ବିଜେଡିକୁ ମୁକାବିଲା କରିବ କି ପ୍ରଦୀପ ସେନା

ବ୍ରହ୍ମପୁର ଅଫିସ,୮ା୧୧: ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବହିଷ୍କୃତ ହେବାର ୨ ବର୍ଷ ବିତିବାକୁ ଯାଉଛି। ତେଣୁ ଗୋପାଳପୁର ନିର୍ବାଚନମଣ୍ଡଳୀର ସାଙ୍ଗଠନିକ ଦାୟିତ୍ୱ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାଶଙ୍କୁ ଶାସକ ଦଳ ପକ୍ଷରୁ ନ୍ୟସ୍ତ କରାଯାଇଛି। ଦଳର କାର୍ଯ୍ୟକ୍ରମ ଅନୁସାରେ ମାସକ ତଳୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି। ବିଧାୟକ ପାଣିଗ୍ରାହୀ ସମର୍ଥକଙ୍କୁ ସାଥିରେ ନେଇ ବିଧାନସଭା କ୍ଷେତ୍ରର ବିଭିନ୍ନ ଅଞ୍ଚଳରେ ପଦଯାତ୍ରା ମାଧ୍ୟମରେ ଜନସମ୍ପର୍କ ବଢ଼ାଇବାରେ ଲାଗିଛନ୍ତି। ଫଳରେ ଗୋପାଳପୁରରେ ଜନସମ୍ପର୍କ ପଦଯାତ୍ରା ପ୍ରତିଯୋଗିତାମୂଳକ ହୋଇଯାଇଛି।
ବିଧାୟକଙ୍କ ସମର୍ଥକମାନେ ଗତ ସପ୍ତାହରେ ନୂଆ ସଂଗଠନ ପ୍ରଦୀପ ସେନା ଗଠନ କରିଛନ୍ତି। ଏହାର କର୍ମକର୍ତ୍ତା ମନୋନୀତ ହୋଇଛନ୍ତି। ବର୍ଷକ ପରେ ସାଧାରଣ ନିର୍ବାଚନ ହେବାକୁ ଥିବାରୁ ଏବେଠୁ ରଣନୀତି ପ୍ରସ୍ତୁତ ହେଉଥିବା ରାଜନୈତିକ ବିଶ୍ଲେଷକ ଆଲୋଚନା କରୁଛନ୍ତି। ଫଳରେ ଚତୁର୍ଥଥର ପାଇଁ ପାଣିଗ୍ରାହୀ ଗୋପାଳପୁର ଆସନରେ ନିର୍ବାଚନ ଲଢ଼ିବାର ସଂକେତ ବୋଲି ବିଶ୍ଲେଷକ କହୁଛନ୍ତି। ଏହା ଯଦି ହେବ ତେବେ ବିଜେଡିକୁ ମୁକାବିଲା ପ୍ରଦୀପ ସେନା କରିବ ବୋଲି ବିଭିନ୍ନ ମହଲ ଚର୍ଚ୍ଚା କରୁଛନ୍ତି। ସୂଚନାଯୋଗ୍ୟ, ବିଜେଡିରୁ ବହିଷ୍କୃତ ହେବା ପରେ ଦୀର୍ଘ ମାସ ଧରି ପ୍ରଦୀପ ନିର୍ବାଚନମଣ୍ଡଳୀ ଆସୁ ନ ଥିଲେ। ଗତ ସ୍ବାଧୀନତା ଦିବସରେ ପତାକା ଉତ୍ତୋଳନ ପାଇଁ ସେ କମଳାପୁର ଆସିଥିଲେ। ବିଜେଡିର ନୂଆ ପୁରୁଣା କର୍ମୀ ତାଙ୍କୁ ବିରୋଧ କରିବା ସହ ଠେଲାପେଲା ମଧ୍ୟ କରିଥିଲେ। ପରବର୍ତ୍ତୀ ପଯର୍ର୍‌ୟାୟରେ ଗଣେଶ ପୂଜାରେ ନିର୍ବାଚନମଣ୍ଡଳୀ ଅନ୍ତର୍ଭୁକ୍ତ ମହାନଗର ୪୦ନଂ. ୱାର୍ଡ ଆଙ୍କୁଲି ଆସିଥିଲେ। ଅରପରପକ୍ଷରେ ଆଗାମୀ ନିର୍ବାଚନରେ ଗୋପାଳପୁରରୁ ବିଜେଡି କାହାକୁ ବିଧାୟକ ପ୍ରାର୍ଥୀ କରିବ ତାହା ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ଦଳର ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁକ୍ଷେତ୍ରରେ ମହିଳାଙ୍କୁ ଅଗ୍ରାଧିକାର ଦେଉଥିବାରୁ ମହିଳାଙ୍କୁ ପ୍ରାର୍ଥୀ କରିିପାରନ୍ତି ବୋଲି ଲୋକେ ଆଲୋଚନା କରୁଛନ୍ତି।
ସେପ୍ଟେମ୍ବର ୨୭ରେ ବିଧାୟକ ପାଣିଗ୍ରାହୀ ଗୋପାଳପୁର ସହରାଞ୍ଚଳରେ ଜନସମ୍ପର୍କ ପଦଯାତ୍ରା ପରିପ୍ରେକ୍ଷୀରେ କହୁ କହୁ କହିଲେ, ବିଜେଡି ସଭାପତି ଆଗାମୀ ନିର୍ବାଚନରେ ଏହି ନିର୍ବାଚନମଣ୍ଡଳୀରେ ମହିଳାଙ୍କୁ ବିଧାୟକ ପ୍ରାର୍ଥୀ କରିବେ। ଏହି ଟିପ୍ପଣୀ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ବିଜେଡି ଯଦି ମହିଳା ପ୍ରାର୍ଥୀ ଦେବ ତେବେ ପ୍ରଦୀପ ତାଙ୍କ ସ୍ତ୍ରୀ ସୁଜାତାଙ୍କୁ ଲଢ଼େଇର ମଇଦାନକୁ ଓହ୍ଲାଇବାର ସମ୍ଭାବନା ଥିବା ମଧ୍ୟ ଅଞ୍ଚଳବାସୀ ଚର୍ଚ୍ଚା କରୁଛନ୍ତି। ଆଉ କେତେକଙ୍କ ମତରେ ସୁଜାତା ବନାମ ସୁଜାତାଙ୍କ ମଧ୍ୟରେ ଲଢ଼େଇ ବେଶ୍‌ ରୋଚକ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌କାଉଣ୍ଟରେ ୪ ମାଓବାଦୀ ନିପାତ

ରାୟପୁର/ମାଲକାନଗିରି,୩୦।୪: ଏନକାଉଣ୍ଟରେ ମଙ୍ଗଳବାର ୪ ମାଓବାଦୀ ଟଳିପଡିଛନ୍ତି। ଛତିଶଗଡର ନାରାୟଣପୁର ଆବୁଜମାଡ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୪ ମାଓବାଦୀ ନିହତ...

ଭାଜପା କର୍ମୀ ସମ୍ମିଳନୀ, ମିଶ୍ରଣ ପର୍ବ

କାମାକ୍ଷାନଗର,୩୦।୪(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ଦଶୀପୁର, କଣ୍ଟାପାଳ ଓ ବିରିବୋଲେଇ ପଞ୍ଚାୟତରେ ଭାଜପାର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।...

ବିଜେଡିରେ ମିଶିଲେ ଜିଲା ଯୁବ କଂଗ୍ରେସ ପୂର୍ବତନ ସଭାପତି

ଢେଙ୍କାନାଳ,୩୦ା୪(ରତନ ନାୟାର): ଢେଙ୍କାନାଳ ସହର ଗଣେଶ ମଣ୍ଡପଠାରେ ରବିବାର ବିଜେଡି ପକ୍ଷରୁ ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ଯୁବ କଂଗ୍ରେସର ପୂର୍ବତନ ସଭାପତି...

କଣ୍ଟେନରରେ ଲାଗିଲା ଭୟଙ୍କର ନିଆଁ: ଲକ୍ଷାଧିକ ଟଙ୍କା ସମ୍ପତ୍ତି ନଷ୍ଟ

କଟକ, ୩୦।୦୪ (କାର୍ତ୍ତିକ ସାହୁ): ଜଗତପୁର ଥାନା ଅନ୍ତର୍ଗତ ନଜରପୁରଠାରେ ଥିବା ଶ୍ରମିକ ମାନଙ୍କର ରହିବା ପାଇଁ ଛ’ଟି କଣ୍ଟେନରରେ ସୋମବାର ବିଳମ୍ବିତ ରାତି ପ୍ରାୟ...

ଚିନ୍ତା ବଢ଼ାଇଲାଣି ଜଙ୍ଗଲ ନିଆଁ

ନୟାଗଡ଼,୩୦।୪(ଲୋକନାଥ ମିଶ୍ର): ନୟାଗଡ଼ ବନଖଣ୍ଡ ଓ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡରେ ଜଙ୍ଗଲରେ ଲାଗୁଥିବା ନିଆଁ ଚିନ୍ତା ବଢାଇ ଦେଲାଣି। ଅଗ୍ନିବର୍ଷା ବେଳେ ଜଙ୍ଗଲର ନିଆଁର ତାତି...

ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲେ

ରେମୁଣା,୩୦।୪(ରବୀନ୍ଦ୍ର ମହାକୁଡ଼): ବାଲେଶ୍ୱର ଜିଲା ରେମୁଣା ନିର୍ବାଚନମଣ୍ଡଳୀ ଅଧୀନ କୁରୁଡ଼ା ଯାତ୍ରାପଡ଼ିଆଠାରେ କଂଗ୍ରେସର ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି। ଏମ୍‌ପି ପ୍ରାର୍ଥୀ ଶ୍ରୀକାନ୍ତ ଜେନା...

କଟକ ଲୋକ ସଭା ଆସନ: ଅଭିଜ୍ଞ ବନାମ ନୂଆ ଚେହେରା

କଟକ,୩୦।୪(ଶିଳ୍ପା ପ୍ରିୟଦର୍ଶିନୀ):କଟକ ସଂସଦୀୟ କ୍ଷେତ୍ରରେ ତ୍ରିମୁଖୀ ଲଢେଇ ହେବା ନେଇ ଆଲୋଚନା ହେଉଛି। ଲୋକ ସଭା ଆସନ ପାଇଁ ବିଜେଡି ସଂତୃପ୍ତ ମିଶ୍ର, ଭାଜପା ଭର୍ତ୍ତୃହରି...

‘ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରି ରାଜ୍ୟକୁ ୧ ନମ୍ବର କରିବା’

ଅନୁଗୋଳ,୩୦ା୪ (ଅମିତ କୁମାର ସାମଲ)/ ଆଠମଲ୍ଲିକ (ଉଦୀପ୍ତ ପୁରୋହିତ)/ ବଇଣ୍ଡା (ପରିକ୍ଷିତ ସାହୁ):ଓଡ଼ିଶାରେ ପ୍ରଥମ ଥର ଓ କେନ୍ଦ୍ରରେ ତୃତୀୟ ଥର ପାଇଁ ଭାଜପା ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri