ଆଜି ଧରାବତରଣ କରିବେ ମା’

ଭୁବନେଶ୍ୱର, ୧୧ା୧୦ (ବ୍ୟୁରୋ): ଭକ୍ତଙ୍କ ପାଇଁ ଧରାବତରଣ କରିବେ ଦେବୀ ଦଶଭୁଜା। ଏଥିପାଇଁ ମଣ୍ଡପଗୁଡ଼ିକରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତିିରେ କାରିଗର ଶେଷ ସ୍ପର୍ଶ ଦେଇଥିବାବେଳେ ମହିଷମର୍ଦ୍ଦିନୀଙ୍କ ଆଗମନକୁ ଅପେକ୍ଷା କରିଛନ୍ତି ଶ୍ରଦ୍ଧାଳୁ। ଏବେ ଷୋଡ଼ଶ ଦିନାତ୍ମକ ପୂଜା ବିଧି ସହ ନବରାତ୍ରିର ନବବେଶରେ ଦର୍ଶନ ଦେଉଛନ୍ତି ମା’। ସୋମବାର ବିଭିନ୍ନ ପୂଜା ମଣ୍ଡପରେ ଷଷ୍ଠୀ ପୂଜାରୁ ମା’ଙ୍କ ଆବାହନ ଆରମ୍ଭ ହେବ। ସେହିପରି ଶକ୍ତିପୀଠଗୁଡିକରେ ମହାସପ୍ତମୀ ପୂଜା କରାଯିବ। ମଣ୍ଡପଗୁଡ଼ିକରେ ବିଲ୍ବବରଣ ସହ ବିଭିନ୍ନ ପ୍ରସିଦ୍ଧ ଦେବୀ ପୀଠରୁ ଆଜ୍ଞାମାଳା ଆସିବା ପରେ ସପ୍ତମୀରେ ମା’ଙ୍କ ଚକ୍ଷୁଦାନ କରାଯିବ।
ତେବେ ଗତବର୍ଷ ଭଳି ଏବର୍ଷ ମଧ୍ୟ କରୋନା ପାଇଁ ଦୁର୍ଗାପୂଜା ନିରାଡମ୍ବରରେ ପାଳନ ହେବ। କଟକଣା ମଧ୍ୟରେ କିପରି ସମସ୍ତ ବିଧି ସମ୍ପନ୍ନ କରାଯିବ ସେ ନେଇ ଆୟୋଜକମାନେ ସମସ୍ତ ବନ୍ଦୋବସ୍ତ ଶେଷ କରିଛନ୍ତି। ବିଭିନ୍ନ ପୂଜାମଣ୍ଡପରେ ମା’ ମହିଷମର୍ଦ୍ଦିନୀଙ୍କ ସହ ଅଗ୍ରପୂଜ୍ୟ ଶ୍ରୀ ଗଣେଶ, ଧନଦାତ୍ରୀ ମହାଲକ୍ଷ୍ମୀ, ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କ ସହ ପ୍ରଭୁ କାର୍ତ୍ତିିକେୟ ପୂଜା ପାଇବେ। ସେହିପରି ଆଉ କେତେକ ପୂଜା ମଣ୍ଡପରେ ଷଷ୍ଠୀରୁ ବିଜୟା ଦଶମୀ ପର୍ଯ୍ୟନ୍ତ ହରପାର୍ବତୀ ପୂଜା ପାଇବାକୁ ଥିବାବେଳେ ଅନ୍ୟ କେତେକ ମଣ୍ଡପରେ ମହାବୀର ହନୁମାନଙ୍କୁ ପୂଜା କରାଯିବାର ବିଧିବିଧାନ ରହିଛି। ପ୍ରଶାସନର କଟକଣା ମୁତାବକ ମା’ଙ୍କ ମୂର୍ତ୍ତିିର ଉଚ୍ଚତା ୪ ଫୁଟରେ ସୀମିତ ରହିଛି। ସେହିପରି ରାବଣ ପୋଡ଼ି କରାଯାଉଥିବା ମଣ୍ଡପରେ ଏଥର ରାବଣ ଦହନ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିବାବେଳେ କେତେକ ସ୍ଥାନରେ କେବଳ ପତୀକାତ୍ମକ ଭାବେ ରାବଣର ଫଟୋରେ ଅଗ୍ନିସଂଯୋଗ ପୂର୍ବକ ପରମ୍ପରା ରକ୍ଷା କରାଯିବ। ମା’ଙ୍କ ଦର୍ଶନ ପାଇଁ ବିଭିନ୍ନ ପୂଜାମଣ୍ଡପରୁ ସିଧା ପ୍ରସାରଣ ସହ ପୁଷ୍ପାଞ୍ଜଳିର ବନ୍ଦୋବସ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ମୃତି-ପଲାଶଙ୍କ ବିବାହ ଭାଙ୍ଗିବା ପଛରେ ରହିଛି ଏହି ବଡ଼ କାରଣ! ଖୋଲିଲା ବଡ଼ ରାଜ୍‌…

ନୂଆଦିଲ୍ଲୀ,୮।୧୨: ଭାରତୀୟ ମହିଳା ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ଏବଂ ସଂଗୀତଜ୍ଞ ପଲାଶ ମୁଛଲଙ୍କ ମଧ୍ୟରେ ସମ୍ପର୍କ ଶେଷରେ ଶେଷ ହୋଇଛି। ମନ୍ଧାନା ଏବଂ ମୁଛଲ...

ଟିକିଏ କଥାରେ ସାଙ୍ଗର ପେଟରେ ଛୁରି ଭୁସି ବାହାର କରିଦେଲେ ଅନ୍ତବୁଜୁଳା

ବାରିପଦା,୮।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୁରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡିଆ ସ୍ଥିତ ବିବି କଲେଜରେ ଦୁଇ ଛାତ୍ର ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଜଣେ...

ଗୋଆ ନାଇଟ କ୍ଲବ ଅଗ୍ନିକାଣ୍ଡ ପରେ ଓଡ଼ିଶାରେ କଡ଼ାକଡି ହେବ ଫାୟାର ସେଫ୍ଟି ଯାଞ୍ଚ: ନିର୍ଦ୍ଦେଶ ଦେଲେ ଡିଜି

ଭୁବନେଶ୍ୱର,୮।୧୨: ବର୍ଚ ବାଇ ରୋମିଓ ଲେନ୍‌ ଦ୍ୱରା ପରିଚାଳିତ ଗୋଆର ଏକ ନାଇଟ କ୍ଲବରେ ଭୟବହ ଅଗ୍ନିକାଣ୍ଡ ପରେ ରାଜଧାନୀ ଭୁବନେଶ୍ୱର ସମତେ ରାଜ୍ୟର ସମସ୍ତ...

ଜାଣିଶୁଣି କରାଯାଇଥିଲା କି ଇଣ୍ଡିଗୋ ସଙ୍କଟ? ସରକାର ଜାରି କଲେ ନୋଟିସ, ଯାଞ୍ଚ ଆରମ୍ଭ

ନୂଆଦିଲ୍ଲୀ,୮।୧୨: ସରକାର ନୂତନ ଫ୍ଲାଇଟ ଡ୍ୟୁଟି ସମୟ ସୀମା (FDTL) ନିୟମ କାର୍ଯ୍ୟକାରୀ କରିବାରେ ଇଣ୍ଡିଗୋର ଅଭିଯୋଗ ଅବହେଳାର ତଦନ୍ତ କରିବେ। ଅଭିଯୋଗ ହୋଇଛି ଯେ...

ବାରବାଟୀ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟ୍‌କା: ICC ଲଗାଇଲା ଜରିମାନା, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୮।୧୨: ରାୟପୁରରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଏକଦିବସୀୟ ଦିନିକିଆରେ ସ୍ଲୋ ଓଭର-ରେଟ ବଜାୟ ରଖିବା ପାଇଁ ଆଇସିସି ଟିମ ଇଣ୍ଡିଆକୁ ସେମାନଙ୍କ...

ରାଜ୍ୟରେ ଡାକ୍ତର ମରୁଡ଼ି : ୫୨୪୮ ପଦବୀ ପୂରଣ ପାଇଁ…

ଭୁବନେଶ୍ୱର,୮।୧୨: ଓଡ଼ିଶାରେ ଡାକ୍ତର ମରୁଡ଼ି ପଡ଼ିଛି। ୬୦% ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ଖାଲି ପଡିଛି। ଏ ନେଇ ଗୃହରେ ଉତ୍ତର ରଖିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ...

ଅଧିନାୟକ ସୂର୍ଯ୍ୟକୁମାରଙ୍କ ବଡ଼ ଘୋଷଣାା: ବାରବାଟୀରେ ଖେଳିବେ ଗିଲ୍‌

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ମହା ମୁକାବିଲା। ଏନେଇ ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିବେ। ଅଭ୍ୟାସ ପୂର୍ବରୁ ଭାରତୀୟ ଟି୨୦...

ଶୀତରେ ଥରୁଛି ଜି.ଉଦୟଗିରି: ଜନଜୀବନ ଅସ୍ତବ୍ୟସ୍ତ

ଜି.ଉଦୟଗିରି,୮।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି ରହିଥିବାବେଳେ ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ୧୨ ଯାଏ ଶୀତ ଲହରୀ ଜାରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri