Posted inଜାତୀୟ

କମିବ ଖରିଫ ଉତ୍ପାଦନ

ନୂଆଦିଲ୍ଲୀ,୧୦।୯(ପି.ଟି.): ଚଳିତ ଖରିଫ୍‌ ଋତୁରେ କମ୍‌ ଅଞ୍ଚଳରେ ଧାନ ବୁଣାଯାଇଥିବାରୁ ଚାଉଳ ଉତ୍ପାଦନ ୧୦ରୁ ୧୨ ନିୟୁତ ଟନ୍‌ କମିପାରେ ବୋଲି କେନ୍ଦ୍ର ସରକାର ପୂର୍ବାନୁମାନ କରିଛନ୍ତି। ଘରୋଇ ଯୋଗାଣ ବଢ଼ାଇବା ଏବଂ ଦରବୃଦ୍ଧି ରୋକିବା ଲାଗି ଭଙ୍ଗା ଚାଉଳ ରପ୍ତାନି ଉପରେ ସରକାର ନିଷେଧାଦେଶ ଲଗାଇଛନ୍ତି। ସେହିପରି ଉଷୁନା ଚାଉଳ ବ୍ୟତୀତ ଅଣବାସ୍‌ମତି ଚାଉଳ ଉପରେ ୨୦ ପ୍ରତିଶତ ରପ୍ତାନି ଶୁଳ୍କ ଲଗାଯାଇଛି। ଖରିଫରେ ଚାଉଳ ଉତ୍ପାଦନ କମିବା ଆଶଙ୍କା କରାଯାଉଥିବାବେଳେ ଇତିମଧ୍ୟରେ ପାଇକାରୀ ବଜାରରେ ଚାଉଳ ଦର ୮ ପ୍ରତିଶତ ଏବଂ ଖୁଚୁରା ବଜାରେ ୬ ପ୍ରତିଶତ ବୃଦ୍ଧି ପାଇଛି।
ଭଙ୍ଗା ଚାଉଳ ରପ୍ତାନି ଉପରେ ନିଷେଧାଦେଶ ଲଗାଇବାର ଯଥାର୍ଥତା ସମ୍ପର୍କରେ କେନ୍ଦ୍ର ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ଅନେକ ରାଜ୍ୟରେ କମ୍‌ ବୃଷ୍ଟିପାତ ହେବା କାରଣରୁ ଚଳିତ ଖରିଫ ଋତୁରେ ୩୮ ଲକ୍ଷ ହେକ୍ଟର ଜମିରେ ଧାନ ବୁଣାଯାଇ ନାହିଁ। ଭାରତର ମୋଟ ଚାଉଳ ଉତ୍ପାଦନର ୮୦ ପ୍ରତିଶତ ଖରିଫ ଋତୁରୁ ମିଳିଥାଏ। ଧାନ ବୁଣା କମିଥିବାରୁ ଚଳିତ ବର୍ଷ ଚାଉଳ ଉତ୍ପାଦନ ୧୦ରୁ ୧୨ ନିୟୁତ ଟନ୍‌ କମିବା ଅନୁମାନ କରାଯାଉଥିବା ଖାଦ୍ୟ ସଚିବ କହିଛନ୍ତି।
୨୦୨୧-୨୨ ଫସଲ ଋତୁରେ ଭାରତର ମୋଟ ଚାଉଳ ଉତ୍ପାଦନ ୧୩୦.୨୯ ନିୟୁତ ଟନ୍‌ ଆକଳନ କରାଯାଇଥିଲା, ଯାହାକି ପୂର୍ବବର୍ଷ ୧୨୪.୩୭ ନିୟୁତ ଟନ୍‌ ଥିଲା। ମୋଟ ଉତ୍ପାଦନରୁ ୧୧୧.୭୬ ନିୟୁତ ଟନ୍‌ ଖରିଫ୍‌ରୁ ଏବଂ ୧୮.୫୩ ନିୟୁତ ଟନ୍‌ ରବି ଋତୁରେ ମିଳିଥିଲା। ୨୦୨୧-୨୨ ଆର୍ଥିକ ବର୍ଷରେ ଭାରତ ୨.୯୪ ନିୟୁତ ଟନ୍‌ ବାସ୍‌ମତି ଚାଉଳ ସମେତ ମୋଟ ୨୧.୨ ନିୟୁତ ଟନ୍‌ ଚାଉଳ ରପ୍ତାନି କରିଥିଲା। ତେବେ ଚଳିତ ଖରିଫ ଋତୁରେ ବିଭିନ୍ନ ରାଜ୍ୟରେ ଭଲ ବର୍ଷା ହୋଇ ନ ଥିବାରୁ ଉତ୍ପାଦନ କମିବାକୁ ଯାଉଛି। ସରକାରଙ୍କ ଆକଳନ ଅନୁଯାୟୀ ୪ ରାଜ୍ୟରେ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ୨୫ ଲକ୍ଷ ହେକ୍ଟର ଜମିରେ ଧାନ ବୁଣାଯାଇପାରି ନାହିଁ। ଏହି ରାଜ୍ୟଗୁଡ଼ିକରେ ଉତ୍ପାଦନ ୭-୮ ନିୟୁତ ଟନ୍‌ କମିପାରେ। ସେହିପରି ଅନ୍ୟ ରାଜ୍ୟରେ ଫସଲର ବିବିଧୀକରଣ କାରଣରୁ ଧାନବୁଣା କମ୍‌ ହୋଇଛି। କୃଷି ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଗତବର୍ଷ ୪୦୬.୮୯ ଲକ୍ଷ ହେକ୍ଟର ଜମିରେ ଧାନ ବୁଣାଯାଇଥିଲା। ଚଳିତ ବର୍ଷ ସେପ୍ଟେମ୍ବର ୨ ସୁଦ୍ଧା ତାହା ୫.୬୨ ପ୍ରତିଶତ ହ୍ରାସ ପାଇ ୩୮୩.୯୯ ଲକ୍ଷ ହେକ୍ଟର ଜମିରେ ଧାନଚାଷ ହୋଇଛି। ଝାଡ଼ଖଣ୍ଡରେ ୯.୮୦ ଲକ୍ଷ ହେକ୍ଟର, ମଧ୍ୟପ୍ରଦେଶରେ ୬.୩୨ ଲକ୍ଷ ହେକ୍ଟର, ପଶ୍ଚିମବଙ୍ଗରେ ୪.୪୫ ଲକ୍ଷ ହେକ୍ଟର, ଛତିଶଗଡ଼ରେ ୩.୯୧ ଲକ୍ଷ ହେକ୍ଟର, ଉତ୍ତରପ୍ରଦେଶରେ ୨.୬୧ ଲକ୍ଷ ହେକ୍ଟର ଓ ବିହାରରେ ୨.୧୮ ଲକ୍ଷ ହେକ୍ଟର ଜମିରେ ଧାନ ବୁଣା ହୋଇପାରି ନାହିଁ।
ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଦେଶର ପ୍ରାୟ ୮୦ କୋଟି ଲୋକଙ୍କୁ କିଲୋଗ୍ରାମ ପ୍ରତି ୨ ଟଙ୍କାରେ ଚାଉଳ ଏବଂ ୩ ଟଙ୍କାରେ ଗହମ ମୁଣ୍ଡପିଛା ୫ କିଲୋଗ୍ରାମ ଲେଖାଏ ଯୋଗାଇ ଦିଆଯାଉଛି। ଏହା ବାଦ୍‌ କରୋନା ମହାମାରୀ ଯୋଗୁ ଗରିବ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମ୍‌ଜିକେଏଓ୍ବାଇ)ରେ କେନ୍ଦ୍ର ସରକାର ମାଗଣା ଖାଦ୍ୟଶସ୍ୟ ଯୋଗାଇ ଦେଉଛନ୍ତି। ସେପ୍ଟେମ୍ବର ପରେ ଏହାର ସମୟସୀମା ବଢ଼ିବ କି ନାହିଁ ଏନେଇ ଖାଦ୍ୟ ସଚିବ କୌଣସି ଉତ୍ତର ଦେଇନାହାନ୍ତି। ଚଳିତ ବର୍ଷ ଗହମ ଉତ୍ପାଦନ କମିଥିବାରୁ ସରକାର ଅଧିକ ଚାଉଳ ଯୋଗାଇଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri