ଭାରତ ବିରୋଧରେ କଠୋର ହେବ କି ଆମେରିକାର ଆଭିମୁଖ୍ୟ, ଟ୍ରମ୍ପଙ୍କ ହଁରେ ଲୁଚି ରହିଛି ଉତ୍ତର…

ନୂଆଦିଲ୍ଲୀ/ଓ୍ବାଶିଂଟନ,୮ା୯: ଭାରତ ବିରୋଧରେ ଆମେରିକାର ଆଭିମୁଖ୍ୟ କଠୋର ହେବ କି ରବିବାର ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି  ହଁ, ସେ ପୂର୍ବ ତୁଳନାରେ ରୁଷିଆ ଉପରେ ପ୍ରତିବନ୍ଧକ ବୃଦ୍ଧି କରିପାରିବେ। ଟ୍ରମ୍ପଙ୍କ ଏହି ହଁର ଗୁରୁତ୍ୱ ଆହୁରି ବୃଦ୍ଧି ପାଉଛି। କାରଣ ପୂର୍ବରୁ ଆମେରିକାର ଅର୍ଥମନ୍ତ୍ରୀ ସ୍କଟ ବେସାଣ୍ଟ ରୁଷିଆରୁ ତେଲ କିଣୁଥିବା ଦେଶମାନଙ୍କ ଉପରେ ଅଧିକ ଶୁଳ୍କ ଲଗାଇବା ବିଷୟରେ କହିଥିଲେ। ବେସାଣ୍ଟ ଯୁକ୍ତି ଦେଇଛନ୍ତି ଯେ, ରୁଷିଆକୁ ଆର୍ଥିକ ଭାବରେ ନଷ୍ଟ ନ କରି ପୁଟିନଙ୍କୁ ଆଲୋଚନା ଟେବୁଲକୁ ଆଣିବା ଅସମ୍ଭବ।

ଭାରତକୁ ଏହି ନୀତିର ସବୁଠାରୁ ବଡ଼ ଝଟ୍‌କା ଲାଗିପାରେ, କାରଣ ଭାରତ ରୁଷିଆରୁ ବହୁ ପରିମାଣରେ ଅଶୋଧିତ ତେଲ ଆମଦାନୀ କରୁଛି। ଭାରତୀୟ ଶକ୍ତି ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଆମେରିକା ବିଶ୍ୱାସ କରେ ଯେ, ରୁଷିଆ ତେଲ କିଣିବା ଯୋଗୁ ଆର୍ଥିକ ଲାଭ ପାଉଛି, ଯାହାକୁ ସେ ୟୁକ୍ରେନ ବିରୋଧରେ ଯୁଦ୍ଧରେ ବ୍ୟବହାର କରୁଛି।

ଆମେରିକୀୟ ଅର୍ଥମନ୍ତ୍ରୀ ସିଧାସଳଖ ଭାରତର ନାଁ ନେଇ ନ ଥିଲେ, କିନ୍ତୁ ତାଙ୍କ ଦ୍ୱାରା ଦିଆଯାଇଥିବା ବିବୃତ୍ତିର ସଙ୍କେତ ସ୍ପଷ୍ଟ ଥିଲା। ସେ କହିଛନ୍ତି ଯେ, ଯଦି ଆମେରିକା ଏବଂ ୟୁରୋପୀୟ ସଂଘ ମିଳିତ ଭାବରେ ରୁଷିଆ ତେଲ କିଣୁଥିବା ଦେଶମାନଙ୍କ ଉପରେ ଅଧିକ ଶୁଳ୍କ (ଦ୍ୱିତୀୟ କଟକଣା) ଲଗାନ୍ତି, ତେବେ ରୁଷିଆର ଅର୍ଥନୀତି ଭୁଶୁଡ଼ି ପଡ଼ିବ। ଭାରତ ପୂର୍ବରୁ ରୁଷିଆରୁ ତେଲ କିଣିବା ପାଇଁ ଅତିରିକ୍ତ ୨୫% ଶୁଳ୍କ ଲାଗୁ କରୁଛି, ଯାହା ଯୋଗୁ ମୋଟ ଶୁଳ୍କ ୫୦% ପହଞ୍ଚିଛି। ଓ୍ବାଶିଂଟନର ଉଚ୍ଚ ଅଧିକାରୀମାନେ କହିଛନ୍ତି ଯେ, ଆଗାମୀ ସମୟରେ ଭାରତ ଉପରେ ଅଧିକ ଚାପ ପଡ଼ିପାରେ। ତଥାପି ଏହି ମାମଲାରେ ଭାରତ କହିଛି ଏହାର ତୈଳ ଆମଦାନୀ ସମ୍ପୂର୍ଣ୍ଣ ଭାବରେ ଜାତୀୟ ସ୍ବାର୍ଥ ପାଇଁ ଏବଂ ଏହା କୌଣସି ତୃତୀୟ ଦେଶର ରାଜନୀତି ଦ୍ୱାରା ପ୍ରଭାବିତ ହୋଇ ଏହାର ନୀତି ପରିବର୍ତ୍ତନ କରିବ ନାହିଁ।

ଆଲାସ୍କାରେ ଟ୍ରମ୍ପ ଏବଂ ପୁଟିନଙ୍କ ମଧ୍ୟରେ ଶିଖର ବୈଠକରୁ ଆଶା କରାଯାଉଥିଲା ଯେ, ଉତ୍ତେଜନା ହ୍ରାସ ପାଇବ। କିନ୍ତୁ ଫଳାଫଳ ବିପରୀତ ହୋଇଥିଲା। ଯୁଦ୍ଧ ଆହୁରି ବଢ଼ିଯାଇଛି। ରବିବାର ରୁଷିଆର କ୍ୱିଭ୍‌ରେ ସରକାରୀ କମ୍ପ୍ଲେକ୍ସ ଉପରେ ବୋମାମାଡ଼ କରିଥିଲା, ଯାହା ପରିସ୍ଥିତିକୁ ଅଧିକ ଗମ୍ଭୀର କରିଦେଇଥିଲା। ଆମେରିକାର ଲକ୍ଷ୍ୟ ହେଉଛି ରୁଷିଆର ରାଜସ୍ବ ଉତ୍ସ ବନ୍ଦ କରିବା। ରୁଷିଆ ୟୁରୋପ ଏବଂ ଆମେରିକାରୁ ବିଚ୍ଛିନ୍ନ ହୋଇଯାଇଛି, କିନ୍ତୁ ଭାରତ ଏବଂ ଚାଇନା ଭଳି ଦେଶ ପାଇଁ ଏହାକୁ ଏବେ ବି କ୍ରେତା ମିଳୁଛନ୍ତି। ଏହି କାରଣରୁ ଆମେରିକା ନିରନ୍ତର ଭାରତକୁ ଟାର୍ଗେଟ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନକୁ ନେଇ କଂଗ୍ରେସ କଲା ବଡ଼ ପ୍ଲାନ! ଛାନିଆ ହେଲେ କେନ୍ଦ୍ର ସରକାର, ରାଜନୀତିରେ ଚହଳ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ ନିଟ୍ (NEET) ପେପର୍ ଲିକ୍ ବିରୋଧରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ଏକ ନୂଆ ଜୀବନ ସଞ୍ଚାର କରୁଛି। ଜୁଲାଇ ୨୦ ତାରିଖରେ…

CJPର ଆନ୍ଦୋଳନ ପରେ ସୋସିଆଲ ମିଡିଆରେ ବଡ଼ ଘୋଷଣା କଲେ ଧର୍ମେନ୍ଦ୍ର ପ୍ରଧାନ, ରାହୁଲଙ୍କୁ ନେଇ କହିଲେ…

ନୂଆଦିଲ୍ଲୀ,୨୨।୭: CJP (ସିଜେପି)ର ‘ଚଲୋ ସଂସଦ’ ପ୍ରଦର୍ଶନ ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମ ଥର ପାଇଁ ସାର୍ବଜନୀନ ପ୍ରତିକ୍ରିୟା ରଖିଛନ୍ତି। ସେ କଂଗ୍ରେସ ନେତା…

ରାହୁଲ ଗାନ୍ଧୀଙ୍କ ପିଏମ ଆବାସ ସମ୍ମୁଖରେ ଆନ୍ଦୋଳନ ପରେ ପଡିଲା ପ୍ରଭାବ: ସରକାରଙ୍କ ପକ୍ଷରୁ…

ନୂଆଦିଲ୍ଲୀ,୨୨।୭: NEET ପରୀକ୍ଷା ବିବାଦକୁ ନେଇ ବିରୋଧୀଙ୍କ ପ୍ରଦର୍ଶନ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ଭିତରେ ସରକାରଙ୍କ ପକ୍ଷରୁ ଏକ ବଡ଼ ଜବାବ…

ବିପଦରେ ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ଥାନ! ଜିମ୍ବାୱେ ମ୍ୟାଚରେ ବିଫଳ ହେଲେ…

ନୂଆଦିଲ୍ଲୀ,୨୨।୭: ବୈଭବ ସୂର୍ଯ୍ୟବଂଶୀ ୧୫ ବର୍ଷ ବୟସରେ ନିଜର ଝଡ଼ ବ୍ୟାଟିଂ ବଳରେ ଟିମ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଟି-ଟେଣ୍ଟି ଅନ୍ତର୍ଜାତୀୟ (T20I)…

ଅଧରାତିରେ ହଠାତ୍‌ ୱାଙ୍ଗଚୁକଙ୍କୁ ଭେଟିବାକୁ ଗଲେ ଜେପି ନଡ୍ଡା: ବଢିଲା…

ନୂଆଦିଲ୍ଲୀ,୨୨।୭: ଜଳବାୟୁ କର୍ମୀ ଏବଂ ବୈଜ୍ଞାନିକ ସୋନମ ୱାଙ୍ଗଚୁକଙ୍କୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା ଏବଂ…

ଅଟକରୁ ମୁକ୍ତ ହେବା ପରେ ୪ ବଡ଼ ସର୍ତ୍ତ ରଖିଲେ ରାହୁଲ ଗାନ୍ଧୀ, ସରକାରଙ୍କୁ ପଶିଲା ଭୟ

ନୂଆଦିଲ୍ଲୀ,୨୨।୭: NEET-UG ପରୀକ୍ଷାରେ ଅନିୟମିତତା ଏବଂ ଛାତ୍ରୀଛାତ୍ରଙ୍କ ଉପରେ ହୋଇଥିବା ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ଦେଶର ରାଜଧାନୀରେ ରାଜନୈତିକ ପାରା ଚଢ଼ିବାରେ ଲାଗିଛି। ଲୋକ ସଭାର ବିରୋଧୀ…

ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କା ଚୋରି: ସୁନା-ରୁପା ବି ଛାଡ଼ିଲେନି

କେସିଙ୍ଗା,୨୨।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବସହର ୱାର୍ଡ ନ.୩ରେ ଅମ୍ବାଜି ଏଜେନ୍ସି ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତକାଲି ରାତିରେ ତାଲା ଭାଙ୍ଗି ଲକ୍ଷ ଲକ୍ଷ…

ଆନ୍ଦୋଳନ, ଇସ୍ତଫା ଦାବି ଉପରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଥମ ବଡ଼ ବୟାନ, କହିଲେ ଏମିତି… ରାଜନୀତି ହଲଚଲ

ନୂଆଦିଲ୍ଲୀ,୨୨।୭: କଂଗ୍ରେସ ସାଂସଦ ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀ ବାସଭବନ ବାହାରେ ଧାରଣା ପ୍ରଦର୍ଶନକୁ ନେଇ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri