷ୍ୟ ରଖାଯାଇଥିବାବେଳେ ସୁପରିଚାଳନା ତଥା ଟିକା ଦେବାକୁ ୧୯୫ ଜଣଙ୍କୁ ନିୟୋଜିତ କରାଯାଇଛି। ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ ୩ଟି ଉପଖଣ୍ଡ ଚିକିତ୍ସାଳୟ, ୯ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ୧୭ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଟିକାକରଣ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଛି। ଏହି କେନ୍ଦ୍ରଗୁଡ଼ିକରେ ୫ ଜଣିଆ ଟିମ୍‌ ଗଠନ କରାଯାଇ ପ୍ରାକ୍‌ ପ୍ରସ୍ତୁତି କରାଯାଇଛି। ଟିକା ପହଞ୍ଚିବା ପରେ ପ୍ରଥମେ ତାହାକୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ମହଜୁଦ ରଖାଯିବା ନିମନ୍ତେ ଭାକ୍ସିନ୍‌ ସେଣ୍ଟର ପ୍ରସ୍ତୁତ କରାଯାଇଛି। ମେଡିକାଲ ପରିସରରେ ଥିବା ସେଣ୍ଟ୍ରାଲ ମେଡିସିନ୍‌ ଷ୍ଟୋର ପଛ ପାର୍ଶ୍ୱ ଜିଲା ଭାକ୍ସିିନ୍‌ ସେଣ୍ଟର(ଡିଭିଏସ୍‌)ରେ ରଖାଯିବ। ସରକାରଙ୍କ ନିର୍ଦ୍ଦେଶ ଆସିବା ପରେ ବିଭିନ୍ନ ଉପଖଣ୍ଡ ଚିକିତ୍ସାଳୟ ସହ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ପ୍ରେରଣ କରାଯିବ। ତେବେ ଭାକ୍ସିନ୍‌ ନେବାକୁ ଜିଲାର ଡାକ୍ତର, ନର୍ସ ଓ କର୍ମଚାରୀମାନେ ଉତ୍ସାହିତ ରହିଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ଜିଲାର ଅନ୍ୟ କୋଭିଡ୍‌ ଯୋଦ୍ଧାଙ୍କୁ ଟିକା ଦିଆଯିବ। ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସରକାରଙ୍କ ନିର୍ଦ୍ଦେଶ ମିଳିଲେ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା
କୋଭିଡ୍‌ ଟିକାକରଣ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ଯେଉଁମାନଙ୍କୁ ଟିକା ଦିଆଯିବ ସେମାନଙ୍କ ପାଇଁ ଥିବା ଗାଇଡ୍‌ଲାଇନ୍‌କୁ କଡ଼ାକଡ଼ି ଭାବେ ପାଳନ କରାଯିବ। ଜିଲାର ମୋଟ୍‌ ୩୦ଟି ସ୍ବାସ୍ଥ୍ୟକେନ୍ଦ୍ରରେ ଏହି ଟିକାକରଣ କରାଯିବ। ଏଥିପାଇଁ ସରକାରୀ ନିର୍ଦ୍ଦେଶନାମାକୁ ଅପେକ୍ଷା କରାଯାଇଛି।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ
ଭାକ୍ସିନ୍‌ ସେଣ୍ଟର ପ୍ରସ୍ତୁତ
ଜିଲାରେ ଭାକ୍ସିନ ପହଞ୍ଚତ୍ବା ପରେ କିଭଳି ଭାବେ ସୁରକ୍ଷିତ ରହିବ, ତାହାକୁ ପ୍ରାଥମିକତା ଦିଆଯାଉଛି। ଜିଲା ଭାକ୍ସିନ୍‌ ସେଣ୍ଟର (ଡିଭିଏସ୍‌) ମଧ୍ୟ ପ୍ରସ୍ତୁତହୋଇ ରହିଛି। ଭାକ୍ସିନ୍‌ ପହଞ୍ଚତ୍ବା ପରେ ସୁରକ୍ଷାବଳୟ ମଧ୍ୟରେ ରଖାଯିବ। ଏହା ଜିଲାର କେତେ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ପ୍ରଦାନ କରାଯିବ ସେ ନେଇ ତାଲିକା ଚୂଡ଼ାନ୍ତ ହୋଇସାରିଛି।
-ଡାକ୍ତର ଅଭୟ କୁମାର ଦାଶ
ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ
ସାଧାରଣରୁ ଦ୍ୱନ୍ଦ୍ୱ ଦୂର ହେବ
କରୋନା ଟିକା ରାଜ୍ୟରେ ପହଞ୍ଚିସାରିଛି। ଫ୍ରଣ୍ଟ ଲାଇନ୍‌ କୋଭିଡ୍‌ ଯୋଦ୍ଧାଙ୍କୁ ଏହା ପ୍ରଦାନ କରାଯିବ ବୋଲି କେନ୍ଦ୍ର ସରକାର ନିଷ୍ପତ୍ତି ନେବା ପରେ ସ୍ବାସ୍ଥ୍ୟକର୍ମୀମାନେ ଉତ୍ସାହିତ ରହିଛନ୍ତି। ଡାକ୍ତର, ନର୍ସଙ୍କ ସହ ଅନ୍ୟ କର୍ମଚାରୀମାନେ ଏହା ପ୍ରଥମେ ନେଉଥିବାରୁ କୋଭିଡ୍‌ ଟିକାକୁ ନେଇ ସାଧାରଣରେ ଥିବା ଦ୍ୱନ୍ଦ୍ୱ ଦୂର ହୋଇପାରିବ।
-ସତ୍ୟ ସୁନ୍ଦର ଦାସ
ସ୍ବାସ୍ଥ୍ୟ ପରିଦର୍ଶକ, ଅନୁଗୋଳ
୧୬ ତାରିଖ ପାଇଁ ଉତ୍ସାହିତ ଅଛୁ
ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଥମେ ଟିକା ଦିଆଯିବ ବୋଲି ଜାଣିବା ପରେ ଉତ୍ସାହିତ ରହିଛୁ। ଡ୍ରାଏ ରନ୍‌ ସରିଥିବାବେଳେ ଆମ ନାମ ପଞ୍ଜୀକୃତ ହୋଇସାରିଛି। ତେଣୁ ୧୬ ତାରିଖକୁ ଅପେକ୍ଷା କରିଛୁ। ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟମାନଙ୍କୁ ଟିକା ଦିଆଯିବାକୁ ଥିବାରୁ ଉକ୍ତ ଦାୟିତ୍ୱ ତୁଲାଇବା ଉପରେ ଧ୍ୟାନ ଦେଉଛୁ।
-ରୋଜାଲିନ ପ୍ରଧାନ
ମହିଳା ସ୍ବାସ୍ଥ୍ୟକର୍ମୀ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri