ଗୋଚର ଜମି ଜବରଦଖଲ: ସଙ୍କଟରେ ପ୍ରାଣୀ ସମ୍ପଦ

କଣାସ,୨୦।୨(ସ୍ବ.ପ୍ର.): ପୁରୀ ଜିଲା ଚିଲିକା ଉପକୂଳରେ ଅବସ୍ଥିତ କଣାସ ବ୍ଲକରେ ଗୋଚରଜମି ଜବରଦଖଲ ହୋଇଥିବାବେଳେ ପଶୁଙ୍କ ପାଇଁ ଥିବା ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଆବଶ୍ୟକ କର୍ମଚାରୀ ନାହାନ୍ତି। ଫଳରେ ବ୍ଲକରେ ଦିନକୁ ଦିନ ପ୍ରାଣୀଙ୍କ ମୃତ୍ୟୁ ଘଟୁଛି ଏବଂ ପ୍ରାଣୀ ସମ୍ପଦ କମି ଯାଉଥିବାରୁ ଘୋର ସଙ୍କଟ ଦେଖାଦେଇଛି। ଅନୁସନ୍ଧାନରୁ ଜଣାପଡିଛି, କଣାସ ବ୍ଲକର ୨୮ଟି ପଞ୍ଚାୟତରେ ୧୩୯ଟି ରାଜସ୍ବ ଗ୍ରାମ ଓ ୧୦୮ପଡାଗ୍ରାମରେ ୪୫୪୩ ହେକ୍ଟର ପୂର୍ବରୁ ଅନାବାଦୀ ଓ ଗୋଚରଜମି ପ୍ରାଣୀମାନଙ୍କ ଚରିବା ପାଇଁ ଥିଲା। ହେଲେ ପ୍ରଶାସନର ଉଦାସୀନତା ଯୋଗୁଁ ଏହି ଗୋଚରଜମିକୁ ବିଭିନ୍ନ ପ୍ରଭାବଶାଳୀ ବ୍ୟକ୍ତିମାନେ ଜବରଦଖଲ କରି ସେଥିରେ ବଗିଚା, ପୋଖରୀ, କୋଠାବାଡି ନିର୍ମାଣ କରିଛନ୍ତି। ଗୋଚରଜମି ଅଭାବରୁ ଅନେକ ଚାଷୀ ଗୋ ପାଳନ କରିବା ପାଇଁ ଆଉ ଆଗଭର ହେଉନାହାନ୍ତି। ସେଥିଯାଗୁ ଗୋରୁ ଘାସ ଖାଇବା କଷ୍ଟକର ବ୍ୟାପାର ହୋଇପଡିଛି। ଅନ୍ୟ ଏକ ପ୍ରମୁଖ ସମସ୍ୟା ହେଉଛି ଏହି ବ୍ଲକ ଚିଲିକା ଉପକୂଳରେ ଥିବାରୁ ଏଠାରେ ପ୍ରତିବର୍ଷ ଗୋରୁ, ମଇଁଷିଙ୍କୁ ବଜବଜିଆ, ସାହାଣ ରୋଗ ହେଉଛି ଏବଂ ଅନେକ ଗୋରୁ ମୃତ୍ୟୁମୁଖରେ ପଡୁଛନ୍ତି। ବ୍ଲକର କଣାସଠାରେ ମୁଖ୍ୟ ପ୍ରାଣୀ ଚିକିତ୍ସା କେନ୍ଦ୍ର ଏବଂ ବ୍ଲକର ବିଭିନ୍ନ ପଞ୍ଚାୟତରେ ୧୧ଟି ସହାୟକ ପ୍ରାଣୀଚିକିତ୍ସା କେନ୍ଦ୍ର ରହିଛି। ହେଲେ ଆବଶ୍ୟକ କର୍ମଚାରୀ ଅଭାବରୁ ପ୍ରାଣୀମାନେ ଠିକ୍‌ ଚିକିତ୍ସା ପାଇପାରୁନାହାନ୍ତି। ଫଳରେ ସେମାନଙ୍କ ମୃତ୍ୟୁ ହେଉଛି। ଏଥିନେଇ ଚାଷୀ ଗୋ ପାଳନ କରିବାକୁ ମନ ବଳାଉ ନାହାନ୍ତି। ଏକ ସର୍ଭେରୁ ଜଣାପଡିଛି, ବ୍ଲକରେ ବର୍ତ୍ତମାନ ଗାଈ, ବଳଦ, ମଇଁଷିଙ୍କ ସଂଖ୍ୟା ୪୩ ହଜାର ୬୦୬ ରହିଥିବାବେଳେ ୫୮୧୧ ମେଣ୍ଢା, ୪୫୩୮ ଛେଳି, ୮୩୫୪ କୁକୁଡ଼ା ଓ ବତକ ଏବଂ ୩୧୪୧ କୁକୁର ଥିବା ଜଣାପଡିଛି। ପ୍ରାଣୀ ସମ୍ପଦ ସୁରକ୍ଷା ଓ ଜନସାଧାରଣଙ୍କ ଅର୍ଥନୈତିକ ବିକାଶ ପାଇଁ ଏ ଦିଗରେ ତୁରନ୍ତ ପଦେକ୍ଷ ନିଆଯିବା ଆବଶ୍ୟକ ହୋଇପଡିଛି। ଜବରଦଖଲ ଗୋଚର ଓ ଅନାବାଦୀ ଜମି ଉଦ୍ଧାର କରିବାକୁ ପ୍ରଶାସନ ପକ୍ଷରୁ ଉଦ୍ୟମ ହେବା ଆବଶ୍ୟକ ବୋଲି କଣାସ ଅଞ୍ଚଳର ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି। ଏଥିସହ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଖାଲିଥିବା ପଦବୀଗୁଡିକ ପୂରଣ କରିବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri